In an effort to connect all the capitals of North East states, Itanagar has also been connected with the Railways: PM
Not just airports, the lives of people in Arunachal Pradesh will improve vastly with new and improved rail and road facilities: PM Modi
Arunachal Pradesh is India's pride. It is India's gateway, Centre will not only ensure its safety and security, but also fast-track development in the region: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ତ୍ରିପୁରା ଗସ୍ତ କ୍ରମରେ ପ୍ରଥମେଇଟାନଗରରେ ପହଁଚିଥିଲେ । ସେ ଇଟାନଗରରେ ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର ଏବଂ ସେଲା ଟନେଲର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଡିଡି ଅରୁଣପ୍ରଭା ଚାନେଲର ଶୁଭାରମ୍ଭ କରିଥିଲେ । ସେ ଇଟାନଗରର ଆଇଜି ପାର୍କରୁ ଅନ୍ୟ କେତେକ ବିକାଶ ପ୍ରକଳ୍ପ ଅନାବରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ଲାଇନ ଲୁମ ପରିଚାଳନାର ମଧ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଅରୁଣାଚଳ ଉଦିତ ସୂର୍ଯ୍ୟଙ୍କ ପ୍ରଦେଶ ବୋଲି ଦେଶର ବିଶ୍ୱାସ । ଆଜି 4ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟର ବିକାଶ ପ୍ରକଳ୍ପ ଉନ୍ମୋଚନ କରିବାର ସୁଅବସର ତାଙ୍କୁ ମିଳିଛି । 13 ହଜାର କୋଟି ଟଙ୍କାର ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟ ପ୍ରଗତି ପଥରେ ରହିଛି । ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟ ଉତ୍ତର ପୂର୍ବାଂଚଳ ରାଜ୍ୟରେ ବିକାଶ ଗତିବିଧି ସମ୍ପର୍କରେ 55 ମାସର ତାଙ୍କ ସରକାର ତୁଳନାରେ ବିଗତ ସରକାରଙ୍କ 55 ବର୍ଷର କାମର ତୁଳନା କରିବା ଲାଗିପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶାନୁରୂପ ଗତିରେ ଦ୍ରୁତ ବିକାଶ ହୋଇପାରିନାହିଁ । ସେ କହିଥିଲେ ଯେ ପୂର୍ବରୁ ଥିବା ସରକାର ଅରୁଣାଚଳ ପ୍ରଦେଶକୁ ଅବହେଳା କରିଆସିଥିଲା କିନ୍ତୁ ଆମେ ଏଠାରେ ପରିବର୍ତ୍ତନ ଆଣିଛୁ । ସେ ଏହା ଉପରେ ଜୋର ଦେଇ କହିଥିଲେ ଯେ ଉତ୍ତର-ପୂର୍ବ ଭାରତର ବିକାଶ ଦ୍ୱାରା ହିଁ ନୂତନ ଭାରତ ନିର୍ମାଣ ହୋଇପାରିବ । ଜନସାଧାରଣ ଏବଂ ଅଂଚଳକୁ ଯୋଡ଼ିବା ଲାଗି ବିକାଶ ହେବା ଆବଶ୍ୟକ । ଗତ 55 ମାସରେ ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ହେବାକୁ ଦିଆଯାଇନାହିଁ । ସେ କହିଥିଲେ ଯେ ଆମ ସରକାର ଅରୁଣାଚଳ ପାଇଁ 44ହଜାର କୋଟି ଟଙ୍କା ଆବଂଟନ କରିଛନ୍ତି, ଯାହା ଗତ ସରକାରଙ୍କ ଦ୍ୱାର ପ୍ରଦାନ କରାଯାଇଥିବା ଅର୍ଥରାଶି ତୁଳନାରେ ଦୁଇଗୁଣ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହୋଲାଙ୍ଗୀର ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ତେଜୁ ବିମାନବନ୍ଦରର ଉଦଘାଟନ କରିଥିଲେ । ହୋଲାଙ୍ଗିରେ 4100 ବର୍ଗ ମିଟର କ୍ଷେତ୍ରରେ 955 କୋଟି ଟଙ୍କା ବ୍ୟୟରେ ଟର୍ମିନାଲର ନିର୍ମାଣ କରାଯିବ । ଏହାର ପରିଚାଳନା କ୍ଷମତା 200 ଯାତ୍ରୀ ଘଣ୍ଟା ପ୍ରତି ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଠାରୁ ରାଜ୍ୟର ଯୋଗାଯୋଗ ଉନ୍ନତ ହେବ । ବର୍ତ୍ତମାନ ଇଟାନଗରରେ ପହଁଚିବା ଲାଗି ଗୌହାଟୀ ବିମାନ ବନ୍ଦରରେ ଓହ୍ଲାଇ ସଡ଼କ ମାର୍ଗ କିମ୍ବା ହେଲିକପ୍ଟର ସେବାର ଉପଯୋଗ କରିବାକୁ ପଡ଼ୁଥିଲା । ତେଜୁ ବିମାନ ବନ୍ଦରର ନିର୍ମାଣ 50 ବର୍ଷ ପୂର୍ବେ ହୋଇଥିଲା । କୌଣସି ସରକାର ରାଜ୍ୟକୁ ଦେଶର ଅନ୍ୟ ଭାଗ ସହିତ ଯୋଡ଼ିବା ଲାଗି ଚିନ୍ତା ମଧ୍ୟ କରିନଥିଲା । 125 କୋଟି ଟଙ୍କା ବ୍ୟୟରେ ଆମେ ଏହି ଛୋଟ ବିମାନ ବନ୍ଦରର ସମ୍ପ୍ରସାରଣ କଲୁ । ଉଡ଼ାନ ଯୋଜନା ଦ୍ୱାରା ଶସ୍ତା ବିମାନ ଯାତ୍ରାର ଲାଭ ଲୋକମାନଙ୍କୁ ମିଳିପାରିବ । କେବଳ ବିମାନ ବନ୍ଦର ଦ୍ୱାରା ହିଁ ନୁହେଁ ବରଂ ନୂଆ ରେଳ ଏବଂ ସଡ଼କ ସୁବିଧା ଦ୍ୱାରା ଅରୁଣାଚଳ ପ୍ରଦେଶର ଲୋକମାନଙ୍କ ଜୀବନ ଉନ୍ନତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସମସ୍ତ ଋତୁରେ ତୱାଙ୍ଗ ଘାଟିରେ ପହଁଚିବା ସମ୍ଭ ହୋଇପାରିବ । ତୱାଙ୍ଗ ପହଁଚିବା ଲାଗି ଯାତ୍ରା ସମୟରେ ଏକ ଘଣ୍ଟା ହ୍ରାସ ପାଇବ । ଏହି ପ୍ରକଳ୍ପର ନିର୍ମାଣ ବ୍ୟୟ 700 କୋଟି ଟଙ୍କା ଅଟକଳ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୋଗିବିଲରେ ସଡ଼କ ଏବଂ ରେଳ ପୋଲରେ ଅରୁଣାଚଳ ପ୍ରଦେଶର ମୁଖ୍ୟ ଭୂମି ସହ ଉନ୍ନତ ଭାବେ ଯୋଡ଼ି ହୋଇଛି । ରାଜ୍ୟର ଯୋଗାଯୋଗକୁ ଉନ୍ନତ କରିବା ଲାଗି ସରକାର 1 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାମ କରୁଛନ୍ତି । ଗତ ଦୁଇ ବର୍ଷରେ ସଡ଼କ ମାଧ୍ୟମରେ 1 ହଜାର ଗ୍ରାମକୁ ଯୋଡ଼ାଯାଇଛି । ଟ୍ରାନ୍ସ-ଅରୁଣାଚଳ ରାଜପଥ ନିର୍ମାଣର ମଧ୍ୟ କାର୍ଯ୍ୟ ଅଗ୍ରଗତି ପଥରେ ରହିଛି । ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ପରସ୍ପର ସହ ଯୋଡ଼ିବା ଲାଗି ଇଟାନଗର ରେଳ ସେବା ସହ ଯୋଡ଼ାଯାଇଛି । ନାହର ଲାଗୁନରୁ ଅରୁଣାଚଳ ଏକ୍ସପ୍ରେସ ସପ୍ତାହରେ ଦୁଇ ଥର ଚାଲୁଛି । ନୂଆ ରେଳ ଲାଇନ ପାଇଁ ରାଜ୍ୟର 6ଟି ସ୍ଥାନରେ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଛି । ତିନୋଟି ସ୍ଥାନରେ ସର୍ବେକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ତୱାଙ୍ଗକୁ ମଧ୍ୟ ରେଳ ସେବା ସହ ଯୋଡ଼ିବାର ଯୋଜନା ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ରାଜ୍ୟରେ ଶତପ୍ରତିଶତ ଘରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ପ୍ରଧାନମନ୍ତ୍ରୀ 110 ମେଗାୱାଟ କ୍ଷମତା ବିଶିଷ୍ଟ ଜଳବିଦ୍ୟୁତ ପ୍ଲାଂଟର ଲୋକାର୍ପଣ କରିଥିଲେ । ସେ କହିଥିଲେ ଯେ ଆମେ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରୁଛୁ । ଆଜି 12ଟି ଜଳ ବିଦ୍ୟୁତ ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଅରୁଣାଚଳ ପ୍ରଦେଶ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଲାଭ ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତକାଲି ମୁଁ ଲୋକମାନଙ୍କ ଠାରୁ ଉତ୍ତର-ପୂର୍ବାଂଚଳ ରାଜ୍ୟ ଭ୍ରମଣ କରିବାର ଫଟୋଚିତ୍ର ଶେୟାର କରିବା ପାଇଁ ଆହ୍ୱାନ କରିଥିଲି । କିଛି ସେକେଣ୍ଡ ମଧ୍ୟରେ ବିଦେଶୀ ନାଗିରକମାନଙ୍କ ସମେତ ଲୋକମାନେ ହଜାର ହଜାର ଫଟୋ ଟ୍ୱିଟ କରିଥିଲେ । ସେ କହିଥିଲେ ଯେଉଁ ପ୍ରକଳ୍ପଗୁଡ଼ିକର ଆଜି ଅନାବରଣ ହୋଇଛି ସେଗୁଡ଼ିକ ଦ୍ୱାରା ଲୋକମାନଙ୍କ ଜୀବନଧାରଣ ସହଜ ହେବ ଏବଂ ପର୍ଯ୍ୟଟନର ବିକାଶ ହୋଇପାରିବ । ଫଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ 50ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟମରେ ଆମେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ନିର୍ମାଣ କରୁଛୁ । ଏହି କେନ୍ଦ୍ରରୁ ସ୍ୱାସ୍ଥ୍ୟ ସୁବିଧା ଉନ୍ନତ ହେବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଅନ୍ତର୍ଗତ 150 ଦିନରେ 11 ଲକ୍ଷରୁ ଗରିବ ଲୋକମାନଙ୍କୁ ଲାଭ ମିଳିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବଜେଟରେ ଘୋଷିତ ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ 5 ଏକରରୁ କମ ଜମି ଥିବା ଚାଷୀଙ୍କ ବ୍ୟାଙ୍କ ଖାତାରେ ତିନୋଟି କିସ୍ତିରେ ବାର୍ଷିକ 6 ହଜାର ଟଙ୍କା ଦିଆଯିବ । ସେ କହିଥିଲେ ଯେ କେନ୍ଦ୍ର ସରକାର ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ଅରୁଣାଚଳ ପ୍ରଦେଶ ସରକାରଙ୍କୁ ଯଥାସମ୍ଭବ ସହାୟତା କରିବେ ।

ପ୍ରଧାନମନ୍ତ୍ରୀ ଇଟାନଗରର ଆଇଜି ପାର୍କରେ ଅରୁଣାଚଳ ପ୍ରଦେଶ ପାଇଁ ସ୍ୱତନ୍ତ୍ର ଡିଡି ଚ୍ୟାନେଲ-ଅରୁଣ ପ୍ରଭାର ଶୁଭାରମ୍ଭ କରିଥିଲେ । ଏହି 24 ଘଣ୍ଟିଆ ଚାନେଲର ପରିଚାଳନା ଦୂରଦର୍ଶନ କରିବ । ଏହିଚାନେଲ ଦ୍ୱାରା ରାଜ୍ୟର ଦୂରବର୍ତ୍ତୀ ଇଲାକାରେ ଲୋକମାନଙ୍କ ନିକଟରେ ସମାଚାର ପହଁଚିପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଜୋଟଠାରେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାନ (ଏଫଟିଆଇଆଇ)ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଥିଲେ ।

ଅରୁଣାଚଳ ପ୍ରଦେଶ ଭାରତର ଗୌରବ । ଏହା ଭାରତର ଦ୍ୱାର ଏବଂ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ଆମେ କେବଳ ଏହାର ସଂରକ୍ଷଣ ଏବଂ ସୁରକ୍ଷା କରିବୁ ନାହିଁ ବରଂ ଏହାର ଦ୍ରୁତ ବିକାଶ ମଧ୍ୟ କରିବୁ ବୋଲି କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଶେଷ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Scan, withdraw, done: EPFO 3.0 plans instant PF access via ATMs and UPI

Media Coverage

Scan, withdraw, done: EPFO 3.0 plans instant PF access via ATMs and UPI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi meets representatives of Janjati Suraksha Manch
May 28, 2026

The Prime Minister, Shri Narendra Modi met representatives of Janjati Suraksha Manch in New Delhi today.

The Prime Minister appreciated their dedication towards the tribal society.

During the interaction, discussions were held on various issues related to the development and empowerment of tribal communities.

The Prime Minister wrote on X;

“नई दिल्ली में आज जनजाति सुरक्षा मंच के प्रतिनिधियों से मुलाकात का अवसर मिला। आदिवासी समाज के लिए इनका समर्पण भाव बहुत सराहनीय है। इस दौरान जनजातीय समुदायों के विकास और उनके सशक्तिकरण से जुड़े विभिन्न विषयों पर सार्थक चर्चा हुई।”