Country is not formed by governments alone. What is also important is fulfilling our duties as citizens: PM
Our conduct as citizens will determine the future of India, it will decide the direction of new India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜଙ୍ଗମବାଡି ମଠ ଠାରେ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଶ୍ରୀ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥ’ର 19 ଭାଷାରେ ଅନୁବାଦିତ ହୋଇଥିବା ସଂସ୍କରଣର ଉନ୍ମୋଚନ କରିଥିଲେ ଏବଂ ସେ ଶ୍ରୀ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥର ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ ଏହା ସଂଯୋଗ ମାତ୍ର ଯେ ଶତାବ୍ଦୀ ସମାରୋହର ଆୟୋଜନ ନୂତନ ଦଶକରେ ଆରମ୍ଭରେ ହେଉଛି ଏବଂ ଏହି ଦଶକ 21ତମ ଶତାବ୍ଦୀର ଜ୍ଞାନ ବିଜ୍ଞାନରେ ଭାରତର ଭୂମିକାକୁ ବିଶ୍ୱ ଦରବାରରେ ପୁନର୍ବାର ପ୍ରତିଷ୍ଠିତ କରିବାକୁ ଯାଉଛି ।

ସେ କହିଥିଲେ ଯେ ମୋବାଇଲ ଆପ ଜରିଆରେ ‘ଶ୍ରୀ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥ’ର ଡିଜିଟାଲ ହେବା ଦ୍ୱାରା ଯୁବପିଢିଙ୍କ ସହିତ ଏହାର ସଂପର୍କକୁ ଆହୁରି ଦୃଢିଭୂତ ହେବା ସଙ୍ଗେ ସଙ୍ଗେ ତାଙ୍କ ଜୀବନକୁ ପ୍ରେରଣା ମଧ୍ୟ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଏହି ମୋବାଇଲ ଆପ ଜରିଆରେ ଗ୍ରନ୍ଥ ସହ ସଂପର୍କୀତ ବିଷୟଗୁଡିକ ଉପରେ ବାର୍ଷିକ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ 19ଟି ଭାଷାରେ ଏହି ଗ୍ରନ୍ଥର ଅନୁବାଦ ହେବା ଦ୍ୱାରା ଏହା ବ୍ୟାପକ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକ ଭାବେ ଆମ ଆଚାର ବ୍ୟବହାର ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବ, ନୂତନ ଭାରତର ଦିଗ ନିର୍ଣ୍ଣୟ କରିବ । ସେ କହିଥିଲେ ଯେ ସନ୍ଥମାନେ ଯେଉଁ ମାର୍ଗ ଦର୍ଶନ କରିଛନ୍ତି ତାହାକୁ ଅନୁକରଣ କରି ଆମକୁ ଆଗକୁ ଅଗ୍ରସର ହେବାକୁ ପଡିବ ଏବଂ ଆମକୁ ଆମ ଜୀବନର ସଂକଳ୍ପ ପୂରା କରିବାକୁ ହେବ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ନିଜର ସଂପୂର୍ଣ୍ଣ ସହଯୋଗ ଦେବାକୁ ହେବ ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସ୍ୱଚ୍ଛତା ମିଶନକୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଇବା କ୍ଷେତ୍ରରେ ଜନସାଧାରଣଙ୍କ ଯୋଗଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଭାରତରେ ନିର୍ମିତ ଉତ୍ପାଦଗୁଡିକର ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ସେ ଜଳ ଜୀବନ ମିଶନକୁ ସଫଳ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେଥିରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ ଏହା କେବଳ ଜନ ଅଂଶୀଦାରୀ ଦ୍ୱାରା ସମ୍ଭବ ହୋଇପାରିଛି । ସେ କହିଥିଲେ ଯେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅନ୍ତର୍ଗତ 7 ହଜାର କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରାଯାଇଛି, 21 ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡିକର କାର୍ଯ୍ୟ ଜାରି ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କିଛି ଦିନ ପୂର୍ବେ ରାମମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ ଗଠନ ପାଇଁ ଘୋଷଣା କରିଛନ୍ତି । ସେ କହିଥିଲେ ଯେ ଏହି ଟ୍ରଷ୍ଟ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣର ନିରୀକ୍ଷଣ କରିବ । ସେ କହିଥିଲେ ଯେ ସରକାର 67 ଏକର ଜମି ଏହି ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Renewables up 24%, emissions up just 0.9%: India charts a different energy path

Media Coverage

Renewables up 24%, emissions up just 0.9%: India charts a different energy path
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari