ଜାମ୍ମୁରେ ପ୍ରଧାନମନ୍ତ୍ରୀ

Published By : Admin | February 3, 2019 | 15:12 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜି ଜାମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଚରଣରେ ଯାଇ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ସବୁ ପ୍ରକଳ୍ପ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଆଜି ଦିନ ତମାମ ଲେହ, ଜାମ୍ମୁ ଏବଂ ଶ୍ରୀନଗର ଗସ୍ତ କରିଥିଲେ ।

ଜାମ୍ମୁ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସାମ୍ବା, ବିଜୟପୁରଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରରେ ଏମ୍ସ ସ୍ଥାପନ ହେଲେ ସ୍ଥାନୀୟ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍‌ଧ ହୋଇପାରିବ ଏବଂ ଏହି କ୍ଷେତ୍ରରେ ପେଶାଦାରୀ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଥିବା ଅଭାବକୁ ପୂରଣ କରାଯାଇପାରିବ । ସେଥିପାଇଁ ରାଜ୍ୟ ମେଡ଼ିକାଲ କଲେଜରେ ଥିବା ଆସନ ସଂଖ୍ୟାରେ ଖୁବ୍‌ ଶୀଘ୍ର ଆଉ 500 ଆସନ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

କାଠୁଆଠାରେ ୟୁନିଭର୍ସିଟି ଇନଷ୍ଟିଟ୍ୟୁଟ ଅଫ୍‌ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜିକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଜାମ୍ମୁ କ୍ଷେତ୍ରର ଯୁବକଯୁବତୀମାନେ ଏଥିରେ 10% ଇଡ଼ବ୍ଲୁଏମ କୋଟା ପାଇପାରିବେ ।

ଏଥି ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଗଣ ଯୋଗାଯୋଗ ପ୍ରତିଷ୍ଠାନର ଉତ୍ତରାଞ୍ଚଳ କ୍ଷେତ୍ରୀୟ କେନ୍ତ୍ର ଜାମ୍ମୁର ଶିଳାନ୍ୟାସ କରିଥିଲେ । ଏହି କ୍ୟାମ୍ପସ୍‌ 2012-13 ଶିକ୍ଷାବର୍ଷ ଠାରୁ ଆରମ୍ଭ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି ଏକ ଅସ୍ଥାୟୀ ଗୃହରେ କାର୍ଯ୍ୟ କରି ଆସୁଥିଲା ।

ସେହିଭଳି ପ୍ରଧାନମନ୍ତ୍ରୀ 624 ମେଗାୱାଟ କ୍ଷମତା ବିଶିଷ୍ଟ କିରୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଜାମ୍ମୁର କିସ୍ତୱାର ଠାରେ 850 ମେଗାୱାଟ କ୍ଷମତା ବିଶିଷ୍ଟ ରାତଲେ ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରରେ ନୂତନ ଶକ୍ତି ପ୍ରକଳ୍ପମାନ ସ୍ଥାପନ କରାଗଲେ ତାହା ସ୍ଥାନୀୟ ଯୁବକମାନଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ସୌଭାଗ୍ୟ ଯୋଜନା ମାଧ୍ୟମରେ ଜାମ୍ମୁ କାଶ୍ମୀରରେ 100 % ଘରକୁ ବିଜୁଳି ଶକ୍ତି ଯୋଗାଇ ଦିଆଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳନରେ କାଶ୍ମୀର ଉପତ୍ୟକାରୁ ବାସଚ୍ୟୁତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ଏକ ଅସ୍ଥାୟୀ ଆବାସସ୍ଥଳୀ ନିର୍ମାଣର ଶିଳାନ୍ୟାସ କରିଥିଲେ । ସେ ଘୋଷଣା କରିଥିଲେ ଯେ ଏଭଳି ବାସଚ୍ୟୁତ କାଶ୍ମୀରୀମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ସକାଶେ 3000 ନୂତନ ପଦବୀ ସୃଷ୍ଟି କରାଯିବା ଦିଗରେ କାର୍ଯ୍ୟ ଜାରିରହିଛି । ପଣ୍ଡିତମାନେ ଯେଭଳି ପରସ୍ଥିତିରେ ସେମାନଙ୍କର ଘରଦ୍ୱାର ଛାଡ଼ିଛନ୍ତି ସେକଥା ଭାରତ କଦାପି ଭୁଲିବ ନାହିଁ । ଦେଶ ସେମାନଙ୍କ ନିକଟରେ ସଦାସର୍ବଦା ଛିଡ଼ା ହୋଇଛି ଏବଂ ସେହିଭଳି ଛିଡ଼ା ହୋଇଥିବ । ଯେଉଁମାନଙ୍କୁ ପଡ଼ୋଶୀ ରାଷ୍ଟ୍ରରେ ନାନା ପ୍ରକାର ନିର୍ଯ୍ୟାତନା ଦିଆଯାଉଛି ସେକଥା ମଧ୍ୟ ଭାରତ ଜାଣିଛି ଏବଂ ସେମାନଙ୍କ ସହ ଭାରତବାସୀ ସମଦୁଃଖୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ରାଜ୍ୟର ଦେବକୀ ଏବଂ ତାୱୀ ନଦୀର ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ସକାଶେ ଏକ ପ୍ରକଳ୍ପର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜାତୀୟ ନଦୀ ସୁରଓା ଯୋଜନା ମାଧ୍ୟମରେ ଏହି କାର୍ଯ୍ୟ କରାଯିବ ଏବଂ 2021 ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସୀମାନ୍ତରେ 14,000 ବଙ୍କର ଖୋଳାଯାଇଛି ଯାହାକି ଆମର ସୈନିକମାନଙ୍କୁ ସୁରକ୍ଷା ପ୍ରଦାନ କରିବ । ଗତ ସରକାରଙ୍କ କାଳରେ ଓଆରଓପିକୁ ଅଣଦେଖା କରାଯାଇଥିଲା ଓ ସେମାନଙ୍କୁ ମାତ୍ର 500 କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନର ସରକାର 35,000 କୋଟି ଟଙ୍କା ପ୍ରଦାନ କରିଛନ୍ତି । କର୍ତ୍ତାରପୁର ସାହିବ ପାଇଁ ଯଦି ଠିକଣା ସମୟରେ ପୂର୍ବବର୍ତ୍ତୀ ସରକାର ନିଷ୍ପତ୍ତି ନେଇଥାନ୍ତେ ତେବେ ତାହା ଆଜି ଭାରତର ଅଂଶବିଶେଷ ହୋଇ ରହିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ ଗସ୍ତର ଅନ୍ୟତମ ମୁଖ୍ୟ କାର୍ଯ୍ୟ ଥିଲା 1640 ମିଟର ଦୀର୍ଘ ଚେନାବ ନଦୀ ଉପରେ ସଜୱାଲ ଠାରେ ନିର୍ମିତ ପୋଲର ଦୋହରାକରଣର ଶିଳାନ୍ୟାସ । ଏହା ସଜୱାଲ

ଓ ଇନ୍ଦ୍ରି ପଟ୍ଟିଆନବାସୀଙ୍କୁ ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ ଏବଂ ଏବେ ସେମାନେ 47 କିଲୋମିଟର ପଥ ଯାତାୟତ କରୁଥିବା ବେଳେ ତାହା 5 କିଲୋମିଟରକୁ ହ୍ରାସ ପାଇବ । ଏହି କାର୍ଯ୍ୟକ୍ରମ ବେଳେ ପ୍ରଧାନନ୍ତ୍ରୀ ଜାମ୍ମୁ କାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସକାଶେ 40,000 କୋଟି ଟଙ୍କା ମଂଜୁର ଘୋଷଣା କରିଥିଲେ ।

.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived