We cannot achieve a Clean India, unless 1.25 billion people come together: PM Modi
We keep fighting over building statues for great leaders but we don't fight over cleanliness in India. Let us change that: PM
Criticise me, but don't politicise issue of cleanliness, says PM Narendra Modi
A positive spirit of competition has been created due to Swachh Bharat Mission, says PM Modi

ସ୍ୱଚ୍ଛ ଭାରତ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ହୋଇଥିବା ବେଳେ “ସ୍ୱଚ୍ଛତା ହିଁ ସେବା ପକ୍ଷ” ଉଦ୍ଯାପିତ ହୋଇଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର 2କୁ ଆମେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଭାବେ ପାଳନ କରୁଛୁ ଏବଂ ଆମେ ସ୍ୱଚ୍ଛ ଭାରତ ଲକ୍ଷ୍ୟ ଆଡକୁ କେତେ ମାତ୍ରାରେ ଅଗ୍ରସର ହୋଇଛୁ ତାହାର ପ୍ରତିଫଳନ ଲାଗି ଏହା ହେଉଛି ଏକ ଅବସର ।

ପ୍ରବଳ ସମାଲୋଚନା ମଧ୍ୟରେ ତିନି ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଆନ୍ଦୋଳନ କିପରି ଭାବେ ଆରମ୍ଭ ହୋଇଥିଲା ସେ ସମ୍ବନ୍ଧରେ ସେ ସ୍ମରଣ କରିଥିଲେ । ସେ କହିଥିଲେ ଯେ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ କେବେ ହେଲେ ଭୁଲ ନୁହେଁ ବୋଲି ସେ ଦୃଢ଼ ନିଶ୍ଚିତ । ସେ କହିଥିଲେ ଯେ ଯଦିଓ ଏ କ୍ଷେତ୍ରରେ ଆହ୍ୱାନ ରହିଛି, ତେବେ ଏହାର ଅର୍ଥ ନୁହେଁ ଆମେ ଏଥିରୁ ପଛକୁ ହଟିଯିବା ।

 

 

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଜନସାଧାରଣ ସ୍ୱଚ୍ଛତା ସମ୍ବନ୍ଧରେ ସେମାନଙ୍କର ଆଗ୍ରହକୁ ଏକ ସ୍ୱରରେ ପ୍ରକାଶ କରୁଛନ୍ତି । ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ ଯେ ନେତା ଓ ସରକାରଙ୍କ ପ୍ରୟାସ ଦ୍ୱାରା ସ୍ୱଚ୍ଛତାର ଲକ୍ଷ୍ୟକୁ ହାସଲ କରି ହେବ ନାହିଁ, ବରଂ କେବଳ ସମାଜର ପ୍ରୟାସ ଦ୍ୱାରା ଏହାକୁ ହାସଲ କରିହେବ । ଜନ ଭାଗିଦାରୀକୁ ପ୍ରଶଂସା କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ ସ୍ୱଚ୍ଛତା ଅଭିଯାନ ଏବେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସେ କହିଲେ ଯେ ଏପର୍ଯ୍ୟନ୍ତ ଯାହାକିଛି ହାସଲ କରାଯାଇଛି ତାହା ଭାରତର ସ୍ୱଚ୍ଛାଗ୍ରହୀ ଜନସାଧାରଣଙ୍କ ସଫଳତା ।

 

 

ଯଦି ସତ୍ୟାଗ୍ରହୀମାନଙ୍କ ଦ୍ୱାରା ସ୍ୱରାଜ ହାସଲ କରାଯାଇଥିଲା, ତେବେ ସ୍ୱଚ୍ଛାଗ୍ରହୀମାନଙ୍କ ଦ୍ୱାରା ଶ୍ରେଷ୍ଠ ଭାରତ ହାସଲ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସହରମାନଙ୍କର ସ୍ୱଚ୍ଛତା ତାଲିକା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଏକ ସକାରାତ୍ମକ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶ ସୃଷ୍ଟି କରିଛି । ସ୍ୱଚ୍ଛତା ପାଇଁ ଉପାୟର ବିପ୍ଳବ ମଧ୍ୟ ଆବଶ୍ୟକ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ୱଚ୍ଛତାର ପରିକଳ୍ପନା ଲାଗି ଉପାୟର ଭିତ୍ତିଭୂମି ପ୍ରଦାନ କରିବ ।

 

 

“ସ୍ୱଚ୍ଛତା ହିଁ ସେବା” ପକ୍ଷ ପାଳନରେ ଯୋଗଦାନ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ, ମାତ୍ର ଏ ନେଇ ଆହୁରି ଅନେକ କିଛି କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ପ୍ରବନ୍ଧ, ଚିତ୍ରକଳା ଏବଂ ଚଳଚ୍ଚିତ୍ର ଆଦି ପ୍ରତିଯୋଗିତାରେ ଜାତୀୟ ସ୍ତରର କୃତି ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଏକ ଡିଜିଟାଲ ଗ୍ୟାଲେରୀକୁ ବୁଲି ଦେଖିଥିଲେ ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi