କାର ନିକୋବାରରେ ପ୍ରଧାନମନ୍ତ୍ରୀ:

Published By : Admin | December 30, 2018 | 13:34 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାର-ନିକୋବାର ଗସ୍ତ କରିଥିଲେ ।

ସେ ସୁନାମୀ ସ୍ମାରକରେ ମାଲ୍ୟାର୍ପଣ କରିଥିଲେ ତଥା ୱାଲ ଅଫ ଲଷ୍ଟ ସୋଲ୍ସରେ ମହମବତି ଜଳାଇଥିଲେ ।

ସେ ଜନଜାତି ପ୍ରମୁଖ ଏବଂ ଦ୍ୱୀପ ସମୂହର ବିଶିଷ୍ଟ କ୍ରୀଡ଼ାବିତଙ୍କ ସହିତ ଆଲୋଚନା କରିଥିଲେ ।

ଏକ ସାଧାରଣ ସଭା ଅବସରରେ ସେ ଅରୋଙ୍ଗରେ ଆଇଟିଆଇ ଏବଂ ଏକ ଆଧୁନିକ  କ୍ରୀଡ଼ା ପରିସରର ଉଦଘାଟନ କରିଥିଲେ ।

ସେ ମସ ଜେଟି ନିକଟରେ ଉପକୂଳ ସୁରକ୍ଷା ଏବଂ କ୍ୟାମ୍ପବେଲ ଉପକୂଳ ଜେଟିର ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦ୍ୱୀପ ସମୂହର ଭବ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି, ପରମ୍ପରା ଏବଂ କଳାର ଆଲୋଚନା କରିଥିଲେ । ଦ୍ୱୀପ ସମୂହର ପାରିବାରିକ ଏବଂ ସାମୂହିକ ପରମ୍ପରା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଭାରତୀୟ ସମାଜର ଦୀର୍ଘ ସମୟ ଧରି ଏହା ଶକ୍ତି ହୋଇ ରହିଛି ।

ପ୍ରଧାନମନ୍ତ୍ରୀ ଏହି ସମାରୋହରେ ପହଁଚିବାର କିଛି ସମୟ ପୂର୍ବରୁ ସୁନାମୀ ସ୍ମାରକ- ୱାଲ ଅଫ ଲଷ୍ଟ ସୋଲ୍ସକୁ ନିଜର ଗସ୍ତ ବିଷୟରେ ଆଲୋଚନା କରିଥିଲେ । ସେ ନିକୋବାର ଦ୍ୱୀପ ସମୂହର ଲୋକମାନଙ୍କ ଭାବନା ଏବଂ ସୁନାମୀ ପରେ ଦ୍ୱୀପ ସମୂହର ନିର୍ମାଣରେ ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଅନାବରଣ ହୋଇଛି, ସେଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ,ନିଯୁକ୍ତି, ଦକ୍ଷତା ବିକାଶ, ପରିବହନ, ବିଦ୍ୟୁତ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ବିକାଶ ଦିଗରେ କରାଯାଉଥିବା ଏହି ଯାତ୍ରାରେ କେହି ଜଣଙ୍କୁ ମଧ୍ୟ କିମ୍ବା ଦେଶର କୌଣସି ଅଂଶକୁ ପଛରେ ନଛାଡ଼ିବାକୁ ନିଜ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଆମର ଉଦ୍ଦେଶ୍ୟ ଦୂରତା ହ୍ରାସ କରିବା ଏବଂ ହୃଦରେ ଘନିଷ୍ଠତା ଭାବନା ବିକାଶ କରିବା ଅଟେ ।

ସେ କହିଥିଲେ ଯେ ସାମୁଦ୍ରିକ ପ୍ରାଚୀର ନିର୍ମାଣ ହୋଇଯିବା ପରେ ଏହା କାର-ନିକୋବାର ଦ୍ୱୀପର ସୁରକ୍ଷାରେ ସହାୟକ ହେବ । ସେ କହିଥିଲେ ଯେ ଆଇଟିଆଇ ଦ୍ୱାରା ଦ୍ୱୀପ ସମୂହର ଯୁବକମାନଙ୍କୁ ଦକ୍ଷତା ସହିତ ଅଧିକାର ସମ୍ପନ୍ନ କରିବାରେ ସହାୟତା ମିଳିପାରିବ । ନିକୋବାର ଦ୍ୱୀପ ସମୂହର ଯୁବକମାନଙ୍କର କ୍ରୀଡ଼ା ପ୍ରତିଭା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ କ୍ରୀଡ଼ା ପରିସର ସେମାନଙ୍କ ଦକ୍ଷତାକୁ ପରିମାର୍ଜିତ କରିବାରେ ସହାୟକ ହୋଇପାରିବ । ସେ କହିଥିଲେ ଯେ ଭବିଷ୍ୟତରେ ଆହୁରି ଅଧିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହର ଲୋକମାନଙ୍କ ଜୀବନରେ ସରଳତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟାବରଣ ଏବଂ ସ୍ଥାନୀୟ ସଂସ୍କୃତିକୁ ସଂରକ୍ଷିତ କରି ବିକାଶ କାର୍ଯ୍ୟକୁ ଆରମ୍ଭ କରିବା ଲାଗି ଆମର ପ୍ରୟାସ ରହିଛି ।

କୃଷି କ୍ଷେତ୍ର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୋପରାର ସହାୟକ ମୂଲ୍ୟରେ ବୃଦ୍ଧି ବିଷୟରେ କହିଥିଲେ । ସେ କହିଥିଲେ ଯେ ସରକାର ମତ୍ସ୍ୟପାଳନ ଉଦ୍ୟୋଗ ସହ ଜଡ଼ିତ ଲୋକମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ଦେଶରେ ମତ୍ସ୍ୟପାଳନକୁ ଅଧିକ ଲାଭଜନକ କରିବା ଲାଗି ନିକଟରେ 7 ହଜାର କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ସେ କହିଥିଲେ ଯେ ସମୁଦ୍ର ନିକଟବର୍ତ୍ତୀ କ୍ଷେତ୍ର ଆମ ନୀଳକ୍ରାନ୍ତିର କେନ୍ଦ୍ର ହୋଇପାରିବ । ସେ କହିଥିଲେ ଯେ ସାମୁଦ୍ରିକ ଶୈବାଳ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଆଧୁନିକ ନୌକା କ୍ରୟ ଲାଗି ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ସେ କହିଥିଲେ ଯେ ଭାରତ ସୌର ଶକ୍ତିର ଉପଯୋଗ କରିବା ଲାଗି ନିରନ୍ତର ପ୍ରୟାସ କରୁଛି । ଏ ସନ୍ଦର୍ଭରେ ସେ ଅନ୍ତର୍ଜାତୀୟ ସୌର ମେଂଟ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସମୁଦ୍ର ନିକଟବର୍ତ୍ତୀ କ୍ଷେତ୍ରରେ ଅକ୍ଷୟ ଶକ୍ତିଉତ୍ପାଦନର ଅପାର ସମ୍ଭାବନା ରହିଛି । ସେ ଏ ଦିଗରେ କାର ନିକୋବାରରେ କରାଯାଉଥିବା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକୋବାର ଦ୍ୱୀପ ସମୂହ ଏବଂ ନିକଟବର୍ତ୍ତୀ ମାଲାକ୍କା ପ୍ରଣାଳୀର ଏହି ସମଗ୍ର କ୍ଷେତ୍ର ସମ୍ବଳ ଏବଂ ସୁରକ୍ଷା ଉଭୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଏହାକୁ ଧ୍ୟାନରେ ରଖି ଉପଯୁକ୍ତ ମାଲ ପରିବହନ ଭିତ୍ତିଭୂମିର ବିକାଶ କରାଯାଉଛି । ସେ କ୍ୟାମ୍ପବେଲ ଉପକୂଳ ଜେଟି ଏବଂ ମସ ଜେଟି ଲାଗି କରାଯାଉଥିବା ବିକାଶ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦ୍ୱୀପ ସମୂହର ବିକାଶ ଲାଗି ନିଜ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Current growth trajectory paves way for India to be a developed nation by 2047: Jeffrey Sachs

Media Coverage

Current growth trajectory paves way for India to be a developed nation by 2047: Jeffrey Sachs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.