ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ କୁମାର ଦେବ ଆଜି ବାଂଲାଦେଶରେ ତିନୋଟି ପ୍ରକଳ୍ପକୁ ମିଳିତ ଭାବେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ଏବଂ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯଥାକ୍ରମେ ନୂଆଦିଲ୍ଲୀ ଏବଂ ଢାକାରୁ ଯୋଗ ଦେଇଥିଲେ ।

ଉଦଘାଟିତ ପ୍ରକଳ୍ପ ମଧ୍ୟରେ ରହିଛି : (1) ଭେରମାରା (ବାଂଲାଦେଶ)-ବହରମପୁର (ଭାରତ) ଆନ୍ତଃସଂଯୋଗ ଜରିଆରେ ଭାରତରୁ ବାଂଲାଦେଶକୁ 500 ମେଗାୱାଟ ଅତିରିକ୍ତ ବିଦ୍ୟୁତ ଯୋଗାଣ, (2) ଆଖଉରା-ଅଗରତାଲା ରେଳ ଲିଙ୍କ (3) ବାଂଲାଦେଶ ରେଳବାଇର କୁଲାଉରା-ଶାହାବାଜପୁର ଅଂଶର ପୁନଃନିର୍ମାଣ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ସେ ନିକଟ ଅତୀତରେ ଅନେକ ଥର, କାଠମାଣ୍ଡୁରେ ଆୟୋଜିତ ବିମସ୍ଟେକ ଶିଖର ସମ୍ମିଳନୀରେ, ଶାନ୍ତି ନିକେତନରେ ଏବଂ ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି ।

ପ୍ରୋଟୋକଲରେ ଫସି ନଯାଇ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପଡ଼ୋଶୀଙ୍କ ଭଳି ସମ୍ପର୍କ ରହିବା ଆବଶ୍ୟକ ବୋଲି ସେ ଦୋହରାଇଥିଲେ । ସେମାନଙ୍କ ମଧ୍ୟରେ ନିୟମିତ ଗସ୍ତ ଏବଂ ଆଲୋଚନା ହେବା ଆବଶ୍ୟକ ବୋଲି ସେ କହିଥିଲେ । ସେ କହିଥିଲେ ଯେ ତାଙ୍କର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ନିୟମିତ ବାର୍ତ୍ତାଳାପ ଯୋଗୁ ଦୁଇ ଦେଶର ସମ୍ପର୍କରେ ନିବିଡ଼ତା ପ୍ରତିଫଳିତ ହୋଇଛି ।

1965 ପୂର୍ବ ସ୍ଥିତି ଭଳି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦୂରଦୃଷ୍ଟି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମରଣ କରାଇଥିଲେ । ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ ଦିଗରେ ସ୍ଥିର ଅଗ୍ରଗତି ହୋଇଛି । ସେ କହିଥିଲେ ଯେ ଆଜି ଆମେ ଆମର ବିଦ୍ୟୁତ ସଂଯୋଗକୁ ବଢ଼ାଇଛୁ ଏବଂ ଆମର ରେଳ ଯୋଗାଯୋଗକୁ ବଢ଼ାଇବା ଲାଗି ଦୁଇଟି ପ୍ରକଳ୍ପ ବୃଦ୍ଧି କରିଛୁ । ସେ ସ୍ମରଣ କରାଇ ଦେଲେ ଯେ 2015ରେ ତାଙ୍କର ବାଂଲାଦେଶ ଗସ୍ତ କାଳରେ ବାଂଲାଦେଶକୁ ଅତିରିକ୍ତ 500 ମେଗାୱାଟ ବିଦ୍ୟୁତ ଶକ୍ତି ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ସଂଚାର ସଂଯୋଗ ପ୍ରୟୋଗ ମାଧ୍ୟମରେ ଏହା କରାଯାଇଥିବା ସେ କହିଥିଲେ ଏବଂ ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କୁ ଏହି ସୁବିଧା ଯୋଗାଇ ଦେବା ଲାଗି ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା 1.16 ଗିଗାୱାଟ ବିଦ୍ୟୁତ ଶକ୍ତି ବର୍ତ୍ତମାନ ଭାରତରୁ ବାଂଲାଦେଶକୁ ଯୋଗାଣ କରାଯାଉଛି । ସେ କହିଥିଲେ ଯେ ମେଗାୱାଟରୁ ଗିଗାୱାଟକୁ ଏହି ଯାତ୍ରା ଭାରତ ଏବଂ ବାଂଲାଦେଶ ମଧ୍ୟରେ ରହିଥିବା ସମ୍ପର୍କରେ ସୁବର୍ଣ୍ଣ ଯୁଗକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଖାଉରା-ଅଗରତାଲା ରେଳ ଯୋଗାଯୋଗ ଦୁଇ ଦେଶ ମଧ୍ୟରେ ସୀମା ପାର ଯୋଗାଯୋଗ ପାଇଁ ଆଉ ଏକ ମାର୍ଗ ପ୍ରଶସ୍ତ କରିବ । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ସେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ କୁମାର ଦେବଙ୍କୁ ଧନ୍ୟବାଦ ଜଣାଇଥିଲେ ।

2021 ସୁଦ୍ଧା ବାଂଲାଦେଶକୁ ମଧ୍ୟମ ଆୟ ରାଷ୍ଟ୍ର ଏବଂ 2041 ସୁଦ୍ଧା ଏହାକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଶେଖ ହାସିନଙ୍କ ବିକାଶ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ନିବିଡ଼ ସମ୍ପର୍କ ଏବଂ ନାଗରିକଙ୍କ ଠାରୁ ନାଗରିକଙ୍କ ମଧ୍ୟରେ ସମ୍ପର୍କ ଆମର ବିକାଶ ଏବଂ ସମୃଦ୍ଧିକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India