India has emerged as the nerve centre of global health: PM Modi
The last day of 2020 is dedicated to all health workers who are putting their lives at stake to keep us safe: PM Modi
In the recent years, more people have got access to health care facilities: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଗୁଜରାଟର ରାଜକୋଟଠାରେ ନିର୍ମିତ ହେବାକୁ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ,  ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ସଂଗ୍ରାମରେ ସାମିଲ ହୋଇଥିବା ନିୟୁତ ନିୟୁତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ଅନ୍ୟାନ୍ୟ ସମ୍ମୁଖ ଧାଡିର କରୋନା ଯୋଦ୍ଧାଙ୍କୁ ମନେ ପକାଇଛନ୍ତି । ନିଜ ଜୀବନକୁ ବିପନ୍ନ କରି ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଥିବା ଏହି ଯୋଦ୍ଧାମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଏହାଛଡା କରୋନା ମହାମାରୀକାଳରେ ବୈଜ୍ଞାନିକଗଣ ଯେଉଁ ଅବଦାନ ରଖିଛନ୍ତି ଏବଂ ବିଶେଷକରି ଯେଉଁ ଲୋକମାନେ ଗରିବ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ସେମାନଙ୍କ ଭୂମିକାକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷଟି ଦେଖାଇଦେଲା ଯେ ଯେତେବେଳେ ଭାରତ ଏକାଠି ହୁଏ ସେତେବେଳେ ଏହା ଅତି କଷ୍ଟସାଧ୍ୟ ସଂକଟର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଥାଏ । ସଫଳ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଫଳରେ କରୋନା ବିରୋଧୀ ଲଢେଇରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଏଠାରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅନ୍ୟାନ୍ୟ ଆଗୁଆ  ଦେଶ ତୁଳନାରେ ଆନୁପାତିକଭାବେ ବହୁତ ଭଲ ଅଛି । ସବୁଠୁ ବଡ଼ କଥା ହେଉଛି ଅନେକ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କରୋନା ଟିକା ପ୍ରଦାନ ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଭାରତରେ ତିଆରି ଟିକା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । ସେ କହିଛନ୍ତି ଯେ ଟିକାକରଣ କାର୍ଯ୍ୟ ପାଇଁ ଭାରତରେ ପୁରାଦମ୍‍ରେ କାମ ଚାଲିଛି । କାରଣ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍‍ ଟିକାକରଣ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆମେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ଯେଉଁଢଙ୍ଗରେ ପ୍ରସ୍ତୁତି ଆରମ୍ଭ କରିଥିଲୁ ଏଥର ସେହି ଢଙ୍ଗରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟମରତ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ରାଜକୋଟ ଏମ୍ସ ଗୁଜରାଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବ । ଏହାଦ୍ୱାରା ଡାକ୍ତରୀ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରୋତ୍ସାହିତ ହେବା ସହିତ ରାଜ୍ୟରେ ନିଯୁକ୍ତି ସୁବିଧା ମଧ୍ୟ ସୃଷ୍ଟି ହେବ । ଏହି ଏମ୍ସ ଦ୍ୱାରା 5 ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ସୁବିଧା ସୃଷ୍ଟି ହେବ । ଗୁଜରାଟର କରୋନା ବିରୋଧୀ ଲଢେଇକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ମହାମାରୀର କିପରି ସଫଳ ମୁକାବିଲା କରାଯାଇପାରେ ଗୁଜରାଟ ତାହା ପ୍ରମାଣକରି ଦେଖାଇଛି । ଏହି ସଫଳତା ପାଇଁ ସେ ଗୁଜରାଟର ବ୍ୟାପକ ତଥା ଦୃଢ ଚିକିତ୍ସା ଭିତ୍ତିଭୂମି ଏବଂ କରୋନା ମହାମାରୀର ଉତ୍ତମ ପରିଚାଳନାକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ଗୁଜରାଟରେ ଦୁଇ ଦଶନ୍ଧିର ନିରନ୍ତର ଉଦ୍ୟମ, ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ସଂକଳ୍ପ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ   ସଫଳତାର ମୂଳ ମନ୍ତ୍ର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ହାସଲର ଦୀର୍ଘକାଳ ପରେ ମଧ୍ୟ ଦେଶରେ ମାତ୍ର 6ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା । 2003ରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଆଉ 6ଟି ଏମ୍ସ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ 6 ବର୍ଷ ମଧ୍ୟରେ ଦେଶରେ 10ଟି ନୂଆ ଏମ୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ସେଥିମଧ୍ୟରୁ ଅଧିକାଂଶ ସଂପୂର୍ଣ୍ଣ ହୋଇ ଉଦ୍ଘାଟିତ ହେଲାଣି । ଏହିସବୁ ନୂଆ ଏମ୍ସ ବ୍ୟତୀତ ଦେଶରେ 20ଟି ସୁପର ସ୍ପେଶାଲିଟି ହସ୍‍ପିଟାଲ ମଧ୍ୟ ନିର୍ମିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2014 ପୂର୍ବରୁ ଆମ ସ୍ୱାସ୍ଥ୍ୟ ଉଦ୍ୟୋଗର ବିଭିନ୍ନ ଦିଗ ଏବଂ ବିଭାଗ ଭିନ୍ନ ଭିନ୍ନ ଆଭିମୁଖ୍ୟ ଓ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା । 2014 ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ବିବିଧତାର ଅବସାନ ଘଟାଇ ଏହାକୁ ସାମଗ୍ରିକ ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀରେ ପରିଚାଳନା କରାଯାଉଛି । ଏଥିରେ ଚିକିତ୍ସା ସହିତ ରୋଗର ଦୂରୀକରଣ ଅଗ୍ରାଧିକାର ପାଇଛି । ଏହାଛଡା ଦେଶରେ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଣକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚକୁ ସରକାର ହ୍ରାସ କରିବା ସହିତ ଚିକିତ୍ସକମାନଙ୍କର ସଂଖ୍ୟା ବଢାଇବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ସମଗ୍ର ଦେଶରେ 15 ଲକ୍ଷ ହେଲ୍ଥ ଏଣ୍ଡ ୱେଲନେସ ସେଣ୍ଟର ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ ସେଥିରୁ 50 ହଜାର କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି । କେବଳ ଗୁଜରାଟରେ 5 ହଜାର ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି । ଦେଶରେ 7 ହଜାର ଜନଔଷଧୀ କେନ୍ଦ୍ର ମାଧ୍ୟମରେ 3.5 ଲକ୍ଷ ଗରିବ ରୋଗୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଅବସରରେ ତାହାର ଏକ ତାଲିକା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2020 ସ୍ୱାସ୍ଥ୍ୟସେବା ପାଇଁ ଆହ୍ୱାନର ବର୍ଷ ଥିଲା । 2021 ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ବର୍ଷ ହେବାକୁ ଯାଉଛି । ଅଧିକ ସଚେତନତାର ସହ ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଅଗ୍ରସର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ 2020ରେ ସୃଷ୍ଟ କରୋନା ମହାମାରୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଭାରତ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସେହି ଢଙ୍ଗରେ ଆଗାମୀ ଦିନରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ । 2021ରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତର ଅବଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ସମସ୍ୟାର ବ୍ୟାପକ ପରିସର ଏବଂ ତାହାର ସଫଳ ସମାଧାନ ସୂତ୍ର ବିଶେଷ ଗୁରୁତ୍ୱ ଲାଭ କରିବ । ଭାରତୀୟ ପେସାଦାର ଚିକିତ୍ସକଙ୍କ ଦକ୍ଷତା ଏବଂ ସେବା ପରାୟଣତା ସହିତ ଗଣଟିକାଦାନର ଉତ୍ତମ ଅଭିଜ୍ଞତା ବଳରେ ଭାରତ ଏ କ୍ଷେତ୍ରରେ ବିଶ୍ୱକୁ ଏକ ସୁଲଭ ଏବଂ ଚମତ୍କାର ସମାଧାନ ସୂତ୍ର ଯୋଗାଇବାରେ ସକ୍ଷମ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ଗୁଡିକ ସ୍ୱାସ୍ଥ୍ୟ ସମସ୍ୟା ଓ ସେଗୁଡିକର ସମାଧାନ ପାଇଁ ଟେକ୍‍ନୋଲଜିର ଉପଯୋଗ କରି ସ୍ୱାସ୍ଥ୍ୟସେବାକୁ ସୁଗମ କରିପାରିଛନ୍ତି । ଅତଏବ ‘ଭାରତ ଉଭୟ ସ୍ୱାସ୍ଥ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ରୋଗବ୍ୟାଧିର ସଂକ୍ରମଣ ବିଶ୍ୱବ୍ୟାପୀ ରୂପ ନେଉଛି । ତେଣୁ ଏହି ବୈଶ୍ୱିକ ସଂକ୍ରମଣର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସମନ୍ୱୟ ରକ୍ଷା ଏବଂ ବ୍ୟାଧିର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଭାରତ ଯାହା ସବୁ କରିଛି ବିଶ୍ୱର ଏକ ଅଂଶୀଦାରଭାବେ ସେ ଏହି ଦାୟିତ୍ୱ ନିର୍ବାହ କରିଛି । ଚାହିଦା ଦେଖି ଭାରତ ନିଜକୁ ପରିସ୍ଥିତି ସହ ଖାପ୍‍ ଖୁଆଇଛି, ନୂଆ ଉପାୟ ବାହାର କରିଛି ଏବଂ ତାହାକୁ ସଂପ୍ରସାରିତ କରିପାରିଛି । ବିଶ୍ୱ ସହିତ ଭାରତ ଏ କ୍ଷେତ୍ରରେ ଆଗକୁ ଯାଇଛି ଏବଂ ସାମୂହିକ ଉଦ୍ୟମରେ ଯଥାର୍ଥ ସହଯୋଗ ଯୋଗାଇଛି । ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱ ସ୍ୱାସ୍ଥ୍ୟର ନାଭିକେନ୍ଦ୍ରଭାବେ ଆତ୍ମପ୍ରକାଶ କରୁଛି । 2021ରେ ଭାରତର ଏହି ଭୂମିକାକୁ ଆମକୁ ଆହୁରି ଅଧିକ ସୁଦୃଢ କରିବାକୁ ପଡିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's tyre exports rise 16% in Q1 to ₹7,700 cr despite global headwinds: ATMA

Media Coverage

India's tyre exports rise 16% in Q1 to ₹7,700 cr despite global headwinds: ATMA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”