PM Modi flags off new train service between Kolkata & Khulna via video conference
The rail network which has been constructed with almost $100 million will enhance connectivity in a big way between India & Bangladesh: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜି ଦୁଇ ଦେଶ ମଧ୍ୟରେ ଏକାଧିକ ଯୋଗାଯୋଗ ପ୍ରକଳ୍ପକୁ ମିଳିତ ଭାବେ ଲୋକାର୍ପଣ କରିଛନ୍ତି ।

ଏଥିରେ ଦ୍ୱିତୀୟ ଭୈରବ ଓ ଟିଟାସ୍ ରେଳବାଇ ବ୍ରିଜ ଏବଂ କୋଲକାତାର ଚିତପୁରରେ ଆନ୍ତର୍ଜାତିକ ରେଳବାଇ ପାସେଞ୍ଜର ଟର୍ମିନସ୍ ସାମିଲ ଅଛି । ଏହା ସହିତ କୋଲକାତା ଓ ଖୁଲ୍ନା ମଧ୍ୟରେ ବନ୍ଧନ ଏକ୍ସପ୍ରେସ୍ ର ଚଳାଚଳକୁ ଅତିଥିଗଣ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ମଧ୍ୟ ନୂଆଦିଲ୍ଲୀରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ନିମ୍ନରେ ଉଲ୍ଲେଖ କରାଗଲା :

ଏହି ପ୍ରସାରଣ ସହ ଜଡ଼ିତ ସମସ୍ତ ଲୋକଙ୍କୁ ଓ ବିଶେଷକରି ବାଂଲାଦେଶରେ ରହୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ନମସ୍କାର ।

କିଛିଦିନ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦିପାବଳୀ, ଦୁର୍ଗା ପୂଜା ଓ କାଳୀ ପୂଜାର ମହୋତ୍ସବ ପାଳିତ ହୋଇଛି ।

ମୁଁ ଦେଶବାସୀଙ୍କୁ ଏହି ଉତ୍ସବ ଋତୁର ଶୁଭକାମନା ଜଣାଉଛି ।

ମୁଁ ଖୁସି ଯେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆପଣଙ୍କ ସହ ପୁଣିଥରେ ସାକ୍ଷାତର ସୁଯୋଗ ମିଳିଲା ।

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆମର ଶୁଭକାମନା ଆପଣଙ୍କ ସହ ଅଛି ।

ଆରମ୍ଭରୁ ମୋର ଚିନ୍ତାଧାରା ରହିଛି ଯେ ପଡ଼ୋଶୀ ରାଷ୍ଟ୍ରର ନେତାମାନଙ୍କ ସହ ଯଥାର୍ଥରେ ପଡ଼ୋଶୀଙ୍କ ଭଳି ସମ୍ବନ୍ଧ ରହିବା ଉଚିତ୍ ।

ଯେତେବେଳେ ମନ କରିବ କଥା ହେବା ଉଚିତ, ଗସ୍ତ କରିବା ଉଚିତ ।

ଏ ସମ୍ବନ୍ଧରେ ଆମକୁ ପ୍ରୋଟୋକଲର ବନ୍ଧନ ଭିତରେ ରହିବା ଉଚିତ ନୁହେଁ ।

କିଛି ଦିନ ପୂର୍ବରୁ ଆମେ ଦକ୍ଷିଣ ଏସିଆ ଉପଗ୍ରହର ପ୍ରକ୍ଷେପଣ ସମୟରେ ଏ ପ୍ରକାରର ଭିଡ଼ିଓ କନଫେରେନ୍ସିଂ କରିଥିଲୁ ।

ଗତବର୍ଷ ଆମେ ମିଳିତ ଭାବେ ପେଟ୍ରାପୋଲ୍ ଆଇସିପିର ଉଦ୍ଘାଟନ ମଧ୍ୟ ଏଭଳି ଭାବେ କରିଥିଲେ ।

ମୁଁ ଖୁସି ଯେ ଆଜି ଆମର ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଆମେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କରିଛୁ ।

ଯୋଗାଯୋଗର ସବୁଠାରୁ ମହତ୍ୱପୂର୍ଣ୍ଣ ଦିଗ ହେଉଛି ଆମର ଲୋକଙ୍କ ସହ ଲୋକଙ୍କ ଯୋଗାଯୋଗ ।

ଆଉ ଆଜି ଆନ୍ତର୍ଜାତିକ ଯାତ୍ରୀ ଟର୍ମିନସ୍ ର ଉଦ୍ଘାଟନ ଦ୍ୱାରା କୋଲକାତା-ଢାକା ମୈତ୍ରୀ ଏକ୍ସପ୍ରେସ୍ ଓ ଆଜି ଆରମ୍ଭ ହୋଇଥିବା କୋଲକାତା-ଖୁଲ୍ନା ବନ୍ଧନ ଏକ୍ସପ୍ରେସ୍ ର ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ।

ଏହାଫଳରେ ସେମାନଙ୍କୁ ନା’କେବଳ କଷ୍ଟମ ଓ ଇମିଗ୍ରେସନ୍ ସହଜ ହେବ ବରଂ ସେମାନଙ୍କର ଯାତ୍ରାରେ ମଧ୍ୟ 3 ଘଣ୍ଟାର ସମୟ ସଂଚୟ ହେବ ।

ମୈତ୍ରୀ ଓ ବନ୍ଧନ, ଏହି ଦୁଇ ରେଳ ସୁବିଧାର ନାମ ମଧ୍ୟ ଆମର ମିଳିତ ଦୃଷ୍ଟିଭଙ୍ଗୀ ଅନୁରୂପ  ହୋଇଛି ।

ଯେତେବେଳେ ବି ମୁଁ ଯୋଗାଯୋଗର କଥା କହେ, ମୋର ସର୍ବଦା ଆପଣଙ୍କ ୧୯୬୫ ପୂର୍ବର ଯୋଗାଯୋଗକୁ ପୁନଃ ଆରମ୍ଭ କରିବାର ଦୃଷ୍ଟିଭଙ୍ଗୀର ଭାବନା ମନରେ ଆସେ ।

ମୁଁ ଅତ୍ୟନ୍ତ ଖୁସି ଯେ ଆମେ ଏ ଦିଗରେ ପ୍ରତିଟି କ୍ଷେତ୍ରରେ ନିରନ୍ତର ଆଗକୁ ବଢ଼ୁଛୁ ।

ଆଜି ଆମେ ଦୁଇଟି ରେଳ ବ୍ରିଜ୍ ମଧ୍ୟ ଉଦ୍ଘାଟନ କରିଛୁ । ପ୍ରାୟ 100 ନିୟୁତ ଡଲାର ମୂଲ୍ୟରେ ନିର୍ମିତ ହୋଇଥିବା ଏହି ବ୍ରିଜ୍ ବାଂଲାଦେଶର ରେଳ ନେଟୱାର୍କକୁ ସୁଦୃଢ଼ କରିବାରେ ସହାୟକ ହେବ ।

ବାଂଲାଦେଶର ବିକାଶ କାର୍ଯ୍ୟରେ ବିଶ୍ୱସ୍ତ ଭାଗିଦାରୀ ହେବା ଭାରତ ପାଇଁ ଗର୍ବର ବିଷୟ ।

ମୁଁ ଜାଣି ଖୁସି ଯେ ଆମର 8 ବିଲିୟନ ଡଲାର ରିହାତିଯୁକ୍ତ ଆର୍ଥିକ ସହାୟତା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ସନ୍ତୋଷଜନକ ପ୍ରଗତି ହେଉଛି ।

ବିକାଶ ଓ ଯୋଗାଯୋଗ ଉଭୟ ଏକ ସଙ୍ଗେ ଜଡ଼ିତ  । ଆମ ଦୁଇ ଦେଶ ମଧ୍ୟରେ ଯୁଗଯୁଗ ଧରି ଯେଉଁ ପୁରୁଣା ଐତିହାସିକ ସଂଯୋଗ ରହିଛି, ବିଶେଷକରି ପଶ୍ଚିମବଙ୍ଗ ଓ ବାଂଲାଦେଶର ଲୋକଙ୍କ ମଧ୍ୟରେ, ତାକୁ ସୁଦୃଢ଼ କରିବା ଦିଗରେ ଆଜି ଆମେ ଆଉ କିଛି ପଦକ୍ଷେପ ନେଇଛୁ ।

ମୋର ପୁରା ବିଶ୍ୱାସ ଯେ, ଯେମିତି ଆମେ ନିଜର ସମ୍ବନ୍ଧ ଆଗକୁ ବଢ଼ାଇବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା, ସେମିତି ଆମେ ବିକାଶ ଓ ସମୃଦ୍ଧିର ନୂଆ ଆକାଶକୁ ବି ଛୁଇଁବା ।

ଏହି କାମରେ ସହଯୋଗ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମହୋଦୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି ।

ଧନ୍ୟବାଦ

 

  

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Political stability helped India seal major trade deals: PM Narendra Modi

Media Coverage

Political stability helped India seal major trade deals: PM Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets the former President of India
February 16, 2026

Prime Minister Shri Narendra Modi met the former President Shri Ram Nath Kovind Ji today.

In a post on X, Shri Modi wrote:

“Wonderful meeting former President Shri Ram Nath Kovind Ji. His insights on various subjects are always thoughtful and enriching.”