India has Walked the Talk; country has been identified as one of the top reformers: PM Modi
With GST, we are moving towards a modern tax regime, which is transparent, stable and predictable: PM Modi
We are particularly keen to develop India into a knowledge based, skill supported and technology driven society: PM Modi
Our mantra is reform, perform and transform. We want to do better and better: PM Modi

ବିଶ୍ୱ ବ୍ୟାଙ୍କ ସିଇଓ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜିଏଭା, ମନ୍ତ୍ରିପରିଷଦରେ ମୋର ସହଯୋଗୀ, ବରିଷ୍ଠ ଅଧିକାରୀ, ବ୍ୟବସାୟିକ ନେତୃମଣ୍ଡଳୀ, ମହିଳା ଓ ଭଦ୍ରବ୍ୟକ୍ତିମାନେ ।

ଆଜି ଗୁରୁ ପର୍ବର ପବିତ୍ର ଅବସର । ଗୁରୁ ନାନକ ଦେବଙ୍କ ପୁଣ୍ୟ ସ୍ମରଣ ଦେଶର ଏକତା, ସତ୍ୟନିଷ୍ଠତା ଓ ସତ୍ୟରେ ପରିପୂର୍ଣ୍ଣ ଜୀବନ ପାଇଁ ପ୍ରେରଣା ଦେଇଥାଏ । ଦୁଇବର୍ଷ ପରେ ଗୁରୁ ନାନକ ଦେବଙ୍କ 550ତମ ପ୍ରକାଶ ପର୍ବ ପାଳନ କରିବା ସୁଯୋଗ ସମଗ୍ର ମାନବ ଜାତିକୁ ମିଳିବ । ଏଭଳି ଜଗଦଗୁରୁଙ୍କୁ ପ୍ରଣାମ କରି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ଆଜି ମୁଁ ଏଠାରେ ଉପସ୍ଥିତ ହୋଇ ଅତ୍ୟନ୍ତ ଖୁସି । ଏଠି ଉତ୍ସବ ପାଳନର ସୁଖଦ ଭାବନାକୁ ଅନୁଭବ କରୁଛି । ସହଜ ବ୍ୟବସାୟ ପଦ୍ଧତି ବା ଇଜ ଅଫ୍ ଡୁଇଙ୍ଗ୍ ବିଜିନେସରେ ଉନ୍ନତି ଦିଗରେ ଆମ କାର୍ଯ୍ୟକୁ ବିଶ୍ୱବ୍ୟାଙ୍କ ମାନ୍ୟତା ଦେଇଛି । ଏହି ମାନ୍ୟତା ତାଲିକାରେ 100ଟି ରାଷ୍ଟ୍ର ମଧ୍ୟରେ ଆମେ ରହିଛୁ । 3ବର୍ଷର କମ ଅବଧି ମଧ୍ୟରେ ଆମେ 42 ମାନ୍ୟତାରେ ଉନ୍ନତି କରିଛୁ ।

ଏହି ଖୁସିର ସମାରୋହରେ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜିଏଭା ଆମ ସହ ରହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ସମାଜ ଓ ଅର୍ଥ୍ୟବ୍ୟବସ୍ଥାକୁ ଫାଇଦା ଦେବା ପାଇଁ ରାଷ୍ଟ୍ରଗୁଡ଼ିକ ଦ୍ୱାରା ନିଆଯାଉଥିବା ସଂସ୍କାର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏହା ବିଶ୍ୱବ୍ୟାଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରାଉଛି । ଆଜି ତାଙ୍କର ଉପସ୍ଥିତି ଆମର ଟିମ୍ କୁ ଆଗାମୀ ଦିନ ଓ ମାସରେ ଅଧିକ ଭଲ କରିବା ପାଇଁ ପ୍ରେରଣା ଦେବ ।

ଗତ 3 ବର୍ଷ ମଧ୍ୟରେ, ମୁଁ କ୍ରମାଗତ ଭାବେ ଘରୋଇ ଓ ବିଦେଶୀ ନିବେଶକ ସମୁଦାୟଙ୍କୁ କହୁଛି କି  ସହଜ ବ୍ୟବସାୟ ପଦ୍ଧତି ରେ ଉନ୍ନତି ପାଇଁ ଆମେ ଭାରତରେ ନିଷ୍ଠାର ସହ ପ୍ରୟାସ କରୁଛୁ ।

ଆଉ ବନ୍ଧୁଗଣ! ଭାରତ ଆଲୋଚନା ଆରମ୍ଭ କରିଦେଇଛି ।

ଚଳିତବର୍ଷ ମାନ୍ୟତାରେ ଭାରତର ଲମ୍ଫ ସର୍ବାଧିକ । ଭାରତକୁ ଶୀର୍ଷ ସଂସ୍କାରକ ମଧ୍ୟରୁ ଗୋଟିଏ ଭାବେ ଚିହ୍ନଟ କରାଯାଇଛି । ଏଥିପାଇଁ କାମ କରୁଥିବା ସମସ୍ତଙ୍କୁ ଅଭିନନ୍ଦନ । ଆପଣମାନେ ଦେଶକୁ ଗର୍ବିତ କରାଇଛନ୍ତି ।

ଏହି ସଂସ୍କାର ଗୁରୁତ୍ୱପୂର୍ଣ୍ଣ :

– କାରଣ ଏହା ଦେଶରେ ସୁଶାସନର ସଙ୍କେତ ।

– କାରଣ ଏହା ଆମର ସାର୍ବଜନୀନ ନୀତିର ଗୁଣବତ୍ତାର ଏକ ପଦକ୍ଷେପ ।

– କାରଣ ଏହା ପ୍ରକ୍ରିୟାର ପାରଦର୍ଶିତାର ଏକ ବେଞ୍ଚମାର୍କ

– କାରଣ ସହଜ ବ୍ୟବସାୟ ପଦ୍ଧତି ମଧ୍ୟ ଜୀବନକୁ ସହଜ କରାଇଦିଏ ।

– ଆଉ ଶେଷରେଏହା ସମାଜରେ ଲୋକଙ୍କ ଜୀବନଶୈଳୀକାମ ଓ ଆଚରଣରେ ଦୃଶ୍ୟମାନ ହୋଇଥାଏ ।

ବନ୍ଧୁଗଣ,

କିନ୍ତୁ ଏସବୁ ସମ୍ବନ୍ଧିତ ଅଂଶୀଦାରଙ୍କ ଫାଇଦା ପାଇଁ । କିନ୍ତୁ ମୋ ପାଇଁ, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଦର୍ଶାଉଛି କି ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ମାଧ୍ୟମରେ ବ୍ୟାପକ ପରିବର୍ତ୍ତନ  ସମ୍ଭବ । ନିରନ୍ତର ପ୍ରୟାସ ଆମକୁ ଅଧିକ ଉନ୍ନତି କରାଇବାରେ ସହାୟକ ହୋଇପାରିବ ।

ଆଉ ଏମିତି ତ ଆପଣମାନେ ଜାଣନ୍ତି ମୋ’ପାଖରେ ଅନ୍ୟ କୌଣସି କାମ ନାହିଁ । ତେଣୁ ମୋତେ ଏହାଠାରୁ ବି ଆଗକୁ କାମ ଦେଖାଯାଉଛି । ମୋ ଦେଶ, ମୋ’ ଦେଶର ଶହେ କୋଟିରୁ ଅଧିକ ଲୋକ, ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ  ଆଣିବା ଓ ସେଥିପାଇଁ ଯେଉଁ ଆକାଂକ୍ଷା ବିଶ୍ୱ ଆମଠାରୁ ରଖିଛି, ତାକୁ ପୁରା କରିବାରେ ଆମେ କୌଣସି ଅଭାବ ରଖିବୁ ନାହିଁ । ଏହି ବିଶ୍ୱାସ ମୁଁ ଆପଣମାନଙ୍କୁ ଦେଉଛି ।

ମୁଁ ଏହା ଏଇଥିପାଇଁ କହୁଛି କି, ଭାରତ ଏବେ ଏଭଳି ସ୍ଥାନରେ ପହଂଚିଛି, ଯେଉଁଠି ଅଧିକ ଉନ୍ନତି କରିବା ସହଜ ହେବ । ଆମର ପ୍ରୟାସ ମଧ୍ୟ ଗତିଶୀଳ ହୋଇଛି । ମ୍ୟାନେଜମେଣ୍ଟ ଦୃଷ୍ଟିରୁ କହିବାକୁ ଗଲେ ଆମେ ଦ୍ରୁତ ଉଡାଣ ବା ଟେକ୍ଅଫ୍ ପାଇଁ ମହତ୍ୱପୂର୍ଣ୍ଣ ସମୂହ ପ୍ରାପ୍ତ କରିଛୁ ।

ଉଦାହରଣ ସ୍ୱରୂପ, ଏହି ରିପୋର୍ଟରେ ବସ୍ତୁ ଓ ସେବା କର ଅବା ଜିଏସଟିର କାର୍ଯ୍ୟକାରିତାକୁ ବିଚାରକୁ ନିଆଯାଇନାହିଁ । ଆପଣମାନେ ସମସ୍ତେ ଜାଣିଥିବେ, ଜିଏସଟି ଭାରତୀୟ ଅର୍ଥବ୍ୟବସ୍ଥାରେ ସବୁଠାରୁ ବଡ଼ ଟିକସ ସଂସ୍କାର । ଆଉ ଏହା ବ୍ୟବସାୟ କରିବାର ଅନେକ ଦିଗ ଉପରେ ପ୍ରଭାବ ପକାଉଛି । ଜିଏସଟି ମାଧ୍ୟମରେ ଆମେ ଏକ ଆଧୁନିକ ଟିକସ ବ୍ୟବସ୍ଥା ଆଡ଼କୁ ମୁହାଁଉଛୁ । ଯାହା ପାରଦର୍ଶୀ, ସ୍ଥିର, ଓ ପୂର୍ବାନୁମାନିକ ।

ଆଉ ସେଥିପାଇଁ ଯେତେବେଳେ ଜିଏସଟିର ଆଲୋଚନା ହୋଇଛି, ମୁଁ କହିବାକୁ ଚାହିଁବି, ଏଠି ବାଣିଜ୍ୟ ଜଗତର ଅନେକ ଲୋକ ଅଛନ୍ତି ଓ ଏହି ଫୋରମ୍ ମାଧ୍ୟମରେ ସମଗ୍ର ଦେଶର ବ୍ୟବସାୟୀଙ୍କୁ କହିବାକୁ ଚାହୁଁଛି କି ଯେଉଁ ସମୟରେ ଆମେ ଜିଏସଟି ଆଣିବାର ସଂକଳ୍ପ ନେଲୁ, ସେତେବେଳେ ଲୋକଙ୍କୁ ଲାଗୁଥିଲା କି ସତରେ ଆସିବ କି ନାହିଁ । ଜୁଲାଇ 1ରୁ ଲାଗୁ ହେବ କି ନାହିଁ… ତାହା ହେବା ପରେ ଲାଗୁଛି କି ଏବେ କଥା ସରିଲା……….  ଏ ମୋଦୀ କିଛି ଉନ୍ନତି କରିବ ନାହିଁ……  ଆଉ ଆମେ ସେତେବେଳେ କହିଥିଲୁ କି 3ମାସ ଆମକୁ ଟିକିନିଖି ଦେଖିବାକୁ ଦିଅନ୍ତୁ । କାରଣ ଭାରତ ଏତେ ବଡ଼ ଓ ଦିଲ୍ଲୀରେ ହିଁ କେବଳ ବୁଦ୍ଧି ଭର୍ତ୍ତି ହୋଇ ରହିନାହିଁ । ଏଭଳି ନୁହେଁ ଆଜ୍ଞା ।

ଦେଶର ସାଧାରଣ ମଣିଷ ପାଖରେ ବି ବୁଦ୍ଧି ଅଛି । ଆମେ ତା’ଠୁ ବୁଝିବୁ, ଶିଖିବୁ, ସମସ୍ୟାର ଆକଳନ କରିବୁ । ରାସ୍ତା ଖୋଜିବୁ ଓ 3 ମାସ ପରେ ଯେତେବେଳେ ଜିଏସଟି ପରିଷଦର ବୈଠକ ହେଲା, ଯେତେ କଥା ସାମ୍ନାକୁ ଆସିଥିଲା, ତା’ର ସମାଧାନ କରାଗଲା । କିଛି କଥା ପାଇଁ ପରିଷଦରେ କିଛି ରାଜ୍ୟ ସହମତ ନଥିଲେ । ଆମେ ରାଜ୍ୟର ମନ୍ତ୍ରୀମାନଙ୍କୁ ଓ ଅଧିକାରୀଙ୍କ କମିଟି ଗଠନ କରିଛୁ । ଆଉ ମୁଁ ଖୁସିର ସହ କହିବାକୁ ଚାହୁଁଛି କି ମତାମତ ବା ଅଭିମତ ରିପୋର୍ଟ ଏପର୍ଯ୍ୟନ୍ତ ମୋ’ପାଖରେ ପହଂଚିନାହିଁ । କିନ୍ତୁ ମନ୍ତ୍ରୀମାନଙ୍କ କମିଟି, ଜିଏସଟି ପରିଷଦ ଯାହା ଗଠନ କରିଥିଲା ସେମାନେ ମିଳିମିଶି କରିଥିଲେ ଓ ସେହି ବୈଠକରେ ଯାହା ହେଲା, ତା’ର ଅଳ୍ପବହୁତ ସୂଚନା ମୋ’ ପାଖରେ ଅଛି । ପୁରା ରିପୋର୍ଟ ତ ମୋ’ ପାଖକୁ ଆସିନାହିଁ । କିନ୍ତୁ ମୁଁ କହିପାରେ କି ଯେତେ ପ୍ରସଙ୍ଗ ସାଧାରଣ ବ୍ୟବସାୟୀମାନେ ଉଠାଇଥିଲେ, ଯାହା ପରାମର୍ଶ ଆସିଥିଲା ପ୍ରାୟତଃ ସମସ୍ତ ବିଷୟକୁ ସକରାତ୍ମକ ଭାବେ ସ୍ୱୀକାର କରାଯାଉଛି । ଆଉ ଚଳିତ ନଭେମ୍ବର 9 ଓ 10 ତାରିଖର ଜିଏସଟି ପରିଷଦ ବୈଠକରେ ଯଦି କୌଣସି ରାଜ୍ୟ ସମସ୍ୟା ସୃଷ୍ଟି ନକରିବେ ତାହେଲେ ମୋର ବିଶ୍ୱାସ ଅଛି କି ଭାରତର ବାଣିଜ୍ୟ ଜଗତକୁ ଓ ଭାରତର ଆର୍ଥିକ ବ୍ୟବସ୍ଥାକୁ ନୂଆ ଶକ୍ତି ଦେବାରେ ଯେଉଁ ଆବଶ୍ୟକ ଉନ୍ନତି ଦରକାର, ତାହା କରାଯିବ । ଏହା ସତ୍ୱେ ଯଦି ଭବିଷ୍ୟତରେ ଅନ୍ୟ କୌଣସି କଥା ଆସିବ କାରଣ ଯାହାହେଲେ ବି ଗୋଟିଏ ନୂଆ ବ୍ୟବସ୍ଥାକୁ କରିବାକୁ ପଡ଼ିଥାଏ, ଦୀର୍ଘ ବର୍ଷ ପୁରୁଣା ବ୍ୟବସ୍ଥାରୁ ବାହାରକୁ ଯିବାକୁ ପଡ଼ୁଥିବା ବେଳେ ସରକାରଙ୍କ ମୁଣ୍ଡ କାମ କରୁଛି କି ନାହିଁ ତାହା ଜରୁରୀ ନୁହେଁ । ସମସ୍ତ ଅଂଶୀଦାରଙ୍କ ମୁଣ୍ଡ କାମରେ ଆସିଲେ, ସେତେବେଳେ ଉତ୍ତମ ପରିଣାମ ମିଳିଥାଏ । ଆଉ ଜିଏସଟି ଏଥିପାଇଁ ଏକ ଉତମ ଉଦାହରଣ ହେବାକୁ ଯାଉଛି । ସମସ୍ତଙ୍କ ଭାବନାକୁ ଆଦର କରି ବ୍ୟବସ୍ଥାକୁ ଚୂଡ଼ାନ୍ତ କିଭଳି କରାଯାଇପାରିବ, ତାହା ଜିଏସଟିର ପ୍ରକ୍ରିୟାରୁ ଦୃଶ୍ୟମାନ ହେଉଛି ।

ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟରେ 2017 ମଇ ମାସ ସୁଦ୍ଧା ହିଁ ଉନ୍ନତିକୁ ବିଚାରକୁ ନିଆଯାଇଥିଲା । ଜିଏସଟି ଏହା ପରେ 2017 ଜୁଲାଇରେ ଲାଗୁ ହୋଇଛି । ତେଣୁ ଆପଣ ଆକଳନ କରିପାରିବେ, 2018ରେ ଯେତେବେଳେ ଆଲୋଚନା ହେବ, ସେତେବେଳେ ଆମର ଯେଉଁ ପ୍ରୟାସ ରହିଛି ତାହା ବି ପରିଗଣିତ ହେବ ।

ଏଭଳି ଅନେକ ସଂସ୍କାର ରହିଛି ଯାହା ଆମେ କରିସାରିଛେ କିନ୍ତୁ ତାହା ବିଶ୍ୱବ୍ୟାଙ୍କର ନଜରକୁ ଆସିବା ପୂର୍ବରୁ, ତାକୁ ଗର୍ଭଧାରଣ ଓ ସ୍ଥିରୀକୃତ ସମୟର ଆବଶ୍ୟକତା ପଡ଼ୁଛି । ଅନ୍ୟ କେତେକ ଉନ୍ନତି ରହିଛି ଯାହା ଆମର ଟିମ୍ ଓ ବିଶ୍ୱବ୍ୟାଙ୍କ ଟିମ୍ କୁ ମିଳିତ ଭାବେ ଖୋଜିବାର ଆବଶ୍ୟତା ରହଛି । ଏସବୁ ଅଧିକ ଭଲ କାମ କରିବା ପାଇଁ ଆମର ପ୍ରତିବଦ୍ଧତା ଯାହାକି ମୋତେ ଦୃଢ଼ନିଶ୍ଚିତ କରୁଛି କି ଭାରତ ଆସନ୍ତା ବର୍ଷ ବିଶ୍ୱବ୍ୟାଙ୍କ ରିପୋର୍ଟରେ ନିଶ୍ଚିତ ଭାବେ ଗୌରବପୂର୍ଣ୍ଣ ସ୍ଥାନ ନେବ ଓ ତା’ପରବର୍ତ୍ତୀ ବର୍ଷମାନଙ୍କରେ ମଧ୍ୟ ।

ସମଗ୍ର ବିଶ୍ୱରେ ସହଜ ବ୍ୟବସାୟ ପଦ୍ଧତିରେ ଉନ୍ନତି ପାଇଁ ଦେଶଗୁଡ଼ିକ ସହ ମିଶି କାମ କରୁଥିବାରୁ ମୁଁ ବିଶ୍ୱବ୍ୟାଙ୍କକୁ ପ୍ରଶଂସା କରୁଛି । ମୁଁ ସେମାନଙ୍କୁ ଚଳିତବର୍ଷର ରିପୋର୍ଟର ଶୀର୍ଷକ ‘ରୋଜଗାର ସୃଷ୍ଟି ପାଇଁ ସଂସ୍କାର’ ନିମନ୍ତେ  ଅଭିନନ୍ଦନ ଜଣାଉଛି । ବାଣିଜ୍ୟ ଆମ ଜୀବନର ଏକ ପ୍ରମୁଖ ବଳ ବୋଲି କେହି ମନା କରିପାରିବେ ନାହିଁ । ଏହା ବିକାଶ, ନିଯୁକ୍ତି ସୃଷ୍ଟି, ସମ୍ବଳ ସୃଷ୍ଟି, ଦ୍ରବ୍ୟ ଓ ସେବା ପ୍ରଦାନର ଏକ ଇଞ୍ଜିନ ଯାହା ଆମ ଜୀବନକୁ ସହଜ କରିଥାଏ ।

ଆମେ ଗୋଟିଏ ଯୁବ ରାଷ୍ଟ୍ର ଓ ନିଯୁକ୍ତି ସୃଷ୍ଟିର ସୁଯୋଗ ରହିଥିବା ସହ ଏକ ଚାଲେଞ୍ଜ ମଧ୍ୟ । ତେଣୁ ଆମର ଯୁବବର୍ଗଙ୍କ ସାମର୍ଥ୍ୟର ଫାଇଦା ଉଠାଇବା ପାଇଁ ଆମେ ଭାରତକୁ ଏକ ଷ୍ଟାର୍ଟ-ଅପ୍ ରାଷ୍ଟ୍ର ଓ ଆନ୍ତର୍ଜାତିକ ନିର୍ମାଣ ହବ୍ ର ସ୍ଥାନ ଦେଇଛୁ । ଏହି କାରଣରୁ ଆମେ ମେକ୍ ଇନ୍ ଇଣ୍ଡିଆ ଓ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଭଳି ଅନେକ ପଦପେକ୍ଷ ଆରମ୍ଭ କରିଛୁ ।

ଏସବୁ ପ୍ରୟାସ ମାଧ୍ୟମରେ, ଏକ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ନୂଆ ଇକୋ-ସିଷ୍ଟମ ଏବଂ ଏକୀକୃତ ଟିକସ ବ୍ୟବସ୍ଥାକୁ ମିଶାଇ ଆମେ ଏକ ନିଉ ଇଣ୍ଡିଆ ଗଠନ କରିବାକୁ ଚେଷ୍ଟା କରୁଛୁ । ଭାରତରେ ଯେଉଁଠି ସୁଯୋଗ ସୃଷ୍ଟି କରାଯାଏ ଓ ଜରୁରୀ ଥିବା ଲୋକ ଏହାର ଉପଯୋଗ କରିଥାନ୍ତି । ଆମେ ବିଶେଷକରି ଭାରତକୁ ଜ୍ଞାନ ଆଧାରିତ, ଦକ୍ଷତା ସମର୍ଥିତ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ ସମାଜରେ ବିକଶିତ କରିବା ପାଇଁ ଇଚ୍ଛୁକ । ଡିଜିଟାଲ ଭାରତ ଓ କୌଶଳ ଭାରତ ପଦକ୍ଷେପ ମାଧ୍ୟମରେ ଏକ ଭଲ ପ୍ରୟାସ ଆରମ୍ଭ ହୋଇଛି ।

ବନ୍ଧୁଗଣ !

ଭାରତ ଭଲ ପାଇଁ ଦ୍ରୁତ ଗତିରେ ପରିବର୍ତ୍ତନ  ହେଉଛି । ଆଉ ଅଧିକ କିଛି ଆନ୍ତର୍ଜାତିକ ମାନ୍ୟତା ମୁଁ ଆଶା କରୁଛି ଯାହାକି ଦର୍ଶାଉଛି :

 

– ଆମେ ବିଶ୍ୱ ଆର୍ଥିକ ଫୋରମ୍ ର ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ଗତ ଦୁଇବର୍ଷ ମଧ୍ୟରେ 32ଟି ସ୍ଥାନକୁ ଆଗକୁ ବଢ଼ି ଉନ୍ନତି କରିଛୁ ।

 

– ଗତ ଦୁଇବର୍ଷ ମଧ୍ୟରେ WIPOର ବିଶ୍ଵ ନବସୃଜନ ସୂଚକାଙ୍କରେ ମଧ୍ୟ 21ଟି ସ୍ଥାନ ଆଗକୁ ବଢ଼ିଛୁ ।

 

– ଆମେ ବିଶ୍ୱବ୍ୟାଙ୍କର ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କ- 2016ରେ ଉନବିଂଶ ସ୍ଥାନକୁ ବଢ଼ିଛୁ ।

 

– UNCTAD ବା ଜାତିସଂଘ ବାଣିଜ୍ୟ ବିକାଶ ସଂସ୍ଥା ଦ୍ୱାରା ସୂଚୀବଦ୍ଧ ଶୀର୍ଷ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କ୍ଷେତ୍ରରେ ଆମେ ଶୀର୍ଷରେ ରହିଛୁ ।

କିଛି ଲୋକ ଭାରତର ମାନ୍ୟତା 142ରୁ 100 ହେବା କଥାକୁ ବୁଝିପାରୁନାହାନ୍ତି । ସେମାନଙ୍କୁ ମଧ୍ୟ ଏହା କୌଣସି ଫରକ୍ ପକାଉନାହିଁ ।    ଏଥିରୁ କିଛି ଲୋକ ତ ପୂର୍ବରୁ ବିଶ୍ୱ ବ୍ୟାଙ୍କରେ ମଧ୍ୟ କାମ କରିସାରିଛନ୍ତି । ସେମାନେ ଆଜି ବି ଭାରତର ମାନ୍ୟତା ଉପରେ ପ୍ରଶ୍ନ ଉଠାଉଛନ୍ତି । ଯଦି ଇନସଲଭେନ୍ସି କୋଡ୍, ବ୍ୟାଙ୍କରପ୍ସି କୋଡ୍ (ଦେବାଳିଆ), ବାଣିଜ୍ୟିକ କୋର୍ଟ ଭଳି ଆଇନର ଉନ୍ନତି ଆପଣଙ୍କ ସମୟରେ ହୋଇଯାଇଥାନ୍ତା ତା’ହେଲେ  ଆମର ମାନ୍ୟତା ପୂର୍ବରୁ ହିଁ ସୁଧୁରି ଯାଇଥାନ୍ତା । ଏହି ମାନ୍ୟତା ଆପଣମାନଙ୍କ ସୌଭାଗ୍ୟରେ ଆସିଥାନ୍ତା । ଦେଶର ସ୍ଥିତି କ’ଣ ସୁଧୁରିବ ନାହିଁ । କିଛି ତ କରିନାହଁ, ଆଉ ଯିଏ କରୁଛି ତା’ଉପରେ ପ୍ରଶ୍ନ ଉଠାଉଛ ।

ଏହା ବି ସଂଯୋଗର କଥା କି ବିଶ୍ୱ ବ୍ୟାଙ୍କ ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ୍ ପ୍ରକ୍ରିୟାକୁ 2004 ମସିହାରେ ଆରମ୍ଭ କରିଥିଲା । ବଡ଼ ମହତ୍ୱପୂର୍ଣ୍ଣ ବର୍ଷ । ଏହା ପରେ 2014 ପର୍ଯ୍ୟନ୍ତ ଦେଶରେ  କାହାର ସରକାର ଥିଲା ଆପଣମାନେ ସମସ୍ତେ ଜାଣିଥିବେ ।

ମୁଁ ଏଭଳି ପ୍ରଧାନମନ୍ତ୍ରୀ ଯିଏ ବିଶ୍ୱବ୍ୟାଙ୍କର କୋଠା ବି ଦେଖିନାହିଁ । କିନ୍ତୁ ପୂର୍ବରୁ ବିଶ୍ୱବ୍ୟାଙ୍କକୁ ଚଳାଉଥିବା ଲୋକମାନେ ଏଠି ବସୁଥିଲେ ।

ମୁଁ ତ କହୁଛି ଆପଣ ବିଶ୍ୱବ୍ୟାଙ୍କର ଏହି ମାନ୍ୟତା ଉପରେ ପ୍ରଶ୍ନ ଉଠାଇବା ପରିବର୍ତ୍ତେ ଆମକୁ ସହଯୋଗ କରନ୍ତୁ ଯାହାଫଳରେ ଆମେ ଦେଶକୁ ଅଧିକ ଉଚ୍ଚତାକୁ ନେଇପାରିବା । ନିଉ ଇଣ୍ଡିଆ ଗଠନ ପାଇଁ ଆଗକୁ ବଢ଼ିବାର ସଂକଳ୍ପ କରନ୍ତୁ ।

ଆମର ମନ୍ତ୍ର ହେଉଛି ସଂସ୍କାର, କାର୍ଯ୍ୟ ସଂପାଦନ ଓ ପରିବର୍ତ୍ତନ  । ଆମେ ଭଲରୁ ଅଧିକ ଭଲ କରିବାକୁ ଚାହୁଁଛୁ । ମୁଁ ଖୁସିର ସହ କହିବାକୁ ଚାହୁଁଛି କି ପ୍ରଥମଥର ପାଇଁ ବିଶ୍ୱବ୍ୟାଙ୍କ ଆମକୁ ମଧ୍ୟ ସବ୍-ନ୍ୟାସନେଲ ସ୍ତରରେ ସହଯୋଗ କରିଛି । ଭାରତ ଭଳି ଏକ ସଂଘୀୟ ଗଣତନ୍ତ୍ରରେ ସଂସ୍କାର ସମୟରେ ପ୍ରତ୍ୟେକ ଅଂଶୀଦାରଙ୍କୁ ସହମତ କରିବା ସହଜ ନୁହେଁ । ଅବଶ୍ୟ ଗତ ତିନିବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସରକାରଙ୍କ ପ୍ରତିକ୍ରିୟାରେ ଆକାଶଛୁଆଁ ପରିବର୍ତ୍ତନ  ହୋଇଛି । ରାଜ୍ୟ ସରକାରମାନେ ଏବେ ବାଣିଜ୍ୟ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ନୂଆ ନୂଆ କୌଶଳ ଖୋଜୁଛନ୍ତି । ସର୍ବଦା ବାଣିଜ୍ୟ-ବ୍ୟବସାୟରେ ଉନ୍ନତିକୁ ଲାଗୁ କରିବାରେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିଲେ ମଧ୍ୟ ରାଜ୍ୟ ସରକାରଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିବାରେ ପରସ୍ପରକୁ ସହଯୋଗ କରୁଛନ୍ତି । ଏହା ଏକ ଉତ୍ସାହଜନକ ଦୁନିଆଁ ଯେଉଁଠି ପ୍ରତିଯୋଗିତା ଓ ସହଯୋଗ ଉଭୟଙ୍କ ଅସ୍ତିତ୍ୱ ରହିଛି ।

ବନ୍ଧୁଗଣ,

ବିକାଶ ଓ ରୋଜଗାର ବୃଦ୍ଧି ପାଇଁ ଏଜେଣ୍ଡାରେ ଅନେକ ଢାଚାଂଗତ ପରିବର୍ତ୍ତନ , କଠିନ ନିଷ୍ପତ୍ତି ଓ ଅନେକ ନୂଆ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ଏହା ବ୍ୟତୀତ ପ୍ରଶାସନିକ କଳର ମନସ୍ତତ୍ୱରେ ପରିବର୍ତ୍ତନ  ଆବଶ୍ୟକ ଯାହା ଭୟମୁକ୍ତ ହୋଇ ସଚ୍ଚୋଟତାର ସହ କାମ କରିପାରିବ । ଗତ 3 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏ ଦିଗରେ ଅନେକ କିଛି କରିଛି । ଆମେ ବ୍ୟବସାୟ ଓ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଅନେକ ନିୟମ ଓ ନୀତିଗତ ପ୍ରସଙ୍ଗର ସମାଧାନ କରିଛୁ ।

ନିର୍ମାଣ କ୍ଷେତ୍ର ସହିତ ଆମେ ମଧ୍ୟ ଭିତ୍ତିଭୂମି କ୍ଷେତ୍ରର ଦ୍ରୁତ ଅଗ୍ରଗତି ପାଇଁ ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛି । ତେଣୁ ଆମେ କ୍ରମାଗତ ଆମର ପୁଞ୍ଜି ନିବେଶ ପରିବେଶରେ ଉନ୍ନତି କରିବା ପାଇଁ କାମ କରୁଛୁ । ଗତ ସାଢ଼େ 3 ବର୍ଷ ମଧ୍ୟରେ ଆମେ 20ରୁ ଉର୍ଦ୍ଧ୍ଵ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶରେ  ସାହାସିକ ଉନ୍ନତି କରିଛୁ । ଯାହାକି ନୀତିର 87ଟି କ୍ଷେତ୍ରକୁ ସାମିଲ କରିଛି ।

ମୁଁ ଦୁଇବର୍ଷ ହେଲା ଶୁଣୁଥିଲି ବିଗ୍ ବ୍ୟାଙ୍ଗ୍…ବିଗ୍ ବ୍ୟାଙ୍ଗ୍.. ଉନ୍ନତି… ଏବେ ବନ୍ଦ କରିଦେଇଛି । କାରଣ ଲୋକମାନେ ଜାଣିପାରିଲେଣି ଯେ ଉନ୍ନତିର ଗତି, ସ୍ତର ଓ ସାଇଜ୍ ଏତେ ଯେ ସମାଲୋଚନା କରୁଥିବା ଲୋକ ସେଥିରେ ଖାପଖୁଆଇ ପାରୁନାହାନ୍ତି ।

ଏସବୁ ଉନ୍ନତିରେ ପ୍ରତିରକ୍ଷା, ରେଳବାଇ, ନିର୍ମାଣ ବିକାଶ, ବୀମା, ପେନସନ୍, ବେସାମରିକ ବିମାନ ଚଳାଚଳ ଓ ଫାର୍ମାସ୍ୟୁଟିକାଲ ଭଳି ମହତ୍ୱପୂର୍ଣ୍ଣ କ୍ଷେତ୍ରକୁ ସ୍ପର୍ଶ କରିଛି । ସ୍ୱୟଂଚାଳିତ ମାର୍ଗରେ ଏଫଡ଼ିଆଇ ମଞ୍ଜୁରିର 99%ରୁ ଅଧିକ ନିବେଶ କରାଯାଇଛି । ଏହା ବହୁତ ବଡ଼ କଥା । ଏବେ ଆମେ ଏଫଡିଆଇ ନିମନ୍ତେ ସବୁଠାରୁ ଖୋଲା ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ।

ଏହାର ପରିଣାମସ୍ୱରୂପ ଏଫଡିଆଇରେ ବୃଦ୍ଧି ହୋଇଛି, ଯାହା ବର୍ଷ ପରେ ବର୍ଷ ନୂଆ ରେକର୍ଡ ସୃଷ୍ଟି କରିଛି । 2016 ମାର୍ଚ୍ଚରେ ସମାପ୍ତ ହୋଇଥିବା ଆର୍ଥିକ ବର୍ଷ ପାଇଁ 55.6ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ(FDI) ପ୍ରବାହ ସବୁ ସମୟର ଶୀର୍ଷରେ ରହିଥିଲା । ତା’ପର ବର୍ଷ ଭାରତରେ 60.08ବିଲିୟନ ଆମେରିକୀୟ ଡଲାରର FDI ପ୍ରବାହ ରେକର୍ଡ କରାଯାଇଛି, ଏଥିରେ ବି ଶୀର୍ଷ ଶିଖରରେ ପହଂଚିଛି । ଯାହାଫଳରେ ଦେଶକୁ ମିଳିଥିବା ମୋଟ୍ FDIରେ 3 ବର୍ଷ ମଧ୍ୟରେ ଅତିକମ୍ ରେ 67 ପ୍ରତିଶତ ବୃଦ୍ଧି ପାଇଛି ।

ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ମୋଟ୍ 30.38ବିଲିୟନ ଆମେରିକୀୟ ଡଲାରର FDI ମିଳିଛି । ଯାହା ଗତବର୍ଷର ଏହି ଅବଧି ତୁଳନାରେ 30 ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । କେବଳ 2017 ଅଗଷ୍ଟରେ ଭାରତକୁ ମୋଟ 9.64 ବିଲିୟନ ଆମେରିକୀୟ ଡଲାର FDI ମିଳିଥିଲା, ଯାହା କୌଣସି ମାସରେ ସର୍ବାଧିକ FDI ।

ବନ୍ଧୁଗଣ !

ଗତ 3 ବର୍ଷ ମଧ୍ୟରେ ଆମେ ବ୍ୟବସ୍ଥିତ ଓ  ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାଙ୍କନ କରାଯାଇଥିବା ବ୍ୟବସାୟିକ ନିୟମର ମୂଲ୍ୟାଙ୍କନ କରିଥିଲୁ । ଆମେ ସରକାର ସହ ବ୍ୟବସାୟରେ ରହିଥିବା ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରିଛୁ । ଆମେ ବ୍ୟବସାୟ ସହ ନିୟମିତ ଭାବେ ଲାଗି ରହିଛୁ, ସେମାନଙ୍କର ଚିନ୍ତାକୁ ବୁଝୁଛୁ ଓ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ନିୟମରେ ସଂଶୋଧନ କରୁଛୁ ।

ପ୍ରଶାସନରେ ସଂସ୍କାର ପାଇଁ ଜ୍ଞାନକୌଶଳକୁ ନିଶ୍ଚିତ ଭାବେ ଉପଯୋଗ କରିବା ଉପରେ ମୁଁ ସର୍ବଦା ଗୁରୁତ୍ୱ ଦେଇଥାଏ । ପ୍ରଯୁକ୍ତିବିଦ୍ୟାର ଉପଯୋଗ ଦ୍ୱାରା ନିର୍ଦ୍ଧାରିତ ଅବଧିରେ ନିଷ୍ପତ୍ତି ନେବାରେ ସହାୟତା ସହ ବ୍ୟକ୍ତିଗତ ହସ୍ତକ୍ଷେପ ହ୍ରାସ ପାଇପାରିବ । ମୁଁ ଏହା ଦେଖି ଖୁସି ଯେ ଅଧିକାଂଶ ସରକାରୀ ବିଭାଗ ଓ ରାଜ୍ୟ ସରକାର ଏବେ ପ୍ରଶାସନ ଓ ସେବା ପ୍ରଦାନରେ ଉନ୍ନତି ପାଇଁ ଟେକ୍ନୋଲଜିର ଉପଯୋଗ କରୁଛନ୍ତି ।

ବାଣିଜ୍ୟ ବ୍ୟବସାୟ କ୍ଷେତ୍ରର ମୁକାବିଲା ପାଇଁ ଆମକୁ ପ୍ରଯୁକ୍ତିବିଦ୍ୟା ସହ ସମ୍ପୂର୍ଣ୍ଣ ଭାବେ ମାନସିକତାରେ ପରିବର୍ତ୍ତନ  ଅଣିବାକୁ ପଡ଼ିବ । ଉଭୟ ମନ ଓ ମେସିନ୍ ସ୍ତରରେ ପୂର୍ଣ୍ଣ ରି-ଇଞ୍ଜିନିୟରିଂର ଆବଶ୍ୟକତା ରହିଛି । ଅତ୍ୟଧିକ ନିୟନ୍ତ୍ରଣ ଭଳି ଅତୀତର ମାନସିକତା ପରିବର୍ତ୍ତେ ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହା ଆମର ଲକ୍ଷ୍ୟ ଓ ମୋର ସରକାର ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ପ୍ରତିବଦ୍ଧ ।

ଏହି ଉଦ୍ଦେଶ୍ୟ ସହ ବ୍ୟବସାୟିକ ପରିବେଶକୁ ସରଳ ଓ ଅଧିକ ଅନୁକୂଳ କରିବା ପାଇଁ ଆଇନ ଓ ପୁନଃ ଇଞ୍ଜିନିୟରିଂ ସରକାରୀ ପ୍ରକ୍ରିୟାକୁ ପୁଣିଥରେ ଡିଜାଇନ୍ କରିବା ପାଇଁ ଏକ ବ୍ୟାପକ ଅଭ୍ୟାସ କରାଯାଇଥିଲା । ଭାରତୀୟ ନିୟାମକ ପରିବେଶକୁ ଆନ୍ତର୍ଜାତିକ ସର୍ବୋତ୍ତମ ଅଭ୍ୟାସରେ ରେଖାଙ୍କିତ କରିବାର ପ୍ରୟାସ କରା ଯାଇଥିଲା । ଅବଶ୍ୟ ଆମେ ଡୁଇଙ୍ଗ୍ ବିଜିନେସ ରିପୋର୍ଟରେ ଭାରତର ମାନ୍ୟତାକୁ ଅଧିକ ଭଲ କରିବାର ପ୍ରୟାସରେ ଲାଗିଛୁ, ସରକାର ଦ୍ୱାରା କରାଯାଇଥିବା ଉନ୍ନତି ବହୁତ ବ୍ୟାପକ ମଧ୍ୟ । ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେବି, ତାହା ହେଉଛି ଆମେ 1200ରୁ ଉର୍ଦ୍ଧ୍ଵ ପୁରୁଣା ନିୟମ ଓ ଆଇନକୁ ଉଚ୍ଛେଦ କରିଛୁ ଯାହା କେବଳ ପ୍ରଶାସନକୁ ଅଡ଼ୁଆରେ ପକାଉଥିଲା । ସେସବୁ ଆଇନ ପୁସ୍ତକରୁ ହଟାଇ ଦିଆଯାଇଛି । ସେଭଳି ଭାବେ ରାଜ୍ୟଗୁଡ଼ିକ ଦ୍ୱାରା ହଜାର ହଜାର ସଂସ୍କାର ମଧ୍ୟ କରାଯାଇଛି । ଏହି ଅତିରିକ୍ତ ପ୍ରୟାସ ବିଶ୍ୱ ବ୍ୟାଙ୍କର ଆବଶ୍ୟକତାର ଅଂଶବିଶେଷ ନୁହେଁ ।

କେନ୍ଦ୍ର ସରକାରର ସମସ୍ତ ମନ୍ତ୍ରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଜ୍ୟ ସରକାରଙ୍କ ସମେତ ନିୟାମକ ସଂସ୍ଥା ମଧ୍ୟ ଆନ୍ତର୍ଜାତିକ ସର୍ବୋତ୍ତମ ବ୍ୟବସ୍ଥାକୁ ଚିହ୍ନଟ କରିବା ଉଚିତ୍ । ସେମାନଙ୍କର ଅଂଶୀଦାରଙ୍କ ପରାମର୍ଶ ନେଇ ନିଜର ସର୍ବୋତ୍ତମ  ନିୟମ ଓ ପକ୍ରିୟାକୁ ଆନ୍ତର୍ଜାତିକ ସର୍ବୋତ୍ତମ ବ୍ୟବସ୍ଥା ଅନୁରୂପ କରାନ୍ତୁ । ମୋର ତିଳେମାତ୍ର ସନ୍ଦେହ ନାହିଁ ଯେ ଏସବୁ ଏଜେନ୍ସିରେ କାର୍ଯ୍ୟରତ ଲୋକମାନଙ୍କର ଜନସେବା ପ୍ରତି ସାମର୍ଥ୍ୟ ଓ ପ୍ରତିଶ୍ରୁତିବଦ୍ଧତା ବିଶ୍ୱର ଅନ୍ୟ କାହା ତୁଳନାରେ ପଛରେ ନାହିଁ ।

ବନ୍ଧୁଗଣ, ଏହି ମାନ୍ୟତା ଅବଶ୍ୟ ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ୍ କୁହାଯାଉଛି କିନ୍ତୁ ମୋ ମତରେ ଏହା ଇଜ ଅଫ ଡୁଇଙ୍ଗ୍ ବିଜିନେସ ସହ ଇଜ ଅଫ ଲିଭିଂ ଲାଇଫ୍ ର ମାନ୍ୟତା ମଧ୍ୟ । ଏହି ମାନ୍ୟତା ସୁଧୁରିବାର ଅର୍ଥ ଦେଶରେ ସାଧାରଣ ନାଗରିକ ଦେଶର ମଧ୍ୟବିତ୍ତ ବର୍ଗର ଜୀବନ ଅଧିକ ସହଜ ହୋଇଛି ।

ମୁଁ ଏଇଥିପାଇଁ କହୁଛି କି ଏହି ମାନ୍ୟତା ପାଇଁ ଯେଉଁ ମାନଦଣ୍ଡ ଚୟନ କରାଯାଏ, ସେଥିରେ ଅଧିକାଂଶ ସାଧାରଣ ନାଗରିକ, ଦେଶର ଯୁବବର୍ଗଙ୍କ ଜୀବନ ସହ ଜଡ଼ିତ ହୋଇଥାଏ ।

ଭାରତର ମାନ୍ୟତାରେ ଏତେ ଉନ୍ନତି ଏଇଥିପାଇଁ ଆସିଛି, କାରଣ ଗତ 3 ବର୍ଷ ମଧ୍ୟରେ ସରକାର ଦେଶରେ ସାଧାରଣ ନାଗକରିଙ୍କ ଜୀବନରେ ହେବାକୁ ଥିବା ସମସ୍ୟାକୁ ହ୍ରାସ କରିବା ନିମନ୍ତେ ସଂସ୍କାରର ମାର୍ଗ ଆପଣାଇଛନ୍ତି । 3 ବର୍ଷରେ ଦେଶରେ ଟିକସ ଦେବାର ପ୍ରକ୍ରିୟାରେ ବହୁତ ଉନ୍ନତି ଆସିଛି । ଏଥିରେ ଟିକସ ରିଟର୍ଣ୍ଣ ପାଇଁ ଏବେ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁନାହିଁ । ପିଏଫ୍ ପଞ୍ଜିକରଣ ଓ ପିଏଫ୍ ରୁ ପଇସା କାଢ଼ିବା ପୂର୍ବରୁ ଆପଣଙ୍କୁ ଉକ୍ତ କାର୍ଯ୍ୟାଳୟର ଚକ୍କର ଲଗାଇବାକୁ ପଡ଼ୁଥିଲା । ଏବେ ସବୁକିଛି ଅନ୍-ଲାଇନରେ ହୋଇଯାଉଛି ।

ମୋର ଯୁବ ସାଥୀ ଏବେ ମାତ୍ର ଗୋଟିଏ ଦିଗରେ ନିଜର ନୂଆ କମ୍ପାନୀ ପଞ୍ଜିକରଣ କରାଇପାରିବେ । ବ୍ୟବସାୟିକ ମକଦ୍ଦମାର ଶୁଣାଣି ବି ସହଜ ହୋଇଛି । 3 ବର୍ଷ ମଧ୍ୟରେ ଭାରତରେ ନିର୍ମାଣ ପରମିଟ୍ ନେବା ସହଜ ହୋଇଛି । ବିଜୁଳି ସଂଯୋଗ ନେବା ସହଜ ହୋଇଛି । ରେଳବାଇ ସଂରକ୍ଷଣ କରାଇବା ମଧ୍ୟ ସହଜ ହୋଇଛି । ଯେଉଁ ପାସପୋର୍ଟ ମିଳିବା ପାଇଁ ପୂର୍ବରୁ ମାସ ମାସ ଲାଗୁଥିଲା ଏବେ ତାହା ସପ୍ତାହକ ଭିତରେ ମିଳିଯାଉଛି । ଏହା ଇଜ ଅଫ ଲିଭିଂ ଲାଇଫ୍ ନୁହେଁ ତ ଆଉ କ’ଣ?

ମୁଁ ଏ କଥା ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିବାକୁ ଚାହୁଁଛି କି ସମସ୍ତ ବ୍ୟବସାୟୀଙ୍କ ପାଇଁ ଇଜ ଅଫ ଡୁଇଙ୍ଗ୍ ବିଜିନେସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ତାହା କ୍ଷୁଦ୍ର ନିର୍ମାଣକାରୀ ସମେତ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବି ମହତ୍ୱପୂର୍ଣ୍ଣ । ଏହି କ୍ଷେତ୍ର ଦେଶରେ ବ୍ୟାପକ ଭାବେ ରୋଜଗାର ପ୍ରଦାନ କରିଥାଏ ଓ ସେମାନଙ୍କୁ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ ଆମକୁ ବ୍ୟବସାୟ କରିବାର ଖର୍ଚ୍ଚକୁ ହ୍ରାସ କରିବାକୁ ପଡ଼ିବ । ଇଜ ଅଫ୍ ଡୁଇଙ୍ଗ ବିଜିନେସର କାମ ନିଶ୍ଚିତ ଭାବେ କ୍ଷୁଦ୍ର ବ୍ୟବସାୟୀ ଓ ନିର୍ମାଣକାରୀଙ୍କ ସମସ୍ୟାକୁ ସମାଧାନ କରିବା ହେବ ।

ପୁଣିଥରେ,  ଇଜ ଅଫ ଡୁଇଙ୍ଗ୍ ବିଜିନେସର ବିଭିନ୍ନ ଦିଗ ଉପରେ ନିଜର ପ୍ରତିବଦ୍ଧତା ଓ ସର୍ମପଣ ଦେଖାଇ କାର୍ଯ୍ୟ କରୁଥିବା ଟିମ୍ କୁ ମୁଁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଅଛି ଯେ ଆମେ ଏକାଠି ମିଶି ଭାରତର ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବା ଓ ଭାରତକୁ ସୁଧାରିପାରିବ । ଯାହାଫଳରେ ଆମର ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ଡେଣା ଲାଗିପାରିବ ।

ମୁଁ ପୁଣିଥରେ ବିଶ୍ୱବ୍ୟାଙ୍କକୁ ଇଜ ଅଫ ଡୁଇଙ୍ଗ ବିଜିନେସରେ ଉନ୍ନତି ପାଇଁ ସେମାନଙ୍କର ମାର୍ଗଦର୍ଶନକୁ ଧନ୍ୟବାଦ ଜଣାଉଛି । ମୋତେ କୁହାଯାଇଛି ଯେ ବିକାଶ ପ୍ରକ୍ରିୟାକୁ ପ୍ରଭାବିତ ନକରି ଭାରତ ଭଳି ବଡ଼ ରାଷ୍ଟ୍ରରେ ନିର୍ଣ୍ଣାୟକ ପରିବର୍ତ୍ତନ  ଆଣିବାର ଅନୁଭବ ଅନ୍ୟ କେତେକ ରାଷ୍ଟ୍ର ପାଇଁ ଏକ ଉଦାହରଣ ହୋଇପାରିବ ।  ଅନ୍ୟଠୁ ଶିଖିବାର ସର୍ବଦା ସମ୍ଭାବନା ରହିଛି । ଆବଶ୍ୟକ ପଡ଼ିଲେ ଆମେ ଅନ୍ୟ ରାଷ୍ଟ୍ର ସହ ନିଜର ଅନୁଭବକୁ ଆଦାନପ୍ରଦାନ କରିବାରେ ଖୁସି ଅନୁଭବ କରିବୁ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
PM to visit Assam on 13-14 March
March 12, 2026
PM to inaugurate and lay foundation stone of multiple development projects worth more than ₹47,600 crore
PM to perform the Bhoomi Poojan of the Shillong-Silchar Corridor - the first access-controlled Greenfield four-lane High-Speed Corridor in North-East India
PM to perform Bhoomi Poojan of Assam Mala 3.0 - a major road infrastructure initiative
PM to distribute land pattas to tea garden workers, marking a historic milestone in providing homestead land rights to tea garden community
To strengthen energy infrastructure, PM to dedicate Kopili Hydro-Electric Project, Numaligarh–Siliguri Pipeline capacity enhancement, and inaugurate Phase 1 of the North East Gas Grid
PM to release 22nd installment of the PM-KISAN to over 9.3 crore farmers across the country

Prime Minister, Shri Narendra Modi, will visit Assam on 13-14 March 2026. During the visit, Prime Minister will inaugurate, dedicate to the nation, lay foundation stones, perform Bhoomi Poojan and flag off multiple development projects worth more than ₹47,600 crore across Kokrajhar, Guwahati and Silchar.

On 13 March, at around 1:30 PM, Prime Minister will perform Bhoomi Poojan, lay foundation stones and flag off projects worth over ₹4,570 crore at Kokrajhar. Later in the day, at around 5 PM in Guwahati, Prime Minister will perform Bhoomi Poojan, inaugurate and dedicate to the nation several development projects around ₹19,480 crore.

On 14 March, at around 10:45 AM, the Prime Minister will perform Bhoomi Poojan and dedicate to the nation various projects worth about ₹23,550 crore at Silchar.

PM in Kokrajhar

Prime Minister will perform Bhoomi Poojan of Assam Mala 3.0, a major road infrastructure initiative worth over ₹3,200 crore. Under this scheme, more than 900 kilometres of roads will be constructed across Assam to improve inter-state connectivity and strengthen linkages between national highways and rural roads.

Prime Minister will perform Bhoomi Poojan for six road infrastructure projects in the Bodoland Territorial Council (BTC) area, including four flyovers and two bridges, with an investment of around ₹1,100 crore. These projects will help reduce traffic congestion in Kokrajhar district and improve connectivity, tourism, agricultural access, healthcare access and rural mobility.

Prime Minister will lay the foundation stone of a Periodic Overhauling (POH) Workshop at Bashbari in Kokrajhar district. The workshop will strengthen railway maintenance infrastructure, enhance operational efficiency and create employment opportunities in the region.

Prime Minister will also flag off three new train services aimed at improving connectivity in Assam and the North-East region. These include the Kamakhya-Charlapalli Amrit Bharat Express providing direct rail connectivity between the North-East and Southern India; the Guwahati-New Jalpaiguri Express enhancing connectivity between Assam and West Bengal; and the Narangi-Agartala Express improving connectivity between Assam and Tripura and facilitating smoother inter-state travel for passengers, traders and tourists.

PM in Guwahati

Prime Minister will distribute land pattas to tea garden workers, marking a historic milestone in providing homestead land rights to the tea garden community. Secure land ownership is expected to improve housing security, enable better access to institutional credit and welfare schemes, and promote long-term social and economic mobility.

Prime Minister will also release the 22nd installment of the PM-KISAN scheme to over 9.3 crore farmers across the country, under which eligible farmers receive ₹2,000 directly into their bank accounts.

Prime Minister will dedicate to the nation the Kopili Hydro-Electric Project located in Dima Hasao and West Karbi Anglong districts. Constructed at a cost of over ₹2,300 crore, the project will enhance clean energy generation, improve grid stability in the region and ensure reliable power supply to households, farmers and industries.

Prime Minister will dedicate to the nation the Capacity Enhancement Project of the Numaligarh-Siliguri Product Pipeline (NSPL) of Oil India Limited. The project will facilitate the expansion of the Numaligarh Refinery from 3 MMTPA to 9 MMTPA by enabling evacuation of additional petroleum products. Prime Minister will also inaugurate Phase 1 of the North East Gas Grid, a major pipeline project that connects Guwahati with Numaligarh, Gohpur, and Itanagar, with a branch line extending to Dimapur. Prime Minister will also lay the foundation stone for Numaligarh Refinery Limited’s (NRL) Rail-Fed POL Terminal at Panchgram, Hailakandi District. These projects will significantly strengthen energy infrastructure in the North-East and enhance national energy security.

Major railway electrification projects will be dedicated to the nation by Prime Minister, including the Rangiya-Murkongselek rail line electrification (558 km) built at a cost of around ₹420 crore and the Chaparmukh–Dibrugarh rail line electrification (571 km) built at a cost of about ₹1,180 crore, Badarpur-Silchar and Badarpur-Churaibari rail lines, built at a cost of around ₹650 crore. These projects will enable faster, energy-efficient and environmentally sustainable train operations while improving connectivity across the Brahmaputra and Barak Valley regions.

Prime Minister will also lay the foundation stone for the Furkating-Tinsukia rail line doubling project (194 km) costing over ₹3,600 crore, which will enhance line capacity and enable the operation of additional passenger and freight trains.

In the waterways sector, Prime Minister will lay the foundation stone for cruise terminals at Bishwanath Ghat in Biswanath district and Neamati in Jorhat district. Prime Minister will also perform Bhoomi Poojan for the Regional Centre of Excellence (RCoE) at Bogibeel in Dibrugarh, which will serve as a premier maritime training and research hub for the Northeast region. Prime Minister will also inaugurate the approach road connecting Pandu Jetty to NH-27.

Prime Minister will also inaugurate the PM Ekta Mall in Guwahati. The mall is envisioned as a major commercial and tourism hub for Assam and the North-Eastern region, featuring permanent stalls for One District One Product (ODOP) items, GI-tagged products, handicrafts and handloom goods from Assam and other states. The facility will also include showrooms of leading Indian brands, food courts, modern amenities, parking and digital kiosks, providing a platform for local artisans and promoting regional culture and industry.

PM in Silchar

Prime Minister will perform the Bhoomi Poojan of the Shillong-Silchar Corridor, the first access-controlled Greenfield four-lane High-Speed Corridor in North-East India. The 166 km corridor, with an investment of around ₹22,860 crore, will significantly improve connectivity between Meghalaya and Assam. The project will reduce the distance between Guwahati and Silchar and cut travel time from 8.5 hours to approximately 5 hours, boosting economic growth and cross-border trade in the region.

Prime Minister will also perform Bhoomi Poojan for an Elevated Corridor on NH-306 from Trunk Road near Capital Point to Rangirkhari Point in Silchar (Phase-I). The project will decongest one of Silchar’s busiest roads, improve connectivity with neighbouring states such as Mizoram, Tripura and Manipur, and contribute to the economic development of the Barak Valley.

Additionally, the Prime Minister will lay the foundation stone for a new College of Agriculture at Patharkandi in Karimganj district. The institution will strengthen the ecosystem of agricultural education and research in Assam and provide students from the Barak Valley and neighbouring regions access to high-quality agricultural education closer to home.