ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର 50 ବର୍ଷ ପୂରଣ ହେବା  ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେଇଛନ୍ତି । ଆଦିତ୍ୟ ବିର୍ଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଥାଇଲାଣ୍ଡରେ ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।

ସମାରୋହରେ ଉପସ୍ଥିତ ସରକାରୀ ଅଧିକାରୀ ଓ ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଆଦିତ୍ୟ ବିର୍ଲା ସମୂହର ଟିମକୁ ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ, ଯାହାର ପରିଣାମ ସ୍ୱରୂପ ଅନେକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବା ସହିତ ସମୃଦ୍ଧି ମଧ୍ୟ ସୁନିଶ୍ଚିତ ହୋଇଛି । ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଦୃଢ଼ ସାଂସ୍କୃତିକ ସମ୍ବନ୍ଧ ବାବଦରେ ଚର୍ଚ୍ଚା କରି, ସେ କହିଲେ ଯେ ବିଶ୍ୱକୁ ଏକ ସୂତ୍ରରେ ବାନ୍ଧିବା ଏବଂ ନିକଟତର କରିବା ପାଇଁ ବାଣିଜ୍ୟ ଏବଂ ସଂସ୍କୃତି ପାଖରେ ଶକ୍ତି ରହିଛି ।

ଭାରତରେ ରୂପାନ୍ତରଣକାରୀ ପରିବର୍ତ୍ତ

ପ୍ରଧାନମନ୍ତ୍ରୀ ଗତ ପାଞ୍ଚ ବର୍ଷ ମଧ୍ୟରେ ସଫଳତାର ଅନେକ କାହାଣୀ ବ୍ୟକ୍ତ କରିଥିଲେ । ସେ କହିଲେ ଯେ ଗତାନୁଗତିକ ଧରାରୁ ଊର୍ଦ୍ଧ୍ଵକୁ ଯାଇ ମିଶନ ମୋଡରେ କାମ କରିବା ଦ୍ୱାରା ରୂପାନ୍ତରଣକାରୀ ପରିବର୍ତ୍ତନ ସମ୍ଭବ ହୋଇଛି । ପୂର୍ବରୁ ଯାହାକୁ ଅସମ୍ଭବ ମନେ କରାଯାଉଥିଲା, ତାହାକୁ ଏବେ ସମ୍ଭବ ମନେ କରାଯାଉଛି ଏବଂ ଏହାର ଫଳସ୍ୱରୂପ ଭାରତରେ ଉପସ୍ଥିତିର ଏହା ହେଉଛି ସର୍ବାଧିକ ଉପଯୁକ୍ତ ସମୟ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱ ବ୍ୟାଙ୍କ କାରବାର ସୁଗମତା ମାନ୍ୟତାରେ ଭାରତ ବିଗତ ପାଞ୍ଚ ବର୍ଷ ମଧ୍ୟରେ 79 ସ୍ଥାନ ଉପରକୁ ଉଠିଛି ଏବଂ ଏହା 2014ରେ 142 ତମ ସ୍ଥାନରେ ଥିଲାବେଳେ 2019ରେ 63ତମ ସ୍ଥାନରେ ପହଂଚିଛି । ଏହାଫଳରେ କାରବାର ବାତାବରଣକୁ ଉନ୍ନତ କରିବା ଦିଗରେ ସୁଧାର ପାଇଁ ଆମ ସଂକଳ୍ପବଦ୍ଧତା ସମ୍ବନ୍ଧରେ ଜଣାପଡିଥାଏ । ସେ ଏହା ମଧ୍ୟ କହିଲେ ଯେ ବିଶ୍ୱ ଅର୍ଥନୈତିକ ମଂଚ ଟ୍ରାଭେଲ ଆଣ୍ଡ ଟୁରିଜିମ କମ୍ପିଟେଟିଭନେସ ଇଣ୍ଡେକ୍ସରେ ମଧ୍ୟ ଭାରତର ମାନ୍ୟତାରେ ସୁଧାର ଆସିଛି ଏବଂ ଏହା 2013ର 65ତମ ସ୍ଥାନରୁ ବୃଦ୍ଧିପାଇ 2019ରେ 34ତମ ସ୍ଥାନରେ ପହଂଚିଛି । ଆରାମ, ସୁବିଧାର ବ୍ୟବସ୍ଥା ସହିତ ଉନ୍ନତ ସଡକ, ସଂଯୋଗ, ସ୍ୱଚ୍ଛତା ଏବଂ ଆଇନ ବ୍ୟବସ୍ଥାରେ ସୁଧାରର ପରିଣାମ ସ୍ୱରୂପ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନରେ 50 ପ୍ରତିଶତ ବୃଦ୍ଧି ହୋଇଛି ।

ସଂଚୟ କରାଯାଇଥିବା ଧନକୁ ଅର୍ଜିତ ଧନ ତଥା ସଂଚୟ କରାଯାଇଥିବା ଶକ୍ତିକୁ ଉତ୍ପାଦିତ ଶକ୍ତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନା ମାଧ୍ୟମରେ ସ୍ଥାଣୁତାକୁ ଦୂର କରିବା ଏବଂ କ୍ଷମତାରେ ସୁଧାର ଆଣିବା ବାବଦରେ ଚର୍ଚ୍ଚା କରିଥିଲେ, ଯାହାର ପରିଣାମ ସ୍ୱରୂପ ଏପର୍ଯ୍ୟନ୍ତ 20 ବିଲିଅନ ଡଲାର ଧନରାଶି ସଂଚିତ ହୋଇଛି । ସେ କମ ବିଦ୍ୟୁତ ଖର୍ଚ୍ଚ କରୁଥିବା ଏଲଇଡି ଲାଇଟ ବିତରଣ ବାବଦରେ ମଧ୍ୟ ଚର୍ଚ୍ଚା କରିଥିଲେ, ଯାହାର ପରିଣାମ ସ୍ୱରୂପ ଅଙ୍ଗାରକ ନିର୍ଗମନ କମ ହୋଇଛି ।

ଭାରତ: ନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ

ଭାରତକୁ ସର୍ବାଧିକ ଅନୁକୂଳ ଟିକସ ପ୍ରଣାଳୀସମ୍ପନ୍ନ ଦେଶ ଭାବେ ବର୍ଣ୍ଣନା କରି, ପ୍ରଧାନମନ୍ତ୍ରୀ ମଧ୍ୟମ ବର୍ଗ ଉପରେ ଟିକସ ବୋଝ ହ୍ରାସ କରିବା, ଶୋଷଣର ଆଶଙ୍କା ଦୂର କରିବା କରିବା ପାଇଁ ନଗଦବିହୀନ କାରବାର ଉପରେ ମୂଲ୍ୟାଙ୍କନ ଆରମ୍ଭ କରିବା, କମ୍ପାନୀ ମାନଙ୍କ ପାଇଁ ଦର ହ୍ରାସ କରିବା ସହିତ ଏଇ ନିକଟରେ ଗ୍ରହଣ କରାଯାଇଥିବା ଅନେକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଜିଏସଟି ଲାଗୁ କରାଯିବା ଦ୍ୱାରା ଆର୍ଥିକ ଏକୀକରଣର ସ୍ୱପ୍ନ ଏକ ବାସ୍ତବତାରେ ପରିଣତ ହୋଇଛି । ସେ କହିଲେ ଯେ ସରକାର ଏହାକୁ ଅଧିକ ଜନସାଧାରଣଙ୍କ ଅନୁକୂଳ କରିବା ପାଇଁ ସଂକଳ୍ପବଦ୍ଧ । ଏହି ସବୁ ପଦକ୍ଷେପ ଫଳରେ ଭାରତ ନିବେଶ ପାଇଁ ସବୁଠାରୁ ଆକର୍ଷକ ସ୍ଥାନ ମାନଙ୍କ ମଧ୍ୟରେ ସାମିଲ ହୋଇଛି ଏବଂ ୟୁଏନସିଟିଏଡି ଅନୁଯାୟୀ ପ୍ରତ୍ୟକ୍ଷ ବିଦେଶୀ ନିବେଶର ଶୀର୍ଷ ଲକ୍ଷ୍ୟସ୍ଥଳୀ ମଧ୍ୟରେ ଗଣାଯାଉଛି ।

ଥାଇଲାଣ୍ଡ 4.0 ଅନୁକୂଳ

ପ୍ରଧାନମନ୍ତ୍ରୀ ଭାରତକୁ 5 ଟ୍ରିଲିଅନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସ୍ୱପ୍ନ ସମ୍ବନ୍ଧରେ ଉଲ୍ଲେଖ କରି କହିଲେ ଯେ କିପରି ଭାବେ ଅର୍ଥବ୍ୟବସ୍ଥା 2014ରେ ପାଖାପାଖି 2 ଟ୍ରିଲିଅନ ଥିଲାବେଳେ ଏହା ବୃଦ୍ଧି ପାଇ 2019ରେ 3 ଟ୍ରିଲିଅନରେ ପରିଣତ ହୋଇଛି ।

ଥାଇଲାଣ୍ଡକୁ ଏକ ମୂଲ୍ୟ ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଥାଇଲାଣ୍ଡ 4.0 ପଦକ୍ଷେପର ଆଲୋଚନା କରି ସେ କହିଲେ ଯେ ଏହା ଭାରତର ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ସ୍ୱଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି, ଜଳ ଜୀବନ ମିଶନ ସହିତ ସାମଞ୍ଜସ୍ୟ ରହିଛି ଏବଂ ଏହା ଏହି ପ୍ରାଥମିକତା ଗୁଡିକର ଅନୁକୂଳ । ସେ କହିଲେ ଯେ ଦୁଇ ଦେଶ ଭୌଗୋଳିକ-ରାଜନୈତିକ ନିବିଡତା, ସାଂସ୍କୃତିକ ଭାଗିଦାରୀ ଏବଂ ବ୍ୟାବସାୟିକ ଭାଗିଦାରୀକୁ ଆହୁରି ଆଗକୁ ବଢ଼ାଇବା ନେଇ ଇଚ୍ଛାଶକ୍ତିର ଲାଭ ଉଠାଇବା ଆବଶ୍ୟକ ।

ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହ

ଭାରତର ଅର୍ଥବ୍ୟବସ୍ଥାକୁ 22 ବର୍ଷ ପୂର୍ବେ ବିଧିବଦ୍ଧ ଭାବେ ଉନ୍ମୁକ୍ତ କରାଯାଇଥିଲା । ମାତ୍ର ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲା ସ୍ପିନିଂ ୟୁନିଟ ସ୍ଥାପିତ କରି ଥାଇଲାଣ୍ଡରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ଆଜି ଏହି ସମୂହ 1.1 ବିଲିଅନ ଆମେରିକୀୟ ଡଲାରର ବିବିଧ ବ୍ୟାବସାୟିକ କାରବାର ବଳରେ ଥାଇଲାଣ୍ଡର ସବୁଠାରୁ ବଡ ଉଦ୍ୟୋଗ ମଧ୍ୟରେ ସାମିଲ ହୋଇଛି । ଥାଇଲାଣ୍ଡରେ 9ଟି ଦେଶୀୟ କାରଖାନା ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପ ବସ୍ତ୍ର, ଅଙ୍ଗାରକ କଳା ଓ କେମିକାଲ ଆଦି ବିବିଧ କ୍ଷେତ୍ରରେ କାରବାର କରୁଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian mithai finds a sweet spot on global shelves as exports surge 10%

Media Coverage

Indian mithai finds a sweet spot on global shelves as exports surge 10%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA