Let us work together to build a new India that would make our freedom fighters proud: PM Modi
Government is committed to cooperative federalism, our mantra is ‘Sabka Sath Sabka Vikas’, says PM Modi
To prevent, control and manage diseases like cancer we need action from all sections of society including NGOs and private sector: PM
Under #AyushmanBharat, we will provide preventive and curative services at primary care level to people near their homes, says PM Modi

ତାମିଲନାଡ଼ୁର ରାଜ୍ୟପାଳ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀପରିଷଦରେ ମୋର ସହଯୋଗୀ

ତାମିଲନାଡ଼ୁର ଉପମୁଖ୍ୟମନ୍ତ୍ରୀ

ମଞ୍ଚରେ ଉପସ୍ଥିତ ଅନ୍ୟ ସମ୍ମାନସ୍ପଦ ଅତିଥିଗଣ

ଭାଇ ଓ ଭଉଣୀମାନେ,

ଏପ୍ରିଲ 14ରେ ପଡ଼ୁଥିବା ତାମିଲ ନବବର୍ଷ ଭିଲାମ୍ଭୀ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ତାମିଲ ଲୋକମାନଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଉଛି । ମୁଁ ଆଦିଆର କର୍କଟ ପ୍ରତିଷ୍ଠାନରେ ଉପସ୍ଥିତ ହୋଇ ଆନନ୍ଦିତ । ଏହା ଭାରତର ଅନ୍ୟତମ ପୁରୁଣା ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବ୍ୟାପକ କର୍କଟ ଚିକିତ୍ସା କେନ୍ଦ୍ର ।

ପରିବର୍ତ୍ତିତ ଜୀବନଶୈଳୀ ଅଣ-ସଂକ୍ରାମକ ରୋଗର ବୋଝ ବଢ଼ାଉଛି । କେତେକ ଆକଳନ ଅନୁଯାୟୀ, ଆମ ଦେଶରେ ଅଣ-ସଂକ୍ରାମକ ରୋଗ କାରଣରୁ 60 ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟୁଛି ।

ଦେଶର ବିଭିନ୍ନ ପ୍ରାନ୍ତରେ 20ଟି ରାଜ୍ୟସ୍ତରୀୟ କର୍କଟ ପ୍ରତିଷ୍ଠାନ ଏବଂ 20ଟି ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ 45 କୋଟି ଏବଂ ରାଜ୍ୟସ୍ତରୀୟ କର୍କଟ ପ୍ରତିଷ୍ଠାନ ଲାଗି 120 କୋଟି ଟଙ୍କାର ସହାୟତା ବ୍ୟବସ୍ଥା ରହିଛି । ଏଥିପାଇଁ ଯୋଗ୍ୟ ପ୍ରତିଷ୍ଠାନ ପ୍ରସ୍ତାବକୁ ଅନୁମୋଦନ କରାଯାଇପାରେ । ସନ୍ତୋଷପୂର୍ବକ ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହିଁବି ଯେ ବର୍ତ୍ତମାନସୁଦ୍ଧା 15ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ 20ଟି ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ ମିଳିସାରିଲାଣି ।  14 ଟି ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ଅନ୍ୟ ବିଭାଗ ସହ ଅଙ୍କୋଲୋଜି ବିଭାଗ ପ୍ରତି ବିଶେଷ ଗୁରୁତ୍ୱ ଦେଇ ପ୍ରତିଷ୍ଠା କରାଯାଉଛି ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ, ଅଙ୍କୋଲୋଜି ସେବା ପାଇଁ ବ୍ୟବସ୍ଥା ସହିତ 8ଟି ପ୍ରତିଷ୍ଠାନର ଉନ୍ନତିକରଣ କରାଯାଉଛି । ଜାତୀୟ ସ୍ୱାସ୍ଥ୍ୟ ନୀତି 2017 ରେ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ପ୍ରତି ରେଖାପାତ କରାଯାଇଛି ।

ଆୟୁଷ୍ମାନ ଭାରତର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗର ବିସ୍ତୃତ ଦିଗ ଅଧୀନରେ ଆମେ ଲୋକମାନଙ୍କୁ ସେମାନଙ୍କ ଘର ପାଖରେ ପ୍ରତିଷେଧମୂଳକ ଏବଂ ରୋଗନାଶକ ସେବା ଯୋଗାଇଦେବୁ ।

ମଧୁମେହ, ଉଚ୍ଚ-ରକ୍ତଚାପ ଏବଂ ସାଧାରଣ କର୍କଟ ଭଳି ସାଧାରଣ ଅଣ-ସଂକ୍ରାମକ ରୋଗ ପାଇଁ ଆମେ ଜନସଂଖ୍ୟା ଆଧାରିତ ପ୍ରତିଷେଧକ, ନିୟନ୍ତ୍ରଣ, ସ୍କ୍ରିନିଂ ଏବଂ ପରିଚାଳନା ଆରମ୍ଭ କରିଛୁ ।

ଆୟୁଷ୍ମାନ ଭାରତରେ ପ୍ରଧାନମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ରହିଛି ।

ଏହା 10 କୋଟିରୁ ଉର୍ଦ୍ଧ୍ଵ ପରିବାରକୁ ସୁରକ୍ଷା ଯୋଗାଇଦେବ । ପାଖାପାଖି 50 କୋଟି ଲୋକ ଏହି ମିଶନ ଜରିଆରେ ଉପକୃତ ହେବେ । ଏହି ମିଶନ ଅଧୀନରେ ପ୍ରତିଟି ପରିବାରକୁ ମାଧ୍ୟମିକ ଏବଂ ଆଂଚଳିକ କ୍ଷେତ୍ରୀୟ ଡାକ୍ତରୀ ଚିକିତ୍ସା ପାଇଁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ପ୍ରଦାନ କରାଯିବ ।

ଏହା ବିଶ୍ୱର ସର୍ବବୃହତ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ହେବ । ଏହି ଯୋଜନାର ଲାଭ ଦେଶର ସବୁ ସ୍ଥାନରେ ପହଁଚିବ । ଲୋକମାନେ ସରକାରୀ ଏବଂ ଅଧିକୃତ ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ଲାଭ ପାଇପାରିବେ । ଏହି ଯୋଜନାରେ ପକେଟ ଖର୍ଚ୍ଚ ଠାରୁ ବାହାରେ ସ୍ୱାସ୍ଥ୍ୟ ବ୍ୟୟ ହ୍ରାସ କରିବା ଲାଗି ଯୋଜନା କରାଯାଇଛି ।

କର୍କଟ ଭଳି ରୋଗର ନିରାକରଣ, ନିୟନ୍ତ୍ରଣ ଏବଂ ପରିଚାଳନା ଲାଗି ଏନଜିଓ ଏବଂ ଘରୋଇ କ୍ଷେତ୍ରକୁ ମିଶାଇ ସମାଜର ପ୍ରତ୍ୟେକ ବର୍ଗର ପଦକ୍ଷେପର ଆବଶ୍ୟକତା ରହିଛି ।

ସ୍ୱର୍ଗତଃ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ମହିଳା ସମାଜସେବୀମାନଙ୍କ ସ୍ୱେଚ୍ଛାସେବୀ ଗୋଷ୍ଠୀ ଦ୍ୱାରା ଡବ୍ଲ୍ୟୁଆଇଏ ଚେନ୍ନାଇ କର୍କଟ ପ୍ରତିଷ୍ଠାନ ଏକ ସ୍ୱେଚ୍ଛାସେବୀ ଦାତବ୍ୟ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ହୋଇଥିଲା ।

ଏକ ଛୋଟିଆ ଘରେ ଏହି ହସପିଟାଲ ଆରମ୍ଭ ହୋଇଥିଲା । ଏହା ଥିଲା ଭାରତର ଦ୍ୱିତୀୟ ଏବଂ ଦକ୍ଷିଣ ଭାରତର ପ୍ରଥମ ସ୍ପେଶାଲିଟି କର୍କଟ ହସପିଟାଲ । ଆଜି ଏହି ପ୍ରତିଷ୍ଠାନ 500 ଶଯ୍ୟା ବିଶିଷ୍ଟ କର୍କଟ ହସପିଟାଲରେ ପରିଣତ ହୋଇଛି । ମୁଁ ଜାଣିବାକୁ ପାଇଛି ଯେ ଏହି ଶଯ୍ୟା ମଧ୍ୟରୁ 30 ପ୍ରତିଶତ  ଶଯ୍ୟା ମାଗଣା, ଯାହାର ଅର୍ଥ ରୋଗୀଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଏହି ପ୍ରତିଷ୍ଠାନର ଆଣବିକ(Molecular) ଅଙ୍କୋଲୋଜି ବିଭାଗକୁ 2007ରେ କେନ୍ଦ୍ର ସରକାରଙ୍କ ଦ୍ୱାରା “ଉତ୍କର୍ଷ କେନ୍ଦ୍ର” ଭାବେ ମାନ୍ୟତା ଦିଆଯାଇଥିଲା । 1984ରେ ଏହା ପ୍ରଥମ ସୁପର ସ୍ପେଶାଲିଟି ମେଡ଼ିକାଲ କଲେଜରେ ପରିଣତ ହୋଇଥିଲା । ଏଗୁଡ଼ିକ ଅଭିନବ ଏବଂ ପ୍ରଶଂସାଯୋଗ୍ୟ ଉପଲବ୍ଧୀ ।

ଏହି ପ୍ରତିଷ୍ଠାନରେ ଦେଖାଦେଇଥିବା କେତେକ ସମସ୍ୟା ବିଷୟରେ ଡା.ଶାନ୍ତା ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ କହିଲେ ।  ମୁଁ ତାଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ଏସବୁ ସମସ୍ୟା ପ୍ରତି ଆମେ ଦୃଷ୍ଟି ଦେବୁ ଏବଂ କ’ଣ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ମୁଁ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି । ଶେଷରେ, ଦୟାକରି ମୋତେ କହିବାକୁ ଦିଅନ୍ତୁ, ଏପରି କେତେକ ପ୍ରସଙ୍ଗ ଯାହକୁ କିଛି ମନ୍ଦ ଉଦ୍ଦେଶ୍ୟଧାରୀ ଲୋକ ଗତ କିଛିଦିନ ମଧ୍ୟରେ ଉଠାଇଛନ୍ତି ।

ପଞ୍ଚଦଶ ଅର୍ଥ କମିଶନଙ୍କ ସନ୍ଦର୍ଭ ସର୍ତ୍ତାବଳୀ ପ୍ରସଙ୍ଗରେ କେତେକ ଭିତ୍ତିହୀନ ଅଭିଯୋଗ କରାଯାଇଛି । କେତେକ ରାଜ୍ୟ କିମ୍ବା ଏକ ନିର୍ଦ୍ଦିଷ୍ଟ ଅଂଚଳ ପ୍ରତି ପକ୍ଷପାତିତା କରାଯାଉଥିବା କୁହାଯାଉଛି । ଆପଣମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆମର ସମାଲୋଚକମାନେ ପଥଭ୍ରଷ୍ଟ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଅର୍ଥ କମିଶନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ମାନଦଣ୍ଡ ଦ୍ୱାରା, ତାମିଲନାଡ଼ୁ ଭଳି ରାଜ୍ୟ, ଯିଏକି ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ  ବ୍ୟାପକ ପ୍ରୟାସ, ଶକ୍ତି ଏବଂ ସମ୍ବଳ ବିନିଯୋଗ କରିଛି, ନିଶ୍ଚିତ ଭାବେ ଲାଭବାନ ହେବ । ପୂର୍ବରୁ ଏପରି ବ୍ୟବସ୍ଥା ନଥିଲା ।

ବନ୍ଧୁଗଣ,

ସହଯୋଗୀ ସଂଘୀୟ ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ ଅଟନ୍ତି । ଆମର ମନ୍ତ୍ର ହେଉଛି ସବକା ସାଥସବକା ବିକାଶ । ଚାଲନ୍ତୁ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭାରତ ଗଠନ କରିବା, ଯାହା ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗର୍ବିତ କରିବ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch