ନୀତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ “ପରିବର୍ତ୍ତନର ଚାମ୍ପିୟନ- ଜି-2-ବି ଭାଗିଦାରୀତା ମାଧ୍ୟମରେ ଭାରତର ସଂସ୍କାରମୂଳକ ପରିବର୍ତ୍ତନ” ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଗତ ସପ୍ତାହରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କରିଥିବା ବେଳେ ଆଜି ଦ୍ୱିତୀୟ ବାର ଯୁବ ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ।

ଆଜିକାର ମତ ବିନିମୟ କାର୍ଯ୍ୟକ୍ରମ ବେଳେ ଯୁବ ସିଇଓମାନଙ୍କର ଛଅଟି ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ 6ଟି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ସର୍ନ୍ଦଭ ଗୁଡିକ ହେଲା – ମେକ ଇନ ଇଣ୍ଡିଆ, ଚାଷୀଙ୍କ ଆୟ ଦ୍ୱିଗୁଣ କରିବା, ବିଶ୍ୱ ସ୍ତରୀୟ ସଂରଚନା କ୍ଷେତ୍ର, ଆଗାମୀ କାଲିର ସହର, ଆର୍ଥିକ କ୍ଷେତ୍ରର ସଂସ୍କାର ଏବଂ 2022 ସୁଦ୍ଧା ନୂଆ ଭାରତ ଗଠନ ।

ସିଇଓ ମାନଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପନା ବେଳେ ଦିଆଯାଇଥିବା ମତାମତ, କଳ୍ପନା ଏବଂ ସୃଜନାତ୍ମକ ଅଭିମତକୁ ପ୍ରଧାନମନ୍ତ୍ରୀ ବେଶ୍ ପସନ୍ଦ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବିଭିନ୍ନ ଗୋଷ୍ଠୀ ଦ୍ୱାରା ଉପସ୍ଥାପିତ ହୋଇଥିବା ମୂଲ୍ୟବାନ ପରାମର୍ଶ, ପ୍ରସ୍ତାବ ଏବଂ ମାର୍ଗଚିତ୍ର ଦେଶର ବିକାଶ ପାଇଁ ଉପକାରସିଦ୍ଧ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ନୀତି ନିର୍ଦ୍ଧାରକ ଗୋଷ୍ଠୀମାନେ ଯୁବ ସିଇଓମାନଙ୍କ କଥା ଓ କଳ୍ପନାକୁ ହୃଦୟଙ୍ଗମ କରିଛନ୍ତି ଏବଂ ଆଗାମୀ ଦିନରେ ପ୍ରଶାସନିକ ନିଷ୍ପତ୍ତି ନେବା କ୍ଷେତ୍ରରେ ସେମାନଙ୍କ କଥା ଓ କଳ୍ପନା ସାମଗ୍ରୀକ ଭାବେ ସହାୟକ ହେବ ।

ପ୍ରଶାସନର ପ୍ରତିଟି ସ୍ତରରେ ଜନ ଭାଗୀଦାରୀତା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନୁରୂପ ଭାବେ ଯୁବ ସିଇଓମାନଙ୍କ ସହ ସରକାରଙ୍କ ଭାଗିଦାରୀତା ସର୍ବସାଧାରଣ ତଥା ରାଷ୍ଟ୍ର କଲ୍ୟାଣ ପାଇଁ ଅଭିପ୍ରେରିତ ।

ଭାରତର ମୁକ୍ତି ସଂଗ୍ରାମକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସବୁ ଭାରତୀୟଙ୍କୁ ନିଜ ନିଜର କାର୍ଯ୍ୟ ବ୍ୟତିରେକେ ସ୍ୱାଧୀନତା ସଂଗ୍ରାମର ଜଣେ ଜଣେ ଯୋଦ୍ଧା ରୂପେ ଗଢିଥିଲେ । ଏଥିଯୋଗୁଁ ସେତେବେଳେ ଭାରତର ମୁକ୍ତି ସଂଗ୍ରାମ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ସମୟରେ ବିକାଶକୁ ଜନ ଆନ୍ଦୋଳନରେ ପରିଣତ କରାଯାଇପାରିବ । ଏବେ ଏଥିଲାଗି ଲୋକଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବାକୁ ପଡିବ । 2022 ସୁଦ୍ଧା ନୂଆ ଭାରତ ଗଠନ କରିବା ପାଇଁ ହେଲେ ପ୍ରତ୍ୟେକ ଭାରତୀୟ ନିଜ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁବ ସିଇଓମାନେ ସରକାରଙ୍କ ଟିମ୍ ର ଅଂଶ ବିଶେଷ । ତେଣୁ ସମସ୍ତଙ୍କୁ ଦେଶର ପ୍ରଗତି ପାଇଁ ତଥା ଭାରତକୁ ଆଗେଇନେବା ପାଇଁ ହେଲେ ମିଳିମିଶି କାର୍ଯ୍ୟ କରିବାକୁ ପଡିବ ।

କୃଷି କ୍ଷେତ୍ରରେ ମୂଲ୍ୟ ସମ୍ବର୍ଦ୍ଧନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୃଷି ଆୟକୁ ଦୁଇଗୁଣ କରିବା ପାଇଁ ହେଲେ ଆମକୁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ଏହା ହିଁ ଇପସିତ ଲକ୍ଷ୍ୟ ହାସଲ ଦିଗରେ ବାଟ କଢାଇବ । ଆଜିକାର ଯୁଗରେ ଖାଦ୍ୟ ପ୍ରକ୍ରୀୟାକରଣ ଶିଳ୍ପର ଗୁରୁତ୍ୱ ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଭିତ୍ତି ତଥା ମୂଳାଧାର କ୍ଷେତ୍ରର ଅଭାବ ହେତୁ କୃଷି କ୍ଷେତ୍ରରୁ ଆସୁଥିବା ଅନେକ ଉତ୍ପାଦ ନଷ୍ଟ ହୋଇଯାଉଛି । ଏହା ଦେଶପାଇଁ ବିପୁଳ କ୍ଷତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏଭଳି ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି ଯାହାକି ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରିଛି । ଚାଷୀଙ୍କ ପାଇଁ ଅଧିକ ୟୁରିଆ ଉତ୍ପାଦନ ଓ ଉପଲବ୍ଧି, ଗ୍ୟାସ ମୂଲ୍ୟରେ ସଂସ୍କାର ଏବଂ ଅଧିକ ଉତ୍ପାଦନ ପାଇଁ ଅଧିକ ମୂଲ୍ୟ ପ୍ରଦାନ ଆଦି ପଦକ୍ଷେପ କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପର ଗୋଟିଏ ଗୋଟିଏ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ଦେଶରେ 20 ଲକ୍ଷ ଟନ ଅତିରିକ୍ତ ୟୁରିଆ ଉତ୍ପାଦିତ ହେଉଛି । କେବଳ ସେତିକି ନୁହେଁ ୟୁରିଆର ଚୋରା କାରବାର ଓ କଳାବଜାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରିଛି । ନିମ ପ୍ରଲେପ ଦ୍ୱାରା ୟୁରିଆ ବାଟ ମାରଣାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଡିଜିଟାଲ ଇଣ୍ଡିଆ ଅଭିଯାନର ଅଂଶ ସ୍ୱରୁପ ଭାରତକୁ କମ୍ ନଗଦ ବ୍ୟବହାରକାରୀ ସମାଜ ରୂପେ ଗଢି ତୋଳିବା ପାଇଁ ପ୍ରୟାସ ଜାରି ରହିଛି । ଏହି ଦିଗରେ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ସେ ସିଇଓମାନଙ୍କୁ ଆହ୍ୱାନ ଦେଇଥିଲେ ।

ସେହିଭଳି ପାର୍ବଣ ଋତୁରେ ଖଦୀ ସାମଗ୍ରୀ ଓ ବସ୍ତ୍ରକୁ ଉପହାର ରୂପେ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏହାଦ୍ୱାରା ଗରିବ ବୁଣାକାରମାନେ ଉପକୃତ ହେବେ ଏବଂ ଖଦୀ ବସ୍ତ୍ରର ବିକ୍ରୀବଟା ବୃଦ୍ଧି ପାଇବ । ପ୍ରତ୍ୟେକ ସ୍ତରରେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ଏକ ପରିବେଶ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସରକାରୀ ଇ-ବଜାର ସ୍ଥଳୀ (ଜିଇଏମ) ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀ ଓ ବ୍ୟବସାୟୀ ଜିଇଏମ ମାଧ୍ୟମରେ ନିଜ ନିଜର ସାମଗ୍ରୀ ସରକାରଙ୍କୁ ବିକ୍ରୀ କରିବା ପାଇଁ ସଫଳତା ପୂର୍ବକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରୀ ଇ-ବଜାର ସ୍ଥଳୀରେ 28 ହଜାର ଯୋଗାଣକାରୀ ନିଜର କାରବାର କରିବା ସହ 1 ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟମାନେ ନିଜ ଦେଶ ପାଇଁ ଗର୍ବ ଅନୁଭବ କରିବା ଉଚିତ୍ । ଦେଶ ଭିତରେ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବିକଶିତ କରିବା ଲାଗି ମନେଭାବ ରହିବା ଆବଶ୍ୟକ । ନିଜ ନିଜର ଚିହ୍ନା-ଜଣା ଲୋକମାନଙ୍କୁ ପର୍ଯ୍ୟଟନସ୍ଥଳୀ ଗୁଡିକ ସଂପର୍କରେ ଅବଗତ କରାଇବାକୁ ପଡିବ ।

ବର୍ଜ୍ୟରୁ ସଂପଦର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସ୍ୱଚ୍ଛ ଓ ନିର୍ମଳ ପରିବେଶ ସୃଷ୍ଟି ଲାଗି ବର୍ଜ୍ୟ ବସ୍ତୁର ଉତ୍ତମ ପରିଚାଳନା ନିହାତି ଆବଶ୍ୟକ । ଉଦ୍ୟୋଗୀମାନେ ବିଭିନ୍ନ ବର୍ଜ୍ୟରୁ ନୂଆ ନୂଆ ସାମଗ୍ରୀ କିପରି ଉତ୍ପାଦନ ହୋଇପାରିବ ସେ ଦିଗରେ ମନଯୋଗ କରିବାକ ପଡିବ । ଏହାଦ୍ୱାରା ଅନେକ ଆବର୍ଜନାଜନିତ ସମସ୍ୟାର ସମାଧାନ ହୋଇପାରିବ ।

ଏହି ମତ ବିନିମୟ କାଳରେ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
PM to launch ‘Nasha Mukt Yuva for Viksit Bharat Sankalp Abhiyan’ on 2nd August
August 01, 2026
Launch to mark Beginning of 100-Week Nationwide Jan Bhagidari Campaign against Substance Abuse

Prime Minister Shri Narendra Modi will launch the ‘Nasha Mukt Yuva for Viksit Bharat Sankalp Abhiyan’ on 2nd August 2026 at 11 AM through video conferencing. The initiative aims to inspire youth to stay away from substance abuse and encourage them to become ambassadors of positive social change in their communities

The launch will mark the beginning of a 100-week nationwide Jan Bhagidari campaign against substance abuse. Under this campaign, weekly activities will be organised every Sunday across the country to promote awareness and encourage public participation in building a drug-free society. The activities will include sports events, walkathons, meditation sessions, cultural programmes, awareness campaigns, nukkad nataks, discussion forums, art competitions and community engagement programmes.

The initiative seeks to further strengthen community participation by bringing together educational institutions, youth organisations, civil society groups, industry bodies and spiritual organisations on a common platform to create a collective movement against substance abuse.

The programme will witness participation from youth across the country from over 10,000 locations. MY Bharat Volunteers, MY Bharat National Service Scheme volunteers, youth clubs, schools, colleges, universities, NGOs, youth wings of industry associations and more than 125 partner spiritual organisations will participate in the programme virtually.