Our region is blessed to have given to the world the invaluable gift of Buddha and his teachings: PM Modi
Buddhism and its various strandsare deep seated in our governance, cultureand philosophy: PM
The divine fragrance of Buddhism spread from India to all corners of the globe: PM Modi
Buddhism imparts an ever present radiance to India-Sri Lanka relationship, says PM Modi
India’s rapid growthcan bring dividends for the entire region, especially in Sri Lanka: PM
India is committed to the economic prosperity of our Sri Lankan brothers and sisters: PM Modi

ସମ୍ମାନନୀୟ, ଶ୍ରୀଲଙ୍କାର ମହାନାୟକୋନ୍ଥେରୋ

ସମ୍ମାନନୀୟ, ଶ୍ରୀଲଙ୍କାର ସଂଗରାଜଥାଏରୋ

ସମ୍ମାନନୀୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ନେତୃମଣ୍ଡଳୀ

ସମ୍ମାନନୀୟ ଶ୍ରୀଲଙ୍କାର ରାଷ୍ଟ୍ରପତି, ମହାମହିମ ମୈତ୍ରିପାଲା ସିରିସେନା

ସମ୍ମାନନୀୟ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ରାନିଲ ବିକ୍ରମସିଂଘେ

ସମ୍ମାନୀୟ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହାମହିମ କାରୁ ଜୟସୂର୍ଯ୍ୟା

ଶ୍ରଦ୍ଧେୟ, ଅନ୍ତର୍ଜାତୀୟ ବୈଶାଖ କାଉନସିଲ ର ସଭାପତି ଡ. ବ୍ରାହ୍ମିନ୍ ପଣ୍ଡିତ୍

ସମ୍ମାନନୀୟ ପ୍ରତିନିଧିମଣ୍ଡଳୀ

ଗଣମାଧ୍ୟମ ବନ୍ଧୁଗଣ

ସମ୍ମାନନୀୟ ଭାଇ ଓ ଭଉଣୀମାନେ

ନମସ୍କାର । ଆୟୁଭୁବନ୍

ବୈଶାଖ ସବୁଠୁ ପବିତ୍ର ଦିବସ

ଏହି ଦିନ ସାରା ମାନବ ଜଗତ ପାଇଁ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନପ୍ରାପ୍ତି ଏବଂ ପରିନିର୍ବାଣକୁ ପାଳନ କରିବାର ଅବସର ଆଣିଛି । ଏହି ଦିବସ ପରମ ସତ୍ୟ, ଚିରସ୍ଥାୟୀ ଧମ୍ମ ଏବଂ ୪ଟି ମହାନ ସତ୍ୟକୁ ହୃଦୟଙ୍ଗମ କରିବାର ଦିନ ।

ଦଶଟି ସିଦ୍ଧାନ୍ତ ଦାନ, ଶୀଳ, ତ୍ୟାଗ, ବୁଦ୍ଧିମତା, ଶକ୍ତି, ସହିଷ୍ଣୁତା, ସତ୍ୟ, ଦୃଢ଼ସଂକଳ୍ପ, କରୁଣା, ସମଭାବ ସ୍ମରଣ କରିବାର ଦିନ ।

କଲୋମ୍ବୋରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ବୈଶାଖ ଦିବସରେ ମୁଖ୍ୟ ଅତିଥି ଭାବେ ମୋତେ ଆମନ୍ତ୍ରଣ କରିଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା, ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ନିକଟରେ ମୁଁ କୃତଜ୍ଞ ।

ମହାମହିମ ଏବଂ ବନ୍ଧୁଗଣ

ଏହି ପବିତ୍ର ଅବସରରେ ସମ୍ପୂର୍ଣ୍ଣ ଆତ୍ମଜାଗୃତ ସମ୍ୟକ ବୁଦ୍ଧଙ୍କ ଭୂମିର ୧୨୫ କୋଟି ଲୋକମାନଙ୍କ ଶୁଭକାମନା ନେଇ ମୁଁ ଆସିଛି ।

ସାରା ବିଶ୍ୱକୁ ଭଗବାନ ବୁଦ୍ଧ ଏବଂ ତାଙ୍କ ଉପଦେଶ ପ୍ରଦାନ କରିବାର ଅମୂଲ୍ୟ ଉପହାର ଆମର ଭୂମି ପ୍ରାପ୍ତ କରିଛି ।

ଯୁବରାଜ ସିଦ୍ଧାର୍ଥ ବୁଦ୍ଧତ୍ୱ ପ୍ରାପ୍ତି କରିଥିବା ସ୍ଥାନ ଭାରତର ବୋଦ୍ଧଗୟା ସମଗ୍ର ବୌଦ୍ଧ ଜଗତର କେନ୍ଦ୍ରସ୍ଥଳୀ ଭାବେ ବିବେଚିତ ହୋଇଥାଏ ।

ଧମ୍ମଚକ୍ର ସ୍ଥାପନ କରିବାରେ ସହାୟକ ହୋଇଥିବା ଭଗବାନ ବୁଦ୍ଧଙ୍କ ପ୍ରଥମ ଉପଦେଶ ପ୍ରଦାନସ୍ଥଳୀ ବାରାଣାସୀରୁ ମୁଁ ସଂସଦକୁ ନିର୍ବାଚିତ ହେବାର ସୌଭାଗ୍ୟ ଲାଭ କରିଛି । ବୌଦ୍ଧଧର୍ମରୁ ଅନୁପ୍ରାଣୀତ ହୋଇ ଆମର ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତମ୍ଭ ନିର୍ମାଣ କରାଯାଇଛି ।

ଏହି ଦିନ ଶ୍ରୀଲଙ୍କାରେ ଆପଣମାନଙ୍କ ପାଇଁ, ଭାରତରେ ଆମମାନଙ୍କ ପାଇଁ ଏବଂ ସାରା ବିଶ୍ୱରେ ଥିବା ବୌଦ୍ଧଧର୍ମାବଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଆମର ପ୍ରଶାସନ, ସଂସ୍କୃତି ଏବଂ ଦର୍ଶନରେ ବୌଦ୍ଧଧର୍ମ ଏବଂ ଏହାର ବିଭିନ୍ନ ଅଙ୍ଗର ଗଭୀର ପ୍ରଭାବ ରହିଛି ।

ବୌଦ୍ଧଧର୍ମର ପବିତ୍ର ସୁଗନ୍ଧ ଭାରତରୁ ସାରା ଜଗତରେ ପରିବ୍ୟାପ୍ତ ହୋଇଛି । ଶ୍ରେଷ୍ଠ ଧମ୍ମ ଉପହାର ଦେବା ଲାଗି ସମ୍ରାଟ ଅଶୋକଙ୍କ ଦୁଇ ସନ୍ତାନ ମହେନ୍ଦ୍ର ଏବଂ ସଂଘମିତ୍ରା ଭାରତରୁ ଶ୍ରୀଲଙ୍କାକୁ ଧମ୍ମଦୂତ ଭାବେ ଆସିଥିଲେ ।

ଭଗବାନ ବୁଦ୍ଧଙ୍କ ଭାଷାରେ “ଶବ୍ଦାନାମଧମ୍ମାଦାନଂ ଜନାତି”, ଅର୍ଥାତ୍ ଧମ୍ମର ଉପହାର ସବୁଠୁ ବଡ଼ ଉପହାର । ବୌଦ୍ଧ ଜ୍ଞାନ ଏବଂ ଶିକ୍ଷା କେନ୍ଦ୍ର ଭାବେ ଶ୍ରୀଲଙ୍କା ଏବେ ପ୍ରସିଦ୍ଧି ଲାଭ କରିଛି । ବୌଦ୍ଧ ଧର୍ମର ଅଭ୍ୟୁଦୟ ସ୍ଥଳୀରେ ବୌଦ୍ଧ ଧର୍ମର ପୁନରୁତ୍ଥାନ ପାଇଁ କିଛି ଶତାବ୍ଦୀ ପରେ ଅନଗାରିକା ଏବଂ ଧର୍ମପାଳ ଶ୍ରୀଲଙ୍କାରୁ ଭାରତକୁ ଯାତ୍ରା କରିଥିଲେ । ଆପଣମାନେ ହିଁ ଆମକୁ ଆମ ମୂଳଦୁଆ ସହିତ ପରିଚୟ କରାଇବାରେ ସହାୟକ ହୋଇଛନ୍ତି । ବୌଦ୍ଧ ଐତିହ୍ୟକୁ ସଂରକ୍ଷିତ କରି ରଖିବାରେ ସଫଳ ହୋଇଥିବାରୁ ସାରା ବିଶ୍ୱ ଶ୍ରୀଲଙ୍କା ନିକଟରେ ଋଣୀ ହୋଇ ରହିବ । ବୌଦ୍ଧ ଧର୍ମର ଅବିଚ୍ଛିନ୍ନ ଐତିହ୍ୟକୁ ପାଳନ କରିବାର ଦିନ ହେଉଛି ବୈଶାଖ । ଏହି ଐତିହ୍ୟ ଶହ ଶହ ବର୍ଷ ଏବଂ ପିଢ଼ି ପରେ ପିଢ଼ି ଧରି ଆମ ସମାଜକୁ ଏକତ୍ର କରି ରଖିଛି ।

ବନ୍ଧୁଗଣ,

ମହାଗୁରୁଙ୍କ ସମୟରୁ ହିଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବନ୍ଧୁତାର ମୂଳଦୁଆ ପ୍ରତିଷ୍ଠା ହୋଇଥିଲା । ଆମ ସମ୍ପର୍କରେ ବୁଦ୍ଧ ଧର୍ମର ଏକ ଦୀର୍ଘସ୍ଥାୟୀ ପ୍ରଭାବ ରହିଛି । ପଡ଼ୋଶୀ ଭାବେ ଆମର ସମ୍ପର୍କ ବିଭିନ୍ନ ସ୍ତର ଦେଇ ପରିବ୍ୟାପ୍ତ ହୋଇଛି । ବୌଦ୍ଧଧର୍ମର ମୂଲ୍ୟବୋଧ ଏବଂ ଆମର ସହଭାଗୀ ଭବିଷ୍ୟତର ସମ୍ଭାବନା ଉପରେ ଆମ ସମ୍ପର୍କର ଦୃଢ଼ତା ପ୍ରତିଷ୍ଠିତ ହୋଇଛି । ଆମର ବନ୍ଧୁତା ଆମ ଲୋକମାନଙ୍କ ହୃଦୟରେ ଏବଂ ସମାଜର ଆବରଣରେ ରହିଛି ।

ବୌଦ୍ଧ ଐତିହ୍ୟକୁ ସମ୍ମାନ ଜଣାଇବା ଏବଂ ଆମର ସମ୍ପର୍କକୁ ଆହୁରି ଗଭୀର କରିବା ଉଦ୍ଦେଶ୍ୟରେ ମୁଁ ଆନନ୍ଦର ସହ ଘୋଷଣା କରୁଛି ଯେ ଚଳିତ ବର୍ଷ ଅଗଷ୍ଟରୁ କଲୋମ୍ବୋରୁ ବାରାଣାସୀ ମଧ୍ୟରେ ଏଆର ଇଣ୍ଡିଆ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ କରାଯିବ ।

ଏହାଦ୍ୱାରା ମୋର ଶ୍ରୀଲଙ୍କାର ଭାଇ ଓ ଭଉଣୀମାନେ ବୁଦ୍ଧଙ୍କ ଭୂମିକୁ ସହଜରେ ଭ୍ରମଣ ଯାଇପାରିବେ ଏବଂ ସିଧାସଳଖ ଶ୍ରାବତ୍ସୀ, କୁଶୀନଗର, ସଙ୍କାସ, କୌଶାମ୍ବୀ ଏବଂ ସାରନାଥକୁ ଯାଇପାରିବେ । ମୋର ତାମିଲ ଭାଇ ଓ ଭଉଣୀମାନେ ମଧ୍ୟ ସିଧାସଳଖ କାଶୀ ବିଶ୍ୱନାଥଙ୍କ ଭୂମି ବାରାଣାସୀ ଯାଇପାରିବେ । 

ସମ୍ମାନନୀୟ ଭୀକ୍ଷୁଗଣ, ମହାମହୀମ ଏବଂ ବନ୍ଧୁଗଣ,

ମୋର ବିଶ୍ୱାସ ଯେ ଶ୍ରୀଲଙ୍କା ସହିତ ଆମ ସମ୍ପର୍କର ଅପୂର୍ବ ମୁହୂର୍ତରେ ଆମେ ରହିଛୁ । ବିଭିନ୍ନ କ୍ଷେତ୍ରରେ ଆମ ଭାଗିଦାରୀତା ଆହୁରି ଉପରକୁ ଯିବାର ଭରପୂର ସୁଯୋଗ ରହିଛି । ଆମର ଉନ୍ନତି ଏବଂ ସଫଳତାରେ ଆମର ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମର ଶ୍ରୀଲଙ୍କା ଭାଇ ଓ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଲାଗି ଆମେ ପ୍ରତିଶ୍ରୁତିବଦ୍ଧ । ସକାରାତ୍ମକ ପରିବର୍ତନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲାଗି ଆମେ ନିବେଶ ଜାରି ରଖିବୁ ଯାହା ଆମର ବିକାଶମୂଳକ ସହଯୋଗକୁ ଆହୁରି ସୁଦୃଢ଼ କରିବ ।

ଜ୍ଞାନ, ଦକ୍ଷତା ଏବଂ ସମୃଦ୍ଧି ଆଦାନପ୍ରଦାନ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇପାରିବ । ବାଣିଜ୍ୟ ଏବଂ ନିବେଶରେ ଆମେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ।

ଆମେ ବିଶ୍ୱାସ କରୁଛି ଆମର ଆପୋଷ ଲାଭ ପାଇଁ ସୀମାପାର ବ୍ୟବସାୟ, ନିବେଶ, ଟେକ୍ନୋଲୋଜି ଏବଂ ଜ୍ଞାନର ଆଦାନପ୍ରଦାନ ସହାୟକ ହୋଇପାରିବ । ଭାରତର ଦ୍ରୁତ ଅଭିବୃଦ୍ଧି ସମଗ୍ର ଅଞ୍ଚଳ ପାଇଁ ବିଶେଷ କରି ଶ୍ରୀଲଙ୍କା ପାଇଁ ଲାଭଜନକ ହେବ । ଭିତିଭୂମି ଏବଂ ଯୋଗାଯୋଗ, ପରିବହନ ଏବଂ ଶକ୍ତି କ୍ଷେତ୍ରରେ ଆମର ସହଯୋଗ ଜାରି ରଖିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ । ଆମର ବିକାଶ ଭାଗିଦାରୀତା ମାନବୀୟ କାର୍ଯ୍ୟର ବିଭିନ୍ନ କ୍ଷେତ୍ର ଯେପରିକି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପୁନଃଥଇଥାନ, ପରିବହନ, ଶକ୍ତି, ସଂସ୍କୃତି, ଜଳ, ଆବାସ, କ୍ରୀଡ଼ା ଏବଂ ମାନବ ସମ୍ବଳ ଆଦିକୁ ପରିବ୍ୟାପ୍ତ ।

ଆଜି, ଶ୍ରୀଲଙ୍କା ସହ ଭାରତର ବିକାଶ ସହଯୋଗ 2.6 ବିଲିୟନ ଆମେରିକୀୟ ଡଲାରରେ ପହଂଚିଛି । ଲୋକମାନଙ୍କ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରାପଦ ଭବିଷ୍ୟତ ପାଇଁ ଶ୍ରୀଲଙ୍କାକୁ ସହଯୋଗ ଜାରି ରହିବ । କାରଣ ଶ୍ରୀଲଙ୍କାର ଲୋକମାନଙ୍କ ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ସହିତ 125 କୋଟି ଭାରତୀୟଙ୍କ ଉନ୍ନତି ଯୋଡ଼ି ହୋଇ ରହିଛି । କାରଣ ସ୍ଥଳଭାଗରେ ହେଉ କିମ୍ବା ଭାରତ ମହାସାଗରର ଜଳଭାଗରେ ହେଉ ଆମ ସମାଜର ସୁରକ୍ଷା ଅବିଭାଜ୍ୟ । ରାଷ୍ଟ୍ରପତି ସିରିସେନା ଏବଂ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ସହ ମୋର ଆଲୋଚନା ସମୟରେ କେବଳ ସାର୍ବଜନୀନ ଲାଭ ହାସଲ ଲାଗି ପରସ୍ପର ସହ ହାତ ମିଳାଇବା ଲାଗି ଆମର ଇଚ୍ଛାଶକ୍ତି ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଆପଣଙ୍କ ସମାଜର ସଂହତି ଏବଂ ଉନ୍ନତି ପାଇଁ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ଭାରତ ଆପଣମାନଙ୍କୁ ଆପଣଙ୍କ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସର୍ବଦା ସହଯୋଗ ଯୋଗାଇଦେବ ।

ସମ୍ମାନନୀୟ ଭୀକ୍ଷୁଗଣ, ମହାମହୀମ ଏବଂ ବନ୍ଧୁଗଣ,

ଅଢ଼େଇ ହଜାର ବର୍ଷ ତଳେ ଭଗବାନ ବୁଦ୍ଧଙ୍କ ଉପଦେଶ ମଧ୍ୟମ ପ୍ରତିପଦା, ମଧ୍ୟମ ମାର୍ଗର ଚୟନ, ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଆଜି ବି ସେତିକି ଗୁରୁତ୍ୱ ବହନ କରୁଛି । ବୁଦ୍ଧଙ୍କ ପ୍ରଦର୍ଶିତ ମଧ୍ୟମ ମାର୍ଗ ଆଜି ଆମକୁ ବିଶେଷ ବାର୍ତା ହେଉଛି । ଏହାର ସର୍ବଗ୍ରହିତା ଏବଂ ଚିରନ୍ତନତା ମର୍ମସ୍ପର୍ଶୀ । ଏହା ରାଷ୍ଟ୍ରଗୁଡ଼ିକ ପାଇଁ ଏକଜୁଟ ହେବାର ଶକ୍ତି ଭାବେ କାର୍ଯ୍ୟ କରିଆସିଛି । ଦକ୍ଷିଣ, କେନ୍ଦ୍ରୀୟ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ବୁଦ୍ଧଙ୍କ ଭୂମି ସହ ସେମାନଙ୍କ ସମ୍ପର୍କକୁ ନେଇ ଗର୍ବିତ ।

ବୈଶାଖ ଦିବସର ବିଷୟବସ୍ତୁ ସାମାଜିକ ନ୍ୟାୟ ଏବଂ ଚିରସ୍ଥାୟୀ ବିଶ୍ୱଶାନ୍ତିର ବୁଦ୍ଧଙ୍କ ଉପଦେଶ ସହ ଗଭୀର ସମ୍ପର୍କ ରହିଛି । ବିଷୟବସ୍ତୁ ହୁଏତ’ ସ୍ୱାଧୀନ ଭାବେ ଆସିଥାଇପାରେ । କିନ୍ତୁ ଏହା ଗଭୀର ଭାବେ ଆନ୍ତଃନିର୍ଭରଶୀଳ ଏବଂ ଆନ୍ତଃସଂଯୁକ୍ତ । ସାମାଜିକ ନ୍ୟାୟ ପ୍ରସଙ୍ଗର ଗୋଷ୍ଠୀଗୁଡ଼ିକ ମଧ୍ୟରେ ବିବାଦ ସହ ସମ୍ପର୍କ ରହିଛି । ଲୋଭକୁ ପ୍ରୋତ୍ସାହନ ଦେଉଥିବା ତୃଷ୍ଣା କାରଣରୁ ଏପରି ହେଉଛି । ଲୋଭ କାରଣରୁ ମଣିଷ ଆମର ପ୍ରାକୃତିକ ଆବାସସ୍ଥଳୀ ଉପରେ ଆଧିପତ୍ୟ ବିସ୍ତାର କରିବା ଏବଂ ଏହାକୁ କ୍ଷତି ପହଂଚାଇବା ଲାଗି ଚେଷ୍ଟା କରୁଛି । ସବୁ ଇଚ୍ଛା ପୂରଣ କରିବା ଲାଗି ଆମର ପ୍ରଚେଷ୍ଟା ଗୋଷ୍ଠୀଗୁଡ଼ିକ ମଧ୍ୟରେ ଆୟ ଅସମାନତା ସୃଷ୍ଟି କରିବା ସହ ସାମାଜିକ ସଂହତି ପ୍ରତି କ୍ଷତି ପହଂଚାଉଛି ।

ସମାନ ଭାବେ ରାଷ୍ଟ୍ର ରାଜ୍ୟ ମଧ୍ୟରେ ବିବାଦ କାରଣରୁ ଯେ କେବଳ ବିଶ୍ୱଶାନ୍ତି ପ୍ରତିହତ ହେଉଛି ତାହା ନୁହେଁ କିଛି ଲୋକଙ୍କ ମନୋଭାବ, ଚିନ୍ତାଧାରା, ଘୃଣା ଏବଂ ହିଂସାକୁ ପ୍ରୋତ୍ସାହନ ଦେବା ଦିଗରେ କାର୍ଯ୍ୟ କରିବା ଏହାର ମଧ୍ୟ କାରଣ । ଆମ ଅଂଚଳରେ ଆତଙ୍କବାଦର ବିପଦ ଏହି ବିନାଶକାରୀ ମନୋଭାବର ପ୍ରତିଫଳନ । ଦୁଃଖର କଥା ହେଉଛି ଆମ ଅଂଚଳରେ ଏପରି ବିଚାରାଧାରା ରଖୁଥିବା ଲୋକ ଏବଂ ସେମାନଙ୍କ ସମର୍ଥକମାନେ ଆଲୋଚନା ପାଇଁ ରାଜି ନୁହନ୍ତି ତେଣୁ ସେମାନେ କେବଳ ମୃତ୍ୟୁ ଏବଂ ବିନାଶ କରି ଚାଲିଛନ୍ତି । ସାରା ବିଶ୍ୱରେ ବୃଦ୍ଧି ପାଉଥିବା ହିଂସାର ଉତ୍ତର କେବଳ ବୌଦ୍ଧ ଧର୍ମର ଉପଦେଶରେ ନିହିତ ରହିଛି ବୋଲି ମୁଁ ବିଶ୍ୱାସ କରେ ।

ଏବଂ, କେବଳ ବିବାଦର ଉପସ୍ଥିତିରୁ ପ୍ରାପ୍ତି ସାମୟିକ ଶାନ୍ତି ନୁହେଁ, ଆଲୋଚନା, ସମତା ଏବଂ ନ୍ୟାୟକୁ ପ୍ରୋତ୍ସାହନ ଦେଉଥିବା କରୁଣା ଏବଂ ପ୍ରଜ୍ଞା ଉପରେ ଆଧାରିତ ସକ୍ରିୟ ଶାନ୍ତିର ଆବଶ୍ୟକତା ରହିଛି । ଶାନ୍ତି ଠାରୁ ଅଧିକ ଉଚ୍ଚ ବରଦାନ ନାହିଁ ବୋଲି ବୁଦ୍ଧ କହିଥିଲେ । ବୈଶାଖ ଅବସରରେ ମୁଁ ଆଶା କରୁଛି ଯେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଭଗବାନ ବୁଦ୍ଧଙ୍କ ଆଦର୍ଶର ପ୍ରଚାର କରିବା, ଶାନ୍ତିର ମୂଲ୍ୟବୋଧକୁ ପ୍ରସାର କରିବା, ଆମ ସରକାରଙ୍କ ନୀତି ଏବଂ କାର୍ଯ୍ୟରେ ଆବାସ, ସମାବେଶ ଏବଂ ଦୟା ପ୍ରତିଫଳିତ କରିବା ଦିଗରେ କାର୍ଯ୍ୟ କରିବେ । ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଜାତୀୟ ଏବଂ ବିଶ୍ୱ ଶାନ୍ତି ପାଇଁ ଲୋଭ, ଘୃଣା ଏବଂ ଅଜ୍ଞତା ଭଳି ତିନୋଟି ବିଷକୁ ପରିତ୍ୟାଗ କରିବା ଜରୁରୀ ।  

ସମ୍ମାନନୀୟ ଭୀକ୍ଷୁଗଣ, ମହାମହୀମ ଏବଂ ବନ୍ଧୁଗଣ,

ପବିତ୍ର ବୈଶାଖ ଦିବସ ଅବସରରେ ଆସନ୍ତୁ ଅନ୍ଧକାର ଦୂର କରିବା ଲାଗି ଆଲୋକର ଦୀପ ଜାଳିବା; ନିଜ ଭିତରକୁ ଟିକିଏ ଦେଖିବା ଏବଂ ଅନ୍ୟ କିଛି ନୁହେଁ କେବଳ ସତ୍ୟକୁ ଧାରଣ କରିବା;

ଏବଂ ସାରା ବିଶ୍ୱକୁ ଆଲୋକିତ କରୁଥିବା ବୁଦ୍ଧଙ୍କ ମାର୍ଗରେ ଯିବା ଲାଗି ସମର୍ପିତ ପ୍ରୟାସ କରିବା ।

ଧମ୍ମପଦର 387ତମ ଉପଦେଶ ଅନୁଯାୟୀ :

ଦିବସରେ ସୂର୍ଯ୍ୟ ଉଦ୍ଭାସିତ ହୁଅନ୍ତି,

ରାତ୍ରୀରେ ଚନ୍ଦ୍ରମା ଉଦ୍ଭାସିତ ହୁଏ,

ଶସ୍ତ୍ର ଦ୍ୱାରା ଯୋଦ୍ଧା ଚମକିଥାଏ,

ଧ୍ୟାନ ଦ୍ୱାରା ବ୍ରାହ୍ମଣ ଚମକିଥାନ୍ତି,

କିନ୍ତୁ ଆତ୍ମଜାଗୃତ ମନୁଷ୍ୟ ନିଜର କାନ୍ତି ଦ୍ୱାରା ଦିନ ରାତି ଚମକୁଥାଏ ।

ଆପଣମାନଙ୍କ ସହ ରହିବାର ସମ୍ମାନ ପାଇଥିବାରୁ ଆପଣମାନଙ୍କୁ ପୁଣିଥରେ ଧନ୍ୟବାଦ ।

କାଣ୍ଡି ଠାରେ ଆଜି ଅପରାହ୍ଣରେ ପବିତ୍ର ଦନ୍ତାବଶେଷ ମନ୍ଦିର ଶ୍ରୀ ଦାଲିଦା ମାଲିଗାୱା ଦର୍ଶନ ପାଇଁ ମୁଁ ଇଚ୍ଛୁକ ।

ତିନି ରତ୍ନ ବୁଦ୍ଧ, ଧମ୍ମ ଏବଂ ସଂଘ ଆମକୁ ଆଶୀର୍ବାଦ ଦିଅନ୍ତୁ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds India’s 7.8% GDP growth
August 31, 2026

The Prime Minister, Shri Narendra Modi has termed India’s 7.8% GDP growth in first quarter of FY 2026-27 a “herculean feat”. Shri Modi said that the achievement reflects the collective strength and resilience of the people of India, despite oil price shocks, supply chain disruptions and global uncertainties.

Shri Modi posted on X:

India’s exemplary GDP growth of 7.8% during Q1 of FY 2026-27 is a herculean feat.

The collective strength of our people ensured India delivered such growth despite oil price shocks and supply chain issues in the midst of global uncertainties.

Doomsayers were doomed and India bloomed…yet again!