ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟିତ ହେଲା ଆଦି ମହୋତ୍ସବ
“ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଭାରତର ଆଦିବାସୀ ଐତିହ୍ୟ ‘ଆଦି ମହୋତ୍ସବ’ରେ ବିଶାଳ ଆକାରରେ ଦର୍ଶାଯାଉଛି”
“ସବକା ସାଥ, ସବକା ପ୍ରୟାସ ମନ୍ତ୍ରରେ ଏକବିଂଶ ଶତାବ୍ଦୀର ଭାରତ ଆଗେଇ ଚାଲିଛି”
“ଆଦିବାସୀ ସମାଜର କଲ୍ୟାଣ ମୋର ଏକ ଭାବାବେଗ ଓ ବ୍ୟକ୍ତିଗତ ସମ୍ପର୍କ ଭଳି”
“ମୁଁ ଆଦିବାସୀ ପ୍ରଥା ଖୁବ ନିକଟରୁ ଦେଖିଛି, ସେମାନଙ୍କ ସହ ରହିଛି ଓ ସେମାନଙ୍କ ଠାରୁ ମଧ୍ୟ ଶିଖିଛି”
“ଆଦିବାସୀ ଗୌରବ ନେଇ ଅଦ୍ଭୁତପୂର୍ବ ଗର୍ବର ସହ ଦେଶ ଆଗେଇ ଚାଲିଛି”
“ଦେଶର ଯେକୌଣସି ସ୍ଥାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ବିଷୟ ମୋର ପ୍ରାଥମିକତା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୨.୨୦୨୩) ବୃହତ ଜାତୀୟ ଜନଜାତି ମହୋତ୍ସବ ‘ଆଦି ମହୋତ୍ସବ’କୁ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟନ କରିଛନ୍ତି । ଜାତୀୟ ମଞ୍ଚରେ ଆଦିବାସୀ ସଂସ୍କୃତିର ପ୍ରଦର୍ଶନ ସହ ଏହାର ସଂସ୍କୃତି, ଚାରୁକଳା, ପାକ ପ୍ରସ୍ତୁତି ବାଣିଜ୍ୟ ଓ ପାରମ୍ପରିକ କଳା ସମ୍ପର୍କରେ ପ୍ରଚାର ପ୍ରସାର ହେଉଛି ‘ଆଦି ମହୋତ୍ସବ’ର ଲକ୍ଷ୍ୟ । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ବିପ୍ପଣନ ବିକାଶ ମହାସଂଘ ଲିମିଟେଡ ପକ୍ଷରୁ ଏହ ପ୍ରତିବର୍ଷ ଆୟୋଜିତ ହେଉଛି ।

ଉଦଘାଟନ ସ୍ଥଳରେ ପହଞ୍ଚାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦର୍ଶନସ୍ଥଳରେ ଥିବା ମଣ୍ଡପଗୁଡ଼ିକୁ ବୁଲି ଦେଖିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ଅମୃତ କାଳରେ ‘ଆଦି ମହୋତ୍ସବ’ ଭାରତୀୟ ଆଦିବାସୀ ଐତିହ୍ୟର ଏକ ଭବ୍ୟ ଚିତ୍ର ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ ମର୍ଯ୍ୟାଦାଜନକ ଭାରତୀୟ ଆଦିବାସୀ ସମାଜର ମଣ୍ଡପ ଉପରେ ଆଲୋକପାତ କରିବା ସହ ବିଭିନ୍ନ ରଙ୍ଗବେରଙ୍ଗ କାର୍ଯ୍ୟକ୍ରମ, ପରମ୍ପରା, ବେଶଭୂଷାର ମହକ, କଳା ଓ କଳାକୃତି, ସୁସ୍ୱାଦୁ ଖାଦ୍ୟ ଓ ସଂଗୀତ ଇତ୍ୟାଦି ଦେଖି ସନ୍ତୋଷ ପ୍ରକଟ କରିଥିଲେ । ‘ଆଦି ମହୋତ୍ସବ’ ବିବିଧତାର ଚିତ୍ର ପ୍ରଦାନ କରିବା ସହ ଭାରତବାସୀ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିବାର ମାଧୁର୍ଯ୍ୟ ପ୍ରକଟିତ ହେଉଛି ବୋଲି କହିଥିଲେ । “ଆଦି ମହୋତ୍ସବ ହେଉଛି ଏକ ଅନନ୍ତ ଆକାଶ, ଯେଉଁଠାରେ ଭାରତର ବିବିଧତା ଏକ ଇନ୍ଦ୍ରଧନୁର ରଙ୍ଗ ଭଳି ପ୍ରତିଭାତ ହେଉଛି” ବୋଲି ସେ ମନ୍ତବ୍ୟ ଦେଇଥିଲେ । ଯେପରି ଇନ୍ଦ୍ରଧନୁର ସମସ୍ତ ରଙ୍ଗ ଏକାଠି ଲାଗି ଲାଗି ଯାଆନ୍ତି ତାହାର ସାଦୃଶ୍ୟ ଦେଇ ପ୍ରଧାନମନ୍ତ୍ରୀ ଯେପରି ଅଖଣ୍ଡ ବିବିଧତା ଏକ ସୂତ୍ର ହୋଇ “ଏକ ଭାରତ ଶ୍ରେଷ୍ଠ ଭାରତ” ପରିଣତ ହୋଇଥାଏ ଓ ଭାରତ ସମଗ୍ର ବିଶ୍ୱକୁ ପଥ ପ୍ରଦର୍ଶନ କରିଥାଏ ବୋଲି କହିଥିଲେ । ଐତିହ୍ୟ ସହ ବିକାଶକୁ ଗୁରୁତ୍ୱ ଦେଇ ‘ଆଦି ମହୋତ୍ସବ’ ଭାରତରେ ବିବିଧତା ମଧ୍ୟରେ ଏକତାର ଶକ୍ତିକୁ ମଜବୁତ କରୁଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତ ‘ସବକା ସାଥ, ସବକା ବିକାଶ’ ମନ୍ତ୍ର ସହ ଆଗେଇ ଚାଲିଛି । ଯାହା ଆଗରୁ ଅଗମ୍ୟ ମନେ ହେଉଥିଲା ବର୍ତ୍ତମାନ ସରକାର ସେଠାରେ ପହଞ୍ଚô ଅଗମ୍ୟ ଓ ଅବହେଳିତ ଅଞ୍ଚଳକୁ ମୁଖ୍ୟଧାରା ମଧ୍ୟକୁ ଆଣୁଛନ୍ତି । ‘ଆଦି ମହୋତ୍ସବ’ ବର୍ତ୍ତମାନ ଦେଶରେ ଏକ ଆଂଦୋଳନର ରୂପ ନେଲାଣି ଓ ସେ ନିଜେ ମଧ୍ୟ ଅନେକଟିରେ ଅଂଶଗ୍ରହଣ କରିଛନ୍ତି। “ଆଦିବାସୀ ସମାଜ କଲ୍ୟାଣ ମୋର ଏକ ବ୍ୟକ୍ତିଗତ ଭାବାବେଗ ଓ ସମ୍ପର୍କ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ସମାଜସେବା କାଳରେ ସେ କିପରି ଆଦିବାସୀ ଗୋଷ୍ଠୀ ସହିତ ଅନ୍ତରଙ୍ଗ ଭାବେ ରଖିଥିଲେ ତାହାର ସ୍ମୃତିଚାରଣ କରିଥିଲେ । “ମୁଁ ଆପଣମାନଙ୍କ ପରମ୍ପରା ଓ ପ୍ରଥାକୁ ଖୁବ ନିକଟରୁ ଦେଖିଛି ଓ ସେମାନଙ୍କ ଠାରୁ ଶିଖିଛି ମଧ୍ୟ” ବୋଲି କହି ପ୍ରଧାନମନ୍ତ୍ରୀ କିପରି ଉମର ଗ୍ରାମରୁ ଅମ୍ବାଜୀ ପର୍ଯ୍ୟନ୍ତ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ବର୍ଷମାନ ଅତିବାହିତ କରିଛନ୍ତି ତା’ର ବର୍ଣ୍ଣନା କରିଥିଲେ ଓ ତାହା “ମୋତେ ଦେଶ ଓ ତାହାର ପରମ୍ପରା ଉପରେ ଅନେକ ଶିକ୍ଷା ଦେଇଛି” ବୋଲି କହିଥିଲେ ।

ଆଦିବାସୀ ଗୌରବଗାଥାକୁ ନେଇ ଦେଶ କିପରି ଅଦ୍ଭୁତପୂର୍ବ ଗର୍ବର ସହ ଆଗକୁ ବଢୁଛି ସେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦେଶୀ ଅତିଥିମାନଙ୍କ ନିମନ୍ତେ ଆଦିବାସୀ ସାମଗ୍ରୀ ଉପାର ଖୁବ ଖ୍ୟାତି ଲାଭ କରିଛି । ଆଦିବାସୀ ପରମ୍ପରା ଭାରତୀୟ ଗର୍ବର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ସହ ଅଂଶ ଭାବେ ବୈଶ୍ୱିକ ସ୍ତରରେ ଆଦୃତ ହୋଇଛି । ଆଦିବାସୀ ଜୀବନଧାରାରେ ଭାରତ ବୈଦିକ ଉତ୍ତପ୍ତକରଣ ଓ ଜଳବାୟୁ ପରିବର୍ତ୍ତନ ସମାଧାନର ସୂତ୍ର ହେଇଛି । ସ୍ଥାୟୀ ଓ ନିରନ୍ତର ବିକାଶ ଦିଗରେ ଭାରତର ଆଦିବାସୀ ସମାଜ ଅନେକ ଅନୁପ୍ରାଣିତ ହେବା ସହ ଶିକ୍ଷା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ।

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଅଧିକରୁ ଅଧିକ ବଜାରରେ ଉପଲବ୍ଧ ହେବା ଏହାର ସ୍ୱୀକୃତି ଓ ଚାହିଦା ମଧ୍ୟ ବୃଦ୍ଧି ପାଇବା ଉଚିତ । ବାଉଁଶର ଉଦାହରଣ ଦେଇ ସେ କହିଥିଲେ ପୂର୍ବ ସରକାର ଏହାର ଅମଳ ଓ ବ୍ୟବହାର ନିଷିଦ୍ଧ କରିଥିଲେ । ମାତ୍ର ବର୍ତ୍ତମାନ ସରକାର ଏହାକୁ ଘାସ ଶ୍ରେଣୀଯୁକ୍ତ କରିବା ସହ ଏହି ନିଷେଧାଦେଶ ଉଠାଇ ଦେଇଛନ୍ତି । ବନଧନ ମିଶନ ଉପରେ ଗୁରୁତ୍ୱଆରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ୩୦୦୦ରୁ ଅଧିକ ବନଧନ କେନ୍ଦ୍ର ସ୍ଥାପିତ ହୋଇଛି । ପ୍ରାୟ ୯୦ ପ୍ରକାର ମାମୁଲି ଜଙ୍ଗଲଜାତ ସାମଗ୍ରୀକୁ ନୁ୍ୟନତମ ସହାୟକ ମୂଲ୍ୟ (ଏମଏସପି) ପରିସର ମଧ୍ୟକୁ ଅଣାଯାଇଛି । ୨୦୧୪ ମସିହା ତୁଳନାରେ ସାତଗୁଣ ଅଧିକ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟ ଆଦିବାସୀ ସମାଜକୁ ସୁବିଧା ପ୍ରଦାନ କରୁଛନ୍ତି । ଦେଶରେ କାର୍ଯ୍ୟ କରୁଥିବା ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ୧.୨୫ କୋଟି ଆଦିବାସୀ ସଦସ୍ୟ ରହିଛନ୍ତି ।

ଆଦିବାସୀ ଯୁବକଯୁବତୀଙ୍କୁ କଳା ଓ କୌଶଳ ବିକାଶ ଦିଗରେ ପ୍ରୋତ୍ସାହନ ସରକାର ଦେଇଛନ୍ତି । ଚଳିତ ବର୍ଷ ବଜେଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାରମ୍ପରିକ କାରିଗରମାନଙ୍କ ନିମନ୍ତେ ‘ପିଏମ ବିଶ୍ୱକର୍ମା’ ଯୋଜନା ପ୍ରବର୍ତ୍ତନ କରାଯାଇଛି ଯେଉଁଠି କୌଶଳ ବିକାଶ ଓ ବଜାର ସୁବିଧା ସାମଗ୍ରୀ ଉପଲବ୍ଧ କରାଇବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।

“ଆଦିବାସୀ ପିଲା ଦେଶର ଯେକୌଣସି ପ୍ରାନ୍ତରେ ଥାଆନ୍ତୁ ନା କାହିଁକି ସେମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ପ୍ରାଥମିକତା ଦେଶ ହେଲା ମୋର କାର୍ଯ୍ୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ୨୦୦୪ରୁ ୨୦୧୪ ମଧ୍ୟରେ ୮୦ଟି ଥିବାବେଳେ ଏହା ୨୦୧୪ରୁ ୨୦୨୨ ମଧ୍ୟରେ ପାଞ୍ଚଗୁଣ ବୃଦ୍ଧି ପାଇ ୫୦୦ରେ ପହଞ୍ଚôଛି । ୪୦୦ରୁ ଅଧିକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ସେଥିରେ ଏକଲକ୍ଷ ପିଲା ଅଧ୍ୟୟନ କରୁଛନ୍ତି । ଚଳିତବର୍ଷ ବଜେଟରେ ଏହିସବୁ ବିଦ୍ୟାଳୟ ନିମନ୍ତେ ୩୮ ହଜାର ଶିକ୍ଷକ ଓ ଆନୁସଙ୍ଗିକ କର୍ମଚାରୀ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି । ଆଦିବାସୀ ବିଦ୍ୟାର୍ଥୀଙ୍କ ନିମନ୍ତେ ବୃତ୍ତି ପରିମାଣ ମଧ୍ୟ ଦ୍ୱିଗୁଣିତ କରାଯାଇଛି ।

ଆଦିବାସୀ ଯୁବା ଭାଷାଗତ ବାଧା ଯୋଗୁ ସମ୍ମୁଖୀନ ହେଉଥିବା ଦୁଃଖକଷ୍ଟ ଦେଖି ପ୍ରଧାନମନ୍ତ୍ରୀ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ ଯେଉଁଥିରେ ମାତୃଭାଷାର ଶିକ୍ଷାଲାଭ ପାଇଁ ବ୍ୟବସ୍ଥା ରହିଛି । “ଆମର ଆଦିବାସୀ ଶିଶୁ ଓ ଯୁବଗୋଷ୍ଠୀ ନିଜ ଭାଷାରେ ପାଠ ପଢ଼ିବା ସହ ଉନ୍ନତି କରିବା ଏକ ବାସ୍ତବକଳାରେ ପରିଣତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସରକାର ଅବହେଳିତମାନଙ୍କ ବିକାଶ ପ୍ରତି ଅଧିକ ଧ୍ୟାନ ଦେଉଥିବା ଦୃଷ୍ଟିରୁ ଦେଶ ନୂତନ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଯଦି ସବା ପଛରେ ଥିବା ବ୍ୟକ୍ତିକୁ ଦେଶ ଅଗ୍ରାଧିକାର ଦିଏ ତେବେ ପଥ ସ୍ୱୟଂ ଉନ୍ମୋଚିତ ହେବ ।

ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଆକାଂକ୍ଷିତ ଜିଲ୍ଲା ଓ ବ୍ଲକର ଯୋଜନାର ଉଦାହରଣ ଦେଇଥିଲେ, ଯେଉଁଠାରେ ଅଧିକ ଜନଜାତିର ଲୋକ ବସବାସ କରୁଛନ୍ତି । “୨୦୧୪ ମସିହା ତୁଳନାରେ ଚଳିତ ବର୍ଷ ବଜେଟରେ ତଫିସିଲଭୁକ୍ତ ଉପଜାତିଙ୍କ ଖର୍ଚ୍ଚ ପାଞ୍ଚଗୁଣ ବୃଦ୍ଧିପାଇଛି” ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁମାନେ ବିଚ୍ଛିନ୍ନତାବାଦର ଖାପଚାରେ ପଡ଼ି ଯାଇଥିଲେ ସେମାନେ ଇଣ୍ଟରନେଟ ଓ ଭିତ୍ତିଭୂମି ଯୋଗୁ ମୁଖ୍ୟଧାରା ସହ ଯୋଡ଼ି ହେଉଛନ୍ତି ବୋଲି କହିଥିଲେ। ଏହା ହେଉଛି ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ଧାରା ଓ ଏହା ଦେଶର ଦୂର ଦୂରାନ୍ତରେ ଥିବା ନାଗରିକମାନଙ୍କ ନିକଟରେ ପହଞ୍ଚôଛି । ଏହା ହେଉଛି ଆଦି ଓ ଅଧୁନିକତାର ସଂଗମର ସ୍ୱର ଓ ତାହାର ସୌଧ ଉପରେ ନୂତନ ଭାରତ ଦଣ୍ଡାୟମାନ ହେବ ।”

ଗତ ଆଠ-ନଅ ବର୍ଷ ମଧ୍ୟରେ ଆଦିବାସୀ ସମାଜର ଜୟଯାତ୍ରାର ସାକ୍ଷୀ ହେଉଛି ପରିବର୍ତ୍ତନ, ଯେଉଁଠି ଦେଶ ସମ୍ମାନ ଓ ସୌହାର୍ଦ୍ଦ୍ୟକୁ ପ୍ରାଥମିକତା ଦେଇଛି । ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶର ନେତୃତ୍ୱ ଜଣେ ଜନଜାତି ମହିଳାଙ୍କ ହାତକୁ ଯାଇଛି ଓ ରାଷ୍ଟ୍ରପତି ପଦାସୀନ ହୋଇ ଭାରତକୁ ଗର୍ବିତ କରୁଛନ୍ତି । ପ୍ରଥମ ଥର ପାଇଁ ଆଦିବାସୀ ଇତିହାସର ତାହାର ଯଥାମାନ୍ୟ ସ୍ୱୀକୃତୀ ଲାଭ କରିଛି ବୋଲି ସେ କହିଥିଲେ ।

ଆଦିବାସୀ ସମାଜର ଦେଶର ସ୍ୱାଧୀନତା ସଗ୍ରାମ ପ୍ରତି ଅବଦାନର ଅବତାରଣା କରି ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ତ୍ୟାଗ ଓ ବୀରଗାଥା ଇତିହାସ ପୃଷ୍ଠା ମଣ୍ଡନ କରିନଥିବାରୁ ସେ ତାର ସମାଲୋଚନା କରିଥବଲେ । ଶେଷରେ ଦେଶ ଅମୃତ ମହୋତ୍ସବ କାଳରେ ଅତୀତରେ ବିସ୍ମୃତ ଓ ଅଧ୍ୟାୟକୁ ଲୋକଲୋଚନକୁ ଆଣିପାରିଛି ବୋଲି କହି ପ୍ରଧାନମନ୍ତ୍ରୀ “ପ୍ରଥମଥର ପାଇଁ ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିଛି” ବୋଲି କହିଥିଲେ । ରାଞ୍ଚôରେ ଭଗବାନ ବିର୍ସା ମୁଣ୍ଡାଙ୍କ ଉତ୍ସର୍ଗୀକୃତ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ସେ ଉଦଘାଟନ କରିବାର ସୁଯୋଗ ପାଇଥିଲି ଓ ଏପରି ସଂଗ୍ରହାଳୟ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ନିର୍ମିତ ହେଉଛି ବୋଲି କହିଥିଲେ । ଏହା ପ୍ରଥମଥର ପାଇଁ ହେଉଥିଲେ ମଧ୍ୟ ଏହାର ପ୍ରଭାବ ଅନେକ ପିଢ଼ି ଧରି ରହିବ ଓ ଦେଶକୁ ଶହ ଶହ ବର୍ଷ ଧରି ପ୍ରେରଣା ଓ ଦିଗଦର୍ଶନ ଦେବ ।

ଆମକୁ ଆମର ଅତୀତକୁ ସୁରକ୍ଷା ଦେବାକୁ ହେବ । ବର୍ତ୍ତମାନ ଆମର କର୍ତ୍ତବ୍ୟନିଷ୍ଠାକୁ ଶିଖରରେ ପହଞ୍ଚାଇବାକୁ ପଡ଼ିବ ଓ ଆମର ସ୍ୱପ୍ନ ଭବିଷ୍ୟତରେ ଶକ୍ତିରେ ପରିଣତ ହେବ । ଆଦି ମହୋତ୍ସବ ଭଳି ସମାରୋହ ଆମର ସଂକଳ୍ପକୁ ସାକାର କରିବା ପାଇଁ ବଳିଷ୍ଠ ମାଧ୍ୟମ । ଏହି ଅଭିଯାନ ଜନ ଆଂଦୋଳନରେ ପରିଣତ କରିବା ଉପରେ ଗୁରୁତ୍ୱ ଆରୋପ କରି ବିଭିନ୍ନ ରାଜ୍ୟରେ ଏହା ଆୟୋଜନ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବା ବେଳେ, ବଗଡ଼ା ଶସ୍ୟ ଶହ ଶହ ବର୍ଷ ଧରି ଜନଜାତିଙ୍କ ଖାଦ୍ୟ ହୋଇ ରହିଆସିଛି ବୋଲି କହିଥିଲେ । ଏଠାରେ ଚାଲିଥିବା ମହୋତ୍ସବରେ ଶ୍ରୀ ଅନ୍ନର ସୁବାସ ଓ ରୁଚି ଖାଦ୍ୟ ମଣ୍ଡପଗୁଡ଼ିକରେ ଥିବାରୁ ସେଥିରେ ସେ ଆନନ୍ଦ ପ୍ରକଟ କରିଥିଲେ । ଜନଜାତି ଅଞ୍ଚଳରେ ଖାଦ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରି ପାରିଥିଲେ । ଏହା କେବଳ ସ୍ୱାସ୍ଥ୍ୟ ପ୍ରତି ହିତକାରକ ହେବ ନାହିଁ ବରଂ ଆଦିବାସୀ ଚାଷୀମାନଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ । ସମସ୍ତଙ୍କ ସହଯୋଗରେ ବିକଶିତ ଭାରତର ସ୍ୱପ୍ନ ବାସ୍ତବ ରୂପ ଦେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସୁରୁତ ଏବଂ ଶ୍ରୀ ବିଶେଶ୍ୱର ଟୁଡୁ, କେନ୍ଦ୍ର ଗ୍ରାମ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲାସ୍ତେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଓ ଟ୍ରାଇଫେଡ ଅଧ୍ୟକ୍ଷ ରାମସିଂ ରାଥୱା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ସେମାନଙ୍କ ଦେଶର ଅଭିବୃଦ୍ଧି ଓ ବିକାଶ ଦିଗରେ ଅବଦାନ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରାଯାଇଛି । ଜାତୀୟ ମଞ୍ଚରେ ଆଦିବାସୀ ସଂସ୍କୃତିକୁ ପରିଚିତ କରିବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି ।

ଆଦିବାସୀ ସଂସ୍କୃତି, ଚାରକୁଳା, ଖାଦ୍ୟ, ବାଣିଜ୍ୟ, ପାରମ୍ପରିକ କଳା ଇତ୍ୟାଦି ଆଦି ମହୋତ୍ସବ ଜରିଆରେ ଆଦିବାସୀ ମନ୍ତ୍ରଣାଳୟ ଅଧୀନସ୍ଥ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ଲିମିଟେଡ (ଟ୍ରାଇଫେଡ) ଏହାକୁ ଆୟୋଜନ କରୁଛି । ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହା ଫେବ୍ରୁଆରୀ ୧୬ରୁ ୨୭ ମଧ୍ୟରେ ଆୟୋଜିତ ହେଉଛି ।

ଦେଶବ୍ୟାପୀ ଆଦିବାସୀ ସଂସ୍କୃତି ଓ ସମୃଦ୍ଧି, ଐତିହ୍ୟ ଓ ବିବିଧତା ଉପରେ ପ୍ରଦର୍ଶନ ସ୍ଥଳରେ ୨୦୦ରୁ ଅଧିକ ମଣ୍ଡପରେ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ମହୋତ୍ସବରେ ପ୍ରାୟ ଏକ ହଜାର ଆଦିବାସୀ କଳାକାର ଅଂଶଗ୍ରହଣ କରିବେ । ୨୦୨୩ ମସିହା ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଇଥିବାରୁ ନିୟମିତ ହସ୍ତକଳା, ହସ୍ତତନ୍ତ, ମାଟିର ବାସନକୁସନ, ଅଳଙ୍କାର ଇତ୍ୟାଦି ସହ ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଶ୍ରୀ ଅନ୍ନ ଉପରେ ମହୋତ୍ସବରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO

Media Coverage

From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”