" ଗତ ସାଢ଼େ ଚାରି ବର୍ଷ ହେବ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନର ଲକ୍ଷ୍ୟକୁ ଗ୍ରହଣ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "
"ବ୍ୟାପକ ଭାବେ ସ୍ଥାନୀୟ ଉତ୍ତରପୂର୍ବାଞ୍ଚଳରେ “ସହଜ ଜୀବନଧାରଣ” କୁ ସମ୍ପ୍ରସାରଣ କରିବ :ପ୍ରଧାନମନ୍ତ୍ରୀ ମୋଦୀ "
"ମଜବୁତ ଏବଂ ପ୍ରଗତିଶୀଳ ପୂର୍ବ ଭାରତ ,ଏକ ମଜବୁତ ଏବଂ ପ୍ରଗତିଶୀଳ ଭାରତର ଚାବି :ପ୍ରଧାନମନ୍ତ୍ରୀ ମୋଦୀ "

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ବୋଗିବିଲ ସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ସେତୁ, ବ୍ରହ୍ମପୁତ୍ର ନଦୀ ଉପରେ ଆସାମର ଦିବ୍ରୁଗଡ଼ ଏବଂ ଧିମାଜୀ ଜିଲ୍ଲାକୁ ଯୋଡ଼ୁଛି । ଦେଶ ପାଇଁ ଏହି ସେତୁର ବ୍ୟାପକ ଅର୍ଥନୈତିକ ଏବଂ ରଣନୈତିକ ଗୁରୁତ୍ୱ ରହିଛି । ବ୍ରହ୍ମପୁତ୍ରର ଉତ୍ତର ତଟରେ ଥିବା କାରେଙ୍ଗ ଚାପୋରୀଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ଏହି ସେତୁ ଦେଇ ଯାତ୍ରା କରିବାକୁ ଥିବା ପ୍ରଥମ ଯାତ୍ରୀବାହୀ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ, ପ୍ରଧାନମନ୍ତ୍ରୀ ନିକଟରେ ପରଲୋକ ଗମନ କରିଥିବା ଅହମୀୟା ଗାୟକ ଦୀପାଳୀ ବୋରଠାକୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ମଧ୍ୟ ରାଜ୍ୟର ଆହୁରି ଅନେକ ପ୍ରସିଦ୍ଧ ଏବଂ ଐତିହାସିକ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି । ବଡ଼ଦିନ ଅବସରରେ ସେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଏବଂ ଏହା “ସୁଶାସନ ଓ ଉତ୍ତମ ପ୍ରଶାସନ ଦିବସ” ଭାବେ ପାଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାଢ଼େ ଚାରି ବର୍ଷ ହେବ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନର ଲକ୍ଷ୍ୟକୁ ଗ୍ରହଣ କରିଛନ୍ତି । ସେ କହିଥିଲେ ଐତିହାସିକ ବୋଗିବିଲ ରେଳ ତଥା ସଡ଼କ ସେତୁ ଏହି ଲକ୍ଷ୍ୟର ପ୍ରତୀକ । ଏହି ସେତୁ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି କୌଶଳର ଏକ ଚମତ୍କାରୀତା ତଥା ବ୍ୟାପକ ରଣନୈତିକ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଥିଲେ । ସେ କହିଥିଲେ ଏହି ସେତୁ ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୂରତା ହ୍ରାସ କରିବ । 

ଏହା ବ୍ୟାପକ ଭାବେ ସ୍ଥାନୀୟ ଅଂଚଳରେ “ସହଜ ଜୀବନଧାରଣ”କୁ ସମ୍ପ୍ରସାରଣ କରିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଂଚଳର ଲୋକମାନଙ୍କ ପାଇଁ ଏହି ସେତୁ ଅନେକ ପିଢ଼ି ଧରି ଏକ ସ୍ୱପ୍ନ ହୋଇ ରହିଥିଲା ଏବଂ ବର୍ତ୍ତମାନ ଏହା ବାସ୍ତବ ରୂପ ନେଇଛି । ସେ କହିଥିଲେ ଯେ ଏହି ଅଂଚଳ ପାଇଁ ଦିବ୍ରୁଗଡ଼ ହେଉଛି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବାଣିଜ୍ୟ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ବ୍ରହ୍ମପୁତ୍ର ନଦୀ ଆରପାଖେ ରହୁଥିବା ଲୋକମାନେ ବର୍ତ୍ତମାନ ଅଧିକ ସହଜରେ ଏହି ସହରରେ ପହଁଚିପାରିବେ ।

ଏହି ସେତୁ ନିର୍ମାଣରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେ ସ୍ମରଣ କରାଇ ଦେଇଥିଲେ ଯେ ମେ, 2017ରେ ଆସାମର ସାଦିଆଠାରେ ଦେଶର ଦୀର୍ଘତମ ସଡ଼କ ସେତୁ, ଭୁପେନ ହଜାରିକା ସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସେ ମଧ୍ୟ ସମର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ 60-70 ବର୍ଷ ମଧ୍ୟରେ ବ୍ରହ୍ମପୁତ୍ର ନଦୀ ଉପରେ 3ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ଗତ ସାଢ଼େ 4 ବର୍ଷରେ ଆହୁରି 3ଟି ସେତୁ ନିର୍ମାଣ କରାଯାଇଛି । ଆହୁରି 5ଟି ପ୍ରଗତି ପଥରେ ରହିଛି ବୋଲି ସେ କହିଥିଲେ । ସେ କହିଥିଲେ ବ୍ରହ୍ମପୁତ୍ରର ଉତ୍ତର ଏବଂ ଦକ୍ଷିଣ ତଟକୁ ପରସ୍ପର ସହ ଯୋଡ଼ୁଥିବା ଏହି ପରିବର୍ଦ୍ଧିତ ସଂଯୋଗବ୍ୟବସ୍ଥା ଉତ୍ତମ ପ୍ରଶାସନର ଉପାଦାନ । ସେ କହିଥିଲେ ବିକାଶର ଏହି ଗତି ଉତ୍ତର-ପୂର୍ବକୁ ବଦଳାଇଦେବ ।

ପରିବହନ ମାଧ୍ୟମରେ ରୂପାନ୍ତରଣ କେନ୍ଦ୍ର ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଦେଶରେ ଆଜି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ପଡ଼ିରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଦିଗରେ ଆସାମ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଗତ ସାଢ଼େ ଚାରି ବର୍ଷ ମଧ୍ୟରେ 700 କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।

ସେ ମଧ୍ୟ ଉତ୍ତର-ପୂର୍ବ କ୍ଷେତ୍ରରେ ସଡ଼କ ଯୋଗାଯୋଗ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଭିତ୍ତିଭୂମି ବ୍ୟତୀତ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ଯୋଜନା, ଯାହା ଆସାମରେ ଦ୍ରୁତ ପ୍ରଗତି ହାସଲ କରିଛି ସେ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ଯୁବକମାନେ ଦୂର-ଉପାନ୍ତ ଇଲାକାରୁ ଦେଶ ପାଇଁ ଗୌରବ ଆଣୁଛନ୍ତି । ଆସାମର ଆଥଲେଟ ହିମା ଦାସଙ୍କ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ନୂତନ ଭାରତର ଆତ୍ମବିଶ୍ୱାସର ପ୍ରତୀକ ପାଲଟିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଭବିଷ୍ୟତର ଆବଶ୍ୟକତାକୁ ଦେଖି ଭିତ୍ତିଭୂମି ନିର୍ମାଣ କରିବା ଲାଗି ସରକାର ପ୍ରୟାସ କରୁଛନ୍ତି ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph