PM Modi interacts with Indian community in Israel, thanks PM Netanyahu for the warm reception
Though diplomatic relations between India & Israel are only 25 years old, yet our ties go back several centuries: PM Modi
India-Israel relationship based on shared traditions, culture, trust and friendship: PM
Science, innovation and research would be the foundation of ties between India and Israel in the future: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରବାସୀ ଭାରତୀଙ୍କୁ ଉଦ୍ବୋଧନ ଦେଇଥିଲେ ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ଆସିଥିବା ଏବଂ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଇସ୍ରାଏଲ ପହଞ୍ଚିଥିବା କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।

ତାଙ୍କ ଗସ୍ତ ସମୟରେ ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଅଭିବାଦନ ଜଣାଇଥିଲେ  ।

ସେ କହିଥିଲେ ଯେ ଯଦିଓ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମାତ୍ର 25 ବର୍ଷ ପୁରୁଣା, ତଥାପି ଶହ ଶହ ବର୍ଷ ଧରି ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ରହିଆସିଛି । ସେ ଶୁଣିଛନ୍ତି ଯେ ତ୍ରୟୋଦଶ ଶତାବ୍ଦୀରେ ଭାରତୀୟ ସୁଫି ସନ୍ଥ ବାବା ଫରିଦ ଜେରୁଜେଲମ ଆସିଥିଲେ ଏବଂ ଏଠାକାର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ସମ୍ପର୍କ ଅନେକ ପରମ୍ପରା, ସଂସ୍କୃତି, ବିଶ୍ୱାସ ଏବଂ ବନ୍ଧୁତା ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଥିଲେ । ଭାରତ ଏବଂ ଇସ୍ରାଏଲରେ ପାଳିତ ହେଉଥିବା କେତେକ ପର୍ବପର୍ବାଣିରେ ସାମଞ୍ଜସ୍ୟ ରହିଥିବା ସେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ହୋଲି ଏବଂ ପୁରିମ୍ ଏବଂ ଦିପାବଳି ଓ ହନୁକାହ୍ ମଧ୍ୟରେ ସାମଞ୍ଜସ୍ୟ ରହିଥିବା ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଇସ୍ରାଏଲର ପ୍ରଶଂସନୀୟ ପ୍ରଯୁକ୍ତି ବିକାଶ, ବୀରତ୍ୱର ଦୀର୍ଘସ୍ଥାୟୀ ପରମ୍ପରା ଏବଂ ଦେଶପାଇଁ ପ୍ରାଣବଳି ଦେବାର ଉତ୍ସାହକୁ ପ୍ରଶଂସା କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହାଇଫାର ମୁକ୍ତି ପାଇଁ ଭାରତୀୟ ସୈନିକମାନଙ୍କ ଉଲ୍ଲେଖନୀୟ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ । ଭାରତ ଏବଂ ଇସ୍ରାଏଲ ସମାଜ ପ୍ରତି ଭାରତୀୟ ଇହୁଦୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଇସ୍ରାଏଲରେ ନବସୃଜନ ତଥା ନବୋନ୍ମେଷର ଉତ୍ସାହକୁ ପ୍ରଶଂସା କରିବା ସହ ଭୂ-ତାପଜ(Geo-Thermal) ବିଦ୍ୟୁତ, ସୌର ପାନେଲ୍, କୃଷି-ଜୈବପ୍ରଯୁକ୍ତି କୌଶଳ ଏବଂ ସୁରକ୍ଷା କ୍ଷେତ୍ରରେ ଇସ୍ରାଏଲ ବ୍ୟାପକ ଅଗ୍ରଗତି କରିଥିବା କହି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ନିକଟ ଅତୀତରେ ଭାରତରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମ୍ୟକ ଆଲୋକପାତ କରିଥିଲେ । GST ବ୍ୟବସ୍ଥାର ପ୍ରଚଳନ, ସ୍ଵଚ୍ଛ ଓ ପାରଦର୍ଶୀ ଢଙ୍ଗରେ ପ୍ରାକୃତିକ ସମ୍ବଳର ନିଲାମ, ବୀମା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଏବଂ ଦକ୍ଷତା ବିକାଶ ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର 2022 ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଭାରତରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବା ପାଇଁ ଇସ୍ରାଏଲର ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ବିଜ୍ଞାନ, ନବୋନ୍ମେଷ ଏବଂ ଗବେଷଣା  ଭବିଷ୍ୟତରେ ଭାରତ ଏବଂ ଇସ୍ରାଏଲ ସମ୍ପର୍କର ଆଧାର ହେବ  ।

ଆଜି ଦିନର ପ୍ରାରମ୍ଭରେ ସେ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ବାଳକ ମୋଶ ହୋଲଜ୍ବର୍ଗଙ୍କୁ ଭେଟିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ  ।

ଇସ୍ରାଏଲରେ ବାଧ୍ୟତାମୂଳକ ସେନା ଚାକିରି କରିଥିଲେ ସୁଦ୍ଧା ଭାରତୀୟ ସମ୍ପ୍ରଦାୟର ଇହୁଦୀ ଲୋକମାନଙ୍କୁ ଓସିଆଇ କାର୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ଇସ୍ରାଏଲରେ ଭାରତୀୟ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ଦିଲ୍ଲୀ, ମୁମ୍ବାଇ ଏବଂ ତେଲ ଆଭିଭ୍ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ବ୍ୟବସ୍ଥା ହେବ  ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India