Manipur is rapidly moving ahead on the path of development on every scale: Prime Minister Modi
Whenever there is discussion about electrifying India’s villages, the name of Leisang village in Manipur will also come: PM Modi
North East, which Netaji described as the gateway of India's independence, is now being transformed as the gateway of New India's development story: Prime Minister

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇମ୍ଫାଲ ଗସ୍ତ କରିଥିଲେ । ମୋରେ ଠାରେ ଏକ ବିଶାଳ ଜନସଭାରେ ସେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ କରିଥିଲେ । ସେ ମଧ୍ୟ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ ଏବଂ ଜଳଯୋଗାଣ ଓ ପର୍ଯ୍ୟଟନ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।

 

400 କେଭି କ୍ଷମତା ବିଶିଷ୍ଟ ଡବଲ ସର୍କିଟ ସିଲଚର-ଇମ୍ଫାଲ ଲାଇନକୁ ମଧ୍ୟ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

ସେ ଏକ କ୍ରୀଡ଼ା ପ୍ରକଳ୍ପ ପାଇଁ ମଧ୍ୟ ଆଧାରଶିଳା ରଖିଥିଲେ ।

ସମବେତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଣିପୁରର ବୀର ସ୍ୱାଧୀନତା ସଂଗ୍ରାମୀ ବିଶେଷ କରି ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ସ୍ମରଣ କରାଇଦେଇଥିଲେ ଯେ ଅବିଭାଜିତ ଭାରତର ପ୍ରଥମ ଅନ୍ତରୀଣ ସରକାର ମଣିପୁରର ମୋଇରାଙ୍ଗ ଠାରେ ପ୍ରତିଷ୍ଠା ହୋଇଥିଲା । ଉତ୍ତର ପୂର୍ବାଂଚଳର ଲୋକମାନଙ୍କ ଠାରୁ ଆଜାଦ ହିନ୍ଦ ଫୌଜକୁ ମିଳିଥିବା ସହାୟତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ନୂତନ ଭାରତର ଅଭିବୃଦ୍ଧି କାହାଣୀରେ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ 1500 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯାଇଛି । ସେ କହିଥିଲେ ଏହିସବୁ ପ୍ରକଳ୍ପଗୁଡ଼ିକ ରାଜ୍ୟର ଲୋକମାନଙ୍କ ପାଇଁ "ସହଜ ଜୀବନଧାରଣ'' ମାନରେ ଉନ୍ନତି ଆଣିବ ।

ଗତ ସାଢ଼େ 4 ବର୍ଷରେ ସେ ପ୍ରାୟ 30 ଥର ଉତ୍ତର-ପୂର୍ବାଂଚଳକୁ ଆସିଥିବା ସେ କହିଥିଲେ । ସେ କହିଥିଲେ ଯେ ଉତ୍ତର ପୂର୍ବାଂଚଳରେ ଏବେ ପରିବର୍ତ୍ତନ ଆସିବାରେ ଲାଗିଛି ଏବଂ ଦୀର୍ଘ ଦଶନ୍ଧି ଧରି ପଡ଼ିରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଉଛି ।

ସେ କହିଥିଲେ ମୋରେ ଠାରେ ସମନ୍ୱିତ ଚେକ ପୋଷ୍ଟ ନିର୍ମାଣ ହେବା ଫଳରେ ସୀମାଶୁଳ୍କ କ୍ଲିୟରାନ୍ସ,ବିଦେଶୀମୁଦ୍ରା ବିନିମୟ, ଇମିଗ୍ରେସନ କ୍ଲିୟରାନ୍ସ ଆଦିରେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁସବୁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯାଉଛି, ସେଥିରୁ ଏହା ପ୍ରମାଣିତ ହେଉଛି ଯେ କେନ୍ଦ୍ର ସରକାର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ କହିଥିଲେ ଯେ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପର ଯୋଜନା 1987ରେ କରାଯାଇଥିଲା । କିନ୍ତୁ ଏହାର କାମ 2014 ପରେ ତ୍ୱରାନ୍ୱିତ ହୋଇଥିଲା । ଏବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । ସେ ଆଜି ଉଦଘାଟିତ ହେଉଥିବା ପର୍ଯ୍ୟଟନ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ କାର୍ଯ୍ୟାଳୟରେ “ପ୍ରଗତି” ପ୍ରଣାଳୀ ଅନ୍ତର୍ଗତ ଭିଡିଓ କନଫରେନ୍ସିଂ ଜରିଆରେ ଅଟକି ରହିଥିବା ପ୍ରକଳ୍ପର ଅନୁଧ୍ୟାନ କରାଯାଉଛି । ସେ କହିଥିଲେ ଯେ ପ୍ରଗତି ବୈଠକଗୁଡ଼ିକ ଜରିଆରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 12 ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଟକି ରହିଥିବା ପ୍ରକଳ୍ପ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ସମାଧାନ କରାଯାଇଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସାଭୋମବୁଙ୍ଗରେ ଭାରତୀୟ ସାଓମ୍ବଙ୍ଗ ଠାରେ ଏଫସିଆଇର ଗୋଦାମ ପାଇଁ ଡିସେମ୍ବର, 2016ରେ କାର୍ଯ୍ୟାରମ୍ଭ କରାଯାଇଥିଲା ଏବଂ ଏହା ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି । ସେ ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ବିଷୟରେ ମଧ୍ୟ ଏପରି ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ ଉତ୍ତର-ପୂର୍ବାଂଚଳକୁ ଏପରି ଉନ୍ନତ ସଡ଼କ, ରେଳ ଏବଂ ଆକାଶମାର୍ଗରେ ଯୋଗାଯୋଗ ପ୍ରଦାନ କରାଯାଉଛି ଯାହା "ଯାତାୟାତ' ଜରିଆରେ ପରିବର୍ତ୍ତନ'ର ଦୃଷ୍ଟିକୋଣ ଅନୁରୂପ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ସ୍ୱଚ୍ଛତା ଏବଂ ଆକାଂକ୍ଷୀ ଜିଲ୍ଲା ଚନ୍ଦେଲର ବିକାଶ ଭଳି ଅନ୍ୟ କ୍ଷେତ୍ରଗୁଡ଼ିକରେ ହେଉଥିବା ପ୍ରଗତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମଣିପୁର ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଆଗ ଧାଡ଼ିରେ ରହିଛି । ମଣିପୁର ବିଶିଷ୍ଟ କ୍ରୀଡ଼ାବିତ ମେରୀ କମଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ରୀଡ଼ା ମହାଶକ୍ତି କରିବାରେ ଉତ୍ତର-ପୂର୍ବାଂଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ କହିଥିଲେ ଯେ ଭାରତରେ ଆଥଲେଟମାନଙ୍କ ଚୟନ ଏବଂ ତାଲିମରେ ପାରଦର୍ଶୀତା ବଜାୟ ରଖାଯାଉଛି, ଯାହା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉନ୍ନତ ପ୍ରଦର୍ଶନ ଦ୍ୱାରା ସ୍ପଷ୍ଟ ହୋଇଛି ।

 

 

 

 

 

 

 

 

 

 

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"