Vaccination efforts are on at a quick pace. This helps women and children in particular: PM Modi
Through the power of technology, training of ASHA, ANM and Anganwadi workers were being simplified: PM Modi
A little child, Karishma from Karnal in Haryana became the first beneficiary of Ayushman Bharat. The Government of India is devoting topmost importance to the health sector: PM
The Government of India is taking numerous steps for the welfare of the ASHA, ANM and Anganwadi workers: PM Modi

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା,ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତ୍ତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ  ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ ।

ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ 3000 ଟଙ୍କା ପାଉଥିଲେ ସେମାନେ ଏବେ 4500 ଟଙ୍କା ପାଇବେ । ସେହିପରି ଯେଉଁମାନେ 2200 ଟଙ୍କା ପାଉଥିଲେ ସେମାନେ 3500 ଟଙ୍କା ପାଇବେ । ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ 1500 ଟଙ୍କାରୁ ବୃଦ୍ଧି ପାଇ 2250 ଟଙ୍କା କରାଯାଇଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ICDS-CAS) ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହି ଭତ୍ତା 250ରୁ 500 ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତ୍ତିକ ହେବ ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ 3-A ଟିମ – ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ (ସହାୟିକା ନର୍ସ)ମାନଙ୍କ ସହ ମତ ବିନିମୟ କରିଥିଲେ । ଦେଶରେ କୁପୋଷଣ ହ୍ରାସ ଦିଗରେ ପୋଷଣ ଅଭିଯାନ ଲକ୍ଷ୍ୟକୁ ସଫଳ କରିବା ନେଇ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସେବା ପ୍ରଦାନରେ ଉନ୍ନତି ଲାଗି ସେମାନଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ପ୍ରାଦ୍ୟୋଗିକୀର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Smartphone PLI plan exceeds targets, value addition quadruples': Industry informs govt

Media Coverage

'Smartphone PLI plan exceeds targets, value addition quadruples': Industry informs govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 8, 2026
July 08, 2026

1,000 Years of Heritage, One Future of Partnership: PM Modi Strengthens India-Indonesia Bonds in Jakarta