ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ 200 ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିଲାଗି ରୱେରୁ ଗ୍ରାମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେଠାକାର ରାଷ୍ଟ୍ରପତି ପଲ କାଗାମେ ଯୋଗଦେଇଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗିରିଙ୍କା କାର୍ଯ୍ୟକ୍ରମ ଲାଗି ରାଷ୍ଟ୍ରପତି ପଲ କାଗାମେଙ୍କ ପ୍ରୟାସକୁ ଉଚ୍ଚପ୍ରଶଂସା କରିଥିଲେ । ଭାରତୀୟମାନେ ମଧ୍ୟ ରୱାଣ୍ଡା ଜନସାଧାରଣଙ୍କ ଗୋ-ଧନ ପ୍ରତି ସ୍ନେହ ଓ ମମତା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏହି ସୁଦୂର ଆଫ୍ରିକୀୟ ଦେଶରେ ଗୋ-ଧନକୁ ଗ୍ରାମୀଣ ଆର୍ଥିକ ସଶକ୍ତିକରଣର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ବେଶ ଆନନ୍ଦ ପ୍ରକାଶ କରିଥିଲେ । ଉଭୟ ଦେଶର ଗ୍ରାମ୍ୟ ଜୀବନରେ ଗୋସମ୍ପଦ ପ୍ରତି ସ୍ନେହ ଏବଂ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ନେଇ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଗିରିଙ୍କା କାର୍ଯ୍ୟକ୍ରମ ରୱାଣ୍ଡାର ଗ୍ରାମ୍ୟ ଜୀବନକୁ ପରିବର୍ତ୍ତନ କରିବା ଦିଗରେ ବେଶ ସହାୟକ ହେବ ବୋଲି ସେ କହିଥିଲେ ।

ଗିରିଙ୍କା ଶବ୍ଦର ଆଫ୍ରିକୀୟ ଅର୍ଥ ହେଉଛି “ଆପଣ ଏକ ଗାଈ ରଖିପାରିବେ କି” । ରୱାଣ୍ଡା ସଂସ୍କୃତିରେ ଜଣେ ଗ୍ରାମବାସୀ ଅନ୍ୟ ଜଣଙ୍କୁ ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ସ୍ୱରୂପ ଗୋଦାନ କରିଥାନ୍ତି ।

 

ଏହି ଆଫ୍ରିକୀୟ ଦେଶର ପିଲାମାନଙ୍କଠାରେ ପୁଷ୍ଟିହୀନତା ହାର ପ୍ରବଳ ହେବାପରେ ରାଷ୍ଟ୍ରପତି ପଲ କଗାମେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଦୁଧିଆଳୀ ଗାଈ ପ୍ରଦାନ ଲାଗି ପ୍ରୟାସ କରାଯାଉଛି । କେବଳ ସେତିକି ନୁହେଁ ସମନ୍ୱିତ ପ୍ରାଣୀଧନ ଓ ବହୁମୁଖୀ ଫସଲ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଂଚଳ ଦାରିଦ୍ର୍ୟ ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି । ଗରିବ ପରିବାରମାନେ ଦୁଧିଆଳୀ ଗାଈକୁ ଲାଳନ ପାଳନ କରି କ୍ଷୀର, ଦହି, ଘିଅ, ଛେନା ଆଦି ସୁମିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଜରିଆରେ ନିଜ ନିଜ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରୁଛନ୍ତି ଏବଂ ଗାଈ ଗୋବରକୁ ଜୈବିକ ସାର ରୂପେ ମଧ୍ୟ ବ୍ୟାପକ ଭାବେ ରୱାଣ୍ଡାର ଗାଁ ଗାଁରେ ଉପଯୋଗ କରାଯାଉଛି ।

2006 ମସିହାରେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସେହିଦିନଠାରୁ  ଜୁନ 2016 ପର୍ଯ୍ୟନ୍ତ ଗରିବ ପରିବାରମାନଙ୍କୁ 2,48,566ଟି ଦୁଧିଆଳୀ ଗାଈ ବଂଟନ କରାଯାଉଛି ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ରୱାଣ୍ଡାରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଉଛି ଏବଂ ପିଲାମାନଙ୍କଠାରେ ଅପପୁଷ୍ଟିର ହାର ମଧ୍ୟ ଯଥେଷ୍ଟ କମିଛି । ସେହିପରି ସେଠାରେ କୃଷି ଉତ୍ପାଦନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗିରିଙ୍କା କାର୍ଯ୍ୟକ୍ରମର ପ୍ରସାର ଦ୍ୱାରା ଗୋଧନ ସଂଖ୍ୟା ବୃଦ୍ଧି ପାଇବା ସହ ସେଠାକାର ଲୋକମାନଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଧ ମଧ୍ୟ ବଢ଼ୁଛି । ଗିରିଙ୍କା କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ କେବଳ ଗରିବ ଓ ସାମାନ୍ୟ ଜମି ରଖିଥିବା ପରିବାରକୁ ଗୋଦାନ କରାଯାଇଥାଏ । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ପରିବାର ନିଜର ଜମିରେ ଗାଈ ଚରାଇପାରିବେ ଏବଂ ଗୋବର ମଧ୍ୟ ବ୍ୟବହାର କରିପାରିବେ । ଏହାଛଡା ଗାଈକୁ ରଖିବା ଲାଗି ଗୁହାଳ ମଧ୍ୟ ହିତାଧିକାରୀଙ୍କ ପାଖରେ ଥିବା ଆବଶ୍ୟକ । ତାହେଲେ ଯାଇ ସେମାନଙ୍କୁ ଗାଈ ବଂଟନ କରାଯାଇଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026