ଆଜି ଚେନ୍ନାଇ ଆଇଆଇଟିଠାରେ ଶେଷ ହୋଇଥିବା 36 ଘଣ୍ଟିଆ ସିଙ୍ଗାପୁର ଭାରତ ହାକାଥନର ବିଜୟୀ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଦ୍ୱିତୀୟ ହାକାଥନକୁ ସିଙ୍ଗାପୁର ସରକାର, ଭାରତ ସରକାର, ଆଇଆଇଟି ଚେନ୍ନାଇ ଏବଂ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ (ଏନଟିୟୁ), ସିଙ୍ଗାପୁର ମିଳିତ ଭାବେ ଆୟୋଜନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରାକୁ ଆଧାର କରି 2018ରେ ସିଙ୍ଗାପୁରର ଏନଟିୟୁଠାରେ ପ୍ରଥମ ହାକାଥନର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ର ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ ଓ ହାକାଥନ ବିଜୟୀ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

“ବନ୍ଧୁଗଣ, ମୁଁ ହାକାଥନର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ଏଠାରେ ଏକତ୍ରିତ ହୋଇଥିବା ପ୍ରତ୍ୟେକ ଯୁବବନ୍ଧୁ ବିଶେଷ କରି ଛାତ୍ର ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆହ୍ୱାନର ସମ୍ମୁଖୀନ ହେବା ଏବଂ ଏହାର ସମାଧାନ ବାହାର କରିବା ନେଇ ଆପଣଙ୍କ ଇଚ୍ଛା, ଶକ୍ତି ଓ ଉତ୍ସାହ ଏକ ପ୍ରତିଯୋଗିତା ଜିତିବାଠାରୁ ଅଧିକ ମୂଲ୍ୟବାନ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ହେଉଛି ଷ୍ଟାର୍ଟଅପ ସହାୟକ ପ୍ରମୁଖ ତିନୋଟି ପରିସ୍ଥାନ ମଧ୍ୟରୁ ଅନ୍ୟତମ । ସେ କହିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ନବୋନ୍ମେଷ ଓ ଇନକ୍ୟୁବେସନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଛି ।

“ଅଟଳ ଇନୋଭେସନ ମିଶନ, ପିଏମ ରିସର୍ଚ୍ଚ ଫେଲୋସିପ, ଷ୍ଟାର୍ଟ-ଅପ ଇଣ୍ଡିଆ ଅଭିଯାନ ଭଳି କାର୍ଯ୍ୟକ୍ରମ ହେଉଛି ଏକବିଂଶ ଶତାବ୍ଦୀରେ ଭାରତର ମୂଳ ଆଧାର । ଭାରତ ସର୍ବଦା ନବାଚାରର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି । ମେସିନ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତା ଆଦି ନୂତନ ପ୍ରଯୁକ୍ତିବିଦ୍ୟାକୁ ଆମେ ବ୍ୟବହାର କରିବା ପାଇଁ ଉତ୍ସାହିତ କରୁଛୁ । ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଓ ଗବେଷଣା ପର୍ଯ୍ୟନ୍ତ ସବୁଥିରେ ନବୋନ୍ମେଷକୁ ପ୍ରୋତ୍ସାହନ ଦିଆଯାଉଛି ।”

ଭାରତ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଛାତ୍ରମାନଙ୍କୁ ପ୍ରେରିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ସମାଧାନକୁ ସମଗ୍ର ବିଶ୍ୱକୁ ବିଶେଷ କରି ଗରିବ ରାଷ୍ଟ୍ରମାନଙ୍କୁ ପ୍ରଦାନ କରିବାକୁ ଚାହେଁ ।

“ଦୁଇଟି କାରଣରୁ ଆମେ ନବୋନ୍ମେଷ ଓ ଇନକ୍ୟୁବେସନକୁ ପ୍ରୋତ୍ସାହିତ କରିବାକୁ ଚାହୁଁ । ପ୍ରଥମଟି ହେଲା ଜୀବନକୁ ସହଜ କରିବା ନେଇ ଆମେ ସମସ୍ୟାର ସହଜ ସମାଧାନ ଚାହୁଁ । ଦ୍ୱିତୀୟଟି ହେଲା ଆମେ ଭାରତରେ ସମଗ୍ର ବିଶ୍ୱର ସମସ୍ୟା ପାଇଁ ସମାଧାନ ଚାହୁଁ । ବୈଶ୍ୱିକ ସମସ୍ୟା ପାଇଁ ଭାରତର ସମାଧାନ- ଏହା ହେଉଛି ଆମର ଲକ୍ଷ୍ୟ ଓ ସଂକଳ୍ପ । ଆମେ ମଧ୍ୟ ଆମ ସ୍ୱଳ୍ପ ବ୍ୟୟଜନିତ ସମାଧାନକୁ ବିଶ୍ୱର ଗରିବତମ ଦେଶମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ବ୍ୟବହାର କରିବାକୁ ଚାହୁଁ । ଗରିବ ଓ ବଞ୍ଚିତ ଲୋକମାନେ ଯେଉଁଠାରେ ରୁହନ୍ତୁ ନା କାହିଁକି ଭାରତୀୟ ନବୋନ୍ମେଷ ସେମାନଙ୍କୁ ସମର୍ଥନ କରିବ ।”

ପ୍ରଧାନମନ୍ତ୍ରୀ ମଧ୍ୟ ଆଇଆଇଟି-ଏମର ହୀରକଜୟନ୍ତୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi