ଆଜିକା ଦିନରେ ଭାରତ ପାଇଁ ଗ୍ୟାସଭିତ୍ତିକ ଅର୍ଥନୀତି ନିହାତି ଜରୁରି: ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗକୁ ଏକ ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ କେନ୍ଦ୍ର ଭାବେ ବିକାଶ କରିବା ନିମନ୍ତେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହଳଦିଆ ଗସ୍ତରେ ଯାଇ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଅଂଶବିଶେଷ ଭାବେ ୩୪୮ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ହଳଦିଆ ରିଫାଇନରିର ଦ୍ୱିତୀୟ କାଟାଲିଟିକ-ଆଇସୋଡିୱାକ୍ସିଙ୍ଗ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜାତୀୟ ରାଜପଥ ୪୧ରେ ହଳଦିଆର ରାଣୀଛକଠାରେ ୪ ଲେନବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ମଧ୍ୟ ରାଷ୍ଟ୍ରକୁ ଉତ୍ସର୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କନେକ୍ଟିଭିଟି ଓ ସ୍ୱଚ୍ଛ ଇନ୍ଧନର ଉପଲବ୍ଧତା ସଂକ୍ରାନ୍ତ ଆତ୍ମନିର୍ଭର ଭାରତ ଦୃଷ୍ଟିରୁ ଆଜି ହେଉଛି ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହି ୪ଟି ପ୍ରକଳ୍ପ ଉକ୍ତ ଅଞ୍ଚଳରେ ଲୋକଙ୍କ ଜୀବନକୁ ସହଜ କରିବା ସହ ବ୍ୟବସାୟକୁ ମଧ୍ୟ ସହଜ କରିପାରିବ । ଏଥିସହ ପ୍ରକଳ୍ପଗୁଡ଼ିକ ହଳଦିଆକୁ ଏକ ପ୍ରମୁଖ ରପ୍ତାନି-ଆମଦାନୀ ପେଣ୍ଠସ୍ଥଳ ଭାବେ ଗଢ଼ିତୋଳିବା ଦିଗରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଜିକା ଦିନରେ ଭାରତ ପାଇଁ ଗ୍ୟାସ-ଭିତ୍ତିକ ଅର୍ଥନୀତି ନିହାତି ଆବଶ୍ୟକ । ଏହି ଆବଶ୍ୟକତା ପୂରଣ ନିମନ୍ତେ ଗୋଟିଏ ରାଷ୍ଟ୍ର-ଗୋଟିଏ ଗ୍ୟାସ ଗ୍ରୀଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିପାଇଁ, ପ୍ରାକୃତିକ ଗ୍ୟାସ ଦର ହ୍ରାସ କରିବା ଏବଂ ଗ୍ୟାସ-ପାଇପଲାଇନ ନେଟୱର୍କ ସମ୍ପ୍ରସାରଣ କରିବା ଉପରେ ଏବେ ଧ୍ୟାନ ଦିଆଯାଉଛି । ଆମର ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଭାରତ ଆଜି ସର୍ବାଧିକ ଗ୍ୟାସ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି । ତା’ଛଡ଼ା ସୁଲଭ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ବଜେଟରେ ହାଇଡ୍ରୋଜେନ ମିଶନ ଘୋଷଣା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପୂର୍ବ ଭାରତରେ ଲୋକଙ୍କ ଜୀବନ ଓ ବ୍ୟବସାୟରେ ସୁଧାର ଆଣିବା ପାଇଁ ରେଳ, ସଡ଼କ, ବିମାନବନ୍ଦର, ଜଳମାର୍ଗ ଆଦିରେ ହୋଇଥିବା କାର୍ଯ୍ୟଗୁଡ଼ିକ ଉପରେ ଅବଲୋକନ କରିଥିଲେ । ସେ ଦର୍ଶାଇଥିଲେ ଯେ ଏହି ଅଞ୍ଚଳରେ ଗ୍ୟାସ ଅଭାବ ଯୋଗୁ ଶିଳ୍ପ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏହାର ପ୍ରତିକାର ସ୍ୱରୂପ, ପୂର୍ବ ଭାରତକୁ ପୂର୍ବ ଓ ପଶ୍ଚିମ ବନ୍ଦରଗୁଡ଼ିକ ସହ ଯୋଡ଼ିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପାଇପଲାଇନର ଏକ ବଡ଼ ଅଂଶ ଭାବେ ଆଜି ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ୩୫୦ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପାଇପଲାଇନ ସିଧାସଳଖ ଭାବେ କେବଳ ପଶ୍ଚିମବଙ୍ଗ ନୁହେଁ, ବିହାର ଓ ଝାଡ଼ଖଣ୍ଡର ୧୦ ଜିଲ୍ଲାକୁ ମଧ୍ୟ ଫାଇଦା ପହଞ୍ଚାଇବ । ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ୧୧ ଲକ୍ଷ ଶ୍ରମ ଦିବସ ଉପଲବ୍ଧ କରାଯାଇ ପାରିଛି । ଏହାଦ୍ୱାରା ରୋଷେଇ ଘରକୁ ସ୍ୱଚ୍ଛ ପାଇପ ଏଲପିଜି ଯୋଗାଇ ଦିଆଯିବ ଏବଂ ସ୍ୱଚ୍ଛ ସିଏନଜି ଯାନବାହନ ଚଳାଚଳ ପାଇଁ ବାଟ ଫିଟିବ । ସିନ୍ଦି୍ର ଓ ଦୁର୍ଗାପୁର ସାର କାରଖାନାକୁ ନିରନ୍ତର ଭାବେ ଗ୍ୟାସ ଯୋଗାଣ ସମ୍ଭବ ହୋଇପାରିବ । ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନର ଦୁର୍ଗାପୁର-ହଳଦିଆ ସେକ୍ସନକୁ ତୁରନ୍ତ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ଗେଲ ଓ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ।

ଉଜ୍ଜ୍ୱଳା ସ୍କିମ ଦ୍ୱାରା ଉକ୍ତ ଅଞ୍ଚଳରେ ଅଧିକ ଏପିଜି ବ୍ୟବହାର ଓ ଚାହିଦା ବଢ଼ିଥିବାରୁ ଏଠାରେ ଏଲପିଜି ଭିତ୍ତିଭୂମିରେ ଆହୁରି ସୁଧାର ଆଣିବା ଲାଗି କାର୍ଯ୍ୟ ଜାରି ରହିଛି । ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ୯୦ ଲକ୍ଷ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ୩୬ ଲକ୍ଷ ମହିଳା ହିତାଧିକାରୀ ଏସସି/ଏସଟି ବର୍ଗର । ବିଗତ ୬ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଏଲପିଜି କଭରେଜ ୪୧%ରୁ ୯୯%କୁ ବୃଦ୍ଧି ପାଇଛି । ଉଜ୍ଜ୍ୱଳା ସ୍କିମରେ ଆହୁରି କୋଟିଏ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦେବା ପାଇଁ ଚଳିତବର୍ଷର ବଜେଟରେ ପ୍ରସ୍ତାବ ରହିଛି । ଅଧିକ ଚାହିଦା ପୂରଣ ଦିଗରେ ହଳଦିଆର ଏଲପିଜି ଇମ୍ପୋର୍ଟ ଟର୍ମିନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାରଣ ଏହା ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବରେ କୋଟି କୋଟି ପରିବାର ଏହାଦ୍ୱାରା ଉପକୃତ ହେବେ । ଏଠାରୁ ୨ କୋଟିରୁ ଅଧିକ ଲୋକ ଗ୍ୟାସ ପାଇବେ, ଯେଉଁମାନଙ୍କ ମଧ୍ୟରୁ ୧ କୋଟି ଲୋକ ଉଜ୍ଜ୍ୱଳା ସ୍କିମର ହିତାଧିକାରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱଚ୍ଛ ଇନ୍ଧନ ପାଇଁ ଆମ ପ୍ରତିବଦ୍ଧତାର ଏକ ଅଂଶ ଭାବେ ଆଜି ବିଏସ-୬ ଇନ୍ଧନ କାରଖାନାର କ୍ଷମତା ବୃଦ୍ଧି ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ କାଟାଲିଟିକ ଡିୱାକ୍ସିଙ୍ଗ ୟୁନିଟ ଲୁ୍ୟବଭିତ୍ତିକ ତେଲ ସଂକ୍ରାନ୍ତ ଆମଦାନୀ ଉପରେ ଆତ୍ମନିର୍ଭରଶୀଳତା ହ୍ରାସ ଘଟାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏଭଳି ପରିସ୍ଥିତି ଆଡ଼କୁ ଗତି କରୁଛୁ, ଯେଉଁଠାରେ ଆମେ ରପ୍ତାନି କ୍ଷମତା ସୃଷ୍ଟି କରିବାରେ ସମର୍ଥ ହେବୁ ।

ପଶ୍ଚିମବଙ୍ଗକୁ ଏକ ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ କେନ୍ଦ୍ରଭାବେ ବିକଶିତ କରିବା ସକାଶେ କେନ୍ଦ୍ର ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ବନ୍ଦର ଭିତ୍ତିକ ବିକାଶ ପାଇଁ ଏକ ଭଲ ମଡେଲ । କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟକୁ ଆଧୁନିକୀକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ପଡ଼ୋଶୀ ଦେଶ ସହ ହଳଦିଆ ଡକ କମ୍ପ୍ଲେକ୍ସର କ୍ଷମତା ଓ ସଂଯୋଗକୁ ମଜଭୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ନୂତନ ଫ୍ଲାଏ ଓଭର ଓ ଆଭ୍ୟନ୍ତରୀଣ ଜଳମାର୍ଗ ପ୍ରାଧିକରଣର ପ୍ରସ୍ତାବିତ ମଲ୍ଟି-ମୋଡାଲ ଟର୍ମିନାଲ ସଂଯୋଗକୁ ଆହୁରି ଉନ୍ନତ କରିବ । ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଆମତ୍ମନିର୍ଭର ଭାରତ ପାଇଁ ଏକ ଅପାର ଶକ୍ତି କେନ୍ଦ୍ର ଭାବେ ହଳଦିଆ ଉଭା ହେବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived