PM proposes first meeting of BRICS Water Ministers in India
Innovation has become the basis of our development: PM
PM addresses Plenary session of XI BRICS Summit

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲରେ ଅନ୍ୟ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣକାଳୀନ ଅଧିବେଶନକୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଚଳିତ ଥର ଏହି ଶିଖର ସମ୍ମିଳନୀର ମୁଖ୍ୟ ବିଷୟ “ଅଭିନବ ଭବିଷ୍ୟତ ଲାଗି ଆର୍ଥିକ ବିକାଶ” ଅତ୍ୟନ୍ତ ପ୍ରାସଙ୍ଗିକ କାରଣ ନବୋନ୍ମେଷ ଆମ ବିକାଶର ଆଧାର ହୋଇସାରିଛି । ସେ ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ । 

 ଶ୍ରୀ ମୋଦୀ କହିଥିଲେ ଯେ “ଏବେ ଆମକୁ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଆପୋସ ସହଯୋଗ ବୃଦ୍ଧି କରିବା ଦିଗରେ ବିଚାର କରିବାକୁ ହେବ ଏବଂ ପରବର୍ତ୍ତି ଦଶ ବର୍ଷ ମଧ୍ୟରେ ଏହା ଅଧିକ ପ୍ରଭାବୀ ହେବା ଉଚିତ ।” ସେ ଏଥିପ୍ରତି ମଧ୍ୟ ଆଲୋକପାତ କରିଥିଲେ ଯେ ଅନେକ କ୍ଷେତ୍ରରେ ସଫଳତା ସତ୍ୱେ କେତେକ କ୍ଷେତ୍ରରେ ଆହୁରି ଅଧିକ ପ୍ରୟାସ କରିବାର ଯଥେଷ୍ଟ ସୁଯୋଗ ରହିଛି । ପ୍ରଧାନମନ୍ତ୍ରୀ ଆପୋସ ବ୍ୟବସାୟ ଓ ନିବେଶ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଆହ୍ୱାନ କରି କହିଥିଲେ ଯେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବ୍ୟବସାୟ ବିଶ୍ୱର ମୋଟ ବ୍ୟବସାୟିକ କାରବାରର ମାତ୍ର 15 ପ୍ରତିଶତ ହୋଇଥିବା ବେଳେ ବ୍ରିକ୍ସ ଦେଶରେ ବିଶ୍ୱର ମୋଟ ଜନସଂଖ୍ୟାର 40 ପ୍ରତିଶତରୁ ଅଧିକ ଲୋକ ରହୁଛନ୍ତି । ଏଥିପାଇଁ ପାରସ୍ପରିକ ବ୍ୟବସାୟ ବୃଦ୍ଧି ଅତ୍ୟନ୍ତ ଜରୁରି ।

ନିକଟରେ ଭାରତରେ ଆରମ୍ଭ କରାଯାଇଥିବା ଫିଟ ଇଣ୍ଡିଆ ଅଭିଯାନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସେ ଫିଟନେସ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ଓ ଭାଗିଦାରୀ ବଢ଼ାଇବା ଲାଗି ଇଚ୍ଛୁକ । ସେ କହିଥିଲେ ଯେ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଏବଂ ସ୍ୱଚ୍ଛତା ଆଜି ମଧ୍ୟ ସହରାଂଚଳରେ ଏକ ବୃହତ ଆହ୍ୱାନ । ସେ ଏଥିସହିତ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଜଳ ମନ୍ତ୍ରୀମାନଙ୍କ ପ୍ରଥମ ବୈଠକ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତାବ ଦେଇଥିଲେ ।

ଆତଙ୍କବାଦର ମୁକାବିଲା ଲାଗି ବ୍ରିକ୍ସ ରଣନୀତି ଉପରେ ପ୍ରଥମ ଥର ପାଇଁ ସେମିନାର ଆୟୋଜନ ଲାଗି ସେ ଖୁସି ବ୍ୟକ୍ତ କରିଥିଲେ । ଏଥିସହିତ ଆଶା କରିଥିଲେ ଯେ ଆତଙ୍କବାଦ ଏବଂ ଅନ୍ୟ ସଂଗଠିତ ଅପରାଧ ବିରୋଧରେ 5ଟି କାର୍ଯ୍ୟ ଗୋଷ୍ଠୀର ପ୍ରୟାସ ଓ ଗତିବିଧି ବ୍ରିକ୍ସ ଦେଶର ସୁରକ୍ଷା ସହଯୋଗକୁ ଆହୁରି ମଜଭୂତ କରିବ । ଶ୍ରୀ ମୋଦୀ କହିଥିଲେ ଯେ ଭିସା, ସାମାଜିକ ସୁରକ୍ଷା ବୁଝାମଣା ଏବଂ ଯୋଗ୍ୟତାର ପାରସ୍ପରିକ ମାନ୍ୟତା ପାଞ୍ଚଟି ସଦସ୍ୟ ରାଷ୍ଟ୍ର ମଧ୍ୟରେ ବ୍ୟବସାୟ ଓ ପର୍ଯ୍ୟଟନ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen