ଏଥିସହିତ ଗୁଜରାଟର ବିଭିନ୍ନ ରେଳପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ
ଏମ୍‍ଜି ରାମଚନ୍ଦ୍ରନ୍‍ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
କେୱାଡିଆ ବିଶ୍ୱର ଅନ୍ୟତମ ସର୍ବବୃହତ୍‍ ପର୍ଯ୍ୟଟନସ୍ଥଳରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ଲକ୍ଷ୍ୟଭିତ୍ତିକ ଉଦ୍ୟମ ଫଳରେ ରେଳବାଇର ରୂପ ବଦଳୁଛି; କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ୍‍ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଗୁଜରାଟରେ କେତେକ ନୂଆ ରେଳପ୍ରକଳ୍ପ ଉଦ୍‍ଘାଟିତ ହୋଇଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ଗେଜ ପରିବର୍ତ୍ତନ ହୋଇଥିବା ଚାନ୍ଦୋଡ ଲାଇନ, ଚାନ୍ଦୋଡ-କେୱାଡିଆ ନୂଆ ବ୍ରଡଗଜ ଲାଇନ, ବିଦ୍ୟୁତ୍‍ କରଣ ହୋଇଥିବା ପ୍ରତାପନଗର କେୱାଡିଆ ସେକ୍‍ସନ ଏବଂ ଡାଭୋଇ, ଚାନ୍ଦୋଡ ଓ କେୱାଡିଆର ନୂଆ ରେଳଷ୍ଟେସନ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବୋଧହୁଏ ଇତିହାସରେ ପ୍ରଥମଥର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ସେହି ସ୍ଥାନରୁ ନ ହୋଇ ଦେଶର ଅନ୍ୟ ପ୍ରାନ୍ତରୁ କରାଯାଇଛି । କେୱାଡିଆକୁ ଦେଶର ବିଭିନ୍ନ ଅଞ୍ଚଳରୁ ସିଧାସଳଖ ଟ୍ରେନ ଚଳାଚଳ ଯୋଗାଇଦେବା ଉଦ୍ଦେଶ୍ୟ ହେଲା ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟ ଓ ସର୍ଦ୍ଦାର ସରୋବରର ମହତ୍ୱ । ଆଜିର ଘଟଣା, ରେଳବାଇର ଦୂରଦୃଷ୍ଟି ଏବଂ ସର୍ଦ୍ଦାର ପଟେଲଙ୍କ ଲକ୍ଷ୍ୟର ପ୍ରକୃଷ୍ଟ ଉଦାହରଣ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କେୱାଡିଆ ଅଭିମୁଖେ ଗୋଟିଏ ଟ୍ରେନ ଡ. ଏମ୍‍ଜି ରାମଚନ୍ଦ୍ରନ୍‍ ସେଣ୍ଟ୍ରାଲ ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି । ସଂଯୋଗକ୍ରମେ ଆଜି ଭାରତରତ୍ନ ପୁରୁଚି ତଲାଇବର୍‍ ଡ. ଏମ.ଜି ରାମଚନ୍ଦ୍ରନଙ୍କ ଜୟନ୍ତୀ । ଚଳଚ୍ଚିତ୍ର ଓ ରାଜନୈତିକ ମଞ୍ଚରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଅବିସ୍ମରଣୀୟ ବୋଲି ଉଲ୍ଲେଖ କରି ସେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ଏମ୍‍ଜିଆରଙ୍କ ରାଜନୈତିକ ଯାତ୍ରା ଗରିବ ଲୋକଙ୍କ ପ୍ରତି ସମର୍ପିତ ଥିଲା । ଉପେକ୍ଷିତ ଓ ବଞ୍ଚିତ ଲୋକମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ସୁବିଧା ଯୋଗାଇ ଦେବା ପାଇଁ ସେ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ କାମ କରୁଛୁ । ତାଙ୍କ ସ୍ମୃତିପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଏକ କୃତଜ୍ଞ ରାଷ୍ଟ୍ର ଚେନ୍ନଇ ସେଣ୍ଟ୍ରାଲ ରେଳ ଷ୍ଟେସନକୁ ଏମ୍‍ଜିଆରଙ୍କ ନାମରେ ନାମିତ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ କେୱାଡିଆ ସହିତ ଚେନ୍ନଇ, ବାରାଣସୀ, ରେୱା, ଦାଦର ଓ ଦିଲ୍ଲୀକୁ ସିଧାସଳଖ ରେଳ ସଂଯୋଗ ସ୍ଥାପିତ ହୋଇପାରିଛି । ଏହାଛଡା କେୱାଡିଆ ଓ ପ୍ରତାପନଗର ମଧ୍ୟରେ ମଧ୍ୟ ଟ୍ରେନ ସେବା ଉପଲବ୍‍ଧ ହୋଇଛି । ଏସବୁ ରେଳପଥରେ ମେମୁ ଟ୍ରେନ ସେବା ପ୍ରଚଳନ କରାଯାଇଛି । କେୱାଡିଆ-ପ୍ରତାପନଗର ବ୍ରଡଗଜ ଲାଇନ କାର୍ଯ୍ୟକ୍ଷମ ହେବା ସହିତ ଡାଭୋଇ-ଚାନ୍ଦୋଡ ରେଳପଥକୁ ବ୍ରଡଗଜ କରାଯାଇଛି । ଏହାଛଡା ଚାନ୍ଦୋଡ ଓ କେୱାଡିଆ ମଧ୍ୟରେ ମଧ୍ୟ ଏକ ନୂଆ ରେଳଲାଇନ ତିଆରି ହୋଇଛି । ଏହା ଫଳରେ କେୱାଡିଆର ଆଦିବାସୀ ସଂପ୍ରଦାୟଙ୍କ ସହିତ ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହେବେ । ସେଠାକାର ସ୍ଥାନୀୟ ଲୋକ ମଧ୍ୟ କର୍ମନିଯୁକ୍ତିର ସୁବିଧା ପାଇବେ । ଏହାଛଡା ଏହି ନୂଆ ରେଳଲାଇନଗୁଡିକ କର୍ଣ୍ଣାଲି, ପୋଇଚା ଏବଂ ଗରୁଡେଶ୍ୱର ଆଦି ନର୍ମଦା ତଟବର୍ତ୍ତୀ ଧର୍ମସ୍ଥଳୀକୁ ଯାତ୍ରୀ ପରିବହନ ସୁବିଧା ଯୋଗାଇଦେବ ।

କେୱାଡିଆର ବିକାଶ ଯାତ୍ରା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଏବେ ଷ୍ଟାଚ୍ୟୁ ଅଫ୍‍ ଲିବର୍ଟିଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଏହି ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଖିବା ପାଇଁ ଇତିମଧ୍ୟରେ 50 ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିସାରିଲେଣି । ଉଦ୍‍ଘାଟନ ହେବା ପରେ କେୱାଡିଆକୁ ପର୍ଯ୍ୟଟକମାନଙ୍କର ସମାଗମ ବୃଦ୍ଧି ପାଇଥିଲା । ତେବେ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ବନ୍ଦ ରଖାଯାଇଥିଲା । ଏହା ପୁନର୍ବାର ଖୋଲା ହେବାପରେ ଏଠାକୁ ପର୍ଯ୍ୟଟକଙ୍କ ସମାଗମ ଯଥେଷ୍ଟ ବଢିଛି । ଏହାଛଡା କେୱାଡିଆକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ପରେ ପର୍ଯ୍ୟଟକଙ୍କ ସମାଗମ ବଢିଛି । ପ୍ରାୟ 1ଲକ୍ଷ ପର୍ଯ୍ୟଟକ ଦୈନିକ ସେଠାକୁ ଯିବେ ବୋଲି ଏକ ଆକଳନରୁ ଜଣାପଡିଛି । କେୱାଡିଆ ଅର୍ଥନୀତି ଓ ପରିବେଶର ଉନ୍ନତି ପାଇଁ ଯୋଜାନବଦ୍ଧ ବିକାଶର ଏକ ଉତ୍ତମ ଉଦାହରଣ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶର ସୁରକ୍ଷା ସହିତ ବିକାଶ କିପରି କରିହେବ ତାହା କେୱାଡିଆ ଦେଖାଇଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ କେୱାଡିଆର ପର୍ଯ୍ୟଟନ ବିକାଶ କଥା ଯେତେବେଳେ ବିଚାର କରାଗଲା ସେତେବେଳେ ଏହା ଆକାଶ କୁସୁମ ଭଳି ଲାଗୁଥିଲା । ଆମର ପୁରୁଣାକାଳିଆ କାମ କରିବାର ଢଙ୍ଗ ଯୋଗୁଁ ଏହା ଅବାସ୍ତବ ମନେ ହେଉଥିଲା । କାରଣ ସେଠାକୁ ରାସ୍ତା ନ ଥିଲା । ରେଳ ଯୋଗାଯୋଗ, ଷ୍ଟ୍ରିଟ ଲାଇଟ, ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ସେଠାରେ ନ ଥିଲା । ଏବେ କେୱାଡିଆ ସଂପୂର୍ଣ୍ଣଭାବେ ବଦଳିଯାଇଛି । ପରିବାର ସହିତ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ରହିବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । କେୱାଡିଆରେ ଦେଖିବା ପାଇଁ ଷ୍ଟାଚ୍ୟୁ ଅଫ୍‍ ୟୁନିଟ, ସର୍ଦ୍ଦାର ସରୋବର, ବିରାଟ ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ, ଆରୋଗ୍ୟ ବନ, ଜଙ୍ଗଲ ସଫାରି ଓ ପୋଷଣ ପାର୍କ ରହିଛି । ଏଠାରେ ମଧ୍ୟ ଏକ ଗ୍ଲୋ ଗାର୍ଡେନ, ଏକତା କ୍ରୁଜ ଏବଂ ଜଳକ୍ରୀଡା ସୁବିଧା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ଫଳରେ ସେଠାକାର ସ୍ଥାନୀୟ ଆଦିବାସୀ ନିଯୁକ୍ତି ସୁବିଧା ପାଇବା ସହ ଲୋକେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ପାଉଛନ୍ତି । ଏକତା ମଲ୍‍ରେ ସ୍ଥାନୀୟ ହସ୍ତଶିଳ୍ପମାନ ଉପଲବ୍‍ଧ ହେଉଛି । ଆଦିବାସୀ ଗାଁଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ହୋମ୍‍ଷ୍ଟେ ବ୍ୟବସ୍ଥା କରିବାକୁ ପ୍ରାୟ ୨୦୦ପ୍ରକୋଷ୍ଠ ତିଆରି କରାଯାଉଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେୱାଡିଆ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସେ ଅଞ୍ଚଳର ପର୍ଯ୍ୟଟନ ସୁବିଧା ବୃଦ୍ଧିକୁ ଆଖିଆଗରେ ରଖି କରାଯାଇଛି । ଏହି ଷ୍ଟେସନରେ ଏକ ଆଦିବାସୀ କଳାକୃତିର ଗ୍ୟାଲେରି ଓ ଏକ ଭ୍ୟୁଇଙ୍ଗ ଗ୍ୟାଲେରି ରହିଛି । ସେହି ଗ୍ୟାଲେରିରୁ ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ହେବ ।

ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦ୍ୱାରା ଭାରତରେ ରେଳବାଇର କାୟା ପରିବର୍ତ୍ତନ କିପରି ହେଉଛି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ରେଳବାଇ ପାରମ୍ପରିକ ଯାତ୍ରୀ ଓ ମାଲ ବୋହିବା ସହିତ ଏବେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀକୁ ଯାତ୍ରୀସେବା ଯୋଗାଉଛି। ଅହମ୍ମଦାବାଦ-କେୱାଡିଆ ଜନଶତାବ୍ଦୀ ସମେତ ବିଭିନ୍ନ ରୁଟ୍‍ରେ ଆକର୍ଷଣୀୟ ଭିଷ୍ଟାଡୋମ୍‍ କୋଚର ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ରେଳଭିତ୍ତିଭୂମିର ବିକାଶ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଆଗରୁ ଯେଉଁ ଢଙ୍ଗରେ କାମ ହେଉଥିଲା ଏବେ ତାହାକୁ ବଦଳାଇ ଦିଆଯାଇଛି । ପୂର୍ବରୁ କେବଳ ଯେତିକି ଭିତ୍ତିଭୂମି ଥିଲା ତାହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିଲା । ନୂଆ ପ୍ରକଳ୍ପ ଓ ଭିତ୍ତିଭୂମି ଅଗ୍ରାଧିକାର ପାଉ ନ ଥିଲା । ନୂଆ ବିଚାର ଓ ନୂଆ ଟେକ୍‍ନୋଲଜିକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନ ଥିଲା । ତେବେ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହି ଆଭିମୁଖ୍ୟର ପରିବର୍ତ୍ତନ କରାଯାଇଛି ଏବଂ ସମଗ୍ର ରେଳ ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରେଳବାଇର କାର୍ଯ୍ୟ କେବଳ ଆଉ ବଜେଟ ଓ ନୂଆ ଟ୍ରେନ ଘୋଷଣାରେ ସୀମିତ ହୋଇରହିନାହିଁ । ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ କାର୍ଯ୍ୟ ସବୁ ଆରମ୍ଭ ହୋଇଛି । କେୱାଡିଆକୁ ରେଳ ସଂଯୋଗ କିପରି ରେକର୍ଡ ସମୟରେ ଶେଷ ହେଲା ସେ ତାହାର ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ସର୍ଗୀକୃତ ଫ୍ରେଟ କରିଡରର ଉଦାହରଣ ଦେଇ କହିଥିଲେ ଯେ ଏହା ମଧ୍ୟ ଆମ ପୁରୁଣା ଅ।।ଭିମୁଖ୍ୟ ପରିବର୍ତ୍ତନର ଏକ ଉଦାହରଣ । ନିକଟରେ ଉଦ୍ଘାଟିତ ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ 2006 ରୁ 2014 ପର୍ଯ୍ୟନ୍ତ ଏହି ପ୍ରକଳ୍ପ କେବଳ କାଗଜ ଚଷିବାରେ ସୀମିତ ଥିଲା । ଏବେ 1100କିମି ରେଳପଥ ସଂପୂର୍ଣ୍ଣ ହେବାକୁ ଯାଉଛି । ସେହିଭଳି ଦେଶର ଅନ୍ୟାନ୍ୟ ଭାଗରେ ଯେଉଁସବୁ ରେଳ ସଂଯୋଗ ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି ସେ ତାହାର ଉଦାହରଣ ଦେଇଥିଲେ । ଟ୍ରେନଗୁଡିକର ଗତିବୃଦ୍ଧି ପାଇଁ ଟ୍ରାକ୍‍ର ଉନ୍ନତି, ଏହାର ବିଦ୍ୟୁତ୍‍କରଣ ଓ ଗେଜ ପରିବର୍ତ୍ତନ କାର୍ଯ୍ୟ ଗୁରୁତ୍ୱ ପାଇଛି ବୋଲି ସେ କହିଛନ୍ତି । ରେଳବାଇର ବିକାଶ ପାଇଁ ବଜେଟରେ ବିପୁଳ ଅର୍ଥ ବ୍ୟୟବରାଦ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇକୁ ପରିବେଶ ଅନୁକୂଳ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । କେୱାଡିଆ ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ; ଯାହା ଗ୍ରୀନ୍‍ ବିଲ୍‍ଡିଂ ସାର୍ଟିଫିକେଟ ଅନୁସାରେ ତିଆରି ହୋଇଛି ।

ସେ ମଧ୍ୟ ରେଳବାଇରେ ଆତ୍ମନିର୍ଭରତା ଗୁରୁତ୍ୱ ସଂପର୍କରେ କହିଛନ୍ତି ଯେ ରେଳବାଇରେ ବ୍ୟବହୃତ ହେଉଥିବା ସବୁ ସାମଗ୍ରୀକୁ ଭାରତରେ ଦେଶୀ କାରିଗରୀ କୌଶଳରେ ତିଆରି କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ଉତ୍ତମ ଫଳ ମିଳୁଛି । ଆମେ ଦେଶୀ ଜ୍ଞାନକୌଶଳରେ ଭାରତରେ ଉଚ୍ଚ ଅଶ୍ୱଶକ୍ତି ସମ୍ପନ୍ନ ବିଜୁଳିଚାଳିତ ଇଂଜିନ ଏବଂ ପ୍ରଥମ ଡବଲ ଷ୍ଟାକ୍‍ ଲଙ୍ଗ ହାଉଲ କଣ୍ଟେନର ଟ୍ରେନ ତିଆରି କରିପାରିଛୁ । ଏବେ ଭାରତ ତିଆରି ଅତ୍ୟାଧୁନିକ ଅନେକ ଟ୍ରେନ ରେଳବାଇର ଅଂଶବିଶେଷ ହୋଇଛି ବୋଲି ସେ କହିଛନ୍ତି ।

ରେଳବାଇର ପରିବର୍ତ୍ତନ ଯାତ୍ରାରେ ସ୍ୱତନ୍ତ୍ରଭାବେ ଦକ୍ଷତା ହାସଲ କରିଥିବା କୁଶଳୀ ଲୋକଶକ୍ତିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଆବଶ୍ୟକତା ପୂରଣ ପାଇଁ ବଡୋଦରାଠାରେ ଏଥିପାଇଁ ଏକ ଡିମ୍‍ଡ ରେଳବାଇ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଭଳି ପ୍ରତିଷ୍ଠାନ ବିଶ୍ୱର ଖୁବ୍‍ କମ୍‍ ଦେଶରେ ରହିଛି । ରେଳ ପରିବହନ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ, ବହୁ ବିଷୟକ ଗବେଷଣା ଏବଂ ତାଲିମ ଏହି ବିଶ୍ୱବିଦ୍ୟାଳୟରେ ଉପଲ୍‍ବଧ । 20ଟି ରାଜ୍ୟରୁ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଏଠାରେ ତାଲିମ ଦିଆଯାଉଛି । ସେମାନେ ରେଳବାଇର ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନକୁ ପୂରଣ କରିବେ ବୋଲି ଆଶା କରାଯାଏ । ଏହି ପ୍ରତିଷ୍ଠାନ ନବସୃଜନ ଓ ଗବେଷଣା ମାଧ୍ୟମରେ ରେଳବାଇର ଆଧୁନିକୀକରଣରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Smartphone PLI plan exceeds targets, value addition quadruples': Industry informs govt

Media Coverage

'Smartphone PLI plan exceeds targets, value addition quadruples': Industry informs govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the strength of courage and resilience
July 08, 2026

The Prime Minister, Shri Narendra Modi said that courage is the greatest strength of a nation. He noted that it inspires the country to remain united even in the face of difficult challenges and to move steadily towards progress, prosperity and self-reliance.

The Prime Minister shared a Sanskrit Subhashitam-

“चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।। ”

The Subhashitam conveys that even mountains, lashed by tempestuous winds, are shaken and set in motion at the time of dissolution; yet amid the gravest trials, the mind of the steadfast remains unwavering and undisturbed.

The Prime Minister wrote on X;

“धैर्य किसी राष्ट्र की सबसे बड़ी शक्ति है। इससे कठिन चुनौतियों के बीच भी देश को एकजुट रहने के साथ ही प्रगति, समृद्धि और आत्मनिर्भरता की दिशा में निरंतर आगे बढ़ने की प्रेरणा मिलती है।

चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।।”