ସେୟାର
 
Comments
ଇମାମ ହୁସେନ ଶାନ୍ତି ଏବଂ ନ୍ୟାୟ ପାଇଁ ଶହିଦ ହୋଇଗଲେ ଏବଂ ଅନ୍ୟାୟ ଏବଂ ଅହଂକାର ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ :ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଆମର ପରମ୍ପରା ଯିଏ ଆମକୁ ଦୁନିଆର ଅନ୍ୟ ଦେଶ ମାନଙ୍କଠାରୁ ଅଲଗା ପରିଚୟ ଦେଇଛି :ପ୍ରଧାନମନ୍ତ୍ରୀ ମୋଦୀ
ଆମକୁ ଆମର ଅତୀତ ଉପରେ ଗର୍ବ ରହିଛି । ବର୍ତ୍ତମାନ ଉପରେ ବିଶ୍ୱାସ ରହିଛି ଏବଂ ଉଜ୍ଜ୍ୱଳ ଭବିଷ୍ୟତର ଆତ୍ମବିଶ୍ୱାସ ସହିତ ସଂକଳ୍ପ ମଧ୍ୟ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ
ଦାଉଦି ବୋହରା ସଂପ୍ରଦାୟ ସର୍ବଦା ଭାରତର ପ୍ରଗତି ଏବଂ ବିକାଶଗାଥାରେ ପ୍ରମୁଖ ଭୂମିକା ନେଇଛନ୍ତି :ପ୍ରଧାନମନ୍ତ୍ରୀ
ନାଗରିକମାନଙ୍କ ପାଇଁ ଉନ୍ନତମାନର ଜୀବନ ସ୍ତର ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରୟାସ କରାଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁସମ୍ବୋଧିତ କରିଥିଲେ  ।  

ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇମାମ ସର୍ବଦା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ଏବଂ ଶାନ୍ତି ଓ ନ୍ୟାୟ ବଜାୟ ରଖିବା ପାଇଁ ସହିଦ ହୋଇଥିଲେ । ସେ କହିଥିଲେ ଯେ ଇମାମଙ୍କ ଶିକ୍ଷା ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି । ଡା. ସୟେଦିନା ମୁଫଦ୍ଦଲ ସୟିଫୁଦ୍ଦିନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ର ପ୍ରତି ଶ୍ରଦ୍ଧା ଏବଂ ସମର୍ପଣ ତାଙ୍କ ଶିକ୍ଷାର ପରିଚାୟକ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ନେଇ ଚଳିବାର ସଂସ୍କୃତି ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ  । ‘ଆମେ ନିଜ ଅତୀତ ଉପରେ ଗର୍ବିତ, ଆମେ ଆମ ବର୍ତ୍ତମାନରେ ବିଶ୍ୱାସ କରୁ ଏବଂ ଆମ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଭରସା ରଖୁ ’ ବୋଲି ସେ କହିଥିଲେ  ।

ଦାଉଦି ବୋହରା ସଂପ୍ରଦାୟର ଯୋଗଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂପ୍ରଦାୟ ସର୍ବଦା ଭାରତର ପ୍ରଗତି ଏବଂ ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  । ସେ ଆଶାବ୍ୟକ୍ତ କରିଥିଲେ ଯେ ସଂପ୍ରଦାୟ ସାରା ପୃଥିବୀରେ ଭାରତୀୟ ସଂସ୍କୃତିର ଶକ୍ତି ବିସ୍ତାର କରିବାର ମହାନ କାର୍ଯ୍ୟକୁ ଜାରି ରଖିବ  ।

ବୋହରା ସଂପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଭାଗ୍ୟ ଭଲ ବୋଲି ସେ ବୋହରା ସଂପ୍ରଦାୟର ସ୍ନେହ ପ୍ରାପ୍ତ କରିପାରିଛନ୍ତି  । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସଂପ୍ରଦାୟ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତାକୁ ସ୍ମରଣ କରି ମୋଦୀ କହିଥିଲେ ଯେ ସଂପ୍ରଦାୟର ସ୍ନେହ ଏବଂ ଶ୍ରଦ୍ଧା ତାଙ୍କୁ ଇନ୍ଦୋର ଟାଣି ଆଣିଛି  ।

ଦାଉଦି ବୋହରା ସଂପ୍ରଦାୟ ଦ୍ୱାରା କରାଯାଇଥିବା ବିଭିନ୍ନ ସାମାଜିକ ପଦକ୍ଷେପଗୁଡିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକମାନେ, ବିଶେଷତଃ ଗରିବ ଏବଂ ଅଭାବୀଙ୍କ ପାଇଁ ଉତ୍ତମ ଜୀବନ ଶୈଳୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରଚେଷ୍ଟା କରାଯାଉଛି  । ଏହି ସନ୍ଦର୍ଭରେ ସେ ଆୟୁଷ୍ମାନ ଭାରତ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସରକାରଙ୍କ ଅନେକ ବିକାଶୋନ୍ମୁଖୀ ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ  । ସେ ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପ ସାଧାରଣ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି  ।

 

ସ୍ୱଚ୍ଛ ଭାରତ ମିଶନକୁ ଆଗକୁ ବଢାଇ ଥିବାରୁ ପ୍ରଧାନମନ୍ତ୍ରୀ ଇନ୍ଦୋରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ  । ସେ କହିଥିଲେ ଯେ ‘ସ୍ୱଚ୍ଛତା ହିଁ ସେବା’ ଯୋଜନାର ଆସନ୍ତା କାଲି ଶୁଭାରମ୍ଭ କରାଯିବ ଏବଂ ନାଗରିକମାନଙ୍କୁ ଏହି ଭବ୍ୟ ସ୍ୱଚ୍ଛତା ମିଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ  ।

ବାଣିଜ୍ୟ କ୍ଷେତ୍ରରେ ବୋହରା ସଂପ୍ରଦାୟ ଦ୍ୱାରା ପ୍ରଦର୍ଶୀତ ବିଶ୍ୱସନୀୟତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜିଏସଟି, ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଜରିଆରେ ବିଶ୍ୱସନୀୟ ବ୍ୟବସାୟୀ ଏବଂ ଶ୍ରମିକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି  । ସେ କହିଥିଲେ ଯେ ଭାରତର ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଉଛି ଏବଂ ଭାରତ ଏକ ନୂତନ ଦିଗବଳୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ  ।

ଏହି ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ  । ଡା. ସୟେଦିନା ମୁଫଦ୍ଦାଲ ସୟିଫୁଦ୍ଦିନ ପ୍ରଧାନମନ୍ତ୍ରୀଙ୍କ ଅତୁଳନୀୟ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଦେଶ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କର ସଫଳତା କାମନା କରିଥିଲେ  ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
All citizens will get digital health ID: PM Modi

Media Coverage

All citizens will get digital health ID: PM Modi
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 28, 2021
September 28, 2021
ସେୟାର
 
Comments

Citizens praised PM Modi perseverance towards farmers welfare as he dedicated 35 crop varieties with special traits to the nation

India is on the move under the efforts of Modi Govt towards Development for all