It is the responsibility of everyone to work towards cleanliness: PM Modi
Cleanliness is not something to be achieved by budget allocations. It should become a mass movement: PM Modi
Like 'Satyagraha' freed the country from colonialism, 'Swachhagraha' would free the country from dirt, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭାରତୀୟ ସ୍ୱଚ୍ଛତା ସମ୍ମିଳନୀ-ଇଣ୍ଡୋସାନକୁ ଉଦ୍ଘାଟନ ସହ ସମ୍ବୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେତେବେଳେ କେହି ଅଳିଆ ଅବା ଆବର୍ଜନାମୟ ପରିବେଶକୁ ପସନ୍ଦ କରନ୍ତି ନାହିଁ । ତେଣୁ ସ୍ୱଚ୍ଛତାର ଅଭ୍ୟାସ ବିକଶିତ ହେବା ପାଇଁ ସାମାନ୍ୟ ପ୍ରୟାସ କରିବାକୁ ପଡ଼ିବ ।

ସେ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ୁଛି । ଏଥିରୁ ଏହା ଜଣାପଡୁଛି ଯେ ସ୍ୱଚ୍ଛତା ଅଭିଯାନ ଲୋକଙ୍କୁ ସକରାତ୍ମକ ଭାବେ ପସନ୍ଦ ଆସିଛି । ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସହର ଓ ନଗରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବିକଶିତ ହେଉଛି ।

ଗଣମାଧ୍ୟମର ସକରାତ୍ମକ ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ଯଦି ତାଙ୍କଠାରୁ କେହି ଅଧିକ ପ୍ରୋତ୍ସାହିତ କରୁଛି, ତା’ହେଲେ ସିଏ ହେଉଛି ମିଡିଆ ।

କେବଳ ବଜେଟ୍ ଆବଂଟନ ଦ୍ୱାରା ସ୍ୱଚ୍ଛତା ପ୍ରାପ୍ତି ହୋଇପାରିବ ନାହିଁ । ଏଥିପାଇଁ ଏହା ଏକ ଜନ ଆନ୍ଦୋଳନ ହେବା ଉଚିତ୍ ।

ବ୍ରିଟିଶ ଶାସନରୁ ମୁକ୍ତ ହେବା ପାଇଁ ମହାତ୍ମା ଗାନ୍ଧିଙ୍କ ସତ୍ୟାଗ୍ରହକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତକୁ ଅଳିଆ ମୁକ୍ତ କରିବା ପାଇଁ ସ୍ୱଚ୍ଛାଗ୍ରହର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁନଃ ଉପଯୋଗ ଓ ପ୍ରକ୍ରିୟାକରଣର ଅଭ୍ୟାସ ଆମର ବହୁ ପୁରୁଣା । ଏସବୁ ଅଭ୍ୟାସକୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ କରାଯିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପୁରସ୍କାର ବିଜେତାଙ୍କୁ ଜନଭାଗିଦାରୀ ମାଧ୍ୟମରେ ସଫଳ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ପ୍ରଶଂସା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi