ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିର୍ଜାପୁରଠାରେ ବନସାଗର କେନାଲ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଏହି ଅଂଚଳରେ ଜଳସେଚନକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ଉତ୍ତର ପ୍ରଦେଶର ମିର୍ଜାପୁର ଓ ଆହ୍ଲାବାଦ ଜିଲ୍ଲାର କୃଷକମାନଙ୍କ ପାଇଁ ଅନେକାଂଶରେ ସହାୟକ ହେବ ।

ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ମିର୍ଜାପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ । ସେ ରାଜ୍ୟରେ 100ଟି ଜନଔଷଧୀ କେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ବାଲୁଘାଟ, ଚୁନାରଠାରେ ଗଙ୍ଗାନଦୀ ଉପରେ ନିର୍ମିତ ଏକ ପୋଲକୁ ଉତ୍ସର୍ଗ କରିଥିଲେ, ଯାହାକି ମିର୍ଜାପୁର ଓ ବାରଣାସୀ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ମିର୍ଜାପୁର ଅଂଚଳରେ ଅନେକ ସମ୍ଭାବନା ରହିଛି । ସେ ସୌର ପ୍ଲାଂଟର ଉଦଘାଟନ ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହିତ ମିର୍ଜାପୁରକୁ ତାଙ୍କ ଶେଷ ଗସ୍ତ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ଦୁଇ ଦିନ ମଧ୍ୟରେ ସେ ଅନେକ ଉନ୍ନୟନ ପ୍ରକଳ୍ପ ଏବଂ କାର୍ଯ୍ୟ ଯୋଜନାକୁ ଉଦଘାଟନ କରିଛନ୍ତି କିମ୍ବା ଏଗୁଡ଼ିକର ଆଧାରଶିଳ ସ୍ଥାପନ କରିଛନ୍ତି ।

ସେ କହିଲେ ଯେ ବନସାଗର ପ୍ରକଳ୍ପର ପରିକଳ୍ପନା ପ୍ରାୟ 4 ଦଶନ୍ଧି ପୂର୍ବରୁ କରାଯାଇଥିଲା ଏବଂ 1978ରେ ଏହାର ଆଧାରଶିଳା ସ୍ଥାପନା କରାଯାଇଥିଲା, ମାତ୍ର ଅଯଥା ଏହି ପ୍ରକଳ୍ପକୁ ବିଳମ୍ବିତ କରାଯାଇଥିଲା । ସେ କହିଲେ ଯେ 2014 ପରେ ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ଅଂଶବିଶେଷ କରାଯାଇଥିଲା ଏବଂ ଏହାକୁ ଶେଷ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକମାନଙ୍କ ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମଧ୍ୟ ଏଇ ନିକଟରେ ଖରିପ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ସେ ଜନଔଷଧି କେନ୍ଦ୍ର ସମେତ ଗରିବ ବ୍ୟକ୍ତିମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ରୋଗ ନିୟନ୍ତ୍ରଣ କରିବାରେ ସ୍ୱଚ୍ଛ ଭାରତ ମିଶନ ଫଳପ୍ରଦ ସାବ୍ୟସ୍ତ ହେଉଛି । ସେ କହିଲେ ଯେ ଖୁବ ଶୀଘ୍ର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରାଯିବ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ଅନ୍ୟାନ୍ୟ ସାମାଜିକ ଉନ୍ନୟନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi