PM Modi inaugurates several development projects in Rajkot, Gujarat
PM Modi interacts with the beneficiaries of #PradhanMantriAwasYojana in Rajkot
Inspired by Gandhi Ji, we have to work for a cleaner and greener tomorrow: PM Modi #SwachhBharat
Gujarat is blessed that this is the land that is so closely associated with Gandhi ji: PM Modi in Rajkot
Bapu always said that think of the last person in the queue, the poorest person, and serve the underprivileged. Inspired by this ideal we are serving the poor: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁଉଦଘାଟନ କରିଥିଲେ  । ଏହି ସଂଗ୍ରହାଳୟ ଆଲଫ୍ରେଡ ଉଚ୍ଚ ବିଦ୍ୟାଳୟଠାରେ ପ୍ରତିଷ୍ଠା କରାଯାଇଛି ଯାହା ମହାତ୍ମାଗାନ୍ଧୀଙ୍କର ଗଠନାତ୍ମକ ବର୍ଷଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା  । ଏହା ଗାନ୍ଧୀଜୀଙ୍କର ସଂସ୍କାର,ମୂଲ୍ୟବୋଧ ଏବଂ ଦର୍ଶନ ଉପରେ ସଚେତନତା ସୃଷ୍ଟି କରିବ  ।

ପ୍ରଧାନମନ୍ତ୍ରୀ 624ଟି ସାର୍ବଜନୀନ ଆବାସ ପ୍ରକଳ୍ପ ଉଦଘାଟନ ସ୍ୱରୂପ ଏକ ପ୍ଲାନକୁ ଉନ୍ମୋଚନ କରିଥିଲେ  । 240ଟି ହିତାଧିକାରୀ ପରିବାରଙ୍କର ଇ-ଗୃହ ପ୍ରବେଶ କାର୍ଯ୍ୟ ତାଙ୍କ ଉପସ୍ଥିତିରେ କରାଯାଇଥିଲା  ।

ଏହି ଅବସରରେ ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କଠାରୁ ଅନେକ କିଛି ଶିଖିବାର ଅଛି  । ଗୁଜରାଟ ଭୂମି ବାପୁଙ୍କ ସହିତ ଅତି ନିକଟତର ହେବାର ଆଶିର୍ବାଦ ପ୍ରାପ୍ତ କରିପାରିଥିଲା  ।

ପରିବେଶ ପ୍ରତି ବାପୁଙ୍କର ଚିନ୍ତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଆଗାମୀ କାଲିକୁ ସ୍ୱଚ୍ଛ ଏବଂ ସବୁଜ କରିବା  ।

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ବାପୁ ସର୍ବଦା ଧାଡିର ସର୍ବଶେଷ ବ୍ୟକ୍ତି, ଅତି ଗରିବ ବ୍ୟକ୍ତି ଏବଂ ବଂଚିତ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ଶିକ୍ଷା ଦେଇଆସିଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଦର୍ଶରେ ପ୍ରେରିତ ହୋଇ ଆମେ ଗରିବ ଲୋକମାନଙ୍କର ସେବା କରୁଛୁ  । ଆମ ପଦକ୍ଷେପ ମାଧ୍ୟମରେ ସେମାନଙ୍କ ଜୀବନକୁ ପରିବର୍ତ୍ତିତ କରିବାକୁ ଚାହୁଁଛୁ ଏବଂ ଗରିବ ଲୋକମାନଙ୍କ ପାଇଁ ଗୃହ ନିର୍ମାଣ କରିବା ପାଇଁ ମଧ୍ୟ ଚାହୁଁଛୁ  ।

ସ୍ୱାଧୀନତା ପ୍ରାପ୍ତିର 70 ବର୍ଷରୁ ଉର୍ଦ୍ଧ୍ଵ ହୋଇସାରିଲାଣି କିନ୍ତୁ ବାପୁଙ୍କର ସ୍ୱଚ୍ଛ ଭାରତ ସ୍ୱପ୍ନ ଅସଂପୂର୍ଣ୍ଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ଆମେ ସମସ୍ତେ ମିଶି ବାପୁଙ୍କର ଏହି ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ ।

 

ବିଗତ 4 ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ କିନ୍ତୁ ଏହାକୁ ଆହୁରୀ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।


 

ଏହାପରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India vehicle retail sales seen steady in December as tax cuts spur demand: FADA

Media Coverage

India vehicle retail sales seen steady in December as tax cuts spur demand: FADA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 9, 2025
December 09, 2025

Aatmanirbhar Bharat in Action: Innovation, Energy, Defence, Digital & Infrastructure, India Rising Under PM Modi