Today women are leading from the front in every sphere: Prime Minister Modi
Not only are our daughters flying fighter jets but also achieving great feats by circumnavigating the entire world: PM Modi
Our government is fully devoted to empowerment of women: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶର ବାରାଣାସୀସ୍ଥିତ ଦୀନଦୟାଲ ହସ୍ତକଳା ସଂକୁଳଠାରେ ଆୟୋଜିତ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଇଥିଲେ ।

ଉତ୍ତର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନର ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଦ୍ୱାରା ଉତ୍ପାଦିତ ଉତ୍ପାଦ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ । ସେ ମହିଳା ହିତାଧିକାରୀମାନଙ୍କୁ ବୈଦ୍ୟୁତିକ ଚକ, ସୌର ଚରଖା ଏବଂ ମହୁମାଛି ପାଳନରେ ବ୍ୟବହୃତ ଉପକରଣ ବଂଟନ କରିବା ସହିତ 5ଟି ମହିଳା ସ୍ୱୟଂସହାୟିକ ଗୋଷ୍ଠୀକୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଏନଆରଏଲଏମ-ଉତ୍ତର ପ୍ରଦେଶର ସହାୟତାକ୍ରମେ ସଂଖ୍ୟାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ‘ଭାରତ କେ ବୀର’ ପାଣ୍ଠିକୁ ସେମାନଙ୍କ ଯୋଗଦାନ ସ୍ୱରୂପ 21 ଲକ୍ଷ ଟଙ୍କାର ଚେକ ବଂଟନ କରିଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ନିର୍ମାଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ସାରା ଦେଶର 75,000 ସ୍ଥାନରୁ 65 ଲକ୍ଷରୁ ଅଧିକ ମହିଳା ଭିଡିଓ କନଫରେନ୍ସ ଜରିଆରେ ସମ୍ମିଳନୀରେ ଭାଗ ନେଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବାରାଣାସୀ ମହିଳା ସଶକ୍ତିକରଣର ଏକ ଉକ୍ରୃଷ୍ଟ ଉଦାହରଣ ।

ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର ମହିଳା ସଶକ୍ତିକରଣ ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ସେ ଏ ସନ୍ଦର୍ଭରେ ମହିଳା ଏବଂ ବାଳିକାମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଥିଳେ । ଏଗୁଡ଼ିକ ମଧ୍ୟରେ ସେ ସ୍ୱାସ୍ଥ୍ୟ,ପୁଷ୍ଟିକର ଆହର, ସ୍ୱଚ୍ଛ, ଶିକ୍ଷା, ଦକ୍ଷତା ବିକାଶ, ଆତ୍ମନିଯୁକ୍ତି, ନୂଆ ରୋଷେଇ ଗ୍ୟାସ ସଂଯୋଗ ଏବଂ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚି କରିବା ସହ ଜଡ଼ି ଉପାୟ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ 6 ମାସର ମାତୃତ୍ୱ ଅବକାଶ ବ୍ୟବସ୍ଥା ବିଶ୍ୱରେ ଏହି ଧରଣର ଏକ ସବୁଠୁ ଚମକ୍ରାର ବ୍ୟବସ୍ଥା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି । ସେ କହିଥିଲେ ଯେ ମୁଦ୍ରା ଋଣ ଯୋଜନା ଅନ୍ତର୍ଗତ ଏବେ ଦିଆଯାଇଥିବା 15 କୋଟି ଋଣ ମଧ୍ୟରୁ 11 କୋଟି ଟଙ୍କାର ଋଣ ମହିଳାମାନଙ୍କୁ ଦିଆଯାଇଛି ।

ଦେଶରେ ସ୍ୱୟଂ ସହାୟିକା ଗୋଷ୍ଠୀର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଏପରି ଗୋଷ୍ଠୀଗତ ଭାବେ କାମ କରୁଥିବା ଲୋକମାନଙ୍କ ପରିବାରକୁ ଲାଭ ମିଳିପାରିନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶରେ ମଧ୍ୟ ସହାୟତା ମିଳିଛି । ସେ କହିଥିଲେ ଯେ ସରକାର ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାନଗୁଡ଼ଇକର ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ଉପଲବ୍ଧ କରାଇ ସେମାନଙ୍କୁ ନୂତନ ଶକ୍ତି ପ୍ରଦାନ କରୁଛି । ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନ ସମୟରେ ଦେଶରେ ପାଖାପାଖି 50 ଲକ୍ଷ ସ୍ୱୟଂସହାୟିକା ଗୋଷ୍ଠୀ ରହିଛନ୍ତି ଏଥିରେ 6 କୋଟି ମହିଳା କାମ କରୁଛନ୍ତି । ସେ କହିଥିଲେ ଯେ ସରକାର ଚାହୁଁଛନ୍ତି ଯେ ପ୍ରତ୍ୟେକ ପରିବାରରେ ସର୍ବନିମ୍ନ ଜଣେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ହୁଅନ୍ତୁ ।

ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ନୂଆ କରି ଦେଖାଇବା ଏବଂ ନିଜ ବଜାର ବିଷୟରେ ଭଲ ଭାବେ ବୁଝିବା ତଥା ନୂଆ କ୍ଷେତ୍ରରେ ରହିଥିବା ସୁଯୋଗ ସନ୍ଧାନ କରିବା ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ସରକାରଙ୍କୁ ନିଜ ଉତ୍ପାଦ ବିକ୍ରି କରିବା ଲାଗି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜିଇଏମ ପୋର୍ଟାଲ ବ୍ୟବହାର କରିବା ଆବଶ୍ୟକ ।

ଶ୍ରୀ ମୋଦୀ ମହିଳାମାନଙ୍କୁ କହିଥିଲେ ଯେ ସେମାନେ ନିକଟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରମ ମାନ ଧନ ଯୋଜନାର ଲାଭ ଉଠାନ୍ତୁ, କାରଣ ଏହା ଜରିଆରେ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଯୋଜନାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନଙ୍କ ସହିତ ମତବିନିମୟ ମଧ୍ୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pharma exports to UK may rise up to 10% in FY27 as CETA takes effect

Media Coverage

Pharma exports to UK may rise up to 10% in FY27 as CETA takes effect
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.