PM Modi pays floral tributes to Sant Kabir Das at Maghar, Uttar Pradesh
Sant Kabir represents the essence of India's soul: PM Modi in Maghar
Sant Kabir broke the barriers of caste and spoke the language of the ordinary, rural Indians: PM Modi in Maghar
Saints have risen from time to time, in various parts of India, who have guided society to rid itself of social evils: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ଥିବା ମଘର ଗସ୍ତ କରିଛନ୍ତି ।

ମହାନ ସାଧୁ ଏବଂ କବି ସନ୍ଥ କବୀରଙ୍କ 500ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେ ସନ୍ଥ କବୀର ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ମଧ୍ୟ ସନ୍ଥ କବୀର ମଜରରେ ଚାଦର ଅର୍ପଣ କରିଛନ୍ତି । ସେ ସନ୍ଥ କବୀର ଗୁମ୍ଫା ପରିଦର୍ଶନ କରିଥିଲେ ଏବଂ ଫଳକ ଉନ୍ମୋଚନ ପୂର୍ବକ ସନ୍ଥ କବୀର ଏକାଡେମୀର ଆଧାରଶିଳା ରଖିଥିଲେ । ଏହି ଏକାଡେମୀ ମହାନ ସନ୍ଥଙ୍କର ଶିକ୍ଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ପ୍ରଦାନ କରିବ ।

ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ ମଘରର ପବିତ୍ର ଭୂମିରେ ମହାନ ସନ୍ଥ କବୀରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ଦ୍ୱାରା ବର୍ଷ ବର୍ଷ ଧରି ଅପୁରଣୀୟ ରହିଥିବା ତାଙ୍କର ଏକ ଇଚ୍ଛା ଫଳବତୀ ହୋଇଛି । ପ୍ରାଚୀନ କଥାରୁ ଜଣାପଡେ ଯେ ଏଠାରେ ସନ୍ଥ କବୀର, ଗୁରୁ ନାନକ ଏବଂ ବାବା ଗୋରଖନାଥ ଆଧ୍ୟାତ୍ମିକ ଚର୍ଚ୍ଚାରେ ମଗ୍ନ ଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରାୟ 24 କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା କବୀର ଏକାଡେମୀ ସନ୍ଥ କବୀରଙ୍କ ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖିବା ନିମନ୍ତେ ଏକ ଅନୁଷ୍ଠାନ ନିର୍ମାଣ କରିବ ଏବଂ ଏହା ମଧ୍ୟ ଆଂଚଳିକ ଉପଭାଷା ଓ ଉତ୍ତର ପ୍ରଦେଶର ଲୋକକଳାକୁ ସଂରକ୍ଷିତ କରିବ ।

 

ପ୍ରଧାନମନ୍ତ୍ରୀ କହିଲେ ଯେ ସନ୍ଥ କବୀର ଭାରତୀୟ ଆତ୍ମାର ସାରବତ୍ତାର ପ୍ରତିନିଧିତ୍ୱ କରୁଛନ୍ତି । ସେ ଜାତିପ୍ରଥାର ସୀମାକୁ ଭାଙ୍ଗିଦେଇଥିଲେ ଏବଂ ସାଧାରଣ ଜନତା ଏବଂ ଗ୍ରାମୀଣ ଭାରତର ଭାଷା କହୁଥିଲେ ।

ପ୍ରଧାନମନନ୍ତ୍ରୀ କହିଲେ ଯେ ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସମୟରେ ସନ୍ଥମାନେ ଉଦ୍ଭବ ହୋଇଛନ୍ତି,ଯେଉଁମାନେ କି ସାମାଜିକ କୁସଂସ୍କାର ଦୂର କରିବା ନେଇ ସମାଜକୁ ମାର୍ଗଦର୍ଶନ କରିଛନ୍ତି । ବିଭିନ୍ନ ସମୟରେ ଭାରତର ବିଭିନ୍ନ ଭାଗର ଏହିପରି ସନ୍ଥମାନଙ୍କ ସମ୍ବନ୍ଧରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବାହାସାହେବ ଆମ୍ବେଦକରଙ୍କ ନାମ ଉଲ୍ଲେଖ କରିଥିଲେ, ଯିଏକି ସମ୍ବିଧାନ ମାଧ୍ୟମରେ ପ୍ରତ୍ୟେକ ଭାରତୀୟ ନାଗରିକ ସମାନତାର ଅଧିକାର ପାଇବାକୁ  ନିଶ୍ଚିତ କରିଥିଲେ ।

ରାଜନୈତିକ ସୁବିଧାବାଦକୁ ଦୃଢ଼ ଭାବେ ସମାଲୋଚନା କରି ପ୍ରଧାନମନ୍ତ୍ରୀ କବୀରଙ୍କ ବାଣୀକୁ ମନେପକାଇ କହିଥିଲେ ଯେ ଆଦର୍ଶ ଶାସକ ହେଉଛି ସିଏ ଯିଏକି ଜନସାଧାରଣଙ୍କ ଭାବନା ଏବଂ ଦୁଃଖ ଯନ୍ତ୍ରଣାକୁ ଅନୁଭବ କରିପାରେ । ସେ କହିଲେ ଯେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ସାମଜିକ ବ୍ୟବସ୍ଥାକୁ ସନ୍ଥ କବୀର ସମାଲୋଚନା କରିଥିଲେ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ଯେଉଁଗୁଡ଼ିକ କି ଗରିବ ଓ ସମାଜର ଅବହେଳିତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାଗୁଡ଼ିକ ମଧ୍ୟରେ ରହିଛି ଜନ ଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ବୀମା ଯୋଜନା,ପାଇଖାନା ନିର୍ମାଣ ଯୋଜନା ଓ ସିଧାସଳଖ ସବସିଡି ଲାଭାଂଶ ହସ୍ତାନ୍ତରଣ ଯୋଜନା । ସେ ମଧ୍ୟ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର ଯଥା ରାସ୍ତା, ରେଳପଥ, ଅପ୍ଟିକାଲ ଫାଇବର ନେଟୱର୍କ ଆଦିର ଉନ୍ନତିକରଣରେ ଗତି ଆସିବା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଭାରତର ପ୍ରତ୍ୟେକ ଭାଗ ଉନ୍ନତିର ଲାଭ ପାଇବା ନିଶ୍ଚିତ କରିବା ନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ।

ସେ ଆଶାପ୍ରକାଶ କରିଥିଲେ ଯେ ସନ୍ଥ କବୀରଙ୍କ ଶିକ୍ଷା ନୂତନ ଭାରତର ଅନ୍ତର୍ଦୃଷ୍ଟିକୁ ସାକାର କରିବା ଦିଗରେ ଆମ ପାଇଁ ସହାୟକ ହେବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bank credit, deposit growth at 16.08% in FY26, fastest since FY24

Media Coverage

Bank credit, deposit growth at 16.08% in FY26, fastest since FY24
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat