Sports is an important investment for the human resource development of a society: PM Modi
Sports can be expanded to mean S for Skill; P for Perseverance; O for Optimism; R for Resilience; T for Tenacity; S for Stamina: PM
We have no dearth of talent. But we need to provide right kind of opportunity & create an ecosystem to nurture the talent: PM
Women in our country have made us proud by their achievements in all fields- more so in sports: PM Modi
A strong sporting culture can help the growth of a sporting economy: PM Modi

‘ଉଷା ସ୍କୁଲ ଅଫ୍ ଆଥଲେଟିକ୍ସ’ର ସିନ୍ଥେଟିକ୍ ଟ୍ରାକ୍ ଉଦ୍ଘାଟନ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ ।

ଏହି ଟ୍ରାକ୍ ଉଷା ସ୍କୁଲର ବିକାଶରେ ମହତ୍ୱପୂର୍ଣ୍ଣ ମାଇଲ ଖୁଂଟ ଓ ପ୍ରଶିକ୍ଷଣାର୍ଥୀଙ୍କୁ ଆଧୁନିକ ସୁବିଧା ପ୍ରଦାନ କରିବ । ମୁଁ ଏହି ଅବସରରେ ସ୍କୂଲର ବିକାଶ ପାଇଁ ଆମ ନିଜର ଭାରତର ପାୟୋଲି ଏକ୍ସପ୍ରେସ୍, ‘ଉଡ଼ାନ୍ ପରୀ’ ଓ ‘ଗୋଲ୍ଡେନ୍ ଗାର୍ଲ’ ପି.ଟି.ଉଷାଜୀଙ୍କ ଯୋଗଦାନକୁ ଧନ୍ୟବାଦ ଜଣାଉଛି ।

ପି.ଟି.ଉଷା ଭାରତୀୟ କ୍ରୀଡ଼ା ଜଗତର ଉଜ୍ୱଳ ତାରକା ହୋଇ ରହିଛନ୍ତି ।

ସେ ଜୀବନରେ ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ଓ ଅଲମ୍ପିକ ଫାଇନାଲରେ ପ୍ରବେଶ କରିଥିଲେ, ଅଳ୍କକେ ପଦକରୁ ବଂଚିତ ହୋଇଥିଲେ ।

ଭାରତୀୟ ଆଥଲେଟିକ୍ସ ଇତିହାସରେ ଖୁବ୍ କମ୍ ଅଛନ୍ତି, ଯେଉଁମାନେ ତାଙ୍କ ଭଳି ଟ୍ରାକ୍ ରେକର୍ଡ ହାସଲ କରିଛନ୍ତି ।

ଉଷା ଜୀ, ସମଗ୍ର ରାଷ୍ଟ୍ର ଆପଣଙ୍କ ପାଇଁ ଗର୍ବିତ । ସବୁଠୁ ଭଲ କଥା ହେଲା ଉଷା ଜୀ କ୍ରୀଡ଼ା ସହ ତାଙ୍କର ସମ୍ପର୍କ ଜାରି ରଖିଛନ୍ତି । ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଭଲ ପରିଣାମ ଆଣିବା ଆରମ୍ଭ କରିଛି ଓ ଏବେ ତାଙ୍କର ପ୍ରଶିକ୍ଷାର୍ଥୀ ଯଥା ମିସ୍ ତିନ୍ତୁ ଲୁକା ଓ ମିସ୍ ଜିସ୍ନା ମାଥ୍ୟୁ ଆନ୍ତର୍ଜାତିକ ସ୍ତରରେ ନିଜର ନିଜର ଛାପ ଛାଡ଼ିପାରିଛନ୍ତି ।

ଉଷା ଜୀଙ୍କ ଭଳି ‘ଉଷା ସ୍କୁଲ’ ମଧ୍ୟ ସରଳ ଓ ସୀମିତ ସମ୍ବଳର ଉପଯୋଗ କରି ପ୍ରତ୍ୟେକ ସୁଯୋଗର ସର୍ବଶେଷ୍ଠ ଉପଯୋଗ କରୁଛି ।

ମୁଁ ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ CPWDକୁ ମଧ୍ୟ ଏହି ପରିଯୋଜନାକୁ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଉଛି । ଏହି ପ୍ରକଳ୍ପ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବାରୁ ବିଳମ୍ବ ହୋଇଛି ।

କିନ୍ତୁ ତଥାପି, ମୂଳରୁ ନହେବା ପରିବର୍ତ୍ତେ ବିଳମ୍ବ ହେବା ବି ଭଲ । ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ ହେଉଛି ପ୍ରକଳ୍ପକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୂରଣ କରିବା ପାଇଁ ତ୍ୱରିତ୍ କାର୍ଯ୍ୟ କରିବା ।

ସମାଜରେ ମାନବ ସମ୍ବଳର ବିକାଶ ସହ କ୍ରୀଡ଼ା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ।

ବାସ୍ତବରେ ଏହି ପ୍ରକଳ୍ପ 2011 ମସିହାରେ ମଞ୍ଜୁରୀ ପାଇଥିଲା । କିନ୍ତୁ ସିନ୍ଥେଟିକ୍ ଟ୍ରାକ୍ ପାଇଁ ୱାର୍କ ଅର୍ଡର 2015 ମସିହାରେ ଦିଆଯାଇଥିଲା । ମୋତେ କୁହାଯାଇଛି କି ଏହି ଟ୍ରାକ୍ ହେଉଛି ପୂର୍ଣ୍ଣାଙ୍ଗ ଟ୍ରାକ୍ । ଏହାକୁ ଏଭଳି ଢଙ୍ଗରେ ଡିଜାଇନ୍ କରାଯାଇଛି ଯେଉଁଠି ଆହତ ହେବାର ସମ୍ଭାବନା କ୍ଷୀଣ ଓ ଆନ୍ତର୍ଜାତକ ମାନଦଣ୍ଡ ଅନୁରୂପ ହୋଇଛି ।

ମୁଁ ସର୍ବଦା ସ୍ୱୀକାର କରେ ଯେ ଶରୀରକୁ ସୁସ୍ଥ ରଖିବା ବ୍ୟତୀତ କ୍ରୀଡ଼ା ମଧ୍ୟ ସାମଗ୍ରିକ ବିକାଶ କରି ବ୍ୟକ୍ତିତ୍ୱକୁ ପରିବର୍ତ୍ତନ କରାଏ । ଏହା କଠିନ ପରିଶ୍ରମର ଅନୁଶାସନ ଓ ଲୋକନୀତିକୁ ସ୍ଥାପିତ କରିଥାଏ ।

ଏହା ଜୀବନ ପାଇଁ ଶିକ୍ଷା ପ୍ରଦାନ କରିଥାଏ, ଯାହା ଆମର ଚିନ୍ତାଧାରା ପ୍ରକ୍ରିୟାକୁ ସମୃଦ୍ଧ କରିଥାଏ । ଖେଳ ପଡ଼ିଆ ହେଉଛି ଏକ ମହାନ ଶିକ୍ଷକ । ଖେଳ ପଡ଼ିଆରେ ଜଣେ ଶିଖିବାର ସବୁଠୁ ଭଲ ଜିନିଷ ହେଉଛି ସମାନତା- ଜିତିବା ଓ ହାରିବାର ସମ୍ମୁଖୀନ ହେବା ହେଉଛି ଜୀବନର ଏକ ଅଂଶ । ଆମେ ଜିତିବାରେ ବିନମ୍ର ହେବା ଶିଖିଥାଉ ଓ ଏହା ସହିତ ହାରିବାରେ ମଧ୍ୟ ଭାଙ୍ଗି ପଡ଼ିନଥାଉ । ଗୋଟିଏ ହାରିବା ଅନ୍ତ ନୁହେଁ, ବାସ୍ତବରେ ଏହା ହେଉଛି ପୁଣି ଆଗକୁ ବଢ଼ିବା ଓ ଆକାଂକ୍ଷିତ ଫଳାଫଳକୁ ହାସଲ କରିବାର ଆରମ୍ଭ ।

ଖେଳ ଟିମ୍ ୱାର୍କକୁ ବଢ଼ାଇଥାଏ । ଏହା ଖୋଲାପଣର ଭାବନା ଓ କ୍ଷମତା ଆଣିଦିଏ ଓ ଆମକୁ ଅନ୍ୟକୁ ସ୍ୱୀକାର କରିବାର ସାମର୍ଥ୍ୟ ମଧ୍ୟ ପ୍ରଦାନ କରିଥାଏ । ଏହା ଜରୁରୀ ଯେ ଆମେ ନିଜ ଦେଶର ଯୁବବର୍ଗଙ୍କ ଜୀବନର ଅଂଶବିଶେଷ ଭାବେ କ୍ରୀଡ଼ାକୁ ଗ୍ରହଣ କରିଛୁ ।

ମୋ’ ପାଇଁ, ଖେଳରେ ନିମ୍ନଲିଖିତ ବିଶେଷତ୍ୱ ସାମିଲ ଅଛି ।

ମୁଁ କ୍ରୀଡ଼ା ଶବ୍ଦକୁ ସମ୍ପ୍ରସାରିତ କରି ତାକୁ ଜଣାଇବାକୁ ଚାହୁଁଛି :

ଏସ୍ ଫର ସ୍କିଲ୍ - ଏସ୍ ପାଇଁ କୌଶଳ

ପି ଫର ପରସିଭେରାନ୍ସ- ପି ପାଇଁ ଅଧ୍ୟବସାୟ

ଓ ଫର ଅପ୍ଟିମିଜିମ୍- ଓ ପାଇଁ ଆଶାବାଦୀ

ଆର୍ ଫର ରେଜିଲିଏନ୍ସ- ଆର୍ ପାଇଁ ନମନୀୟତା

ଟି ଫର ଟେନାସିଟି- ଟି ପାଇଁ ଦୃଢମନା

ଏସ୍ ଫର ଷ୍ଟାମିନା- ଏସ୍ ପାଇଁ ଦୈହିକ ସାମର୍ଥ୍ୟ

ଖେଳୁଆଡ଼ ଭାବନା ଖେଳ ସୃଷ୍ଟି କରିଥାଏ, ଯାହା ଉଭୟ ପଡ଼ିଆ ଭିତରେ ଓ ବାହାରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

ଏହି କାରଣରୁ ମୁଁ ସର୍ବଦା କହେ- ଜୋ ଖେଲେ, ୱ ଖିଲେ (Jo Khele, Vo Khile)- ଯିଏ ଖେଳ ସିଏ ଚମକେ ।

ଏହି ଆନ୍ତଃ ଜଡ଼ିତ ଓ ଆନ୍ତଃ ନିର୍ଭରଶୀଳ ଦୁନିଆଁରେ, ଗୋଟିଏ ରାଷ୍ଟ୍ରର ସଫ୍ଟ ପାୱାର ହେଉଛି ମହତ୍ୱପୂର୍ଣ୍ଣ । ଗୋଟିଏ ରାଷ୍ଟ୍ରର ଆର୍ଥିକ ଓ ସାମରିକ ଶକ୍ତି ସହିତ ଗୋଟିଏ ରାଷ୍ଟ୍ରର ସଫ୍ଟ ପାୱାରକୁ ତା’ର ପରିଚୟର କେନ୍ଦ୍ର ଭାବେ ବିଚାର କରାଯାଏ । କ୍ରୀଡ଼ା ହେଉଛି ସଫ୍ଟ ପାୱାରର ଏକ ପ୍ରମୁଖ ଅଂଶ ।

ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ାବିତ୍ ଙ୍କ ବିଶ୍ୱବ୍ୟାପୀ ପ୍ରଶଂସକଙ୍କୁ ଦେଖି ଗୋଟିଏ ରାଷ୍ଟ୍ର କ୍ରୀଡ଼ା ମାଧ୍ୟମରେ ଦୁନିଆଁରେ ନିଜର ସ୍ଥାନ ତିଆରି କରିପାରିବ ।

କୌଣସି କ୍ରୀଡ଼ାରେ ସଫଳତା ହେଉଛି ବିଶ୍ୱ ପ୍ରେରଣାର ଉତ୍ସ । ଯୁବବର୍ଗଙ୍କୁ ସେମାନଙ୍କର ସଫଳତା ଓ ସଂଘର୍ଷରୁ ପ୍ରେରଣା ମିଳିଥାଏ । ପ୍ରତ୍ୟେକ ପ୍ରମୁଖ ଆନ୍ତର୍ଜାତିକ ପ୍ରତିଯୋଗିତା ସମୟରେ- ତାହା ଅଲମ୍ପିକ ହେଉ ଅବା ବିଶ୍ୱକପ୍ ଅବା ଅନ୍ୟ କୌଣସି ସେଭଳି ଫୋରମ୍ ସମଗ୍ର ବିଶ୍ୱ ଅନ୍ୟ ରାଷ୍ଟ୍ରର ସଫଳତାରେ ଖୁସି ହୋଇଥାଏ । ତେଣିକି ସେମାନେ ବଡ଼ ଅବା ଛୋଟ ହୋଇଥାଆନ୍ତୁ ନା କାହିଁକି ।

ଏହା ହେଉଛି କ୍ରୀଡ଼ାର ଏକତାର ଶକ୍ତି । କ୍ରୀଡ଼ା ଓ ସଂସ୍କୃତି ମଧ୍ୟରେ ଲୋକଙ୍କ ସହ ଲୋକଙ୍କ ସମ୍ବନ୍ଧକୁ ଅଧିକ ପ୍ରଗାଢ଼ ଓ ନିବିଡ଼ କରିବାର ପରିବର୍ତ୍ତନଶୀଳ କ୍ଷମତା ରହିଛି । ଏପରିକି ଭାରତରେ ଜଣେ ଖେଳାଳୀ ସମଗ୍ର ଦେଶର ଆକାଂକ୍ଷାକୁ ଧରି ରଖିଥାଏ । ତାଙ୍କର ପ୍ରଦର୍ଶନ ଏକତା ବଳ ଭାବେ କାର୍ଯ୍ୟ କରେ- ସିଏ ଯେତେବେଳେ ପଡ଼ିଆରେ ଥାନ୍ତି ପ୍ରତ୍ୟେକ ତାଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି ।

ଏହି ଆଥଲେଟମାନଙ୍କର ଲୋକପ୍ରିୟତା ସେମାନଙ୍କର ସମୟଠାରୁ ବି ଅଧିକ ରହିଥଏ । ଅନେକ ବର୍ଷ ପାଇଁ ଜ୍ଞାନର ଅନ୍ୱେଷଣ ଭଳି ଖେଳ, ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅଂଶବିଶେଷ ହୋଇଛି ।

କ୍ରୀଡ଼ା ଗତିବିଧି ଯେମିତି କି ତୀରଚାଳନା, ତଲୱାର ଚାଳନା, କୁସ୍ତି, ମାଲଖମ୍ବ, ବୋଟ୍ ପ୍ରତିଯୋଗିତା ବହୁ ବର୍ଷ ଧରି ଅସ୍ତିତ୍ୱରେ ରହିଛି ।

କେରଳରେ କୁଟିୟୁମକ୍ଲୁମ୍, କଲାରୀ ଭଳି କ୍ରୀଡ଼ା ଲୋକପ୍ରିୟ ହୋଇ ରହିଛି ।

ଆମେମାନେ ଜାଣିଛେ କାଦୁଅରେ ଫୁଟବଲ ଖେଳ କେତେ ଲୋକପ୍ରିୟ । ମୁଁ ନିଶ୍ଚିତ ଯେ ଆପଣମାନେ ଅଧିକାଂଶ ସାଗୋଲ କାଙ୍ଗଜି ବିଷୟରେ ଜାଣିଥିବେ । ଯାହାକି ମୂଳତଃ ମଣିପୁରର । କୁହାଯାଏ ଏହା ପୋଲୋ ଖେଳ ତୁଳନାରେ ପୁରୁଣା ଓ ଏହା ସମାଜର ଏକ ବ୍ୟାପକ ବର୍ଗରେ ଖେଳାଯାଇଥାଏ ।

ଆମର ପାରମ୍ପରିକ କ୍ରୀଡ଼ା ଯେଭଳି ତା’ର ଲୋକପ୍ରିୟତା ନହରାଇବ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ । ସ୍ୱଦେଶୀ କ୍ରୀଡ଼ାକୁ ନିଶ୍ଚିତ ପ୍ରୋତ୍ସାହିତ କରିବାକୁ ପଡ଼ିବ କାରଣ ଏହା ମୂଳତଃ ଆମର ଜୀବନ ଶୈଳୀରୁ ବିକଶିତ ହୋଇଛି ।

ଲୋକମାନେ ସ୍ୱାଭାବିକ ଭାବେ ଏହି ଖେଳଗୁଡ଼ିକ ଖେଳିଥାନ୍ତି । ଯାହା ସେମାନଙ୍କର ବ୍ୟକ୍ତିତ୍ୱ ଓ କ୍ରମବର୍ଦ୍ଧିଷ୍ଣୁ ମସ୍ତିଷ୍କର ଆତ୍ମ ସମ୍ମାନ ଉପରେ ଗଭୀର ସକରାତ୍ମକ ପ୍ରଭାବ ପକାଇଥାଏ ।

ତା’ର ଜଡ଼ ଅଧିକ ସୁଦୃଢ଼ ହୋଇଯିବ । ଏବେ ବିଶ୍ୱ ପୁଣିଥରେ ନୂଆ କରି ଯୋଗ ଉପରେ ରୁଚି ଦେଖାଉଛି । ଯୋଗକୁ ଫିଟନେସ୍ ଓ ସୁସ୍ଥ ରହିବାର ସାଧନ ଭାବେ ଦେଖାଯାଉଛି । ଅର୍ଥାତ ଚିନ୍ତା ମୁକ୍ତ କରିବାର ଏକ ମାଧ୍ୟମ । ଆମର ଆଥଲେଟମାନେ ମଧ୍ୟ ଯୋଗକୁ ପ୍ରଶିକ୍ଷଣର ନିୟମିତ ଅଂଶବିଶେଷ କରିବା ନିମନ୍ତେ ବିଚାର କରିବା ଉଚିତ୍ । ଉତ୍କୃଷ୍ଟ ପରିଣାମ ସମସ୍ତଙ୍କୁ ଦେଖିବାକୁ ମିଳିବ ।

ଭାରତ ‘ଯୋଗ’ର ଜନ୍ମସ୍ଥଳୀ ହୋଇଥିବାରୁ, ଯୋଗକୁ ସମଗ୍ର ବିଶ୍ୱରେ ଅଧିକ ଲୋକପ୍ରିୟ କରିବା ହେଉଛି ଆମ ସମସ୍ତଙ୍କ ଉତ୍ତରଦାୟିତ୍ୱ । ଯେମିତି ଯୋଗ ଲୋକପ୍ରିୟ ହୋଇଛି, ଆମକୁ ନିଜର ପାରମ୍ପରିକ କ୍ରୀଡ଼ାକୁ ମଧ୍ୟ ବିଶ୍ୱରେ ଲୋକପ୍ରିୟ କରିବାର ଶୈଳୀ ସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଅତୀତ ବର୍ଷଗୁଡ଼ିକରେ, ଆପଣମାନେ ଦେଖିଥିବେ କବାଡ଼ି ଭଳି ଖେଳ ଆନ୍ତର୍ଜାତିକ ପ୍ରତିଯୋଗିତାର ଅଂଶବିଶେଷ ହୋଇଛି । ଏପରିକି ଦେଶରେ ମଧ୍ୟ ବହୁ ସଂଖ୍ୟାରେ କବାଡ଼ି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । କର୍ପୋରେଟ୍ ହାଉସଗୁଡ଼ିକ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପ୍ରାୟୋଜକ ହେଉଛନ୍ତି । ମୋତେ କୁହାଯାଇଛି ଯେ ଏହି ପ୍ରତିଯୋଗିତା ଏବେ ବ୍ୟାପକ ଭାବେ ଦେଖିବାକୁ ମିଳୁଛି ।

କବାଡ଼ି ଭଳି ଆମକୁ ଦେଶର ବିଭିନ୍ନ କୋଣରେ ଥିବା ସ୍ୱଦେଶୀ କ୍ରୀଡ଼ାକୁ ଜାତୀୟସ୍ତରକୁ ଆଣିବାର ଆବଶ୍ୟକତା ରହିଛି । ଏଥିରେ ସରକାରଙ୍କ ସହ ଅନ୍ୟ କ୍ରୀଡ଼ା ଅନୁଷ୍ଠାନ ଓ ସମାଜର ମଧ୍ୟ ପ୍ରମୁଖ ଭୂମିକା ରହିଛି ।

ଆମ ଦେଶ ହେଉଛି ସମୃଦ୍ଧ ବିବିଧ ସଂସ୍କୃତି ବିଶିଷ୍ଟ ରାଷ୍ଟ୍ର । ଯେଉଁଠି ପ୍ରାୟ 100 ଭାଷା ଓ 1600ରୁ ଅଧିକ ଉପଭାଷା, ବିଭିନ୍ନ ଖାଦ୍ୟ ଅଭ୍ୟାସ, ପରିଧାନ ଓ ଉତ୍ସବ ପାଳିତ ହୁଏ । ଆମକୁ ଏକଜୁଟ କରିବାରେ କ୍ରୀଡ଼ା ପ୍ରମୁଖ ଭୂମିକା ଗ୍ରହଣ କରେ ।

ନିୟମିତ ବାର୍ତ୍ତାଳାପ, ପ୍ରତିଯୋଗିତା ପାଇଁ ଯାତାୟତ, ଖେଳ, ପ୍ରଶିକ୍ଷଣ ଆଦି ଆମକୁ ଦେଶର ଅନ୍ୟ ଅଂଚଳର ସଂସ୍କୃତି ଓ ପରାମ୍ପରାକୁ ବୁଝିବାର ସୁଯୋଗ ଦେଇଥାଏ ।

ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରୁଛି ଓ ଜାତୀୟ ସଂହତି ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଉଛି ।

ଆମ ପାଖରେ ପ୍ରତିଭାର ଅଭାବ ନାହିଁ । କିନ୍ତୁ ଆମକୁ ପ୍ରତିଭାର ବିକାଶ ପାଇଁ ସଠିକ୍ ସୁଯୋଗ ପ୍ରଦାନ କରିବା ଓ ଏକ ପାରିପାର୍ଶ୍ଵିକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ । ଆମେ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଚଳାଇଛୁ । ଏହା ଅନ୍ତର୍ଗତ ସ୍କୁଲ ଓ କଲେଜସ୍ତରରୁ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛୁ । ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ବିକଶିତ କରିବା ପାଇଁ ସହାୟତା ଯୋଗାଇବା ଉପରେ ଧ୍ୟାନକେନ୍ଦ୍ରିତ କରୁଛୁ ।

ଖେଲୋ ଇଣ୍ଡିଆ ମଧ୍ୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ସହାୟତା ଦେଉଛି । ଆମ ଦେଶର ମହିଳାମାନେ ସବୁ କ୍ଷେତ୍ରରେ ନିଜର ସଫଳତା ମାଧ୍ୟମରେ ଆମକୁ ଗର୍ବିତ କରିଛନ୍ତି । କ୍ରୀଡ଼ା କ୍ଷେତରେ ଅଧିକ ମଧ୍ୟ ।

ଆମକୁ ବିଶେଷକରି ଆମର ଝିଅମାନଙ୍କୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ଖେଳିବା ପାଇଁ ସୁଯୋଗ ପ୍ରଦାନ କରିବା ଉଚିତ୍ । ସବୁଠୁ ଆନନ୍ଦର କଥା ହେଉଛି ଗତ ପାରାଅଲମ୍ପିକ୍ସରେ ଆମର ଖେଳାଳୀମାନେ ଅଦ୍ୟାବଧିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି ।

ଖେଳର ଉପଲବ୍ଧିରୁ ଅଧିକ ଉପରୁକୁ ଉଠି, ଏହି ପାରାଅଲମ୍ପିକ୍ସ ଓ ଆମର ଆଥଲେଟମାନଙ୍କ ପ୍ରଦର୍ଶନ ବାଧହୁଏ ଆମର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ପ୍ରତି ଆମର ଦୃଷ୍ଟିକୋଣକୁ ପରିବର୍ତ୍ତନ କରାଇଛି । ଭାରତର ଘରୋଇ ନାଁ ଦୀପା ମଲ୍ଲିକଙ୍କୁ ଯେତେବେଳେ ପଦକରେ ସମ୍ମାନିତ କରାଯାଉଥିଲା, ତାହା ମୁଁ କଦାପି ଭୁଲିପାରିବି ନାହିଁ ।

ସେ କହିଥିଲେ କି ‘ଏହି ପଦକ ଜିଣି ସେ ବାସ୍ତବରେ ଭିନ୍ନକ୍ଷମତାକୁ ପରାଜିତ କରିଛନ୍ତି’ ।

ଏହି ଟିପ୍ପଣୀରେ ବହୁତ ବଡ଼ ସାମର୍ଥ୍ୟ ରହିଛି । ଆମେ କ୍ରୀଡ଼ା ପାଇଁ ସାମୁହିକ ଆଧାର ପ୍ରସ୍ତୁତ ଦିଗରେ ନିୟମିତ କାମ କରୁଛୁ ।

ପୂର୍ବରୁ ଦଶନ୍ଧି ଧରି ଏଭଳି ଏକ ବାତାବରଣ ଥିଲା କି ଖେଳକୁ କେହି କ୍ୟାରିୟର କରିପାରୁନଥିଲେ । ଏବେ ଏହି ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ଖୁବଶୀଘ୍ର ପରିଣାମ ଖେଳ ପଡ଼ିଆରେ ପ୍ରତିଫଳିତ ହେବ । ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତି ଦ୍ୱାରା କ୍ରୀଡ଼ା ଅର୍ଥବ୍ୟବସ୍ଥାକୁ ବିକଶିତ କରିବାରେ ସହାୟତା ମିଳିବ ।

ଏକ ପୂର୍ଣ୍ଣ ବିକଶିତ ପାରିପାର୍ଶ୍ଵିକ ବ୍ୟବସ୍ଥାରେ କ୍ରୀଡ଼ା ଆମର ଅର୍ଥବ୍ୟବସ୍ଥା ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ । ବିପୁଳ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବ । କ୍ରୀଡ଼ା ଉଦ୍ୟୋଗ କ୍ଷେତ୍ର ମାଧ୍ୟମରେ ପେଷାଦାର ଲିଗ୍, କ୍ରୀଡ଼ା ଉପକରଣ, କ୍ରୀଡ଼ା ବିଜ୍ଞାନ, ମେଡିସିନ୍, କ୍ରୀଡ଼ାବିତଙ୍କୁ ସହାୟତା, ପରିଧାନ, ପୁଷ୍ଟିକର, ଦକ୍ଷତା ବିକାଶ, କ୍ରୀଡ଼ା ପରିଚାଳନାର ସୁଯୋଗ ରହିଛି ।

କ୍ରୀଡ଼ା ହେଉଛି ବହୁ କୋଟି ଡଲାରର ବିଶ୍ୱ ଉଦ୍ୟୋଗ । ଯାହାର ଅଗଣିତ ଉପଭୋକ୍ତା ଓ ଚାହିଦା ରହିଛି । ବିଶ୍ୱ କ୍ରୀଡ଼ା ଉଦ୍ୟୋଗ ପ୍ରାୟ 600 ବିଲିଅନ ଆମେରିକୀୟ ଡଲାରର ହେବ ବୋଲି ଆକଳନ କରାଯାଉଛି । ଭାରତରେ, ସମଗ୍ର କ୍ରୀଡ଼ା କ୍ଷେତ୍ର ମାତ୍ର ଦୁଇ ବିଲିଅନ ଡଲାର ହେବାର ଆକଳନ ହୋଇଛି ।

ଅବଶ୍ୟ ଭାରତରେ କ୍ରୀଡ଼ାର ବ୍ୟାପକ ସମ୍ଭାବନା ରହିଛି ଓ ଭାରତ ଏକ କ୍ରୀଡ଼ାପ୍ରିୟ ରାଷ୍ଟ୍ର । ଏବେ ଚାଲିଥିବା କ୍ରିକେଟ୍ ଚାମ୍ପିଅନ୍ସ ଟ୍ରଫି ଦେଖିବା ପାଇଁ ଆମର ଯୁବ ବନ୍ଧୁମାନେ ଯେଭଳି ଆବେଗ ଦେଖାଉଛନ୍ତି, ତାହା ସେମାନେ ଇପିଏଲ୍ ଫୁଟବଲ ଅବା ଏନବିଏ ବାସ୍କେଟବଲ୍ ଫିକ୍ସଚର ଓ ଏଫ୍-୧ ରେସ୍ ରେ ମଧ୍ୟ ଦେଖାଇବେ ।

ଯେମିତିକି ମୁଁ ପୂର୍ବରୁ କହିଥିଲି ଯେ ସେମାନେ ମଧ୍ୟ କବାଡ଼ି ଭଳି ଖେଳ ପ୍ରତି ଆକର୍ଷିତ ହେଉଛନ୍ତି । ଆମର ଖେଳ ପଡ଼ିଆ ଓ ଷ୍ଟାଡିୟମର ଅଧିକ ଉପଯୋଗ ହେବା ଉଚିତ୍ । ଛୁଟିରେ ବି ବାହାରକୁ ଯିବା ଓ ଖେଳ ଖେଳିବା ଉଚିତ୍ । ସ୍କୁଲ ଓ କଲେଜର ପଡ଼ିଆରେ ଅବା ଜିଲ୍ଲାରେ ଆଧୁନିକ ସୁବିଧା ସହ ଷ୍ଟାଡ଼ିୟମର ଉପଯୋଗ କରାଯାଇପାରିବ ।

ମୋ’ର ଭାଷଣ ସମାପ୍ତ କରିବା ପୂର୍ବରୁ, ମୁଁ କ୍ରୀଡ଼ା ଓ ଖେଳ କ୍ଷେତ୍ରରେ କେରଳର ଯୋଗଦାନକୁ ନିଶ୍ଚତ ଭାବେ ପ୍ରଶଂସା କରିବାକୁ ଚାହିଁଛି । ମୁଁ ପ୍ରତ୍ୟେକ ଖେଳାଳି ଯେଉଁମାନେକି ଭାରତ ପାଇଁ ଖେଳିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଏହି କ୍ରୀଡ଼ାବିତ୍ ମାନଙ୍କ ଦୃଢ଼ସଂକଳ୍ପକୁ ସଲାମ କରୁଛି, ଯେଉଁମାନେ ଉତ୍କୃଷ୍ଟତା ପାଇଁ କଠିନ ପରିଶ୍ରମ କରୁଛନ୍ତି । ମୁଁ ମଧ୍ୟ ଉଷା ସ୍କୁଲର ଉଜ୍ୱଳ ଭବିଷ୍ୟତ କାମନା କରୁଛି ଓ ନୂଆ ସିନ୍ଥେଟିକ୍ ଟ୍ରାକ୍ ସେମାନଙ୍କୁ ନୂଆ ଶିଖର ପ୍ରାପ୍ତ କରିବାରେ ସହାୟକ ହେଉ ବୋଲି ଆଶା କରୁଛି । 2020ରେ ଟୋକିଓ ଅଲମ୍ପିକ ସମେତ ପ୍ରମୁଖ ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ ପାଇଁ ଆମର ପଦ୍ଧତିଗତ ପ୍ରସ୍ତୁତିରେ ଏହା ଯୋଗଦାନ କରିବ ।

2022 ମସିହାରେ ଆମ ଦେଶ 75ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାରୁ ମୁଁ ଭାରତୀୟ କ୍ରୀଡ଼ା ଜଗତକୁ ଆହ୍ୱାନ କରୁଛି କି ସେମାନେ କ୍ରୀଡ଼ା କ୍ଷେତ୍ରରେ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ ଏବଂ ଏହାକୁ ହୃଦୟଙ୍ଗମ କରିବା ପାଇଁ ସେମାନେ ପ୍ରତିଜ୍ଞା କରନ୍ତୁ ।

ମୋ’ର ବିଶ୍ୱାସ ଅଛି ଯେ ଅଲିମ୍ପିକ ଓ ଅନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ାରେ ଉଷା ସ୍କୁଲ ଅଧିକ ସଂଖ୍ୟକ ଚାମ୍ପିଅନ୍ସଙ୍କୁ ସୃଷ୍ଟି କରିବ । ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କୁ ସହାୟତା କରିବ ଓ ଆଥଲେଟିକ୍ସରେ ଉତ୍କୃଷ୍ଟତା ପାଇଁ ଯଥାସମ୍ଭବ ସହଯୋଗ କରିବ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs to help boost exports of leather goods, footwear to $14 bn by 2030: CLE

Media Coverage

FTAs to help boost exports of leather goods, footwear to $14 bn by 2030: CLE
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the strength of courage and resilience
July 08, 2026

The Prime Minister, Shri Narendra Modi said that courage is the greatest strength of a nation. He noted that it inspires the country to remain united even in the face of difficult challenges and to move steadily towards progress, prosperity and self-reliance.

The Prime Minister shared a Sanskrit Subhashitam-

“चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।। ”

The Subhashitam conveys that even mountains, lashed by tempestuous winds, are shaken and set in motion at the time of dissolution; yet amid the gravest trials, the mind of the steadfast remains unwavering and undisturbed.

The Prime Minister wrote on X;

“धैर्य किसी राष्ट्र की सबसे बड़ी शक्ति है। इससे कठिन चुनौतियों के बीच भी देश को एकजुट रहने के साथ ही प्रगति, समृद्धि और आत्मनिर्भरता की दिशा में निरंतर आगे बढ़ने की प्रेरणा मिलती है।

चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।।”