We are not merely reforming India but are transforming India: PM Modi
An India free from poverty, terrorism, corruption, communalism, casteism is being created: PM
Good infrastructure is no longer about roads and rail only. It includes several other aspects that bring a qualitative change in society: PM
We have not shied away from taking decisions that are tough. For us, the nation is bigger than politics: PM
In addition to infrastructure, we are focussing on infraculture, which will help our hardworking farmers: PM Modi

ମିଆଁମାରର ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧିତ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆପଣମାନେ ଭାରତ ଓ ମିଆଁମାରର ମହାନ ସନ୍ତାନ ଓ ସନ୍ତତିମାନଙ୍କ ମଧ୍ୟରେ ବିନିମୟ ହୋଇଥିବା ହଜାର ହଜାର ବର୍ଷର ସଂସ୍କୃତି ଓ ସଭ୍ୟତା, ଭୂଗୋଳ ଓ ଇତିହାସ, ଅଭିଳାଷ ଓ ସଫଳତାର ପ୍ରତିନିଧିତ୍ୱ କରୁଛନ୍ତି । ପ୍ରଧାନମନ୍ତ୍ରୀ ମିଆଁମାରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଭାରତ ପାଇଁ “ରାଷ୍ଟ୍ର-ଦୂତ” ସଦୃଶ । ସେ କହିଲେ ଯେ ଯୋଗର ବୈଶ୍ୱିକ ପରିଚିତ ହେଉଛି ପ୍ରବାସୀମାନଙ୍କ ସଫଳତା, ଯେଉଁମାନେ କି ଏହାକୁ ବିଶ୍ୱର ସମସ୍ତ କୋଣକୁ ନେଇଯାଇଛନ୍ତି ।

 “ମୁଁ ଯେତେବେଳେ ଆପଣମାନଙ୍କୁ ଭେଟେ, ମୁଁ ମଧ୍ୟ ଅନୁଭବ କରେ ଯେ ବିଦେଶରେ ବାସ କରୁଥିବା ଆମ ଲୋକମାନଙ୍କର ଭାରତୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ଆଦୌ ଆଉ ଏକତରଫା ଯୋଗସୂତ୍ର ହୋଇ ରହିନାହିଁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

“ଆମେ କେବଳ ଆମ ଦେଶରେ ସଂସ୍କାର ଆଣୁନାହିୁଁ, ଆମେ ଏହାକୁ ରୂପାନ୍ତରିତ କରୁଛୁ,”ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗରିବୀ, ସନ୍ତ୍ରାସବାଦ, ଦୁର୍ନୀତି, ସାମ୍ପ୍ରଦାୟିକତା ଏବଂ ଜାତିପ୍ରଥାରୁ ମୁକୁଳିଥିବା ଏକ ନୂଆ ଭାରତର ନିର୍ମାଣ କରାଯାଉଛି ।

ରଧାନମନ୍ତ୍ରୀ କହିଲେ ଯେ ଭାରତ ସରକାର ଏବେ ଦେଶରେ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିଛନ୍ତି । ସେ କହିଲେ ଯେ ଭିତ୍ତିଭୂମି କହିଲେ ଆଉ କେବଳ ରାସ୍ତା ଓ ରେଳପଥ ନିର୍ମାଣ ନୁହେଁ । ସମାଜରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଥିରେ ଆହୁରି ଅନେକ ଦିଗକୁ ସାମିଲ କରାଯାଇଛି । ସେ କହିଲେ ଯେ କଠିନ ନିଷ୍ପତ୍ତି ଗ୍ରହଣ କରିବା ନେଇ ସରକାର କୁଣ୍ଠିତ ହୋଇନାହାନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜିଏସଟି ଦେଶରେ ଏକ ନୂତନ ସଂସ୍କୃତିର ଆରମ୍ଭ କରୁଛି । ସେ କହିଲେ ଯେ ଭାରତର ଜନସାଧାରଣଙ୍କ ଆତ୍ମବିଶ୍ୱାସ ରହିଛି ଯେ ଭାରତକୁ ରୂପାନ୍ତରିତ କରାଯାଇ ପାରିବ ଏବଂ ଆମ ବ୍ୟବସ୍ଥା ମଧ୍ୟକୁ ପ୍ରବେଶ କରିଥିବା କେତେକ ହାନିକର କଥାରୁ ଆମକୁ ମୁକ୍ତି ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ-ମିଆଁମାର ସମ୍ପର୍କର ଶକ୍ତି ହେଉଛି ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଯୁଗ ଯୁଗର ବନ୍ଧନ । ଏହି ସମ୍ମିଳନୀରେ ୟଙ୍ଗୁନ ଅଂଚଳର ମୁଖ୍ୟମନ୍ତ୍ରୀ ଶ୍ରୀ ଫ୍ୟୋ ମିନ ଥେଇନ ଉପସ୍ଥିତି ଥିଲେ ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth