PM Modi launches several development projects in Nagpur, Maharashtra
Boost to #DigitalIndia: PM Modi launches BHIM Aadhar interface for making payments
Despite facing several obstacles, there was no trace of bitterness or revenge in Dr. Babasaheb Ambedkar: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରର ଦୀକ୍ଷାଭୂମି ଗସ୍ତ କରିଛନ୍ତି । ସେଠାରେ ସେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କୋରାଡି ତାପଜ ଶକ୍ତି କେନ୍ଦ୍ରକୁ ଏକ ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିଥିଲେ । ସେ ମଧ୍ୟ ପାୱାର ଷ୍ଟେସନର ପରିଚାଳନା ନିୟନ୍ତ୍ରଣ କକ୍ଷ ବୁଲି ଦେଖିଥିଲ ।

ମଙ୍କାପୁର ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ସେ ଡିଜିଟାଲ ଫଳକ ଉନ୍ମୋଚନ ପୂର୍ବକ ନାଗପୁରରେ ଆଇଆଇଟି, ଆଇଆଇଏମ ଏବଂ ଏଆଇଆଇଏମଏସର ଆଧାରଶିଳା ରଖିଥିଲେ ।
ଦୀକ୍ଷାଭୁମିଠାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ଭାଗ୍ୟଶାଳୀ ଗ୍ରାହକ ଯୋଜନା ଏବଂ ଡିଜି-ଧନ ବ୍ୟାପାର ଯୋଜନା ଅଧୀନରେ ମେଗା ଡ୍ର ବିଜେତାମାନଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭୀମ ଆଧାରର ଶୁଭାରମ୍ଭ କରିଥିଲେ । ଏହା ହେଉଛି ଅଙ୍ଗୁଳି ଛାପର ବାୟୋମେଟ୍ରିକ ଚିହ୍ନଟ ଆଧାରରେ ଏକ ନଗଦବିହୀନ ଦେୟ ପ୍ରଦାନର ମାଧ୍ୟମ । 

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମ୍ବେଦକର ଜୟନ୍ତୀ ଅବସରରେ ନାଗପୁରରେ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଦୀକ୍ଷାଭୂମିରେ ପ୍ରାର୍ଥନା କରିବାର ସୁଯୋଗ ପାଇଥିବାରୁ ସେ ଗୌରବାନ୍ଵିତ ଅନୁଭବ କରୁଥିବାର ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ଡଃ ଆମ୍ବେଦକରଙ୍କ ମଧ୍ୟରେ ତିଳେ ମାତ୍ର ତିକ୍ତତା କିମ୍ବା ପ୍ରତିହିଂସା ଭାବ ନଥିଲା । ଏହାହିଁ ବାବାସାହେବ ଆମ୍ବେଦକରଙ୍କ ସ୍ୱତନ୍ତ୍ରତା ବୋଲି ସେ ମତ ଦେଇଥିଲେ ।
କୋରାଡି ପାୱାର ଷ୍ଟେସନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଶକ୍ତି କ୍ଷେତ୍ରର ପ୍ରମୁଖ ଗୁରୁତ୍ୱ ରହିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ସରକାର ଅଧିକ ଗୁରୁତ୍ୱ ଦେଉଥିବାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ଭାରତ ସ୍ୱାଧୀନତା ପାଇବା କ୍ଷେତ୍ରରେ ଜନସାଧାରଣଙ୍କ ତ୍ୟାଗ ସମ୍ବନ୍ଧରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ବିଦ୍ୟୁତ, ଜଳ ତଥା ଅନ୍ୟାନ୍ୟ ମୂଳ ସୁବିଧା ଥିବା ନିଜର ଘର ରହିବାର ଆବଶ୍ୟକତା ନେଇ ନିଶ୍ଚିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ, ଭୀମ ଆପ୍ ଦେଶବ୍ୟାପୀ ଅନେକ ବ୍ୟକ୍ତିଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି । ଦୁର୍ନୀତିକୁ ଦୂର କରିବା ପାଇଁ ଡିଜି-ଧନ ଆନ୍ଦୋଳନ ମଧ୍ୟ ଏକ ସଫେଇ ମିଶନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the power of courage and willpower to overcome challenges
March 17, 2026

Prime Minister Shri Narendra Modi shared a Sanskrit Subhashitam today, highlighting the significance of self-confidence and inner strength in conquering life's most difficult obstacles.

The Prime Minister remarked that for an individual filled with courage and resolve, nothing in life is impossible. Shri Modi affirmed that we can overcome the most difficult challenges on the strength of willpower and self-confidence.

The Prime Minister wrote on X;

"जो व्यक्ति साहस और संकल्प से भरा हो, उसके लिए जीवन में कुछ भी असंभव नहीं। आत्मविश्वास और इच्छाशक्ति के बल पर हम कठिन से कठिन चुनौतियों को पार कर सकते हैं।

एकोऽपि सिंहः साहस्रं यूथं मथ्नाति दन्तिनाम् ।
तस्मात् सिंहमिवोदारमात्मानं वीक्ष्य सम्पतेत्॥"

Just as one lion has the power to defeat a thousand elephants, in the same way a person should engage in noble actions fearlessly, with courage, confidence, and inner strength like a lion.