ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର 81ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ଉତ୍ସବରେ ଯୋଗଦାନ କରିଛନ୍ତି, ଏହିସବୁ ପ୍ରକଳ୍ପରେ ମୋଟ 60,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ
ସରକାର ଲୋକମାନଙ୍କ ପ୍ରତି ସଦାସର୍ବଦା ଯତ୍ନଶୀଳ ଏବଂ ଯେଉଁ ଲୋକମାନେ ସମସ୍ୟା ମଧ୍ୟରେ ରହିଛନ୍ତି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସରକାରଙ୍କ ଉଦ୍ଦେଶ୍ୟ :ପ୍ରଧାନମନ୍ତ୍ରୀ ମୋଦୀ
ଯେଉଁଭଳି ଭାବେ ଅତିଶୀଘ୍ର ମାତ୍ର ପାଞ୍ଚମାସ ମଧ୍ୟରେ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ କରାଯାଇଛି ତାହା ଅତୀବ ପ୍ରଶଂସନୀୟ :ପ୍ରଧାନମନ୍ତ୍ରୀ ମୋଦୀ
ନିବେଶ ପ୍ରକଳ୍ପଗୁଡିକ ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ଯୋଗାଇବ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶର 81ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ଉତ୍ସବରେ ସେ ଯୋଗଦାନ କରିଛନ୍ତି । ଏହିସବୁ ପ୍ରକଳ୍ପରେ ମୋଟ 60,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ ।

ଏହିସବୁ ପ୍ରକଳ୍ପ ମାତ୍ର କେଇ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ଉତ୍ତର ପ୍ରଦେଶରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାପରେ ସେସବୁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । 2018 ଫେବୃୟାରୀ ମାସରେ ରାଜ୍ୟରେ ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉତ୍ତର ପ୍ରଦେଶକୁ ଦେଶ ବିଦେଶର ନିବେଶକମାନଙ୍କୁ ଶିଳ୍ପସଂସ୍ଥା ସ୍ଥାପନ ସକାଶେ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ପରିକଳ୍ପନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଉଲ୍ଲେଖ କରିଥିଲେ । ସେ କହିଲେ ଯେ କେନ୍ଦ୍ର ସରକାର ସବୁପ୍ରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟକରି ସମସ୍ତ ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ଲୋକମାନଙ୍କ ପ୍ରତି ସଦାସର୍ବଦା ଯତ୍ନଶୀଳ  ଏବଂ ଯେଉଁ ଲୋକମାନେ ସମସ୍ୟା ମଧ୍ୟରେ ରହିଛନ୍ତି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସରକାରଙ୍କ ଉଦ୍ଦେଶ୍ୟ । ଆଜିର ଏହି ସମାବେଶ ଉତ୍ତର ପ୍ରଦେଶ ରାଜ୍ୟରେ ଉନ୍ନତି ଘଟାଇବା ଲାଗି ଉଦ୍ଦିଷ୍ଟ । ଯେଉଁଭଳି ଭାବେ ଅତିଶୀଘ୍ର ମାତ୍ର ପାଞ୍ଚମାସ ମଧ୍ୟରେ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ କରାଯାଇଛି (ପ୍ରସ୍ତାବ ଆଗତ ହେବା ଠାରୁ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ)  ତାହା ଅତୀବ ପ୍ରଶଂସନୀୟ ।

ଏଭଳି ସାଫଲ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ ପ୍ରକଳ୍ପଗୁଡ଼ିକ କେବଳ ରାଜ୍ୟର କେତେକ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ ।  ବରଂ ଏହା ରାଜ୍ୟର ସମସ୍ତ କ୍ଷେତ୍ରରେ ସମତୁଲ ବିକାଶ ଘଟାଇବା ସକାଶେ ଉଦ୍ଦିଷ୍ଟ ।

ରାଜ୍ୟ ସରକାରରେ ଯେଉଁ ନୂତନ କର୍ମ ସଂସ୍କୃତିର ବିକାଶ ଘଟିଛି ତାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଭୂୟସୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ନିବେଶ ବାତାବରଣ ନିଯୁକ୍ତି, ବାଣିଜ୍ୟ, ଉତ୍ତମ ସଡ଼କ, ପର୍ଯ୍ୟାପ୍ତ ବିଜୁଳିଶକ୍ତି ଯୋଗାଣ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି । ଏହିସବୁ ପ୍ରକଳ୍ପ ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ଯୋଗାଇବ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଡ଼ିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଏହିସବୁ ପ୍ରକଳ୍ପ ମାଧ୍ୟମରେ ବିପୁଳ ପ୍ରୋତ୍ସାହନ ପାଇପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ରାଜ୍ୟର ଗ୍ରାମାଞ୍ଚଳରେ ତିନି ଲକ୍ଷ ସାଧାରଣ ସେବାକେନ୍ଦ୍ର ପ୍ରସାରିତ ହୋଇରହିଛି । ସେସବୁ କେନ୍ଦ୍ର ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଜୀବନଧାରଣ ମାନରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବ । ସେମାନଙ୍କୁ ଉନ୍ନତ , ସକ୍ରିୟ ତଥା ସ୍ୱଚ୍ଛ ସେବା ଯୋଗାଇବ ।

କେନ୍ଦ୍ର ସରକାର ଅଧୁନା ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିଗରେ ଥିବା ସକଳ ପ୍ରକାର ଅନ୍ତରାୟକୁ ଦୂର କରୁଛନ୍ତି । ଏହା ପରିବର୍ତ୍ତେ ସରକାର ସବୁ ସମସ୍ୟାର ସମାଧାନ ଏବଂ ସେଥିରେ ଉତ୍ତମ ବୁଝାମଣା ଓ ସଂପର୍କ ସ୍ଥାପନର ବ୍ୟବସ୍ଥା କରୁଛନ୍ତି । ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଉତ୍ତର ପ୍ରଦେଶ ଏଭଳି ମୋବାଇଲ ଫୋନ୍‌ ଉତ୍ପାଦନ କ୍ଷେତ୍ରରେ ଘଟିଥିବା ବିପ୍ଳବର ନେତୃତ୍ୱ ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେଉଛି, ସେତେବେଳେ ଭାରତରେ ବ୍ୟବସାୟ ବାଣିଜ୍ୟ କରିବା ଆହୁରି ସହଜସାଧ୍ୟ ହୋଇପାରିବ । ସେତେବେଳେ ଲଜିଷ୍ଟିକ୍ସ ପାଇଁ କରାଯାଉଥିବା ବ୍ୟୟ ହାର ଆପେ ଆପେ ହ୍ରାସ ପାଇବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗୀ ତଥା ବାଣିଜ୍ୟ କାରବାରକାରୀଙ୍କୁ ଡ଼ିଜିଟାଲ ବ୍ୟବସ୍ଥା ମାଧ୍ୟମରେ କାରବାର କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଜୁଳିଶକ୍ତି ଯୋଗାଣ ବ୍ୟବସ୍ଥାକୁ କିଭଳି ଭାବେ ଉନ୍ନତ କରାଯାଇଛି ସେ ସଂପର୍କରେ ଲୋକମାନଙ୍କୁ ସୂଚୀତ କରିଥିଲେ । ସେ କହିଲେ ଯେ ଦେଶ ଏବେ ପାରମ୍ପରିକ ଶକ୍ତି ବ୍ୟବସ୍ଥାରୁ ସବୁଜ ଶକ୍ତି ଆଡ଼କୁ ଅଗ୍ରସର ହେଉଛି ଏବଂ ସେହି ଦୃଷ୍ଟିରୁ ଉତ୍ତର ପ୍ରଦେଶ ସାରା ଦେଶରେ ସୌରଶକ୍ତି କ୍ଷେତ୍ରରେ ପ୍ରାଣକେନ୍ଦ୍ର ପାଲଟିବ । ଭାରତର ଶକ୍ତି ନିଅଣ୍ଟ ପରିମାଣ 2013-14 ରେ 4.2 ପ୍ରତିଶତରୁ ଅଧୁନା ଏକ ପ୍ରତିଶତରୁ କମ୍‌ ସ୍ତରକୁ ହ୍ରାସ ପାଇଛି ବୋଲି ସେ ସୂଚୀତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଭାରତ ଗଠନ ସକାଶେ ଏକ ମାର୍ଗସୂଚୀ ପ୍ରସ୍ତୁତ କରିବା ହେଉଛି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସଙ୍ଗେ ସମାନ । ଜନ ଭାଗିଦାରୀ ମାଧ୍ୟମରେ ଏହା ସାକାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push