Our Government is working with the mantra of ‘Sabka Saath Sabka Vikas’: PM Modi
In just 100 days since its inception over 7 lakh poor patients have been benefited through Ayushman Bharat Yojana: PM Modi
130 crore Indians are my family and I’m is committed to working for their welfare: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାଭେଳୀର ସିଲଭାସା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେ ଦାଦ୍ରା ଓ ନଗର ହାଭେଳୀର ସାୟଲୀଠାରେ ଏକ ମେଡ଼ିକାଲ କଲେଜ ପାଇଁ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଦାଦ୍ରା ଓ ନଗର ହାଭେଳୀ ପାଇଁ ଆଇଟି ନୀତି ଉନ୍ମୋଚନ କରିଥିଲେ । ଏମ-ଆରୋଗ୍ୟ ମୋବାଇଲ ଆପ ଏବଂ ଦ୍ୱାରରୁ ଦ୍ୱାର ଆବର୍ଜନା ସଂଗ୍ରହ, କଠିନ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ସେ ମଧ୍ୟ ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କୁ ଗୋଲ୍ଡ କାର୍ଡ ଏବଂ ହିତାଧିକାରୀମାନଙ୍କୁ ବନ ଅଧିକାର ପତ୍ର ବଂଟନ କରିଥିଲେ ।

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି 1400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଉଦଘାଟିତ ଓ ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗ,ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସହିତ ଜଡ଼ିତ ।

ଉଦ୍ୟୋଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ଆଇଟି ନୀତି ଏବଂ ନୂଆ ଶିଳ୍ପ ନୀତି ଶୁଭାରମ୍ଭ କରାଯାଇଛି ।

ଦେଶର ଲୋକମାନଙ୍କ କଲ୍ୟାଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ, ଆମେ ସବକା ସାଥ, ସବକା ବିକାଶ ମନ୍ତ୍ର ଉପରେ କାର୍ଯ୍ୟ କରୁଛୁ ।

 

ସେ ଉଲ୍ଲେଖ କରିଥିଲେ ଯେ ଉଭୟ ଦାମନ, ଦିଉ ଏବଂ ଦାଦ୍ରା ଓ ନଗର ହାଭେଳୀ ଖୋଲା ଶୌଚ ମୁକ୍ତ ଘୋଷିତ ହୋଇସାରିଛନ୍ତି । ଉଭୟ କେନ୍ଦ୍ର ଶାସିତ ଅଂଚଳ କେରୋସିନ ମୁକ୍ତ ହୋଇସାରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଏହି ଦୁଇଟି କେନ୍ଦ୍ର ଶାସିତ ଅଂଚଳର ପ୍ରତ୍ୟେକ ପରିବାର ନିକଟରେ ଏଲପିଜି ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ଜଳଯୋଗାଣ ଉପଲବ୍ଧ ଅଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ଶାସିତ ପ୍ରଦେଶର ଗରିବ ବାସୀନ୍ଦାଙ୍କୁ ଆବାସ ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଯୋଜନାର ଲାଭ ଦେବା ଲାଗି ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କୁ ଗୋଲ୍ଡ କାର୍ଡ ଜାରି କରାଯାଇଛି ।

ଏହି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ଗତ 3 ବର୍ଷ ମଧ୍ୟରେ 9 ହଜାର କୋଟି ଟଙ୍କାର ନିବେଶ କରାଯାଇଛି, ଯାହା ସଂଖ୍ୟାଧିକ ବିକାଶମୂଳକ ପ୍ରକଳ୍ପ ଛିଡ଼ା କରିପାରିଛି । ସେ କହିଥିଲେ ଯେ ଏଠାରେ ମେଡ଼ିକାଲ କଲେଜ ଲାଗି ଶିଳାନ୍ୟାସ କରାଯିବା ପରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଓ ଡିଉରେ ପ୍ରଥମ ମେଡ଼ିକାଲ କଲେଜ ନିର୍ମାଣ କରାଯିବ । ସେ ଉଲ୍ଲେଖ କରିଥିଲେ ଯେ ଏହି ମେଡ଼ିକାଲ କଲେଜକୁ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ମାତ୍ର 15ଟି ମେଡ଼ିକାଲ ସିଟ ଉପଲବ୍ଧ ହୋଇପାରିଥିଲା, ଏବେ 150ଟି ସିଟ ଉପଲବ୍ଧ ହେବ । ସେ କହିଥିଲେ ମେଡ଼ିକାଲ କଲେଜ ଦ୍ୱାରା ଲୋକମାନଙ୍କ ପାଇଁ ଡାକ୍ତରୀ ସୁବିଧା ଉପଲବ୍ଧ ହୋଇପାରିବ ।

ଆୟୁଷ୍ମାନ ଭାରତ ସମ୍ପର୍କରେ ସେ କହିଥିଲେ ଏହା ହେଉଛି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ପ୍ରତିବର୍ଷ 10 ହଜାର ଗରିବ ଜନସାଧାରଣ ଏହାର ଲାଭ ପାଇପାରୁଛନ୍ତି । ଏହା ଆରମ୍ଭ ହେବାର ମାତ୍ର 100 ଦିନ ମଧ୍ୟରେ 7 ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇପାରିଛନ୍ତି ।

ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ସହର ଏବଂ ଗ୍ରାମର ଗରିବ ଲୋକଙ୍କୁ ସ୍ଥାୟୀ ବାସଗୃହ ଯୋଗାଇବାକୁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ।

ସେ କହିଥିଲେ ଯେ ଗତ ସରକାର ଅମଳରେ 5 ବର୍ଷ ମଧ୍ୟରେ ମାତ୍ର 25 ଲକ୍ଷ ବାସଗୃହ ନିର୍ମିତ ହୋଇଥିଲା, ଏହା ତୁଳନାରେ ଆମେ 5 ବର୍ଷ ମଧ୍ୟରେ 1.25 କୋଟି ଆବାସ ନିର୍ମାଣ କରିଛୁ ।

ପ୍ରଧାନମନ୍ତ୍ରୀ ଆହୁରି ଆଲୋକପାତ କରିଥିଲେ ଯେ କେବଳ ଦାଦ୍ରା ଓ ନଗର ହାଭେଳୀରେ 13,000 ମହିଳାଙ୍କୁ ମାଗଣା ରୋଷେଇ ଗ୍ୟାସ ସଂଯୋଗ ଦିଆଯାଇଛି । ଆଦିବାସୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଜନ ଧନ ଯୋଜନା ଅଧୀନରେ ଜଙ୍ଗଲଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାଦ୍ରା ଓ ନଗର ହାଭେଳୀରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ ମାନଚିତ୍ରରେ ଏହି ଅଂଚଳକୁ ସ୍ଥାନିତ କରିବା ଲାଗି ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ସେ କହିଥିଲେ ମତ୍ସ୍ୟଜୀବୀମାନଙ୍କ ଆୟ ବୃଦ୍ଧି ଲାଗି ନୀଳ ବିପ୍ଳବ ଯୋଜନା କାର୍ଯ୍ୟକାରୀ କରାଯାଉଛି । ମତ୍ସ୍ୟପାଳନ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ଏକ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଉପରୋକ୍ତ କ୍ଷେତ୍ରର ପ୍ରୋତ୍ସାହନ ଲାଗି 7500 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ 125 କୋଟି ଭାରତୀୟ ତାଙ୍କ ପରିବାର ଏବଂ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Manufacturing emerges as new growth engine for India’s GCC office demand

Media Coverage

Manufacturing emerges as new growth engine for India’s GCC office demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥