ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିନ୍ଦ୍ରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଏଗୁଡ଼ିକ ହେଲା :-

  • ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିଃର ସିନ୍ଦ୍ରି ସାର କାରଖାନା ପୁନରୁଦ୍ଧାର ପ୍ରକଳ୍ପ
  • ଗେଲ ଦ୍ୱାରା ରାଞ୍ଚି ସହର ଗ୍ୟାସ ଆବଂଟନ ପ୍ରକଳ୍ପ
  • ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଦେଓଘର
  • ଦେଓଘର ବିମାନ ବନ୍ଦର ବିକାଶ
  • ପତ୍ରାତୁ ସୁପର ଥର୍ମାଲ ଶକ୍ତି ପ୍ରକଳ୍ପ

ସେ ମଧ୍ୟ ଜନୌଷଧି କେନ୍ଦ୍ର ପାଇଁ ଏମଓୟୁ ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ ।

ଉପସ୍ଥିତ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାର ଝାଡ଼ଖଣ୍ଡର ଦ୍ରୁତ ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ସେ କହିଥିଲେ ଯେ ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ 27,000 ଟଙ୍କା ଖର୍ଚ୍ଚ କରାଯିବ । ସେ କହିଥିଲେ ଯେ ଏହି ବିକାଶ ପ୍ରକଳ୍ପଗୁଡ଼ିକ ଝାଡ଼ଖଣ୍ଡର ଯୁବକମାନଙ୍କୁ ଅନେକ ସୁଯୋଗ ଆଣିଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଦାୟିତ୍ୱ ଗ୍ରହଣ କରିବା ସମୟରେ 18,000 ଗ୍ରାମ ବିଦ୍ୟୁତ ଶକ୍ତିରୁ ବଞ୍ଚିତ ଥିଲା । ଆମେ ଲୋକମାନଙ୍କର ଜୀବନ ଆଲୋକିତ କରିବା ଲାଗି କାର୍ଯ୍ୟ କଲୁ ଏବଂ ସେଠାରେ ବିଦ୍ୟୁତ ଶକ୍ତି ପହଞ୍ଚାଇଲୁ ବୋଲି ସେ କହିଥିଲେ । ଏବେ, ଆମେ ଆହୁରି ଗୋଟିଏ ପାଦ ଆଗକୁ ଯାଇଛୁ ଏବଂ ଭାରତର ପ୍ରତ୍ୟେକ ପରିବାର ନିକଟରେ ବିଦ୍ୟୁତଶକ୍ତି ପହଁଚ ସୁନିଶ୍ଚିତ କରୁଛୁ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଚଳ ହୋଇପଡ଼ିଥିବା ସାର କାରଖାନାଗୁଡିକ ପୁନରୁଦ୍ଧାର ପ୍ରକ୍ରିୟାରେ ରହିଛି । ଏହାଦ୍ୱାରା ପୂର୍ବ ଭାରତ ବେଶୀ ଲାଭାନ୍ୱିତ ହେବ ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାଡ଼ଖଣ୍ଡରେ ଏମ୍ସ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଗରିବ ଲୋକମାନେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ବିମାନଯାତ୍ରାକୁ ଶସ୍ତା ଏବଂ ସୁଲଭ କରିପାରିଛନ୍ତି ।

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi makes India stand tall

Media Coverage

PM Modi makes India stand tall
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Dera Sachkhand Ballan
February 01, 2026

The Prime Minister, Shri Narendra Modi visited Dera Sachkhand Ballan, in Punjab, today. Shri Modi stated that it was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.

Shri Modi posted on X:

"It was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.”

“ਸ੍ਰੀ ਗੁਰੂ ਰਵਿਦਾਸ ਮਹਾਰਾਜ ਜੀ ਦੀ ਜਯੰਤੀ 'ਤੇ ਡੇਰਾ ਸੱਚਖੰਡ ਬੱਲਾਂ ਵਿਖੇ ਆਉਣਾ ਬਹੁਤ ਹੀ ਖ਼ਾਸ ਅਹਿਸਾਸ ਸੀ।”