Poorvanchal Expressway would transform the towns and cities that it passes through: PM Modi
Connectivity is necessary for development: PM Narendra Modi
Sabka Saath, Sabka Vikaas is our mantra; our focus is on balanced development: PM
PM Modi slams opposition for obstructing the law on Triple Talaq from being passed in the Parliament

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଆଜମଗଡଠାରେ ପୂର୍ବାଂଚଳ ଏକ୍ସପ୍ରେସ ସଡକର ଆଧାରଶିଳା ସ୍ଥାପନ କରିଛନ୍ତି ।

ଏକ ବିରାଟ ଜନସଭାକୁ ସମ୍ବୋଧିତ କରି ସେ ଏହି ଅବସରକୁ ରାଜ୍ୟର ଉନ୍ନୟନ ପଥରେ ଏକ ନୂତନ ଅଧ୍ୟାୟ ଭାବେ ବର୍ଣ୍ଣନା କରିଥିଲେ । ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ ଯେ ରାଜ୍ୟ ସରକାର ରାଜ୍ୟର ଉନ୍ନୟନ ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ଚାହୁଁଚନ୍ତି । ସେ କହିଲେ ଯେ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ 340 କିଲୋମିଟର ଦୀର୍ଘ ପୁର୍ବାଂଚଳ ଏକ୍ସପ୍ରେସ ସଡକ ଯେଉଁ ସହର ଓ ନଗର ଉପର ଦେଇ ଯାଇଛି ସେସବୁକୁ ରୂପାନ୍ତରିତ କରିଦେବ । ଏହା ମଧ୍ୟ ଦିଲ୍ଲୀ ଓ ଘାଜିପୁର ମଧ୍ୟରେ ଦ୍ରୂତ ସଂଯାଗ ପ୍ରଦାନ କରିବ ବୋଲି ସେ କହିଥିଲେ । ସେ କହିଲେ ଯେ ଏକ୍ସପ୍ରେସ ସଡକ ପାର୍ଶ୍ଵବର୍ତ୍ତୀ ଅଂଚଳରେ ନୂତନ ଶିଳ୍ପ ଏବଂ ପ୍ରତିଷ୍ଠାନ ବିକଶିତ ହୋଇପାରିବେ । ସେ କହିଲେ ଯେ ଏହି ଅଂଚଳରେ ଥିବା ଐତିହାସିକ ଗୁରୁତ୍ୱ ବିଶିଷ୍ଟ ସ୍ଥାନମାନଙ୍କରେ ଏକ୍ସପ୍ରେସ ସଡକ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଆଣିବ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଉନ୍ନୟନ ପାଇଁ ସମ୍ପ୍ରତି ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ । ସେ କହିଲେ ଯେ ଚାରି ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ଜାତୀୟ ରାଜପଥ ନେଟୱାର୍କ ପାଖାପାଖି ଦୁଇଗୁଣ ହୋଇଛି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆକାଶ ଏବଂ ଜଳ ପଥରେ ଅଧିକ ଯୋଗାଯୋଗ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ । ସେ ପୁନଶ୍ଚ କହିଥିଲେ ଯେ ଦେଶର ପୂର୍ବ ଭାଗକୁ ଉନ୍ନୟନର ଏକ ନୂତନ କରିଡରରେ ପରିଣତ କରିବା ପାଇଁ ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ ସବକା ସାଥ, ସବକା ବିକାଶକୁ ନେଇ ତାଙ୍କ ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ଦୋହରାଇଥିଲେ ଏବଂ ଅଂଚଳର ସନ୍ତୁଳିତ ଉନ୍ନୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିଜିଟାଲ ସଂଯୋଗକୁ ନେଇ ସେ ପ୍ରକାଶ କରିଥିଲେ ଯେ ଏପର୍ଯ୍ୟନ୍ତ ଏକ ଲକ୍ଷ ପଂଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ ପ୍ରଦାନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ ଏବେ 3 ଲକ୍ଷ ସାଧାରଣ ଜନସେବା କେନ୍ଦ୍ର ଜନସାଧାରଣଙ୍କ ଜୀବନକୁ ସରଳ କରିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଉନ୍ନୟନ ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ଶ୍ରୀ ମୋଦୀ କହିଥିଲେ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଉନ୍ନୟନ ଯୋଜନା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେ ମଧ୍ୟ ଏଇ ନିକଟରେ ଖରିପ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ହୋଇଥିବା ବୃଦ୍ଧି ସମ୍ବନ୍ଧରେ ଆଲୋଚନା କରିଥିଲେ ଯାହାକି କୃଷକମାନଙ୍କୁ ଲାଭ ପ୍ରଦାନ କରିବ ।

“ତିନି ତଲାକ”ରୁ ମୁସଲମାନ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ଉଦ୍ଦିଷ୍ଟ ଆଇନକୁ ରୋକିବା ପାଇଁ ପ୍ରୟାସ କରୁଥିବା କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ଏହି ଆଇନକୁ ଏକ ବାସ୍ତବତାରେ ପରିଣତ କରିବା ନେଇ ସେ ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଉଭୟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କ ପାଇଁ ଦେଶ ଓ ଏହାର ଜନସାଧାରଣ ହେଉଛନ୍ତି ପ୍ରଧାନ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଅଂଚଳର ବୁଣାକାରମାନଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ପ୍ରସଙ୍ଗରେ ସେ ଅତ୍ୟାଧୁନିକ ଯନ୍ତ୍ରପାତି, ସ୍ୱଳ୍ପ ସୁଧରେ ଋଣ ଏବଂ ବାରାଣସୀରେ ବାଣିଜ୍ୟ ସୁଗମତା କେନ୍ଦ୍ର ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi