ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଠାରେ ଇଣ୍ଡିଆନ ଅଏଲର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍‌ ଜରିଆରେ ଉଦଘାଟନ କରିଛନ୍ତି। ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ। ବ୍ରହ୍ମପୁତ୍ର ନଦୀର ଉତ୍ତର ତଟ କିପରି ଭାବେ ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମାକୁ ଜନ୍ମ ଦେଇଥିଲା ଏବଂ ଜୟମୋତି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ ଆହୁରି କହିଥିଲେ ଯେ ଏହି ଅଞ୍ଚଳ ଏପରି ଅନେକ ବ୍ୟକ୍ତିତ୍ବଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆସାମର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି । ସେ କହିଥିଲେ ଯେ ଆସାମର ସନ୍ତୁଳିତ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଜୋର୍‌ ଦିଆଯାଉଛି ।

 

ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ତଟରେ ଅନେକ ସମ୍ଭାବନା ଥିବା ସତ୍ତ୍ବେ ପୂର୍ବର ସରକାର ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ। ଏ ଅଞ୍ଚଳ ପାଇଁ ଯୋଗାଯୋଗ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ପ୍ରତି ପ୍ରାଥମିକତା ଦିଆଯାଇନଥିଲା। ସେ ଆହୁରି କହିଥିଲେ ଯେ ‘ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସ’ ମନ୍ତ୍ର ନେଇ କାମ କରୁଥିବା ସରକାର ଏହି ବାଛବିଚାରକୁ ଦୂର କରିପାରିଛନ୍ତି । ସରକାରଙ୍କ ଦ୍ୱାରା ଆସାମରେ ଉଦଘାଟିତ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ସେ କହିଥିଲେ ଯେ ଆଜି, ଏହି ଅଞ୍ଚଳ ପାଇଁ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ 3000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରାଯାଇଛି । ସେ କହିଥିଲେ ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ପରିଚୟକୁ ବଦଳାଇ ଦେବ ଏବଂ ଶକ୍ତି ଓ ଶିକ୍ଷାର କେନ୍ଦ୍ର ପାଲଟିବ । ଏଗୁଡ଼ିକ ଆସାମକୁ ନୂଆ ପରିଚୟ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ନିଜର ସାମର୍ଥ୍ୟ ଓ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବାକୁ ହେବ । ଗତ କିଛି ବର୍ଷ ହେବ ଭାରତର ବିଶୋଧନ କ୍ଷମତା, ବିଶେଷ କରି ବୋଙ୍ଗାଇଗାଓଁ ବିଶୋଧନାଗାର ଠାରେ, ବହୁମାତ୍ରାରେ ବୃଦ୍ଧି ପାଇଛି ।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ଗ୍ୟାସ ୟୁନିଟ୍‌ ଏଲପିଜି ଉତ୍ପାଦନର କ୍ଷମତା ବୃଦ୍ଧି କରିବ ଏବଂ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କୁ ଜୀବନକୁ ସହଜ କରିବ । ଏହା ମଧ୍ୟ ଏହି ଅଞ୍ଚଳର ଯୁବକମାନଙ୍କର ନିଯୁକ୍ତି ସୁଯୋଗରେ ବୃଦ୍ଧି ଘଟାଇବ ।

ସେ କହିଥିଲେ ଯେ ସରକାର ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଗରିବ ମା’ ଓ ଭଉଣୀମାନଙ୍କୁ ରୋଷେଇ ଘରେ ପାରମ୍ପରିକ କାଠଜାଳେଣିରୁ ହେଉଥିବା ଧୂଆଁ ଜନିତ ପ୍ରଦୂଷଣରୁ ମୁକ୍ତି ଦେଇଛନ୍ତି । ସେ କହିଥିଲେ ଯେ ଆଜି ଆସାମରେ ଗ୍ୟାସ ସଂଯୋଗ ପାଖାପାଖି ଶତପ୍ରତିଶତରେ ପହଞ୍ଚିଛି । ସେ ଉଲ୍ଲେଖ କରିଥିଲେ ଯେ 1 କୋଟି ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଦେବା ଲାଗି ଚଳିତ ବର୍ଷର ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ସାର ଅଭାବ କାରଣରୁ ଗରିବ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେ କହିଥିଲେ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶର 18,000 ଗ୍ରାମକୁ ବିଦ୍ୟୁତ ସଂଯୋଗ ନଥିଲା, ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ରହିଛି । ସରକାର ଏବେ ଏହି ତ୍ରୁଟିକୁ ସୁଧାରିବା ଲାଗି ଚେଷ୍ଟା ଓ ସେ ଦିଗରେ କାର୍ଯ୍ୟ କରୁଛନ୍ତି ।

ସେ କହିଥିଲେ ଯେ ଏହି ଅଞ୍ଚଳରେ ଥିବା ବିଭିନ୍ନ ସାର ଉଦ୍ୟୋଗ ଗ୍ୟାସର ଅଭାବ କାରଣରୁ ବନ୍ଦ ହୋଇଯାଇଥିଲା କିମ୍ବା ରୁଗ୍ଣ ସ୍ଥିତିରେ ଥିଲା । ଯାହାର ପ୍ରତିକୂଳ ପ୍ରଭାବ ଗରିବ, ବଞ୍ଚିତ ଏବଂ ମଧ୍ୟମବର୍ଗଙ୍କ ଉପରେ ପଡ଼ିଥିଲା ।

ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସର୍ବବୃହତ ଗ୍ୟାସ ପାଇପଲାଇନ ନେଟୱର୍କ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା କ୍ଷେତ୍ରରେ ଆମର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ବୈଷୟିକ ପେସାଦାରମାନଙ୍କର ଏକ ସୁଦୃଢ଼ ପ୍ରତିଭା ଭଣ୍ଡାର ବିଶେଷ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଅତୀତରେ ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିଥିଲୁ ଯେଉଁଠି ଦେଶର ଯୁବକମାନେ ଷ୍ଟାର୍ଟଅପଗୁଡ଼ିକ ମାଧ୍ୟମରେ ସମସ୍ୟା ସମାଧାନ କରିପାରିବେ । ଆଜି ସାରା ବିଶ୍ବ ଭାରତର ଇଞ୍ଜିନିୟରମାନଙ୍କୁ ମାନ୍ୟତା ଦେଉଛି । ଆସାମର ଯୁବପିଢ଼ିଙ୍କ ମଧ୍ୟରେ ଅଦ୍ଭୂତ ସମ୍ଭାବନା ରହିଛି । ଏହି କ୍ଷମତାକୁ ବଢ଼ାଇବା ଲାଗି ରାଜ୍ୟ ସରକାର କଠିନ ପରିଶ୍ରମ କରୁଛନ୍ତି । ଆସାମ ସରକାରଙ୍କ ପ୍ରୟାସ କାରଣରୁ ଆଜି ରାଜ୍ୟରେ କୋଡ଼ିଏରୁ ଅଧିକ ଇଞ୍ଜିନିୟରିଂ କଲେଜ ରହିଛି । ଆଜି, ଧେମାଜି ଇଞ୍ଜିନିୟରିଂ କଲେଜ ଉଦଘାଟନ ହେବା ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ହେବା ଫଳରେ ଏହି କ୍ଷମତା ଆହୁରି ବୃଦ୍ଧି ପାଇଛି । ଆହୁରି ତିନୋଟି ଇଞ୍ଜିନିୟରିଂ କଲେଜ ନିର୍ମାଣ ପାଇଁ ଏବେ କାମ ଜାରି ରହିଛି ବୋଲି ସେ ଘୋଷଣା କରିଥିଲେ । ଆସାମ ସରକାର ଯଥାଶୀଘ୍ର ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଲାଗି ଚେଷ୍ଟା କରୁଛନ୍ତି । ଏହା ଆସାମ ଲୋକମାନଙ୍କୁ ଲାଭାନ୍ୱିତ କରିବ, ବିଶେଷ କରି ଚା’ବଗିଚା ଶ୍ରମିକ, ଅନୁସୂଚୀତ ଜନଜାତିର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ କାରଣ ଏଥିରେ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଚା’, ହସ୍ତତନ୍ତ ଏବଂ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ଆତ୍ମନିର୍ଭରଶୀଳତା ଆସାମର ଲୋକମାନଙ୍କର କ୍ଷମତା ଓ ସାମର୍ଥ୍ୟ ବୃଦ୍ଧି କରିବ । ଚା’ ଉତ୍ପାଦନ ଆତ୍ମନିର୍ଭରଶୀଳ ଆସାମର ସଂକଳ୍ପକୁ ସୁଦୃଢ଼ କରିବ। ଏଭଳି ପରିସ୍ଥିତିରେ, ଯଦି ଯୁବକମାନେ ସ୍କୁଲ ଓ କଲେଜରେ ଏସବୁ ଦକ୍ଷତା ଶିକ୍ଷାଲାଭ କରନ୍ତି ତା’ହେଲେ ସେମାନେ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବେ । ସେ ଉଲ୍ଲେଖ କରିଥିଲେ ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ 100 ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଘୋଷଣା କରାଯାଇଛି । ଏହାଦ୍ୱାରା ଆସାମ ମଧ୍ୟ ଲାଭବାନ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ଚାଷୀମାନଙ୍କର ସମ୍ଭାବନା ଓ ଆୟ ବୃଦ୍ଧି ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରୁଛନ୍ତି । ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ଚାଷୀମାନଙ୍କ ପାଇଁ 20ହଜାର କୋଟି ଟଙ୍କାର ବୃହତ ଯୋଜନା ଘୋଷଣା କରିଛନ୍ତି ଏହା ମଧ୍ୟ ଆସାମର ଲୋକମାନଙ୍କୁ ଲାଭାନ୍ୱିତ କରିବ । ସେ ଉଲ୍ଲେଖ କରିଥିଲେ ଯେ ଆସାମର ଚାଷୀମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଲାଗି ସରକାର ଉଦ୍ୟମ କରୁଛନ୍ତି । ସେ କହିଥିଲେ ଯେ ଉତ୍ତର ତଟର ଚା’ ବଗିଚା ଆସାମର ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

କ୍ଷୁଦ୍ର ଚା’ ଚାଷୀଙ୍କୁ ଜମି ଲିଜ୍‌ ଦେବା ଲାଗି ଅଭିଯାନ ଆରମ୍ଭ କରିଥିବାରୁ ସେ ଆସାମ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଆସାମର ଲୋକମାନେ ବିକାଶ ଓ ପ୍ରଗତିର ଡବଲ ଇଞ୍ଜିନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”