"ଏକ ଫିଟ ଶରୀରରେ ଏକ ଫିଟ ମନ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ମୋଦୀ "
"ଜୀବନଶୈଳୀ ସହିତ ଜଡିତ ବିଶୃଙ୍ଖଳା ଯୋଗୁ ଜୀବନଶୈଳୀ ରୋଗଗୁଡ଼ିକ ବଢୁଛି ଏବଂ ଫିଟନେସ ପ୍ରତି ସଚେତନ ହୋଇ ଆମେ ଏହାର ମୁକାବିଲା କରିପାରିବା : ପ୍ରଧାନମନ୍ତ୍ରୀ "
"ଆସନ୍ତୁ , 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ' କୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା : ପ୍ରଧାନମନ୍ତ୍ରୀ ମୋଦୀ "

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଫିଟ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶବାସୀ ଫିଟନେସକୁ ନିଜ ଜୀବନ ଶୈଳୀର ଅଂଶବିଶେଷ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ।

ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ଏହି ଜନ ଅଭିଯାନର ଆରମ୍ଭ କରି ନିଜର କ୍ରୀଡା ଓ କୌଶଳ ଦ୍ୱାରା ବିଶ୍ୱର ହୃଦୟ ଜିତିଥିବା କ୍ରୀଡ଼ା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ ଦେଶର ଯୁବ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଖେଳାଳି ମାନଙ୍କର ପଦକ କେବଳ ସେମାନଙ୍କ କଠିନ କରିଶ୍ରମର ପରିଣାମ ନୁହେଁ ବରଂ ନୂତନ ଭାରତର ଉତ୍ସାହ ଓ ବିଶ୍ୱାସର ଝଲକ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ‘ଫିଟ ଇଣ୍ଡିଆ’ ଅଭିଯାନ ରାଷ୍ଟ୍ରୀୟ ଲକ୍ଷ୍ୟ ଏବଂ ମହତ୍ୱକାଂକ୍ଷା ହେବା ଆବଶ୍ୟକ । ଦେଶକୁ ଉତ୍ସାହିତ କରିବାର ପ୍ରୟାସ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଫିଟ ଇଣ୍ଡିଆ ଅଭିଯାନକୁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ପାରେ, ମାତ୍ର ଜନସାଧାରଣ ଏହାକୁ ଆଗେଇ ନେଇ ସଫଳ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସଫଳତାର ସମ୍ବନ୍ଧ ଫିଟନେସ ସହିତ ରହିଛି ଏବଂ ଜୀବନର କୌଣସି କ୍ଷେତ୍ରରେ କିର୍ତୀମାନ ସ୍ଥାପନ କରିଥିବା ଲୋକଙ୍କ ସଫଳତାରେ ଏକ ସମାନତା ରହିଛି ଏବଂ ଏହା ହେଲା ସେମାନେ ଫିଟ ରହିବା, ଫିଟନେସ ଉପରେ ଧ୍ୟାନ ଦେବା ଏବଂ ଫିଟନେସ ପ୍ରିୟ ହେବା ।

ପ୍ରଧାନମନ୍ତ୍ରୀ କହିଲେ, “ଟେକ୍ନୋଲଜି ଆମ ଶାରୀରିକ କ୍ଷମତା କମ କରି ଦେଇଛି ଏବଂ ଆମର ଫିଟନେସ ଅଭ୍ୟାସ ଛଡେଇ ନେଇଛି ତଥା ଆଜି ଆମେ ଆମର ପରମ୍ପରାଗତ କାର୍ଯ୍ୟପ୍ରଣାଳୀ ଏବଂ ଜୀବନଶୈଳୀ ସହିତ ଅନଭିଜ୍ଞ ହୋଇପଡିଛୁ, ଯାହାକି ଆମକୁ ସୁସ୍ଥ ରଖିପାରେ । ସମୟ କ୍ରମେ ଆମ ସମାଜରେ ଫିଟନେସକୁ କମ ମହତ୍ୱ ପ୍ରଦାନ କରି ନିଜଠାରୁ ଦୂରେଇ ଦେଇଛନ୍ତି । ପ୍ରଥମେ ଜଣେ ବ୍ୟକ୍ତି କେତେ କିଲୋମିଟର ପାଦରେ ଯାଉଥିଲା ଅଥବା ସାଇକେଲ ଚଲାଉଥିଲା, ଆଜି ମୋବାଇଲ ଆପ ଆମକୁ କହିଥାଏ ଯେ ଆମେ କେତେ କଦମ ଚାଲିଛୁ ।”

ପ୍ରଧାନମନ୍ତ୍ରୀ କହିଲେ, “ଭାରତରେ ଆଜି ଜୀବନଶୈଳୀ ସହିତ ଜଡିତ ରୋଗ ବୃଦ୍ଧି ପାଉଛି ଏବଂ ଏହାଫଳରେ ଯୁବବର୍ଗ ମଧ୍ୟ ପ୍ରଭାବିତ ହେଉଛନ୍ତି । ମଧୁମେହ ଓ ହାଇପରଟେନସନ ବୃଦ୍ଧି ପାଉଛି ଏବଂ ଏପରିକି ଭାରତରେ ପିଲାମାନଙ୍କ ଭିତରେ ବି ଏହି ରୋଗ ଦେଖିବାକୁ ମିଳୁଛି । ମାତ୍ର ଜୀବନଶୈଳୀରେ ସାମାନ୍ୟ ପରିବର୍ତନ ଦ୍ୱାରା ଏହିସବୁ ରୋଗରୁ ମୁକ୍ତି ମିଳିପାରିବ । ଫିଟ ଇଣ୍ଡିଆ ଅଭିଯାନ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣିବା ନେଇ ଏକ ପ୍ରୟାସ ।

ପ୍ରଧାନମନ୍ତ୍ରୀ କହିଲେ ଯେ କୌଣସି ବି ବୃତ୍ତି ସହିତ ଜଡିତ ଲୋକ ସେମାନଙ୍କ ପେଶାରେ ଅଧିକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ ଯଦି ସେମାନେ ମାନସିକ ଏବଂ ଶାରୀରିକ ଭାବେ ଫିଟ ରହିବେ । ଯଦି ଶରୀର ଫିଟ ଅଛି ତେବେ ଆପଣ ମାନସିକ ଭାବେ ମଧ୍ୟ ଫିଟ ଅଛନ୍ତି । ଖେଳର ଫିଟନେସ ସହିତ ସିଧାସଳଖ ସମ୍ବନ୍ଧ ରହିଛି । ମାତ୍ର ଫିଟ ଇଣ୍ଡିଆ ଅଭିଯାନର ଉଦ୍ଦେଶ୍ୟ ଫିଟନେସ ଠାରୁ ମଧ୍ୟ ଅଧିକ । ଫିଟନେସ କେବଳ ଏକ ଶବ୍ଦ ନୁହେଁ ବରଂ ଏକ ସୁସ୍ଥ ଏବଂ ସମୃଦ୍ଧ ଜୀବନର ଆବଶ୍ୟକ ସ୍ତମ୍ଭ । ଯେତବେଳେ ଆମେ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରୁ, ଆମେ ଦେଶକୁ ଲୁହା ପରି ମଜଭୁତ କରୁ । ଫିଟନେସ ଆମ ଐତିହାସିକ ପରମ୍ପରାର ଅଂଶବିଶେଷ । ଭାରତର ପ୍ରତ୍ୟେକ କୋଣରେ ଫିଟନେସ ସହିତ ଜଡିତ କ୍ରୀଡ଼ା ଏବଂ ଖେଳ-କୁଦ ହୋଇଥାଏ । ଶରୀରକୁ ପ୍ରସ୍ତୁତ କରିବା ସମୟରେ ଶରୀରର ଅଙ୍ଗ ଉପରେ ଅଧିକ ଧ୍ୟାନ ଦେଇ ଏବଂ ଶରୀରର ଅଂଶ ମଧ୍ୟରେ ତାଳମେଳ ରଖି ମନକୁ ମଧ୍ୟ ଶିକ୍ଷିତ କରାଯାଇଥାଏ । ନୂତନ ଭାରତକୁ ଫିଟ ଭାରତରେ ପରିଣତ କରିବା ପାଇଁ ଏକ ସୁସ୍ଥ ବ୍ୟକ୍ତି, ଏକ ସୁସ୍ଥ ପରିବାର ଏବଂ ଏକ ସୁସ୍ଥ ସମାଜର ଆବଶ୍ୟକତା ରହିଛି ।

 

 

 

 

 

ପ୍ରଧାନମନ୍ତ୍ରୀ କହିଲେ ଯେ ସୁସ୍ଥ ବ୍ୟକ୍ତି, ପରିବାର ଏବଂ ସମାଜ ଏହି ନୂତନ ଭାରତକୁ ଶ୍ରେଷ୍ଠ କରିବାର ରାସ୍ତା । ଆଜି ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ଆମେ ଫିଟ ଇଣ୍ଡିଆ ଅଭିଯାନକୁ ମଜଭୁତ କରିବା ନେଇ ପ୍ରତିଜ୍ଞା କରିବା ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."