ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜି ନବନିର୍ମିତ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସକୁ ଉଦ୍ଘାଟନ କରିଛନ୍ତି । ଏହାକୁ ସାଂସଦମାନଙ୍କ ପାଇଁ ସାମୟିକ ଆବାସ୍ଥସ୍ଥଳୀ ଭାବେ ବ୍ୟବହାର କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ଦିଗରେ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବାଚସ୍ପତି ଶ୍ରୀମତୀ ମହାଜନ ସଦାସର୍ବଦା ସାଂସଦମାନଙ୍କ ମଙ୍ଗଳ ନିମନ୍ତେ ଚିନ୍ତା କରିଥାନ୍ତି । ତେଣୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବା ଦିଗରେ ତାଙ୍କର ଏହି ଭାବନା ସର୍ବଦା ପ୍ରତିଫଳିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଧାର୍ଯ୍ୟ ସମୟ ଏବଂ ଖର୍ଚ୍ଚ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସାଂସଦମାନେ ପ୍ରଥମ ଥର ନିର୍ବାଚିତ ହୋଇଥାନ୍ତି, ସେମାନେ ହୋଟେଲରେ ଆସି ରହିଥାନ୍ତି ଏବଂ ଏହା ମୁଖ୍ୟ ଖବର ହୋଇଯାଇଥାଏ । ତେବେ ପୂର୍ବରୁ ସରକାରୀ ଗୃହରେ ଥିବା ପୂର୍ବତନ ସଦସ୍ୟମାନେ ଯେ ଠିକ୍ ସମୟରେ ଘର ଛାଡ଼ି ନଥାନ୍ତି, ତାହା କେହି ଦୃଷ୍ଟି ଦେଇନଥାନ୍ତି ।

ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ନିର୍ଦ୍ଧାରିତ ପଥରେ କେନ୍ଦ୍ର ସରକାର ଚାଲୁଛନ୍ତି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ କହିଥିଲେ । ଡକ୍ଟର ଆମ୍ବେଦକରଙ୍କ ଆଦର୍ଶର ମୂଳ ନୀତି ଥିଲା ଐକ୍ୟତା ଓ ସୁସଙ୍ଗତୀକରଣ । ସମାଜରେ ଥିବା ଗରିବଙ୍କ ମଧ୍ୟରେ ଅତ୍ୟନ୍ତ ଗରିବମାନଙ୍କ ପାଇଁ କାର୍ଯ୍ୟ କରିବା ସରକାରଙ୍କ ନୀତି ବୋଲି ସେ କହିଥିଲେ ।

ଏହି ଅବସରରେ ସେ ଘୋଷଣା କରିଥିଲେ ଯେ, ବାବାସାହେବ ଆମ୍ବେଦକରଙ୍କ ସମ୍ମାନାର୍ଥେ ତାଙ୍କ ଶେଷ ଆବାସିକ ଗୃହକୁ ଜୟନ୍ତୀ ଦିବସର ଦିନକ ପୂର୍ବରୁ – ଏପ୍ରିଲ 13 ତାରିଖରେ ସ୍ମାରକୀ ଭାବେ ଉଦ୍ଘାଟନ କରାଯିବ । ଡକ୍ଟର ଆମ୍ବେଦକରଙ୍କ ନାମରେ ରାଜନୀତି କରୁଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi