A promise to extend advanced space technology in South Asia fulfilled by launching #SouthAsiaSatellite: PM Modi
#SouthAsiaSatellite would meet the aspirations of economic progress of more than one-and-a-half billion people in our region: PM
With the launch of #SouthAsiaSatellite, Space technology will touch the lives of our people in the region: PM
#ISRO team has led from the front in developing the #SouthAsiaSatellite as per the regions’ requirements & flawlessly launching it: PM

ମହାମହିମ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଘନି,

ମହାମହିମ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା

ମହାମହିମ ଭୂଟାନ ପ୍ରଧାନମନ୍ତ୍ରୀ ତେସରିଂ ଟୋବଗଏ

ମହାମହିମ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ

ମହାମହିମ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ମହାମହିମ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା

ଦେବୀ ଓ ସଜ୍ଜନମାନେ

ନମସ୍କାର

ମହାମହିମ,

ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଏହି ପ୍ରତୀକ ଦକ୍ଷିଣ ଏସିଆରେ ଦେଢ଼ ବିଲିୟନ୍ ରୁ ଊର୍ଦ୍ଧ୍ଵ ଲୋକଙ୍କ ଅର୍ଥନୀତିକ ପ୍ରଗତିର ଆକାଂକ୍ଷାକୁ ପୂରଣ କରିବ ଏବଂ ଆମର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି ।

ମହାମହିମ

ମୁଁ ଅତ୍ୟନ୍ତ କୃତଜ୍ଞ ଯେ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ମୋ’ ସହ ସାମିଲ ହୋଇଛନ୍ତି ।

ଆପଣମାନଙ୍କ ସରକାରର ସୁଦୃଢ଼ ଓ ମୂଲ୍ୟବାନ ସମର୍ଥନକୁ ମୁଁ ଗଭୀର ଭାବେ ପ୍ରଶଂସା କରୁଛି । ଏହା ବିନା ପ୍ରକଳ୍ପ ସମ୍ଭବପର ହୋଇପାରିନଥାନ୍ତା । ଲୋକଙ୍କ ଆବଶ୍ୟକତାକୁ ପୂରଣ ପାଇଁ ଆମେ ଏକଜୁଟ ହେବା ହେଉଛି ଆମର ଅବିଭାଜ୍ୟ ସଂକଳ୍ପର ସଙ୍କେତ ।

ଏଥିରୁ ଜଣାପଡ଼ୁଛି ଯେ ଆମେ ସଂଘର୍ଷ ନୁହେଁ ସହଯୋଗ ପାଇଁ, ବିନାଶ ନୁହେଁ ବିକାଶ ପାଇଁ ଓ ଦାରିଦ୍ର୍ୟ ନୁହେଁ ସମୃଦ୍ଧି ପାଇଁ ଆମ ନାଗରିକଙ୍କ ନିମନ୍ତେ ସାମୁହିକ ବିକଳ୍ପ ଆଣିବାକୁ ଏକଜୁଟ ହୋଇଛେ ।

ମହାମହିମ

ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ମାଳଦ୍ୱୀପ, ନେପାଳ, ଶ୍ରୀଲଙ୍କା ଓ ଭାରତ ଏକାଠି ହାସଲ କରିବେ: ଫଳପ୍ରଦ ଯୋଗାଯୋଗ

ଉତ୍ତମ ପ୍ରଶାସନ

ଉତ୍ତମ ବ୍ୟାଙ୍କିଙ୍ଗ୍ ଓ

ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା

ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ।

ଏହି ଅଂଚଳରେ ମହାକାଶ ଜ୍ଞାନକୌଶଳ ଆମ ଲୋକଙ୍କ ଜୀବନଶୈଳୀକୁ ସ୍ପର୍ଶ କରିବ । ସାଟେଲାଇଟ୍ ମାଧ୍ୟମରେ ଭିନ୍ନ ଭିନ୍ନ ରାଷ୍ଟ୍ରକୁ ସେମାନଙ୍କର ଆବଶ୍ୟକତା ଓ ଅଗ୍ରାଧିକାର ଅନୁସାରେ ନିର୍ଦ୍ଦିଷ୍ଟ ସେବା ମିଳିପାରିବ । ଏପରିକି ସାଧାରଣ ସେବା ମଧ୍ୟ । ଏହି ଲକ୍ଷ୍ୟ ହାସଲ କରିଥିବାରୁ ମୁଁ ଭାରତୀୟ ମହାକାଶ ଜଗତକୁ ଅଭିନନ୍ଦନ ଜଣାଉଛି । ଭାରତ ଓ ବିଶେଷକରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ।

ଦକ୍ଷିଣ ଏସିଆ ସାଟେଲାଇଟକୁ ଅଂଚଳର ଆବଶ୍ୟକତା ଅନୁସାରେ ଇସ୍ରୋ ଟିମ୍ ବିକଶିତ କରିବାରେ ନେତୃତ୍ୱ ନେଇଛନ୍ତି ଓ ବିନା ପ୍ରତିବନ୍ଧକରେ ଏହାକୁ ପ୍ରକ୍ଷେପଣ ମଧ୍ୟ କରିପାରିଛନ୍ତି ।

ମହାମହିମ

ସରକାର ଭାବେ, ଆମର ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଆମର ଲୋକ ଓ ସମୁଦାୟ ପାଇଁ ବିକାଶ ଓ ଶାନ୍ତିବିକାଶକୁ ସୁରକ୍ଷିତ କରିବା ।

ଏବଂ ମୋର ବିଶ୍ୱାସ ଅଛି, ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।

ଆପଣ ସମସ୍ତଙ୍କ ଉପସ୍ଥିତି ପାଇଁ ମୁଁ ଧନ୍ୟବାଦ ଜଣାଉଛି ଓ ଆମମାନଙ୍କ ମିଳିତ ସଫଳତା ପାଇଁ ପୁଣିଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour