ପ୍ରଧାନମନ୍ତ୍ରୀ ମୋଦୀ ଡିଆରଡିଓ ବୈଜ୍ଞାନିକମାନଙ୍କ ପ୍ରଶଂସା କରି କହିଛନ୍ତି ଯେ ,ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହେଉଛି ସାରା ବିଶ୍ୱରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ
ସରକାର ବୈଜ୍ଞାନିକ ସମୁଦାୟ ସହ ଅଧିକ ବାଟ ଯିବା ଲାଗି ଆଗ୍ରହୀ ଯାହାଦ୍ୱାରା ,ଏହା ଦେଶର ସୁରକ୍ଷା ପାଇଁ ଉଦୀୟମାନ ପ୍ରଯୁକ୍ତି ଓ ନବୋନ୍ମେଷ ଲାଗି ସମୟ ବ୍ୟତିତ କରିପାରିବ : ପ୍ରଧାନମନ୍ତ୍ରୀ ମୋଦୀ
'ମେକ ଇନ ଇଣ୍ଡିଆ' ଭଳି କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଏବଂ ଦେଶର ଉଜ୍ଜ୍ୱଳ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ ଡିଆରଡିଓ ଉଦ୍ଭାବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ ଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର 5ଟି ଯୁବ ବୈଜ୍ଞାନିକ ବିଜ୍ଞାନାଗାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ଡିଆରଡିଓ ଯୁବ ବୈଜ୍ଞାନିକ ବିଜ୍ଞାନାଗାର (ଡିୱାଇଏସଏଲଏସ) 5ଟି ସହର ଯଥା ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ହାଇଦ୍ରାବାଦରେ ରହିଛି । ଭବିଷ୍ୟତ ପ୍ରତିରକ୍ଷା ବ୍ୟବସ୍ଥା ଯଥା ଆର୍ଟିଫିସିଆଲ ଇଂଟେଲିଜେନ୍ସ, କ୍ୱାଂଟମ ପ୍ରଯୁକ୍ତି, କଗ୍ନିଟିଭ ପ୍ରଯୁକ୍ତି, ଆସିମେଟ୍ରିକ ପ୍ରଯୁକ୍ତି ଓ ସ୍ମାର୍ଟ ମ୍ୟାଟେରିଆଲ୍ସ ଆଦିର ବିକାଶ ଲାଗି ଗୁରୁତ୍ୱପୂର୍ଣ୍ଣ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଏସବୁ ବିଜ୍ଞାନାଗାରରେ କାମ କରାଯିବ ।

ଏପରି ବିଜ୍ଞାନାଗାର ନିର୍ମାଣ କରିବାର ପ୍ରେରଣା ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଗଷ୍ଟ 24, 2014ରେ ଅନୁଷ୍ଠିତ ଡିଆରଡିଓର ପୁରସ୍କାର ବିତରଣୀ ସମାରୋହରେ ମିଳିଥିଲା । ଯୁବକମାନଙ୍କୁ ନିର୍ଣ୍ଣୟ ନେବାର କ୍ଷମତା ପ୍ରଦାନ କରିବା ଏବଂ ଆହ୍ୱାନପୂର୍ଣ୍ଣ ଗବେଷଣାର ସୁଯୋଗ ଦେଇ ସେମାନଙ୍କୁ ସଶକ୍ତ କରିବା ଲାଗି ଡିଆରଡିଓକୁ ସେତେବେଳେ ଆହ୍ୱାନ କରିଥିଲେ ଶ୍ରୀ ନରେନ୍ଦ୍ର ମୋଦୀ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶରେ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ରୂପ ଦେବାରେ ଏହି ବିଜ୍ଞାନାଗାରଗୁଡ଼ିକ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ନୂଆ ଦଶନ୍ଧି ଲାଗି ବୈଜ୍ଞାନିକମାନଙ୍କୁ ଏକ ନିର୍ଦ୍ଧାରିତ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି ଆହ୍ୱାନ କରିଥିଲେ ଯେଉଁଥିରେ ଡିଆରଡିଓ ଭାରତରେ ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ ଗବେଷଣାର ମାର୍ଗ ଏବଂ ଗତି ନିର୍ଦ୍ଧାରଣ କରିପାରିବ ।

ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହେଉଛି ସାରା ବିଶ୍ୱରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ସେ ମଧ୍ୟ ଭାରତର ମହାକାଶ କାର୍ଯ୍ୟକ୍ରମ ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତରେ ପଛରେ ପଡ଼ି ପାରିବ ନାହିଁ । ବୈଜ୍ଞାନିକ ସମୁଦାୟ ସହ ଅଧିକ ବାଟ ଯିବା ଲାଗି ସରକାର ଆଗ୍ରହୀ ଯାହାଦ୍ୱାରା ଏହା ଦେଶର ସୁରକ୍ଷା ପାଇଁ ଉଦୀୟମାନ ପ୍ରଯୁକ୍ତି ଓ ନବୋନ୍ମେଷ ଲାଗି ସମୟ ବ୍ୟତିତ କରିପାରିବ ।

ମେକ ଇନ ଇଣ୍ଡିଆ ଭଳି କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଏବଂ ଦେଶର ଉଜ୍ଜ୍ୱଳ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ ଡିଆରଡିଓ ଉଦ୍ଭାବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ସେ କହିଥିଲେ ।

ପାଞ୍ଚଟି ଡିଆରଡିଓ ଯୁବ ବୈଜ୍ଞାନିକ ବିଜ୍ଞାନାଗାର ପ୍ରତିଷ୍ଠା ହେବା ସହ ଦେଶରେ ଭବିଷ୍ୟତ ପ୍ରଯୁକ୍ତିର ଗବେଷଣା ଓ ବିକାଶ ଲାଗି ମୂଳଦୁଆ ପଡ଼ିଛି । ପ୍ରତିରକ୍ଷା ପ୍ରଯୁକ୍ତିରେ ଭବିଷ୍ୟତର ଆହ୍ୱାନ ପାଇଁ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଡିଆରଡିଓ ପାଇଁ ଏହା ଏକ ବୃହତ ପଦକ୍ଷେପ ସାବ୍ୟସ୍ତ ହେବ ।

ଦ୍ରୁତ ବେଗରେ ବିକଶିତ ହେଉଥିବା ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ଗବେଷଣା ବେଙ୍ଗାଲୁରୁରେ କରାଯିବ । କ୍ୱାଂଟମ ପ୍ରଯୁକ୍ତି କ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଆଧାର ହେବ ଆଇଆଇଟି ମୁମ୍ବାଇ । କଗ୍ନିଟିଭ ଟେକନୋଲୋଜି ଉପରେ ଭବିଷ୍ୟତ ନିର୍ଭର କରିଥାଏ । ଏହି କ୍ଷେତ୍ରରେ ଗବେଷଣା ପାଇଁ ଆଇଆଇଟି ଚେନ୍ନାଇ ହେବ ଗବେଷଣାଗାର । ଆସିମ୍ମେଟିକ ଟେକନୋଲୋଜି ହେଉଛି ଏକ ନୂତନ ତଥା ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ର, ଯାହା ଆଗାମୀ ଦିନରେ ଯୁଦ୍ଧ ଲଢ଼ିବାର ପଦ୍ଧତିକୁ ବଦଳାଇ ଦେବ । ଏହି କ୍ଷେତ୍ରରେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ପରିସରରେ ଗବେଷଣା କରାଯିବ । ହାଇଦ୍ରାବାଦରେ ହଟ ଓ ସ୍ମାର୍ଟ ମ୍ୟାଟେରିଆଲ୍ସର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ସେଗୁଡ଼ିକର ପ୍ରୟୋଗ ଉପରେ ଗବେଷଣା କରାଯିବ ।

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gulf states see India as future superpower, says Biden-era top official Daniel Benaim

Media Coverage

Gulf states see India as future superpower, says Biden-era top official Daniel Benaim
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends Eid-ul-Fitr greetings to everyone
March 21, 2026

Prime Minister Shri Narendra Modi today extended his heartiest greetings to the nation on the auspicious occasion of Eid-ul-Fitr.

The Prime Minister wrote on X:

"Best wishes on Eid-ul-Fitr. May this day further brotherhood and kindness all around. May everyone be happy and healthy.
Eid Mubarak!"