ଲୋକାଲ ଫର ଭୋକାଲ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ସପଳତା ଆମର ଯୁବଗୋଷ୍ଠୀ ଉପରେ ନିର୍ଭରଶୀଳ-ପ୍ରଧାନମନ୍ତ୍ରୀ
ଟିକା ନେଇ ଜନସଚେତନତା ସୃଷ୍ଟି ପାଇଁ ଏନ.ସି.ସି., ଏନଏସ୍‌ଏସ୍ ଓ ଅନ୍ୟାନ୍ୟ ସଂଗଠନଗୁଡିକୁ ଆହ୍ୱାନ

ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଶ୍ରୀ ଅର୍ଜୁନ ମୁଣ୍ଡା, ଶ୍ରୀ କିରନ୍ ରିଜିଜ୍ଜୁ , ଶ୍ରୀମତୀ ରେଣୁକା ସିଂ ସରୁତା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଆଦିବାସୀ ଅତିଥି, କଳାକାର, ଏନସିସି ଓ ଏନ୍‌ଏସ୍‌ଏସ୍ କ୍ୟାଡେଟଙ୍କ ଅଂଶଗ୍ରହଣ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ସାହିତ କରିଛି। ଦେଶର ମହାନ ବିବିଧତା ସମସ୍ତଙ୍କୁ ଗର୍ବିତ କରିଥାଏ । ଗଣତନ୍ତ୍ର ଦିବସ ପ୍ୟାରେଡ ହେଉଛି ଦେଶର ମହାନ୍ ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ଓ ସମ୍ବିଧାନ ପ୍ରତି କୃତଜ୍ଞତା ଯାହାକି ବିଶ୍ୱର ବୃହତ୍ତମ ଗଣତନ୍ତ୍ରକୁ ସଞ୍ଜିବନୀ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଦେଶ ଏଇବର୍ଷ ସ୍ୱାଧୀନତା ପ୍ରାପ୍ତିର 75ତମ ବର୍ଷରେ ପ୍ରବେଶ କରୁଥିବାବେଳେ ଆମେ ଗୁରୁ ତେଗ୍ ବାହାଦୂରଙ୍କ ଚାରିଶହତମ ପ୍ରକାଶ ପର୍ବ ମଧ୍ୟ ପାଳନ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଚଳିତବର୍ଷ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ଯାହାକୁ କି ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । ଏହି ସବୁ ଘଟଣା ଆମ ଦେଶ ପାଇଁ ଆତ୍ମୋସ୍ୱର୍ଗ କରିବା ପାଇଁ ଆମକୁ ଉତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ତରୁଣ ଅତିଥିମାନଙ୍କୁ କହିଛନ୍ତି ଯେ, ଦେଶବାସୀଙ୍କ ଆକାଂକ୍ଷା ହେଉଛି ସମନ୍ୱିତ ଶକ୍ତି । ଭାରତ ହେଉଚି ଅନେକ ରାଜ୍ୟ, ଗୋଟିଏ ରାଷ୍ଟ୍ର, ଅନେକ ସମ୍ପ୍ରଦାୟ ଓ ଗୋଟିଏ ଭାବାବେଗ, ଅନେକ ପନ୍ଥାମାତ୍ର ଗୋଟିଏ ଲକ୍ଷ୍ୟ, ଅନେକ ପରମ୍ପରା ଗୋଟିଏ ମୂଲ୍ୟବୋଧ, ଅନେକ ଭାଷା ମାତ୍ର ଏକ ଅଭିବ୍ୟକ୍ତି, ଅନେକ ରଙ୍ଗ ମାତ୍ର ଗୋଟିଏ ତ୍ରିରଙ୍ଗା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଏହି ସାର୍ବଜନୀନ ଲକ୍ଷ୍ୟ ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ । ଦେଶର ସବୁ ପ୍ରାନ୍ତରୁ ଆସିଥିବା ଯୁବ ଅତିଥିମାନଙ୍କୁ ଆଚାର, ବ୍ୟବହାର ଏବଂ ଏକ ଆରେକର ପରମ୍ପରା ନେଇ ସଚେତନତା ସୃଷ୍ଟି କରିବା ନେଇ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ‘ଲୋକାଲ ଫର ଭୋକାଲ’ ଅଭିଯାନକୁ ଏକ ଭାରତ ଶ୍ରେଷ୍ଠ ଭାରତ ଗତି ପ୍ରଦାନ କରିବ । ଯେତେବେଳେ ଦେଶର ଗୋଟିଏ ପ୍ରାନ୍ତ ଅନ୍ୟ ପ୍ରାନ୍ତର ସାମଗ୍ରୀକୁ ଆପଣାର କରିଦେବେ ତାହାହେଲେ ସ୍ଥାନୀୟ ଜିନିଷ ଜାତୀୟ ଓ ଜାତୀୟ ଜିନିଷ ବୈଶ୍ୱିକ ମାନ୍ୟତା ପାଇବେ । ‘ଭୋକାଲ ଫର ଲୋକାଲ’ ଏବଂ ଆତ୍ମନିର୍ଭର ଅଭିଯାନ ଆମ ଯୁବ ସମାଜ ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଯୁବକଯୁବତୀ କୁଶଳୀ ହେବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କୌଶଳ ଗୁରୁତ୍ୱ ଉପରେ ଜୋର ଦେଇ ସେ କହିଛନ୍ତି ଯେ ଦେଶରେ କୌଶଳ ମନ୍ତ୍ରଣାଳୟ 2014 ମସିହାରେ ସୃଷ୍ଟି ହେବା ପରଠାରୁ ସାଢେ ପାଞ୍ଚ କୋଟି ଲୋକଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତି ବା ନିଯୁକ୍ତି ଯୋଗାଇ ଦିଆଯାଇଛି । 

 ନୂତନ ଶିକ୍ଷା ନୀତିରେ ଜ୍ଞାନର ପ୍ରୟୋଗ ଉପରେ ଧ୍ୟାନ ଆରୋପ କରାଯାଇଛି । ନିଜର ଇଚ୍ଛା ମୁତାବକ ବିଷୟ ଚୟନ କରିବା ହେଉଛି ଏହି ନୀତିର ମୁଖ୍ୟ ବୈଶିଷ୍ଟ୍ୟ । ଶିକ୍ଷାର ମୁଖ୍ୟଧାରାରେ ବୃତ୍ତିଗତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଇଥିବାବେଳେ ଷଷ୍ଠ ଶ୍ରେଣୀରୁ ନିଜର ଇଚ୍ଛା ମୁତାବକ ପାଠକ୍ରମ ବାଛିବା ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି । ପରେ ମାଧ୍ୟମିକସ୍ତରରେ ଶୈକ୍ଷିକ ବୃତ୍ତିଗତ ବିଷୟବସ୍ତୁକୁ ସମନ୍ୱିତ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଦେଶର ଆବଶ୍ୟକତା ବେଳେ ଏନସିସି ଓ ଏନଏସ୍‌ଏସ୍‌ର ଅବଦାନ ବିଶେଷକରି କରୋନା କାଳରେ ଖୁବ୍ ମହତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୈଶ୍ୱିକ ମହାମାରୀର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଏହାକୁ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଦେଶର କୋଣ ଅନୁକୋଣରେ ଟିକା ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ସେ ଆହ୍ୱାନ ଦେଇଛନ୍ତି । ଟିକା ବ୍ୟବହାର କରି ବୈଜ୍ଞାନିକ ମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି, ଏବେ ଆମର ଦାୟିତ୍ୱ ଆମକୁ ସବୁ ଗୁଜବ ଓ ଅପପ୍ରଚାରର ମୁକାବିଲା କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari