PM Modi applauds doctors, Medical Staff, Para-Medical Staff, sanitation workers in hospitals and everyone associated with Corona Vaccine
PM Modi complements Corona warriors for their authentic communication about the pandemic and vaccination
World's largest vaccination programme is going on in our country today: PM Modi

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରଣାସୀରେ ଟୀକାଦାନ ଅଭିଯାନରେ ଟୀକା ନେଇଥିବା ହିତାଧିକାରୀ ଓ ଟୀକାପ୍ରଦାନକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ବାରଣାସୀବାସୀଙ୍କ ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଡାକ୍ତର, ଡାକ୍ତରଖାନା କର୍ମଚାରୀ, ପାରା-ମେଡିକାଲ କର୍ମଚାରୀ, ଡାକ୍ତରଖାନାର ସଫେଇ କର୍ମଚାରୀ ଏବଂ କରୋନା ଟୀକାକରଣରେ ସାମିଲ ପ୍ରତ୍ୟେକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ ଯୋଗୁଁ ଲୋକଙ୍କ ସହିତ ଉପସ୍ଥିତ ରହିପାରିନଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ଆଜି ଆମ ଦେଶରେ ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟ ଚାଲିଛି । ସେ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ଦୁଇ ପର୍ଯ୍ୟାୟରେ 30କୋଟି ଦେଶବାସୀଙ୍କୁ ଟୀକା ଦିଆଯିବ । ସେ କହିଛନ୍ତି ଯେ ଆଜି ଦେଶର ନିଜସ୍ୱ ଟୀକା ପ୍ରସ୍ତୁତ ଲାଗି ଇଚ୍ଛାଶକ୍ତି ରହିଛି । ଆଜି ଟୀକା ପାଇଁ ଦେଶର ପ୍ରତି କୋଣରେ ଦ୍ରୁତଗତିରେ ପହଞ୍ଚିବାପାଇଁ ପ୍ରୟାସ କରାଯାଉଛି । ଆଜି ବିଶ୍ୱର ସବୁଠାରୁ ଏହି ବଡ ଆବଶ୍ୟକତା କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ ଏବଂ ଅନେକ ଦେଶକୁ ସହାୟତା କରୁଛି ।

ବାରଣାସୀ ଓ ଏହାର ଆଖପାଖରେ ଗତ ଛଅ ବର୍ଷରେ ଚିକିତ୍ସା ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯାହା କି କରୋନା ସମୟରେ ସମ୍ପୂର୍ଣ୍ଣ ପୂର୍ବାଞ୍ଚଳକୁ ସହାୟତା କରିଛି । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବାରଣାସୀରେ ସେହିଭଳି ଗତିରେ ଟୀକାକରଣ ଚଳାଯାଉଛି । ବାରଣାସୀରେ 20ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିପାଇଁ 15ଟି ଟୀକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ବ୍ୟବସ୍ଥା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହର୍କମୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ ଟୀକାକରଣ ଅଭିଯାନ ନେଇ ହୋଇଥିବା ବ୍ୟବସ୍ଥା ଓ ଯଦି କିଛି ସମସ୍ୟା ଥାଏ ସେ ସଂକ୍ରାନ୍ତରେ ବୁଝିବା ହେଉଛି ଆଜିର ଆଲୋଚନାର ଉଦ୍ଦେଶ୍ୟ । ଟୀକାକରଣ ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କ ସହ ସେ କଥା ହୋଇଥିଲେ । ବାରଣାସୀରୁ ମିଳିଥିବା ମତାମତ ଅନ୍ୟ ସ୍ଥାନରେ ପରିସ୍ଥିତିକୁ ବୁଝିବାରେ ସାହାଯ୍ୟ କରିବ ବୋଲି ସେ ଆଶାପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମାଟ୍ରନ, ଏଏନ୍‍ଏମ୍‍ କର୍ମୀ, ଡାକ୍ତର ଓ ଲାବ୍‍ ଟେକ୍ନିସିଆନାମାନଙ୍କ ସହିତ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶର କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଜ୍ଞାନିକମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସ୍ୱଚ୍ଛତା ଅଭିଯାନରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ସଫେଇ ସଂସ୍କୃତି ସୃଷ୍ଟି ସହିତ କୋଭିଡ ମହାମାରୀର ସମ୍ମୁଖୀନ ଦେଶ ପାଇଁ ପ୍ରସ୍ତୁତ ଥିଲା । ମହାମାରୀ ଓ ଟୀକାକରଣ କ୍ଷେତ୍ରରେ ପ୍ରମାଣିକ ଯୋଗାଯୋଗ ଲାଗି ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph