ଭାରତ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ସହିତ କରୋନାର ମୁକାବିଲା କରିଛି : ପ୍ରଧାନମନ୍ତ୍ରୀ
ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ
ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି
ଅଗ୍ରଣୀ କରୋନା ଯୋଦ୍ଧାଙ୍କ ପ୍ରତି ଜଣାଇଲେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3006ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରାରମ୍ଭରେ ଟୀକା ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ସାଧାରଣତଃ ଟୀକା ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଲାଗିଥାଏ । କିନ୍ତୁ ଏଠାରେ, ଏତେ କମ ସମୟରେ, ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ମେଡ-ଇନ-ଇଣ୍ଡିଆ ଟୀକା ପ୍ରସ୍ତୁତ କରାଯାଇପାରିଛି । ଟୀକାର ଦୁଇଟି ଡୋଜ୍ ନେବା ଯେମିତି ଭୁଲି ନଯାଆନ୍ତି ସେଥିପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ଅତିକମରେ ଗୋଟିଏ ମାସର ବ୍ୟବଧାନ ରହିବ । ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଜରୁରି ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ, ତେଣୁ ଟୀକା ନେବା ପରେ ମଧ୍ୟ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ବ୍ୟାପକ ସ୍ତରର ଏହି ଟୀକାକରଣ ଅଭିଯାନ ଉପରେ ଦୃଷ୍ଟିପାତ କରି କହିଥିଲେ ଯେ କେବଳ ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଲୋକଙ୍କୁ ଟୀକା ଦିଆଯିବ, ଅର୍ଥାତ ଅତିକମରେ ବିଶ୍ୱର 100ରୁ ଅଧିକ ଦେଶର ଜନସଂଖ୍ୟା ଠାରୁ ଅଧିକ ଲୋକ ଟୀକା ନେବେ । ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଆଗକୁ ନିଆଯାଇ ବୟସ୍କ ଜନସାଧାରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଲୋକଙ୍କୁ ଟୀକା ଦିଆଯିବ ବୋଲି ସେ କହିଥିଲେ । ସେ କହିଥିଲେ ଯେ କେବଳ ତିନୋଟି ଦେଶ-ଭାରତ, ଆମେରିକା ଓ ଚୀନରେ 30 କୋଟିରୁ ଅଧିକ ଲୋକସଂଖ୍ୟା ରହିଛନ୍ତି ।

ଟୀକା ପ୍ରସ୍ତୁତ କରିଥିବା ଭାରତୀୟ ବୈଜ୍ଞାନିକ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଭାରତୀୟ ପ୍ରକ୍ରିୟା ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରତି ସାରା ବିଶ୍ୱରେ ଯଥେଷ୍ଟ ବିଶ୍ୱସନୀୟତା ରହିଛି ଏବଂ ନିରନ୍ତର ଭାବେ ଉନ୍ନତ ପରିଣାମ ମାଧ୍ୟମରେ ଏହି ବିଶ୍ୱାସ ଅର୍ଜନ କରାଯାଇଛି । ତେଣୁ ଟୀକା ସଂକ୍ରାନ୍ତ ଗୁଜବ ଏବଂ ଷଡ଼ଯନ୍ତ୍ରକାରୀ ଅବଧାରଣାକୁ ବିଶ୍ୱାସ ନକରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ।

କରୋନା ବିରୋଧରେ ଏକତ୍ରିତ ହୋଇ ସାହସର ସହିତ ଲଢ଼େଇ କରିଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ସହିତ କରୋନା ମୁକାବିଲା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ ନହେବାକୁ ଦେବାର ଏକ ଦୃଢ଼ସଂକଳ୍ପ ସେ ଦେଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୋଲିସ ଏବଂ ଅନ୍ୟ ଅଗ୍ରଣୀ ଯୋଦ୍ଧା ଯେଉଁମାନେ ଅନ୍ୟର ଜୀବନ ବଂଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଘରକୁ ଫେରିପାରିନଥିଲେ, କାରଣ ଭୂତାଣୁ ବିରୋଧୀ ଲଢ଼େଇରେ ସେମାନଙ୍କର ଜୀବନ ଚାଲିଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଥିଲେ । ନିରାଶା ଓ ଭୟର ପରିବେଶ ମଧ୍ୟରେ ଅଗ୍ରଣୀ କରୋନା ଯୋଦ୍ଧାମାନେ ଆଶାର ନୂଆ ଆଲୋକ ନେଇ ଆସିଥିଲେ । ଆଜି ପ୍ରଥମେ ସେମାନଙ୍କୁ ଟୀକା ଦେଇ ଦେଶ କୃତଜ୍ଞତାର ସହିତ ସେମାନଙ୍କର ଯୋଗଦାନକୁ ସ୍ୱୀକାର କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ସଂକଟର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସଠିକ ସମୟରେ ସଠିକ ନିଷ୍ପତି ନେବା କ୍ଷେତ୍ରରେ ଭାରତ ସତର୍କତା ପ୍ରଦର୍ଶିତ କରିଥିଲା । ଭାରତରେ 30 ଜାନୁଆରୀ, 2020 ରେ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା, ଏହାର ଦୁଇ ସପ୍ତାହ ପୂର୍ବରୁ ଭାରତ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିଥିଲା । ଆଜିକୁ ଠିକ୍ ଏକ ବର୍ଷ ପୂର୍ବରୁ ଭାରତ ସଠିକ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । 17 ଜାନୁଆରୀ 2020 ରେ ଭାରତ ପ୍ରଥମ ମାର୍ଗଦର୍ଶିକା ଜାରି କରିଥିଲା ଏବଂ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ ଆରମ୍ଭ କରିବାରେ ଭାରତ ଥିଲା ପ୍ରଥମ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ଜନତା କର୍ଫ୍ୟୁ ସମୟରେ ଶୃଙ୍ଖଳା ଏବଂ ଧୈର୍ଯ୍ୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅଭ୍ୟାସ ଲକଡାଉନ ପାଇଁ ଦେଶକୁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲା ବୋଲି ସେ ଆଲୋକପାତ କରିଥିଲେ । ତାଳି-ଥାଳି ବଜାଇବା ଓ ଦୀପ ଜଳାଇବା ଦ୍ୱାରା ଦେଶର ମନୋବଳ ସୁଦୃଢ଼ ହୋଇଥିଲା ।

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କର ଉଦ୍ଧାର ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏପରି ଏକ ସମୟ ଯେତେବେଳେ ବିଶ୍ୱର ଅନେକଗୁଡ଼ିଏ ରାଷ୍ଟ୍ର ସେମାନଙ୍କର ନାଗରିକମାନଙ୍କୁ ଚୀନରେ ଫସି ରହିବାକୁ ଦେଇଥିଲେ, ଭାରତ କେବଳ ନିଜ ଦେଶର ଲୋକମାନଙ୍କୁ ସେଠାରୁ ଉଦ୍ଧାର କଲା ନାହିଁ ବରଂ ଅନ୍ୟ ଦେଶର କିଛି ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରି ଆଣିଥିଲା । ଉଦ୍ଧାର କରାଯାଉଥିôବା ଭାରତୀୟଙ୍କ ନମୁନା ପରୀକ୍ଷାରେ ସମସ୍ୟା ଭୋଗୁଥିବା ଏକ ରାଷ୍ଟ୍ରକୁ ଏକ ସମ୍ପୂର୍ଣ୍ଣ ପରୀକ୍ଷାଗାର ପଠାଇବା ଘଟଣାର ସେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଙ୍କଟର ମୁକାବିଲା ଲାଗି ଭାରତର ପ୍ରୟାସକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି । କେନ୍ଦ୍ର, ରାଜ୍ୟ, ସ୍ଥାନୀୟ ସରକାର, ସରକାରୀ କାର୍ଯ୍ୟାଳୟ, ସାମାଜିକ ସଂଗଠନ ମିଳିତ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରିବା ଏବଂ ସମନ୍ୱିତ ତଥା ଏକତ୍ରିତ ଢଙ୍ଗରେ ସଂକଟର ମୁକାବିଲା କରିବାର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ “ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ କରୁଛି । ଏହା ଏକ ଗୌରବର ଦିନ, ଆମର ବୈଜ୍ଞାନିକ ଏବଂ ଆମର କଠିନ ପରିଶ୍ରମୀ ସ୍ୱାସ୍ଥ୍ୟସେବା କର୍ମୀ, ନର୍ସିଂ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ସାମର୍ଥ୍ୟ ଓ ସଫଳତାର ଏକ ଉତ୍ସବ ।

ସାର୍ବଜନୀନ ସ୍ୱାସ୍ଥ୍ୟ, ଆନନ୍ଦ ଲାଭ ସହିତ ଦୁଃଖରୁ ମୁକ୍ତି ଲାଗି ବୈଦିକ ମନ୍ତ୍ର-

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାକଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ । ।

ସହିତ ସମସ୍ତେ ସୁସ୍ଥ ଏବଂ ନିରୋଗ ରୁହନ୍ତୁ ।”

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.