The nation is now moving towards Gas Based Economy, says PM Modi
City Gas Distribution network will play a major role in achieving Clean Energy solutions: PM Modi
Government would strive to fulfil the targets for Clean Energy and Gas Based Economy: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ନବମ CGD ବିଡିଂ ରାଉଣ୍ଡ ଅଧୀନରେ ନଗର ଗ୍ୟାସ ବିତରଣ (City GasDistribution) ପ୍ରକଳ୍ପ କାର୍ଯ୍ୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ ଦଶମ ସିଜିଡି ବିଡିଂ ରାଉଣ୍ଡର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବମ ସିଜିଡି ବିଡିଂ ପର୍ଯ୍ୟାୟ ଅଧୀନରେ ସହରାଂଚଳ ଗ୍ୟାସ ବିତରଣ ନେଟୱାର୍କ ପ୍ରତିଷ୍ଠା ଲାଗି 129ଜିଲ୍ଲାରେ କାର୍ଯ୍ୟାରମ୍ଭ ହୋଇଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସିଜିଡିର ଦଶମ ବିଡିଂ ରାଉଣ୍ଡ ଅଧୀନରେ 400ରୁ ଅଧିକ ଜିଲ୍ଲା ନଗର ଗ୍ୟାସ ବିତରଣ ନେଟୱାର୍କ ପରିସରକୁ ଆସିଯିବେ, ଯାହାକି ମୋଟ ଜନସଂଖ୍ୟାର70 ପ୍ରତିଶତ ହେବ ।

ବର୍ତ୍ତମାନ ଦେଶ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଥିବା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ସମସ୍ତ ଦିଗ ଉପରେ କେନ୍ଦ୍ର ସରକାରଏବେ ଗୁରୁତ୍ୱାରୋପ କରୁଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଦେଶରେ ଗ୍ୟାସ ଭିତ୍ତିଭୂମିର ଉନ୍ନତି ଲାଗି କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ବିଶେଷ କରି ଏଲଏନଜି ଟର୍ମିନାଲ ସଂଖ୍ୟାରେ ବୃଦ୍ଧି,ଦେଶବ୍ୟାପୀ ଗ୍ୟାସ ଗ୍ରୀଡ ସ୍ଥାପନା ଏବଂ ସହରାଂଚଳ ଗ୍ୟାସ ବିତରଣ ନେଟୱାର୍କର ଶୁଭାରମ୍ଭ କରାଯାଇଛି ।

ସ୍ୱଚ୍ଛ ଇନ୍ଧନ ଦିଗରେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ଭୂମିକା ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଗର ଗ୍ୟାସ ବିତରଣ ନେଟୱାର୍କ ସ୍ୱଚ୍ଛ ଶକ୍ତି ସମାଧାନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସେ ପୁଣି କହିଥିଲେ ସ୍ୱଚ୍ଛ ଇନ୍ଧନ ଉପଯୋଗ ଦିଗରେ କେନ୍ଦ୍ର ସରକାରଙ୍କ ବ୍ୟାପକପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ, ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ସ୍ୱଚ୍ଛ ଇନ୍ଧନ ପ୍ରୟାସ ଯେପରିକି ଇଥାନଲ ସମ୍ମିଶ୍ରଣ, ଜୈବଇନ୍ଧନ ରିଫାଇନେରୀ, କମ୍ପ୍ରେସଡ ଜୈବ  ଗ୍ୟାସ ପ୍ଲାଂଟ, ପରିବର୍ଦ୍ଧିତ ଏଲପିଜି କଭରେଜ ଏବଂ ବାହନ ପାଇଁ ବିଏସ-6 ପର୍ଯ୍ୟାୟର ଇନ୍ଧନ ପ୍ରଚଳନ ଆଦି ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷ ମଧ୍ୟରେ 12 କୋଟି ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି । ସେ କହିଥିଲେ ଯେ ସହରଂଚଳରେ ଗ୍ୟାସ ନେଟୱାର୍କ ଏକ ନୂତନ ଆର୍ଥିକ ବାତାବରଣବିକଶିତ କରୁଛି, ଯାହା ଗ୍ୟାସ ଆଧାରିତ ଶିଳ୍ପ, ଯୁବକମାନଙ୍କ ପାଇଁ ନିଯୁକ୍ତି ଏବଂ ନାଗରିକମାନଙ୍କ ପାଇଁ ସହଜ ଜୀବନଧାରଣକୁ ସୁନିଶ୍ଚିତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସ୍ୱଚ୍ଛ ଇନ୍ଧନ ଏବଂ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ ଲାଗି ଜୋରଦାର ପ୍ରୟାସ କରୁଛନ୍ତି । ଏପରି ଲକ୍ଷ୍ୟ କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ମାନବଜାତି ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଉନ୍ନତ ଜୀବନ ଧାରଣ ଲକ୍ଷ୍ୟ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।



 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch