PM Modi lays foundation stone for 'National Tribal Freedom Fighters' Museum in Dhaboi
We remember our freedom fighters from the tribal communities who gave a strong fight to colonialism: PM
Sardar Sarovar Dam would positively impact the lives of people in Gujarat, Maharashtra and Madhya Pradesh: PM Modi
It is because of Sardar Patel we are realising the dream of Ek Bharat, Shreshtha Bharat: PM Modi
The Statue of Unity will be a fitting tribute to Sardar Patel and will draw tourists from all over: PM
India would never forget the excellent leadership of Marshal of the IAF Arjan Singh in 1965: PM

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କେଭାଡିଆ ଠାରେ ମନ୍ତ୍ର ଉଚ୍ଚାରଣ କରାଯାଇ ଏହି ସମାରୋହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।  

 ପ୍ରଧାନମନ୍ତ୍ରୀ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଏକ ଫଳକ ଅନାବରଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ନିର୍ମାଣସ୍ଥଳୀ ପରିଦର୍ଶନରେ ଯାଇଥିଲେ । ସାଧୁ ବେଟ୍ ଠାରେ ଥିବା ଏହି ସ୍ଥାନରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ଠାରୁ କିଛି ଦୂରରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ସେଠାରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ ।

ଦାଭୋଇ ଠାରେ ଏକ ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବକ ଏକ ଫଳକ ଅନାବରଣ କରିଥିଲେ । ଏହା ନର୍ମଦା ମହୋତ୍ସବର ଉଦ୍ଯାପନୀ ସମାରୋହ ଥିଲା । ଏହି ମହୋତ୍ସବ ଦ୍ୱାରା ଗୁଜରାଟର ବିଭିନ୍ନ ଜିଲ୍ଲାରେ ନର୍ମଦା ନଦୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

 

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାରେ ବହୁସଂଖ୍ୟାରେ ଜନସାଧାରଣଙ୍କ ଉପସ୍ଥିତି ମା’ ନର୍ମଦାଙ୍କ ପ୍ରତି ଲୋକମାନଙ୍କ ମନରେ ରହିଥିବା ସମ୍ମାନକୁ ପ୍ରଦର୍ଶିତ କରୁଛି । ବିଶ୍ୱକର୍ମା ଜୟନ୍ତୀ ଅବସରରେ ସେ କହିଥିଲେ ଯେ ରାଷ୍ଟ୍ରନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେ ଅଭିବାଦନ ଜଣାଉଛନ୍ତି । 2022 ସୁଦ୍ଧା ଏକ ନୂତନ ଭାରତ ନିର୍ମାଣ ପାଇଁ ଭରପୂର ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

 

ଏହି ନଦୀବନ୍ଧ ନିର୍ମାଣ ପାଇଁ ସର୍ଦ୍ଦାର ପଟେଲଙ୍କ ପରିକଳ୍ପନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ । ସେ କହିଥିଲେ ଯେ ଉଭୟ ସର୍ଦ୍ଦାର ପଟେଲ ଏବଂ ଡ॰ବାବାସାହେବ ଆମ୍ବେଦକର ଜଳସେଚନ ତଥା ଜଳପଥ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ ।

 

  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ସମ୍ପଦର ଅଭାବ ବିକାଶ କ୍ଷେତ୍ରରେ ଏକ ବଡ଼ ବାଧକ ରୂପେ ରହିଆସିଛି । ଅତୀତରେ ସେ ସୀମାବର୍ତ୍ତୀ ଇଲାକାକୁ ଯାଇଥିବା ଏବଂ ସେଠାରେ ବିଏସ୍ଏଫ୍ ଯବାନମାନେ ଯଥେଷ୍ଟ ଜଳ ପାଉନଥିବା ଦେଖିଛନ୍ତି ବୋଲି କହିଥିଲେ । ଆମେ ନର୍ମଦା ନଦୀର ଜଳକୁ ସୀମାବର୍ତ୍ତୀ ଅଞ୍ଚଳକୁ ଯବାନମାନଙ୍କ ପାଇଁ ଆଣିଛୁ ବୋଲି ସେ କହିଥିଲେ । 

 

ଗୁଜରାଟର ଋଷି ଓ ମୁନିମାନେ ସର୍ଦ୍ଦାର ପଟେଲ ନଦବନ୍ଧ ନିର୍ମାଣ ପାଇଁ ବଡ଼ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଥିଲେ । ନର୍ମଦା ନଦୀର ଜଳ ସାଧାରଣ ଳୋକଙ୍କୁ ସହାୟକ ହେବ ଏବଂ ସେମାନଙ୍କ ଜୀବନକୁ ବଦଳାଇଦେବ, ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପଶ୍ଚିମ ପ୍ରାନ୍ତରେ ଜଳାଭାବ ଏବଂ ପୂର୍ବ ପ୍ରାନ୍ତରେ ଶକ୍ତି ଏବଂ ଗ୍ୟାସର ଅଭାବ ରହିଛି । ସେ କହିଥିଲେ ଯେ ଏହି ଅଭାବକୁ ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଯାହାଫଳରେ ଭାରତ ବିକାଶର ନୂଆ ସୋପାନକୁ ଉଠିପାରିବ ।

  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟେଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ପଟେଲଙ୍କ ସ୍ମୃତି ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଏହା ଚାରିଆଡ଼ୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଉପନିବେଶବାଦ ବିରୋଧରେ ସଂଗ୍ରାମ କରିଥିଲା ଆଦିବାସୀ ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ସେ ସ୍ମରଣ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥