It is my dream that every Indian has a Pukka house by 2022: PM Modi
PM Modi declares the 2019-2020 as the year of construction technology
PM Modi says a house is not only for walls, but a place where the power to dream comes and aspirations are fulfilled
The quality of houses and the space per home has improved in the last four and a half years: PM Modi #PradhanMantriAwasYojana
Out govt has built 1.3 crore houses and the previous govt made only 25 lakh houses: PM Modi #PradhanMantriAwasYojana

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ବିଜ୍ଞାନ ଭବନଠାରେ ଭାରତ ନିର୍ମାଣ ପ୍ରଯୁକ୍ତି କାର୍ଯ୍ୟକ୍ରମ,2019ରେ ଉଦବୋଧନ ଦେଇଥିଲେ ।

ନିଜସ୍ୱ ବାସଗୃହ ଲାଗି ପ୍ରତ୍ୟେକ ଭାରତୀୟ ପରିବାରର ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଦ୍ରୁତ ସହରୀକରଣ ଦୃଷ୍ଟିରୁ ଆବାସ ପ୍ରଯୁକ୍ତି ଆହ୍ୱାନର ଆବଶ୍ୟକତା ଅନୁଭୂତ ହେଉଛି । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ହୃଦୟ ଏବଂ ଅମୃତ ସମେତ ବିଭିନ୍ନ ଯୋଜନାର ଉଦେ୍ଦଶ୍ୟ ଆବାସିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା । ସେ କହିଥିଲେ ଯେ ବିଭିନ୍ନ ଭୌଗଳିକ ସ୍ଥିତି ଅନୁଯାୟୀ ପ୍ରଯୁକ୍ତିକୁ ଗ୍ରହଣ କରିବା ମଧ୍ୟ ଏକ ଆହ୍ୱାନ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଶସ୍ତା ଆବାସ, ରିଅଲ ଇଷ୍ଟେଟ କ୍ଷେତ୍ର, ଦକ୍ଷତା ବିକାଶ ଏବଂ ଆବାସିକ ପ୍ରଯୁକ୍ତି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି ।

ପ୍ରତ୍ୟେକ ଭାରତୀୟଙ୍କୁ 2022 ସୁଦ୍ଧା ଉପଯୁକ୍ତ ଆବାସ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱପ୍ନକୁ ଦୋହରାଇଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ 1.3 କୋଟି ଆବାସ ନିର୍ମାଣ କରାଯାଇଥିବା ସେ କହିଥିଲେ । କ୍ଷମତା ବିସ୍ତାର ଏବଂ ଗରିବଙ୍କ ସହାୟତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକସ ଏବଂ ଅନ୍ୟାନ୍ୟ ପାରିତୋଷିକ ବଳରେ ଲୋକମାନଙ୍କ ପାଇଁ ଘର କିଣିବା ସରକାର ସହଜ କରି ଦେଇଛନ୍ତି । ସେ କହିଥିଲେ, ରିଅଲ ଇଷ୍ଟେଟ (ନିୟନ୍ତ୍ରଣ ଏବଂ ବିକାଶ) ଆଇନ, (ରେରା) ଡେଭଲପର୍ସଙ୍କଠାରେ ଗ୍ରାହକମାନଙ୍କ ବିଶ୍ୱାସକୁ ବୃଦ୍ଧି କରିଛି । ଏହା ରିଅଲ ଇଷ୍ଟେଟ କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଆଣିଛି । 

 

ସେ କହିଥିଲେ, ବିଶେଷ କରି ଗ୍ରାମାଂଚଳରେ ବହୁ ସଂଖ୍ୟାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଇଛି । ସେ କହିଥିଲେ ଯେ ନିର୍ମାଣ କ୍ଷେତ୍ରରେ ବର୍ତ୍ତମାନ ବିପର୍ଯ୍ୟୟ-ନମନୀୟତା, ଶକ୍ତି ଦକ୍ଷତା ଏବଂ ସ୍ଥାନୀୟ ନବୋନ୍ମେଷ ଉପରେ ଗୁରୁତ୍ୱାରୋପ କରାଯାଉଛି ।

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ଆବାସିକ ପ୍ରଯୁକ୍ତି ଆହ୍ୱାନ ଏପରି ଏକ ମଂଚ ଯାହା ଭାରତର ନିର୍ମାଣ ପରିଦୃଶ୍ୟକୁ ଅନ୍ତର୍ଜାତୀୟ ସ୍ତରକୁ ଉନ୍ନୀତ କରାଇବାରେ ସହାୟକ ହେବ । ଏପ୍ରିଲ 2019ରୁ ମାର୍ଚ୍ଚ 2020 ପର୍ଯ୍ୟନ୍ତ ଅବଧିକୁ ନିର୍ମାଣ ପ୍ରଯୁକ୍ତି ବର୍ଷ ଭାବେ ପାଳନ କରାଯିବ ବୋଲି ସେ ଘୋଷଣା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi