ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଅଧ୍ୟକ୍ଷତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟଗୁଡିକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଆଜି ଭିଡିଓ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଜି-୨୦ ଅଧ୍ୟକ୍ଷତା ସାରା ଦେଶ ସହ ଜଡିତ ଓ ଦେଶର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏହା ଏକ ନିଆରା ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । 

ସେହିପରି ପ୍ରଧାନମନ୍ତ୍ରୀ ଟିମୱର୍କକୁ ଗୁରୁତ୍ୱ ପ୍ରଦାନ କରିବା ସହ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗ ଲୋଡିଛନ୍ତି । ଜି-୨୦ ଅଧ୍ୟକ୍ଷତା ଦ୍ୱାରା ଭାରତର ପାରମ୍ପରିକ ବଡ ମେଟ୍ରୋ ବ୍ୟତୀତ ଦେଶର ଅନ୍ୟ ସ୍ଥାନଗୁଡିକର ନିଆରାପଣ ପ୍ରଦର୍ଶିତ ହୋଇପାରିବ ବୋଲି ସେ କହିଛନ୍ତି । 

ଭାରତର ଜି-୨୦ ଅଧ୍ୟକ୍ଷତା ବେଳେ ବହୁ ସଂଖ୍ୟାରେ ଭାରତ ଆସୁଥିବା ଆଗନ୍ତୁକ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଏହି ସୁଯୋଗ ଉପଯୋଗ କରି ନିଜ ବ୍ୟବସାୟ, ନିବେଶ ଓ ପର୍ଯ୍ୟଟନ ସ୍ଥଳଗୁଡିକର ପୁନଃପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ପୂର୍ଣ୍ଣ ସରକାର ଓ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଦ୍ୱାରା ଜି-୨୦ କାର୍ଯ୍ୟକ୍ରମଗୁଡିକରେ ଜନଭାଗିଦାରୀ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ବହୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ବୈଠକରେ ନିଜ ମତାମତ ଉପସ୍ଥାପନ କରିବା ସହ ସଫଳତାର ସହ ଜି-୨୦ ବୈଠକ ଆୟୋଜନ ପାଇଁ ରାଜ୍ୟଗୁଡିକର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।  

ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଅଭିଭାଷଣ ପ୍ରଦାନ କରିଛନ୍ତି ଏବଂ ଭାରତର ଜି-୨୦ ଶେରପା ଏକ ଉପସ୍ଥାପନା ପ୍ରସ୍ତୁତ କରିଛନ୍ତି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 24, 2026
February 24, 2026

Viksit Bharat Rising: Self-Reliance, Security & World Respect Under PM Modi