ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗଙ୍କ ଲାଗି 10% ସଂରକ୍ଷଣ ବିଲ ପାରିତ ହେବା 'ସବକା ସାଥ ,ସବକା ବିକାଶ' ପ୍ରତି ଏନଡିଏ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ଆମ ସରକାର ମଧ୍ୟମ ବର୍ଗଙ୍କ କଲ୍ୟାଣ ପାଇଁ ଚିନ୍ତିତ : ପ୍ରଧାନମନ୍ତ୍ରୀ ମୋଦୀ
ହେଲିକପ୍ଟର ଚୁକ୍ତିର ମଧ୍ୟସ୍ଥି ଗତ ସରକାରଙ୍କ ଯୁଦ୍ଧ ବିମାନ ଚୁକ୍ତିରେ ମଧ୍ୟ ସାମିଲ ଥିଲେ :ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ବର୍ଗର ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ ଗରିବଙ୍କ କଲ୍ୟାଣ ଲାଗି ଏକ ଐତିହାସିକ ପଦକ୍ଷେପ, ଯାହା ସବକା ସାଥ୍- ସବକା ବିକାଶ ନୀତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ମହାରାଷ୍ଟ୍ରର ସୋଲାପୁରରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଲୋକସଭା ଦ୍ୱାରା ଏହି ବିଲ ଗୃହୀତ କରାଯିବ । ସେହି ଲୋକମାନଙ୍କ ପ୍ରତି ଏକ ଦୃଢ଼ ଜବାବ ଯେଉଁମାନେ ଏ ସମ୍ପର୍କରେ ମିଛ ପ୍ରଚାର କରୁଛନ୍ତି । ସେ ଆଶାବ୍ୟକ୍ତ କରିଥିଲେ ଯେ ଏହି ବିଲ ରାଜ୍ୟ ସଭାରେ ମଧ୍ୟ ପାସ ହୋଇଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଗତକାଲି ଲୋକସଭାରେ ସାଧାରଣ ବର୍ଗର ଆର୍ଥିକ ଭାବେ ଦୁର୍ବଳ ଲୋକମାନଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ଏକ ଐତିହାସିକ ବିଲ ପାସ କରିଛୁ ।

ନାଗରିକତ୍ୱ ସଂଶୋଧନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନଙ୍କୁ ଆଶ୍ୱସ୍ତ ଦେଇଥିଲେ ଯେ ସେମାନଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହି ବିଲ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଭାରତ ମାତାର ପୁତ୍ର ଏବଂ କନ୍ୟାମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ମାର୍ଗକୁ ପ୍ରଶସ୍ତ କରୁଛି । ଇତିହାସର ଉତ୍ଥାନ ଏବଂ ପତନକୁ ଦେଖିବା ଆମର ଏହି ଭାଇ ଓ ଭଉଣୀମାନେ ଭାରତର ଏକ ଅଙ୍ଗ ହେବା ଲାଗି ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କୁ ଯେତେ ଦୋଷାରୋପ କରାଯାଉ ପଛେ ଦୁର୍ନୀତି ଏବଂ ଦଲାଲି ବିରୋଧରେ ତାଙ୍କର ଏହି ଅଭିଯାନ ଲଗାତାର ଜାରି ରହିବ । ସେ କହିଥିଲେ ଯେ ସେ ଏହି ଦେଶର ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସମର୍ଥନରେ ଦୁର୍ନୀତି ଏବଂ ଦଲାଲି ବିରୋଧରେ ଲଢ଼ିବାରେ ସାହସପୂର୍ବକ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଆଧାରଶିଳା ରଖିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ 30,000 ବାସଗୃହ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ଜରି ବିକାଳି, ରିକ୍ସା ଚାଳକ, ବିଡି ଶ୍ରମିକଙ୍କ ଭଳି ଗରିବ ଏବଂ ବାସହୀନ ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପ ଲାଗି 1811.33 କୋଟି ଟଙ୍କା ବ୍ୟୟ କରାଯିବ । ସେ କହିଥିଲେ ଯେ ଆଜି ଆମେ ଗରିବ, ଶ୍ରମିକଙ୍କ ପରିବାର ପାଇଁ 30,000 ବାସଗୃହ ପ୍ରକଳ୍ପର ଉଦଘାଟନ କରିଛୁ । ଏହି ପ୍ରକଳ୍ପ ଦ୍ୱାରା କାରଖାନାରେ କାମ କରୁଥିବା, ରିକ୍ସା ଚାଳକ ଏବଂ ଅଟୋଚାଳକ ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ଖୁବଶୀଘ୍ର ଆପଣମାନଙ୍କ ହାତରେ ଏହି ଘରର ଚାବି ରହିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଧ୍ୟମବର୍ଗର ପରିବାର ପାଇଁ ଶସ୍ତା ବାସଗୃହ ନିର୍ମାଣ କରିବା ଲାଗି ମଧ୍ୟ ପ୍ରୟାସ କରାଯାଇଛି । ଏବେ ସେମାନେ 20 ବର୍ଷର ଅବଧି ବିଶିଷ୍ଟ ବାସଗୃହ ଋଣରେ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହା ଆରାମରେ ରହିବା ଲାଗି ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ପ୍ରକଳ୍ପଗୁଡ଼ିକର ସେ ଶିଳାନ୍ୟାସ କରିଥିଲେ ସେସବୁ ପ୍ରକଳ୍ପର ଉଦଘାଟନ କରି ସେ ତାଙ୍କର ପ୍ରତିଶ୍ରୁତିବଦ୍ଧତା ବଜାୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନୂଆ ଜାତୀୟ ରାଜପଥ-52ର 98.717 କିଲୋମିଟର ଲମ୍ବ ସଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ସଡ଼କ ଦ୍ୱାରା ସୋଲାପୁରର ମରାଠାୱାଡ଼ା କ୍ଷେତ୍ର ସହିତ ଯୋଗାଯୋଗରେ ଉନ୍ନତି ଆସିପାରିବ । ସୋଲାପୁର-ତୁଲଜାପୁର-ଓସମାନାବାଦ, ଜାତୀୟ ରାଜପଥ-52 ଏକ 4-ଲେନ ବିଶିଷ୍ଟ ସଡ଼କ । ଏହାର ଆନୁମାନିକ ବ୍ୟୟ 972.50 କୋଟି ଟଙ୍କା । ପ୍ରଧାନମନ୍ତ୍ରୀ 2014ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଜାତୀୟ ରାଜପଥ-52ରେ ଦୁଇଟି ବଡ଼ ଏବଂ 17ଟି ଛୋଟ ସେତୁ ରହିଛି । ଏଥିରେ ସୁରକ୍ଷା ବିଶେଷତ୍ୱକୁ ସାମିଲ କରାଯାଇଛି । ଏଥିରେ 4ଟି ବାହନ ଏବଂ 10ଟି ପାଦଚଲା ଅଣ୍ଡରପାସ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ତୁଲଜାପୁରରେ 3.4 କିଲୋମିଟର ବାଇପାସ ନିର୍ମାଣ କରାଯାଇଛି, ଯାହା ସହରର ଯାତାୟାତ ବ୍ୟବସ୍ଥାକୁ ସହଜ କରିବ ।

ଉନ୍ନତ ଯୋଗାଯୋଗ ଏବଂ ଜୀବନକୁ ସହଜ କରିବା ଲାଗି ରାଜପଥର ସମ୍ପ୍ରସାରଣ ପ୍ରତି ସରକାରଙ୍କ ସଂକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ ପାଖାପାଖି 40,000 କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ଏହାର ବ୍ୟୟ ପାଖାପାଖି 5.5 ଲକ୍ଷ କୋଟି ଟଙ୍କା । ପାଖାପାଖି 52,000 କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ପ୍ରଗତି ପଥରେ ରହିଛି ।

ଏହି ଅଂଚଳରେ ରେଳ ଯୋଗାଯୋଗକୁ ଉନ୍ନତ କରିବା ଲାଗି ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସୋଲାପୁର-ଓସମାନାବାଦ ଭାୟା ତୁଲଜାପୁର ରେଳ ଲାଇନକୁ ମଞ୍ଜୁରି ଦେଇଛନ୍ତି । ଏହାର ଆନୁମାନିକ ବ୍ୟୟ 1000 କୋଟି ଟଙ୍କା । ସେ କହିଥିଲେ ଯେ ଉଡ଼ାନ ଯୋଜନା ଅନ୍ତର୍ଗତ ସୋଲାପୁର ଆଂଚଳିକ ବିମାନ ସଂଯୋଗ ନିମନ୍ତେ ବିମାନ ଯାତ୍ରା ଆରମ୍ଭ କରାଯିବ ।

ସ୍ୱଚ୍ଛ ଭାରତ ଏବଂ ସ୍ୱଚ୍ଛ ଭାରତ ସଂକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ସୋଲାପୁରରେ ଭୂତଳ ସ୍ୱେରେଜ ପ୍ରଣାଳୀ ଏବଂ ତିନୋଟି ସ୍ୱିୱର ପରିଚାଳନା ପ୍ଲାଂଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହାଦ୍ୱାରା ସହରର ସ୍ୱିୱର କଭରେଜ ବୃଦ୍ଧି ପାଇବ ଏବଂ ସ୍ୱଚ୍ଛତା ଉନ୍ନତ ହେବ ।

ପ୍ରଧାନମନ୍ତ୍ରୀ ଜଳ ଯୋଗାଣ ଏବଂ ସିୱର ପ୍ରଣାଳୀ ସହ ଜଡ଼ିତ ଏକ ସମନ୍ୱିତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ସୋଲାପୁର ସ୍ମାର୍ଟ ସିଟି କ୍ଷେତ୍ର ଆଧାରିତ ବିକାଶର ଅଂଶବିଶେଷ ଅଟେ । ଉଜାନୀ ନଦୀବନ୍ଧରୁ ସୋଲାପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ଏବଂ ଅମୃତ ମିଶନ ଅନ୍ତର୍ଗତ ଭୂତଳ ସ୍ୱେରେଜ ପ୍ରଣାଳୀର ନିର୍ମାଣ ଏହି ପ୍ରକଳ୍ପର ପ୍ରମୁଖ ଉପାଦାନ ।

ଆଶା କରାଯାଉଛି ଯେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସଡ଼କ ଏବଂ ପରିବହନ ସଂଯୋଗ, ଜଳ ଯୋଗାଣ,ସ୍ୱଚ୍ଛତା ଉନ୍ନତ ହେବ ଏବଂ ସୋଲାପୁର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍ଧ ହୋଇପାରିବ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”