PM Narendra Modi addresses the National Youth Day in Greater Noida via video conferencing
Our ISRO scientists have made us proud yet again, ISRO today created a century in satellite launching: PM
Our strides in space will help our citizens & enhance our development journey, says PM Modi
People say today's youth don't have patience, in a way this factor becomes a reason behind their innovation: PM
I had called for organising mock parliaments in our districts, such mock parliaments will further the spirit of discussion among our youth, says the PM

 ସର୍ବପ୍ରଥମେ ମୁଁ ସମସ୍ତ ଦେଶବାସୀଙ୍କୁ ଆମର ବୈଜ୍ଞାନିକମାନଙ୍କର ଆଉ ଏକ ବଡ ଉପଲବ୍ଧିକୁ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ବର୍ତ୍ତମାନଠାରୁ କିଛି ସମୟ ପୂର୍ବରୁ ଇସ୍ରୋ ପିଏସଏଲଭି-ସି 40ର ସଫଳ ପ୍ରକ୍ଷେପଣ କରିଛି । ପିଏସଏଲଭି ଦ୍ୱାରା କାର୍ଟୋସାଟ୍-2 ସିରିଜର ଉପଗ୍ରହ ସମେତ ମୋଟ 31ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପିତ କରାଯାଇଛି । ଏଥିରୁ 28ଟି ଉପଗ୍ରହ ହେଉଛି ଅନ୍ୟ ଦେଶର । ଆଜି ଇସ୍ରୋ ଆଉ ଏକ ରେକର୍ଡ କରିଛି । ଆଜି ଇସ୍ରୋ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଶତକ ଅର୍ଜନ କରିଛି ।

ଇସ୍ରୋର ଆଜିର ସଫଳତା ଦ୍ୱାରା ଦେଶର କୃଷକ, ମତ୍ସ୍ୟଜୀବୀ, ବୈଜ୍ଞାନିକଙ୍କୁ ମାଟି (ପୃଥିବୀ) ବିଷୟରେ ସୂଚନା ମିଳିବାରେ ସାହାଯ୍ୟ ମିଳିବ । ଏହି ସଫଳତା ନିଉ ଇଣ୍ଡିଆର ମାର୍ଗକୁ ଆହୁରି ପ୍ରଶସ୍ତ କରିବ ।

ଆମ ଦେଶର ସମ୍ମାନ ବଢ଼ାଇଥିବା ଏବଂ ଦେଶର ଆର୍ଥିକ ପ୍ରଗତିରେ ଯୋଗଦାନ ଦେଉଥିବା ଇସ୍ରୋର ବୈଜ୍ଞାନିକମାନଙ୍କୁ ମୁଁ ପୁଣି ଥରେ ଶୁଭକାମନା ଜଣାଉଛି ।

ନୂତନ ବର୍ଷରେ, ବିବେକାନନ୍ଦଙ୍କ ଜୟନ୍ତୀରେ, ରାଷ୍ଟ୍ରୀୟ ଯୁବ ଦିବସରେ ଆମର ବୈଜ୍ଞାନିକମାନେ ଦେଶକୁ ଏକ ଅମୂଲ୍ୟ ଉପହାର ଦେଇଛନ୍ତି ।

ସାଥୀଗଣ, ମୋର ଇଚ୍ଛା ଥିଲା କି ପ୍ରତ୍ୟକ୍ଷ ରୂପେ ଆପଣମାନଙ୍କ ସହିତ କଥାବାର୍ତ୍ତା ହୋଇଥାଆନ୍ତି, ଏ ଯେଉଁ କ୍ଷୁଦ୍ର ଭାରତ ଏହି ସମୟରେ ଗ୍ରେଟର ନୋଏଡ଼ାରେ ଏକାଠି ହୋଇଛନ୍ତି, ଏକ ଶ୍ରେଷ୍ଠ ଭାରତର ଭବ୍ୟ ଚିତ୍ର ପ୍ରସ୍ତୁତ କରୁଛି, ଏହି କ୍ଷୁଦ୍ର ଭାରତର ସିଧାସଳଖ ଦର୍ଶନ କରିପାରିଥାନ୍ତି ।

କିନ୍ତୁ କିଛି ବ୍ୟସ୍ତତା ଥିଲା, ସେଥିପାଇଁ ଆପଣଙ୍କ ସହିତ ଟେକ୍ନୋଲଜି ଦ୍ୱାରା ଯୋଡ଼ି ହେଉଛି । ମୋର ପ୍ରୟାସ ରହିଥାଏ କି ଯେବେ ମୁଁ ଏହିଭଳି କାର୍ଯ୍ୟକ୍ରମରେ, ମୁଁ ନିଜେ ପହଂଚିପାରେ ନାହିଁ, ତ ସେଠାରେ କ’ଣ-କ’ଣ ହେଲା, କ’ଣ ଚର୍ଚ୍ଚା ହେଲା, କ’ଣ ପରିଣାମ ବାହାରିଲା, ଏହି ବିଷୟରେ ସମସ୍ତ ସୂଚନା ପ୍ରାପ୍ତ କରିଥାଏ । ଆପଣମାନେ ମଧ୍ୟ ଏହିଠାରେ ଯେଉଁ ଚର୍ଚ୍ଚା-ପରିଚର୍ଚ୍ଚା କରିବେ, ତାହାର ସଂପୂର୍ଣ୍ଣ ସୂଚନା ନେବାର ଚେଷ୍ଟା କରିବି ।

ସାଥୀଗଣ, ଆଜିଠାରୁ ହିଁ ରାଷ୍ଟ୍ରୀୟ ଯୁବ ମହୋତ୍ସବର ମଧ୍ୟ ଶୁଭାରମ୍ଭ ହେଉଛି । ମୁଁ ରାଷ୍ଟ୍ରୀୟ ଯୁବ ପୁରସ୍କାର ପାଇଥିବା ଛାତ୍ର ଏବଂ ସଂସ୍ଥାମାନଙ୍କୁ ଉଚ୍ଚ ପ୍ରଶଂସା କରୁଛି, ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ମୋତେ ଅବଗତ କରାଯାଇଛି କି ଆସନ୍ତା ଚାରି ଦିନ ଧରି ଏଠାରେ ବହୁତ କିଛି କାର୍ଯ୍ୟକ୍ରମ ହେବ, ରାଷ୍ଟ୍ରୀୟ ଯୁବ ସଂସଦର ମଧ୍ୟ ଆୟୋଜନ କରାଯିବ । ମୁଁ ଏଥର ମନ କି ବାତ୍ କହୁଥିବା ସମୟରେ ମଧ୍ୟ ଦେଶର ପ୍ରତ୍ୟେକ ଜିଲ୍ଲାରେ ଛାୟା ସଂସଦର ଆୟୋଜନ କରିବାର ଇଚ୍ଛା ପ୍ରକଟ କରିଥିଲି । ଏହା ହେଉଛି ସେହି ଚିନ୍ତାଧାରାର ଏକ ଶୃଙ୍ଖଳ ଭଳି ।

ନିଉ ଇଣ୍ଡିଆ ବିଷୟରେ ମନ୍ଥନ କରିବାର, ସଂକଳ୍ପ ନେବାର ଏହା ହେଉଛି ପ୍ରକୃଷ୍ଟ ଅବସର । ଏହା ହେଉଛି ୨୨ତମ ମହୋତ୍ସବ ଆଉ ମୁଁ ଚାହିଁବି କି ଯେତେବେଳେ ଆପଣମାନେ ଚର୍ଚ୍ଚା କରିବେ, ତ ଏହି ବିଷୟରେ ମଧ୍ୟ ମନ୍ଥନ ହେଉ କି ଯେତେବେଳେ ୨୫ତମ ଯୁବ ମହୋତ୍ସବ ପାଳନ କରାଯିବ, ତ ତାହାର ସ୍ୱରୂପ କିଭଳି ହେବ । କ’ଣ ସଂକଳ୍ପ ହେବ? ଆମେ ରୂପରେଖ ତିଆରି କରି କେଉଁଠାରେ ପହଂଚିବା ?

ସେହିଭଳିଭାବେ ଯେତେବେଳେ ଦେଶ 2022ରେ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବ, ସେହି ବର୍ଷ ଯୁବ ମହୋତ୍ସବ କେଉଁ ରୂପରେ ପାଳନ କରାଯିବ, ଏହି ବିଷୟରେ ମଧ୍ୟ ଆପଣ ଚର୍ଚ୍ଚା କରନ୍ତୁ ।

ମୋର ବିଶ୍ୱାସ କି ଏହି ଚାରି ଦିନରେ ଆପଣ ସେହି ଅନୁଭବ ଏଠାରୁ ନେଇ କରି ଯିବେ, ଯାହା ସାରା ଜୀବନ ପର୍ଯ୍ୟନ୍ତ ଆପଣଙ୍କୁ ମାର୍ଗ ଦେଖାଇବ, ଆପଣଙ୍କର ମାର୍ଗଦର୍ଶନ କରିବ ।

ମୋର ଯୁବକ ବନ୍ଧୁଗଣ, ଏଥର ମହୋତ୍ସବର ଶୀର୍ଷକ ହେଉଛି ‘ସଂକଳ୍ପରୁ ସିଦ୍ଧି’ । ବିଗତ ୬-୭ ମାସରେ ଆପଣ ଏହି ଶବ୍ଦକୁ ବାରମ୍ବାର ଶୁଣିଥିବେ । ସଂକଳ୍ପରୁ ସିଦ୍ଧି, ଶେଷରେ ଏହା ହେଉଛି କ’ଣ?  ମୋବାଇଲର କୌଣସି ଆପ୍ ନୁହେଁ ତ, କି ଡାଉନଲୋଡ଼୍ କଲେ, ଇନଷ୍ଟଲ କଲେ ଏବଂ ଚାଲିଲା ।

ତେଣୁ ଆଜି ଆପଣମାନଙ୍କ ସହିତ ମୁଁ ସଂକଳ୍ପ ଏବଂ ତାହାର ସିଦ୍ଧି ଉପରେ ହିଁ ବିସ୍ତୃତ ଭାବେ କଥା ହେବି । ଶେଷରେ ସଂକଳ୍ପ ହେଉଛି କ’ଣ? କେଉଁ ଜିନିଷ ସିଦ୍ଧ କରିବାର ଅଛି?

ସାଥୀଗଣ,

2022ରେ ଆମ ଦେଶ ନିଜର ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବ । ଆପଣ ସ୍ୱାଧୀନତାର ଲଢ଼େଇ ବିଷୟରେ କେବଳ ବହିରେ ହିଁ ପଢ଼ିଛନ୍ତି । ମୁଁ ସ୍ୱୟଂ ନିଜେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ବିଷୟରେ କେବଳ ଶୁଣିଛି, ପଢ଼ିଛି, ସେଥିପାଇଁ ହୁଏତ ବୟସର ତାରତମ୍ୟ ହେଉ, କିନ୍ତୁ ଏହି ବିଷୟରେ ଆପଣ ଆଉ ମୁଁ ଅଲଗା ନୁହଁନ୍ତି ।

ମୋର ଯୁବକ ସାଥୀଗଣ, ଆମେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ନାହେଁ, ତେଣୁ ଆମର ବଡ଼ ଦାୟିତ୍ୱ ହେଉଛି ସେହି ସ୍ୱପ୍ନକୁ ପୂରଣ କରିବା, ଯେଉଁ ସ୍ୱପ୍ନ ସେହି ସମୟର ସ୍ୱାଧୀନତା ପ୍ରେମୀ ପାଗଳମାନେ ଦେଖିଥିଲେ ।

ଯେତେବେଳେ ବ୍ରିଟିଶ ପୁଲିସର ବେତ ମାଡ଼ ବର୍ଷଣ ହେଉଥିଲା, ତ ସେହି ସମୟରେ ଅନ୍ଧାରୁଆ କୋଠରୀରେ ସବୁକିଛି ସହ୍ୟ କରିଯାଇ, ଆମର ବୀର ସେନାନୀ ଯେଉଁ ଭାରତର ସ୍ୱପ୍ନ ଦେଖୁଥିଲେ, ସେହି ଭାରତକୁ ତିଆରି କରିବାର ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର । ଯେତେବେଳେ ଆମେ ସେହି କଳ୍ପନାକୁ, ସେହି ସ୍ୱପ୍ନକୁ ନେଇ ବଂଚିବା ତ, ସେମାନଙ୍କର ସ୍ୱପ୍ନର ଭାରତ ପାଇଁ ମଧ୍ୟ ସଂକଳ୍ପ ନେଇ ପାରିବା । ଏଇ ଭାରତ କିଭଳି ହେବ, ନିଉ ଇଣ୍ଡିଆ କିଭଳି ହେବ? ଆଜି ଯେବେ ଆପଣ ସାରାଦିନର କାର୍ଯ୍ୟକ୍ରମ ପରେ ରାତିରେ ଶୋଇବାକୁ ଯିବେ, ତ କିଛି ସମୟ ପାଇଁ ଚିନ୍ତା କରିବେ ।

ଚିନ୍ତା କରିବେ କି ଆପଣଙ୍କ ଆଖ ପାଖରେ ଏଭଳି କ’ଣ ହେଉଛି ଯାହାକୁ ଆପଣ ବଦଳାଇବାକୁ ଚାହୁଁଛନ୍ତି ।

ଏଭଳି କେଉଁ ବ୍ୟବସ୍ଥା ରହିଛି, ଯାହା ବିଷୟରେ ଆପଣ ସଦାସର୍ବଦା ଚିନ୍ତା କରୁଛନ୍ତି କି-ଏହା ଠିକ୍ ନୁହେଁ, ହୁଏତ ଏହି ସ୍ଥିତି ବଦଳିଯାଉ!!! ଯେତେବେଳେ ଆପଣ ଟ୍ରେନରେ ଏଠାକୁ ଆସୁଥିବେ, ସ୍କୁଲରେ, କଲେଜରେ, ଘରେ, ସାହିରେ ଯେତେବେଳେ ମଧ୍ୟ ଆପଣ ଚିନ୍ତା କରିଥିବେ କି ଏହା ଠିକ୍ ନୁହେଁ, ଏହା ତ ବଦଳିବା ଦରକାର, ସେହି କଥାକୁ ଆଜି ପୁଣିଥରେ ଚିନ୍ତା କରିବେ । ଥରେ ଯେଉଁ ଜିନିଷଗୁଡ଼ିକ ଆସି ଚାଲିଯାଏ, ସେହି କଥାଗୁଡ଼ିକୁ ଦ୍ୱିତୀୟ ଥର ପାଇଁ ଚିନ୍ତା କରିବେ, ବିବେକାନନ୍ଦ ମହାତ୍ମାଙ୍କୁ ସ୍ମରଣ କରନ୍ତୁ, ମୁଁ ବିଶ୍ୱାସର ସହିତ କହୁଛି କି ଯେଉଁ ଜିନିଷଗୁଡ଼ିକୁ ଆପଣ ଅନୁଭବ କରିଛନ୍ତି, ଯେଉଁ କଥାଗୁଡ଼ିକ ଦ୍ୱାରା ଆପଣଙ୍କୁ କଷ୍ଟ ହୋଇଛି, ଯାହାକୁ ବଦଳିବା ପାଇଁ ଆପଣଙ୍କ ମନ ଭିତରେ ଏକ ବିଚାର ସୃଷ୍ଟି ହୋଇଛି, ଯଦି ଆଜି ରାତିରେ ଆପଣ ସେହି କଥା ସହିତ ଯୋଡ଼ି ହୋଇଯିବେ ତ ସେହି ଇଚ୍ଛାଶକ୍ତି ଏକ ସଂକଳ୍ପ ହୋଇଯିବ । ଆଜି 12 ଜାନୁୟାରୀର ରାତିରେ ସେହି କଥା, ଆପଣଙ୍କ ପାଇଁ ସଂକଳ୍ପ ହେବ, ଆପଣଙ୍କର ସଂକଳ୍ପ ହେବ । ସଂକଳ୍ପ କାହାକୁ ଜଣାଇବା ପାଇଁ ନୁହେଁ, ହୋ-ହଲ୍ଲା କରିବା ପାଇଁ ନୁହେଁ, ବରଂ ଏ ସଂକଳ୍ପ ଆପଣଙ୍କ ନିଜ ପାଇଁ ହେବ, 13 ଜାନୁୟାରୀର ନୂତନ ସକାଳରୁ, ନୂଆ ଭାବରେ କାମ କରିବା ପାଇଁ ହେବ ।

ସାଥୀଗଣ, ଆପଣ ଏବେ ଯେଉଁ ବିଶ୍ୱବିଦ୍ୟାଳୟର ପରିସରରେ ଅଛନ୍ତି, ତାହାର ନାମ ଗୌତମ ବୁଦ୍ଧଙ୍କ ଉପରେ ରହିଛି । ଆପଣ ଯେଉଁ ସହରରେ ଅଛନ୍ତି-ଗ୍ରେଟର ନୋଏଡ଼ା-ତାହାର ନାମ ମଧ୍ୟ ହେଉଛି ଗୌତମ ବୁଦ୍ଧ ନଗର । ଏଥିପାଇଁ ମୁଁ ଆପଣମାନଙ୍କୁ ଗୌତମ ବୁଦ୍ଧଙ୍କ ସହିତ ଯୋଡ଼ି ହୋଇଥିବା ଗୋଟିଏ କାହାଣୀ ଶୁଣାଉଛି । ଛୋଟିଆ ବାକ୍ୟଟିଏ, ବହୁତ ବଡ଼ ନୁହେଁ ।

ଥରେ ଭଗବାନ ବୁଦ୍ଧଙ୍କୁ ତାଙ୍କର ଜଣେ ଶିଷ୍ୟ ପଚାରିଲେ କି ଆପଣଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବା ପ୍ରତ୍ୟେକ ଶିଷ୍ୟଙ୍କୁ ନିର୍ବାଣ ମିଳିଯିବ? ଭଗବାନ ବୁଦ୍ଧ ଉତ୍ତର ଦେଲେ-ନା, କିଛିଙ୍କୁ ମିଳିବ, କିଛିଙ୍କୁ ମିଳିବ ନାହିଁ । ଶିଷ୍ୟ ପଚାରିଲେ- ଏପରି କାହିଁକି? ସେତେବେଳେ ଭଗବାନ କହିଲେ କି ଯିଏ ମୋର ଶିକ୍ଷାଗୁଡ଼ିକୁ ସଠିକ୍ ରୂପେ ବୁଝି ପାରିବେ, ତାଙ୍କୁ ହିଁ ନିର୍ବାଣ ମିଳିବ, ଅନ୍ୟମାନେ ବୁଲୁଥିବେ ।

ସାଥୀଗଣ, ଜଣେ ହିଁ ଗୁରୁଙ୍କଠାରୁ ଆପଣମାନଙ୍କୁ ଗୋଟିଏ ହିଁ ଶିକ୍ଷା ମିଳେ, କିନ୍ତୁ ଆପଣ ତାହାକୁ କିପରି ଗ୍ରହଣ କରନ୍ତି, ଆପଣ ନିଜଠାରେ କ’ଣ ସଂକଳ୍ପ ନେଉଛନ୍ତି, ଏହା ଆପଣଙ୍କର ସଫଳତା ଆଉ ବିଫଳତା ସ୍ଥିର କରିଥାଏ । ଦେଖନ୍ତୁ, ଯେପରି କୌରବ ଆଉ ପାଣ୍ଡବ, ଦୁହିଁଙ୍କର ଗୁରୁ ଜଣେ ହିଁ ଥିଲେ ।

ଦୁହିଁଙ୍କୁ ଗୋଟିଏ ପ୍ରକାରର ଶିକ୍ଷା ମିଳିଲା, କିନ୍ତୁ ଦୁହିଁଙ୍କର ହିଁ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ କେତେ ଭିନ୍ନ ଥିଲା । ଏହା ଏଥିପାଇଁ କାରଣ କୌରବ ଆଉ ପାଣ୍ଡବଙ୍କର ସଂକଳ୍ପ ଅଲଗା-ଅଲଗା ଥିଲା । ଜୀବନ ପଥରେ ଆପଣଙ୍କୁ ମଧ୍ୟ ଶିକ୍ଷା ଦେଲାବାଲା ବହୁତ ଲୋକ ମିଳିବେ, କିନ୍ତୁ ଶିକ୍ଷା ଗ୍ରହଣ କରି କେଉଁ ରାସ୍ତାରେ ଚାଲିବାକୁ ହେବ, କେଉଁ ପ୍ରକାରର ସଂକଳ୍ପ ନେବାକୁ ହେବ, ଏହା କେବଳ ଆପଣଙ୍କୁ ହିଁ ସ୍ଥିର କରିବାକୁ ହେବ ।

ଏହା ତ ଗୌତମ ବୁଦ୍ଧଙ୍କର ଅପ୍ପ ଦୀପୋ ଭବଃର ମଧ୍ୟ ହେଉଛି ସାର ତତ୍ତ୍ଵ । ନିଜେ ନିଜ ଦୀପର ସ୍ୱୟଂ ନିଜେ ଆଲୋକ ହୁଅ । ନିଜର ସଂକଳ୍ପ ସ୍ୱୟଂ ନିଜେ ନିଅ । କେହି ଆପଣଙ୍କୁ ଶପଥ ଦେବା ପାଇଁ ଆସିବେ ନାହିଁ, କେହି ମନେ ପକାଇବାକୁ ମଧ୍ୟ ଆସିବେ ନାହିଁ । ଯାହା କିଛି ମଧ୍ୟ କରିବାର ଅଛି, ଆପଣଙ୍କୁ ନିଜକୁ କରିବାକୁ ହେବ ।

ଭାଇ ଓ ଭଉଣୀମାନେ, ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ- ‘ସେହିମାନେ ହେଉଛି ଯୁବକ ଯିଏ ଅତୀତର ଚିନ୍ତା ନ କରି ନିଜର ଭବିଷ୍ୟତର ଲକ୍ଷ୍ୟ ଦିଗରେ କାମ କରିଥାଏ ।’ ଆପଣ ସମସ୍ତ ଯୁବକ, ଆଜି ଯେଉଁ କାମ କରୁଛନ୍ତି, ତାହା ହିଁ ଦେଶର ଭବିଷ୍ୟତର ମାର୍ଗ ସ୍ଥିର କରିଥାଏ । ଏଥିପାଇଁ ଆପଣ ଆଜି ଯେଉଁ ସଂକଳ୍ପ ନେବେ, ତାହା ସିଦ୍ଧ ହୋଇ ଦେଶକୁ ମଧ୍ୟ ସିଦ୍ଧ କରିବ ।

ଉତ୍ତର ପ୍ରଦେଶର ହିଁ ଜଣେ ପ୍ରସିଦ୍ଧ ଗୀତକାର ଥିଲେ, ଚଳଚିତ୍ରରେ ମଧ୍ୟ ସେ ବହୁତ ଲେଖିଥିଲେ-ଶ୍ରୀମାନ ମଜରୁହ ସୁଲତାନ୍ ପୁରୀ । ତାଙ୍କର ଗୋଟିଏ କବିତା ଥିଲା – ମେଁ ଅକେଲା ହି ଚଲା ଥା ଜାନିବ-ଏ-ମଞ୍ଜିଲ୍ ମଗରଲୋଗ ସାଥ୍ ଆତେ ଗୟେ ଔର କାରୱାଁ ବନତା ଗୟା ।

ସାଥୀଗଣ, ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ଏକୁଟିଆ ଆରମ୍ଭ କରିବାକୁ ପଡ଼ିଥାଏ । ଆପଣଙ୍କ ଲକ୍ଷ୍ୟ ସ୍ୱଚ୍ଛ ହେଉ, ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ, ସାହସ ଦୃଢ଼ ହୋଇଥାଏ ତ ଆପଣଙ୍କ ସହିତ ମନକୁ ମନ ଲୋକ ଯୋଡ଼ି ହୋଇ ଚାଲନ୍ତି । ମୋର ଆଜି ଆପଣଙ୍କଠାରୁ ଏହା ଆଶା ରହିଛି କି ପ୍ରଥମ ପଦକ୍ଷେପ ଉଠାଇବା ପୂର୍ବରୁ , କିଛି ସଂକଳ୍ପ କରି ନୂତନ ଆରମ୍ଭ କରିବା ପୂର୍ବରୁ ବିଚଳିତ ହୁଅନ୍ତୁ ନାହିଁ, କେବଳ ନିଶ୍ଚୟ କରନ୍ତୁ ଆଉ ଚାଲି ପଡ଼ନ୍ତୁ ।

ଆପଣଙ୍କର ଏହି ଯାତ୍ରାରେ ସରକାର ମଧ୍ୟ, ସଂପୂର୍ଣ୍ଣ ହିନ୍ଦୁସ୍ଥାନ ମଧ୍ୟ ସବୁ ପ୍ରକାରରେ ଆପଣଙ୍କ ସହିତ ଠିଆ ହୋଇଛନ୍ତି । ମୁଁ ଚାହୁଁଛି କି ଯେଉଁ ଯୁବକ କିଛି କରି ଯିବା ପାଇଁ ଚାହାଁନ୍ତି, ନିଜ ବଳରେ, ନିଜ ପରିଶ୍ରମରେ, ନିଜର ସ୍ୱପ୍ନ ପୂରଣ କରିବାକୁ ଚାହାଁନ୍ତି, ସେମାନଙ୍କୁ ପ୍ରତ୍ୟେକ ପ୍ରକାରର ସାହାଯ୍ୟ ମିଳିବ ।

ଯେତେବେଳେ ସେ ଆରମ୍ଭ କରିବେ, ତ ତାଙ୍କୁ ବ୍ୟାଙ୍କ ଗ୍ୟାରେଂଟିର ଚିନ୍ତା କରିବାକୁ ନ ପଡ଼ୁ, ଟିକସ ଚିନ୍ତା କରିବାକୁ ନପଡ଼ୁ, ପଚିଶ ପ୍ରକାରର କାଗଜ ପତ୍ର କାମର ଚିନ୍ତା କରିବାକୁ ନପଡ଼ୁ ।

ମୁଁ ଚାହୁଁଛି ମୋ ଦେଶର ଯୁବକ ନିଯୁକ୍ତି ସୃଷ୍ଟିକାରୀ ହେଉ, ନବସୃଜନ ପାଇଁ ଆଗକୁ ଆସୁ ଆଉ ଏଥିପାଇଁ ଏହି ଦିଗରେ କ୍ରମାଗତ କାମ କରାଯାଇଛି । ସାଥୀଗଣ, ଆମ ସରକାର ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ପାଖାପାଖି 10 କୋଟି ଲୋକଙ୍କର ଋଣ ମଞ୍ଜୁର କରି ସାରିଛନ୍ତି । 10 କୋଟିର ପରିସଂଖ୍ୟାନ ବହୁତ ବଡ଼ ହୋଇଥାଏ ।

ଲୋକଙ୍କୁ ବ୍ୟାଙ୍କ ଗ୍ୟାରେଂଟି ବିନା 4ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ଚିନ୍ତା କରନ୍ତୁ, ବ୍ୟାଙ୍କ ଗ୍ୟାରେଂଟି ବିନା, ଏହା ନ ପଚାରି କି ପଇସା କିପରି ଫେରସ୍ତ ଆସିବ, ଋଣ କିପରି ସୁଝାଯିବ, 4ଲକ୍ଷ କୋଟିରୁ ଅଧିକ ଟଙ୍କା ଲୋକଙ୍କୁ ଦିଆଯାଇଛି ।

ଏହି ଟଙ୍କାଦ୍ୱାରା ଗାଁରେ, ବସ୍ତିରେ, ସହରରେ, ପାହାଡିଆ ଅଂଚଳରେ ଲୋକମାନେ ନିଜ ନିଜର ଛୋଟ-ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି । ସେମାନେ ନିଜର ସ୍ୱପ୍ନ ପୂରଣ କରୁଛନ୍ତି । ଏହି ଲୋକମାନେ, ଏହି ଛୋଟ ଆଉ ମଧ୍ୟମ ଧରଣର ଉଦ୍ୟମୀ ଏବେ ନିଜେ ରୋଜଗାର ଦେଲାବାଲା ହୋଇ ଯାଇଛନ୍ତି ।

ଭାଇ ଓ ଭଉଣୀମାନେ, ସରକାରଙ୍କର ଏହି ବଡ଼ ଯୋଜନାର ଆଧାର ହେଉଛି କେବଳ ଗୋଟିଏ । ଆପଣଙ୍କ ଉପରେ, ଦେଶର ଯୁବକଙ୍କ ଉପରେ ଭରସା । ଆମକୁ ବିଶ୍ୱାସ ରହିଛି କି ଏହି ଦେଶର ଯୁବକ ଯେତେବେଳେ ସ୍ଥିର କରିନିଏ, ତ କିଛି ମଧ୍ୟ କରି ଚାଲିଯାଏ । ଉର୍ଜ୍ଜାରେ ଭରି ରହିଥିବା ଏଭଳି ଯୁବକ ଦେଶର ପ୍ରତ୍ୟେକ ମୋଣରୁ ଏଠାରେ ଉପସ୍ଥିତ ଅଛନ୍ତି । କେହି ପାହାଡ଼ରୁ ବାହାରିଥିବା ଛୋଟ ଝରଣାରୁ ବିଜୁଳି ତିଆରି କରୁଛି, କେହି ଆବର୍ଜନାରୁ ବିଜୁଳି ତିଆରି କରୁଛି, କେହି ଆବର୍ଜନାରୁ ଘର ତିଆରି ଜିନିଷ ତିଆରି କରୁଛି, କେହି ଟେକ୍ନୋଲଜିର ବ୍ୟବହାର କରି ଗାଁ ମାନଙ୍କରେ ସ୍ୱାସ୍ଥ୍ୟ ସୁବିଧା ପହଂଚାଉଛନ୍ତି, କେହି ନିଜ କ୍ଷେତରେ ହିଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଲଗାଇଛନ୍ତି । କୋଟି-କୋଟି ଯୁବକ ରାଷ୍ଟ୍ର ନିର୍ମାଣରେ ଦିନରାତି ଏକାଠି କରିଦେଇଛନ୍ତି ।

ଆପଣଙ୍କଠାରେ ସାମର୍ଥ୍ୟ ରହିଛି, ସାହସ ରହିଛି ଆଉ ସଠିକ୍ ଦିଗରେ ଚାଲିବାର ବୁଦ୍ଧିମତ୍ତା ଆପଣଙ୍କ ପାଖରେ ରହିଛି । ଏଥିପାଇଁ ସରକାରଙ୍କର ପ୍ରୟାସ ହେଉଛି ଆପଣଙ୍କ ହାତ ଧରିବାର । କିଛି ସହଯୋଗ, ଆଉ ବଳକା ପାଇଁ ଆପଣ ନିଜେ ହେଉଛନ୍ତି ସକ୍ଷମ ।

ସାଥୀଗଣ, ସରକାର ଏ ଆଡ଼କୁ ମଧ୍ୟ ଧ୍ୟାନ ଦେଉଛନ୍ତି କି ଆଜିର ଆବଶ୍ୟକତାଗୁଡ଼ିକ ହିସାବରେ ଦକ୍ଷତା ପ୍ରଶିକ୍ଷଣ ମିଳି ପାରିବ ।

ଦକ୍ଷତାକୁ ନେଇ ପ୍ରଥମ ଥର ଏ ପ୍ରକାରର ଗମ୍ଭୀରତା କୌଣସି ସରକାର ଦେଖାଇଛନ୍ତି । ନହେଲେ ଆଗରୁ ତ କୌଶଳ ଆଉ ଶିକ୍ଷା ମଧ୍ୟରେ ତଫାତ ପଚାରିଲେ ଲୋକ ଚୁପ୍ ରହି ଯାଉଥିଲେ ।

ଭାଇ ଓ ଭଉଣୀମାନେ, ବହିରେ ପଢ଼ିଥିବା କି ଉଡ଼ାଜାହାଜ କିପରି ଉଡ଼ାଯାଏ, ବହିରେ ତାହାର ସୂକ୍ଷ ଅଂଶକୁ ବୁଝିବା ହେଉଛି ଶିକ୍ଷା, କିନ୍ତୁ ପ୍ରକୃତରେ ଉଡ଼ାଜାହାଜ ଉଡ଼ାଇବା ହେଉଛି କୌଶଳ । କେବଳ ଶିକ୍ଷା ଥିବ କିନ୍ତୁ କୌଶଳ ନଥିବ, ତ ରୋଜଗାର ମିଳିବାରେ କଷ୍ଟ ହୋଇଥାଏ ।

ଏଥିପାଇଁ ଆମେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଛୁ । ଯୁବକଙ୍କୁ ଶିକ୍ଷା ସହିତ ଦକ୍ଷତାର ମଧ୍ୟ ପ୍ରଶିକ୍ଷଣ ମିଳୁ ଏହାର ଧ୍ୟାନ ରଖାଯାଉଛି ।

ଦକ୍ଷତା ବିକାଶ ମିଶନ ମାଧ୍ୟମରେ ଭାରାତର ଲକ୍ଷ-ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି । ସରକାର ସାରା ଦେଶରେ ପ୍ରଧାନମନ୍ତ୍ରୀ ଦକ୍ଷତା କେନ୍ଦ୍ର ସ୍ଥାପନା କରୁଛନ୍ତି । ଭାରତରେ ଅନ୍ତରାଷ୍ଟ୍ରୀୟ ଦକ୍ଷତା କେନ୍ଦ୍ର ମଧ୍ୟ ଖୋଲାଯାଉଛି । ଶହ ଶହ ବହୁମୁଖୀ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଠାନ ଉପରେ ମଧ୍ୟ କାମ ହେଉଛି । ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଯୁବକମାନଙ୍କୁ ଶିକ୍ଷାନବିଶ ଦେଉଥିବା କମ୍ପାନୀଗୁଡ଼ିକୁ ଆର୍ଥିକ ସାହାଯ୍ୟ ଦିଆ ଯାଉଛି । ଶିକ୍ଷାନବିଶ ଯେଉଁ ପଇସା କମ୍ପାନୀଗୁଡ଼ିକ ଛାତ୍ରଙ୍କୁ ଦିଅନ୍ତି, ତାହାର କିଛି ଅଂଶ ସରକାରଙ୍କ ତରଫରୁ କମ୍ପାନୀ ଗୁଡ଼ିକୁ ଦିଆଯାଉଛି ।

ଜାତୀୟ ଶିକ୍ଷାନବିଶ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ପାଖାପାଖି 7ଲକ୍ଷ ଯୁବକଙ୍କ ପଞ୍ଜିକରଣ କରାଯାଇ ସାରିଛି । ଆଗାମୀ ଦୁଇ-ତିନି ବର୍ଷରେ 50ଲକ୍ଷ ଯୁବକଙ୍କୁ ଶିକ୍ଷାନବିଶ ପ୍ରଶିକ୍ଷଣ ଦେବା ପାଇଁ  ସରକାରଙ୍କ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ଯୁବ ଯୋଜନା ମାଧ୍ୟମରେ ମଧ୍ୟ ତିନି ହଜାରରୁ ଅଧିକ ସଂସ୍ଥାନ ଗୁଡ଼ିକରେ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବାର କାମ ଚାଲୁ ରହିଛି ।

ସରକାରଙ୍କର ଏହି ଚେଷ୍ଟା ରହିଛି କି ଆପଣ ଯୁବକମାନେ ହିଁ ଦେଶର ଆବଶ୍ୟକତା, ଆମର ଏଠାକାର ଉଦ୍ୟୋଗଗୁଡ଼ିକର ଆବଶ୍ୟକତା ହିସାବରେ ପ୍ରଶିକ୍ଷଣ ମିଳୁ । ଭାରତ ବାହାରର ଦେଶମାନଙ୍କରେ କେଉଁ ପ୍ରକାରର ଆବଶ୍ୟକତା ରହିଛି, ତାହାକୁ ମଧ୍ୟ ଧ୍ୟାନରେ ରଖି ଲୋକଙ୍କର ଦକ୍ଷତା ବିକାଶ କରାଯାଉଛି ।

ସାଥୀଗଣ, ମୋର ଦେଶର ଯୁବକଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି, ଦେଶର ଯୁବଶକ୍ତି, ଯୁବ ଉର୍ଜ୍ଜା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଦେଶର ସ୍ୱପ୍ନ ଯଦି କେଉଁଠି ବସା ବାନ୍ଧି ରହିଥାଏ ତ ଦେଶର ଯୁବକଙ୍କ ହୃଦୟରେ ରହିଥାଏ । ସେଥିପାଇଁ ଆମେ ତା’ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ ।

ସାଥୀଗଣ, କିଛି ଲୋକ କହୁଛନ୍ତି କି ଆଜିର ଯୁବକ ପାଖରେ ଧୈର୍ଯ୍ୟ ନାହିଁ ।

ମୁଁ କହୁଛି କି ଏହି କଥା ଆଜି ପିଢିର ଯୁବକଙ୍କ ପାଇଁ, ତାଙ୍କ ଭିତରେ ନବସୃଜନର କାରଣ ହୋଇ ଯାଇଥାଏ ।

ଜୀବନରେ ଧୈର୍ଯ୍ୟ ରହିବା ଆବଶ୍ୟକ, ଅଧୀର ଜୀବନ ମଧ୍ୟ ଠିକ୍ ନୁହେଁ, କିନ୍ତୁ ଏଭଳି ମଧ୍ୟ ଧୈର୍ଯ୍ୟ ନ ରହିବା ଦରକାର କି ମଣିଷ ନୂତନ କିଛି ଚିନ୍ତା କରି ହିଁ ପାରିବ ନାହିଁ, ଜୀବନ ବିଲକୁଲ ସ୍ଥିର ହୋଇ ରହିଯିବ ।

ଧୈର୍ଯ୍ୟ ନାହିଁ, ଏଥିପାଇଁ ଆଜିର ଯୁବକ ଅଧିକ ଦ୍ରୁତ ଗତିରେ କାମ କରୁଛନ୍ତି, ନବସୃଜନ କାମ କରୁଛନ୍ତି ଆଉ ପରିଣାମ ମଧ୍ୟ ଆଣୁଛନ୍ତି ।

ସ୍ୱଚ୍ଛ ଭାରତ ମିଶନ ହେଉ, ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ହେଉ, ବର୍ଜ୍ୟରୁ ସଂପଦ / ଆବର୍ଜନାରୁ ସମ୍ପଦ ହେଉ, ଆପଣଙ୍କ ନବସୃଜନ ସାମାଜିକ ସରକାରଙ୍କ ସହିତ ଯୋଡ଼ି ହୋଇଛି । ଆପଣଙ୍କ ଆଖପାଖରେ ଯେଉଁ ସମସ୍ୟା ରହିଛି, ଆହ୍ୱାନ ରହିଛି, ତାକୁ ଆପଣଙ୍କ ଠାରୁ ଅଧିକ ଭଲ ଭାବରେ ଆଉ କେହି ବୁଝି ପାରିବେ ନାହିଁ । ନବସୃଜନର ଆପଣଙ୍କର ଏହି କ୍ଷମତାକୁ ଧ୍ୟାନରେ ରଖି ସରକାର ଅଟଳ ନବସୃଜନ ମିଶନ୍ ଆରମ୍ଭ କରିଛନ୍ତି । ଦେଶର ସ୍କୁଲମାନଙ୍କରେ, କଲେଜମାନଙ୍କରେ ନବସୃଜନର ପରିବେଶ-ଅନୁକୂଳ କରିବା ଉପରେ ଜୋର ଦିଆଯାଉଛି । ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଉତ୍ସାହ ବଢ଼ାଇବା ପାଇଁ ଆଉ ତାଙ୍କର ସୃଜନଶୀଳତାକୁ ସଠିକ୍ ମଞ୍ଚ ଦେବା ପାଇଁ ଦେଶ ସାରା ପାଖାପାଖି ଅଢ଼େଇ ହଜାରରୁ ଅଧକ Atal Tinkering Labsକୁ ମଂଜୁରି ଦିଆଯାଇଛି ।

ବିନିର୍ମାଣ ପରିବହନ, ଶକ୍ତି, କୃଷି, ଜଳ ଏବଂ ପରିମଳ ଭଳି କ୍ଷେତ୍ରରେ ନବସୃଜନ-ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବା ପାଇଁ ଅଟଳ ଅଙ୍କୁର କେନ୍ଦ୍ର ମଧ୍ୟ ଖୋଲା ଯାଉଛି ।

ଏହି କେନ୍ଦ୍ର ନୂତନ ଷ୍ଟାର୍ଟ ଅପ୍କୁ ଆର୍ଥିକ ସହାୟତା ମଧ୍ୟ ଦେବେ ଆଉ ସଠିକ୍ ମାର୍ଗ ମଧ୍ୟ ଦେଖାଇବେ ।

ଭାଇ ଓ ଭଉଣୀମାନେ, ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତରେ ହେଉଛି ଷ୍ଟାର୍ଟ ଅପ୍ ବିପ୍ଳବରୁ ଆଧାର ହେଉଛି । ସରକାର 10ହଜାର କୋଟି ଟଙ୍କାର ଷ୍ଟାର୍ଟ ଅପ୍ ପାଣ୍ଠି ଗଠନ କରିଛନ୍ତି ।

ନୂତନ ଷ୍ଟାର୍ଟ ଅପ୍କୁ କ୍ରେଡିଟ୍ ଗ୍ୟାରେଂଟି ଦିଆଯାଉଛି, ଟିକସରେ ଛାଡ଼ ଦିଆଯାଉଛି । ସେ ନିଜର ନବସୃଜନର ପେଟେଣ୍ଟ କରିପାରିବେ, ଏଥିପାଇଁ ସରକାରଙ୍କ ତରଫରୁ ସେମାନଙ୍କୁ ଆଇନଗତ ସହାୟତା ମଧ୍ୟ ଦିଆଯାଉଛି ।

ମୁଁ ଏ ସମସ୍ତ ସୂଚନା ଆପଣଙ୍କୁ ଏଥିପାଇଁ ମଧ୍ୟ ଦେଉଛି କାରଣ କଲେଜରୁ ପଢ଼ି ବାହାରିବା ପରେ ଏହି ସୂଚନା ଆପଣମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ।

ଆଜି ଆପଣମାନେ ଯେଉଁ ସଂକଳ୍ପ ନେବେ, ତାହାକୁ ସିଦ୍ଧି କରିବାରେ ଏହି ସୂଚନା ଆପଣମାନଙ୍କୁ ସାହାଯ୍ୟ କରିବ । ପଢ଼ୁଥିବା ସମୟରେ ହିଁ ଆପଣଙ୍କୁ ଷ୍ଟାର୍ଟ ଅପ୍ ଆରମ୍ଭ କରିବାରେ କେହି ରୋକି ପାରିବେ ନାହିଁ, ନିଜର କମ୍ପାନୀ ଖୋଲିବାରେ କେହି ରୋକିବେ ନାହିଁ । ସେହି ସମୟରେ ଆପଣଙ୍କୁ ସରକାରଙ୍କର ଏହି ପଦକ୍ଷେପରୁ ସାହାଯ୍ୟ ମିଳିବ ।

ଭାଇ ଓ ଭଉଣୀମାନେ, ଦୁନିଆରେ ପ୍ରତ୍ୟେକ ଲୋକ ସୁବିଧା ପାଇଲେ ହିଁ ଆଗକୁ ବଢ଼ିଛନ୍ତି, ଏପରି ଭାବିବା ଜରୁରୀ ନୁହେଁ । ସଂଘର୍ଷ କରି ମଧ୍ୟ ଲୋକ ଆଗକୁ ବଢ଼ନ୍ତି । ଆଜି କେତେ ହିଁ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରୁ ଯାଇଥିବା ଯୁବକ ଚଲଉଛନ୍ତି । ସେମାନେ କମ୍ପାନୀର ପ୍ରେସିଡେଣ୍ଟ ଅଛନ୍ତି, ଚେୟାରମେନ ଅଛନ୍ତି, ସିଇଓ ଅଛନ୍ତି । ଏହି କମ୍ପାନୀଗୁଡ଼ିକରେ ସେମାନଙ୍କର କାମର ଶକ୍ତିକୁ ଦେଖିଛନ୍ତି । କ’ଣ ସେ ସିଧାସଳଖ ସେଠାରେ ପହଂଚିଛନ୍ତି? ନାଇଁ । କ’ଣ ରାଜନୈତିକ ବଂଶବାଦ ଭଳି ଉପାୟରେ ସେମାନଙ୍କୁ ସିଧାସଳଖ ସେହି ବଡ଼ ପଦ ମିଳିଛି? ନାଇଁ । ସେମାଦେ ପରିଶ୍ରମ କରିଛନ୍ତି, ସଂଘର୍ଷ କରିଛନ୍ତି, ସ୍ୱପ୍ନ ଦେଖିଛନ୍ତି, କଷ୍ଟ ଉଠାଇଛନ୍ତି, ଦିନ ରାତି ଝାଳ ବୁହାଇଛନ୍ତି, ତେବେ ଯାଇ ସେଠାରେ ପହଂଚିଛନ୍ତି ।

ଭାରତର ଯୁବକଙ୍କ ନିକଟରେ ଏହି ସାମର୍ଥ୍ୟ ରହିଛି କି ସେ ଯେଉଁଠାକୁ ମଧ୍ୟ ଯାଇଛି, ନିଜର ଏବଂ ନିଜ ଦେଶର ନାଁ କୁ ଉଜ୍ଜ୍ୱଳ କରିଛି । ଆପଣ ଦେଖିଛନ୍ତି, ଦୁଇ ଦିନ ପୂର୍ବରୁ ହିଁ ଆଂଚଲ ଠାକୁର ଭାରତକୁ ସ୍କିଇଙ୍ଗରେ ଏ ପର୍ଯ୍ୟନ୍ତର ପ୍ରଥମ ଅନ୍ତରାଷ୍ଟ୍ରୀୟ ପଦକ ଦେଇଛନ୍ତି । କିଛି ଦିନ ପୂର୍ବରୁ ମାନୁଷୀ ଛିଲ୍ଲର ଦେଶର ନାଁ କୁ ଉଜ୍ଜ୍ୱଳ କରିଛନ୍ତି ।

ମୁଁ ମାନୁଛି କି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଅଛନ୍ତି, ସେମାନେ ଅବଶ୍ୟ ପ୍ରତିଦିନ ସଦ୍ୟତମ ସ୍ଥିତି ଜାଣୁଥିବେ କି ସାଗର ପରିକ୍ରମା ପାଇଁ ଯେଉଁ 6 ଝିଅ ବାହାରିଛନ୍ତି, ସେମାନେ ଆଜି କେଉଁଠି ପହଂଚିଛନ୍ତି । ଏହା ସଂକଳ୍ପରୁ ସିଦ୍ଧିର ହେଉଛି ଭିନ୍ନ-ଭିନ୍ନ ଯାତ୍ରା ଯାହା ପ୍ରତ୍ୟେକଙ୍କ ପାଇଁ ପ୍ରେରଣା ହେଉଛି ।

ସାଥୀଗଣ, ଆଜି ମୋର ଆପଣମାନଙ୍କୁ ଏହା ମଧ୍ୟ ଅନୁରୋଧ ହେଉଛି କି ଖେଳକୁ ନିଜ ଜୀବନର ଗୋଟିଏ ଅଂଶ କରନ୍ତୁ । ଏହି ସମୟରେ ମଂଚ ଉପରେ ରାଜ୍ୟବର୍ଦ୍ଧନ ରାଠୋର ମହାଶୟ ଅଛନ୍ତି, ମୁଁ ମାନୁଛି କି ସେ ମନ୍ତ୍ରୀ ପଛରେ, ଆଗ ହେଉଛନ୍ତି ଜଣେ ଅଲିମ୍ପିଆନ, ଚମତ୍କାର ବନ୍ଧୁକଚାଳନାକାରୀ ।

ଏମିତି ବି ଆମର ସଂଗ୍ରାମୀ ଓ ତେଜିୟାନ ଯୁବକ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ମହାଶୟ ମଧ୍ୟ କିଛି କମ୍ ଖେଳାଳୀ ନୁହଁନ୍ତି, ଆଜିକାଲି ତାଙ୍କ କାମ ଯୋଗୁଁ କେତେଗୁଡ଼ିଏ ରାଜ୍ୟରେ ବହୁତ ଲୋକଙ୍କୁ ତାଙ୍କ ଦ୍ୱାରା ବହୁତ ଅସୁବିଧା ଭୋଗ କରିବାକୁ ପଡ଼ୁଛି, ମୁଁ ଦେଖିଛି କି ଆମର ଯୋଗୀ ମହାଶୟ ଆଜିକାଲି ଟ୍ୱିଟର ଟ୍ୱିଟରର ଖେଳ ଖେଳୁଛନ୍ତି ଆଉ ଟ୍ୱିଟରର ଖେଳରେ ମଧ୍ୟ ଭଲ ଭଲ ଖେଳାଳୀମାନଙ୍କୁ ସେ ପରାସ୍ତ କରି ସାରିଲେଣି । ସେ ଯାହା ହେଉ, ମୁଁ କ୍ରୀଡ଼ା ଉପରେ ଫୋକସ୍ କରିବି ତ ଖେଳ, ଶିକ୍ଷାର ହିଁ ହେଉଛି ଏକ ଉପାୟ ଯାହା କେବଳ ଶରୀରକୁ ସୁସ୍ଥ-ସବଳ ରଖି ନଥାଏ ବରଂ ମସ୍ତିଷ୍କକୁ ଜାଗ୍ରତ କରିଥାଏ । ଖେଳ ଦ୍ୱାରା ଆମେ ଅନୁଶାସନ ଶିଖିଥାଉ ।

ଖେଳର ପଡ଼ିଆ ଆମକୁ ହାରିବାର ଅର୍ଥ ବୁଝାଇଥାଏ । ଖେଳ ପଡ଼ିଆ ଆମକୁ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ କଠିନ ପରିଶ୍ରମ କରିବା ଶିଖାଇଥାଏ । ଟିମ୍ ବା ଦଳଗତ ଭାବନାର ଅର୍ଥ ହେଉଛି କ’ଣ, ଏହା ସବୁଠାରୁ ପ୍ରଥମେ ଆମକୁ ଖେଳର ପଡ଼ିଆରେ ହିଁ ଦୃଷ୍ଟିଗୋଚର ହୋଇଥାଏ । ହାରିବା କିମ୍ବା ଜିତିବା କିନ୍ତୁ ଖେଳ ପଡ଼ିଆରୁ ଆମେ ଯେଉଁ ଖେଳୁଆଡ଼୍ ମନୋଭାବ ଶିକ୍ଷା କରିଥାଉ, ତାହା ସାରା ଜୀବନ କାମରେ ଆସିଥାଏ । ଏଥିପାଇଁ ମୁଁ କହୁଛି, ଯିଏ ଖେଳେ – ସିଏ ପ୍ରସ୍ପୁଟିତ ହୁଏ । ଆପଣମାନେ ମଧ୍ୟ ଖୁବ୍ ଖେଳନ୍ତୁ, ଖୁବ୍ ପ୍ରସ୍ପୁଟିତ ହୁଅନ୍ତୁ ।

ଖେଳ ସହିତ ଆପଣ ଯୋଗକୁ ମଧ୍ୟ ନିଜ ଜୀବନରେ ସାମିଲ କରନ୍ତୁ । ମୋତେ ଅବଗତ କରାଯାଇଛି କି ଯୁବ ଶିବିରରେ ଆପଣ ସମସ୍ତେ ପ୍ରତିଦିନ ଯୋଗ କରିବେ । ଏହି ଅଭ୍ୟାସକୁ ନିଜ ସାଥୀରେ ନେଇ ଯିବେ । ଯୋଗ ଦ୍ୱାରା ଆପଣ ଶରୀର ଏବଂ ମାନସିକ ଭାବେ ଦୃଢ଼ ହେବେ ।

ମୋର ସାଥୀଗଣ, ଆଗକୁ ବଢ଼ନ୍ତୁ, ନିଜର ବିସ୍ତାର କରନ୍ତୁ, ନିଜର ବ୍ୟକ୍ତିତ୍ୱର ବିସ୍ତାର କରନ୍ତୁ । ଏଠାରେ ଏହି ଯୁବ ମହୋତ୍ସବରେ ମଧ୍ୟ ଅଲଗା-ଅଲଗା ରାଜ୍ୟରୁ ଆପଣଙ୍କର  ଯେଉଁ ସାଥୀ ଆସିଛନ୍ତି, ତାଙ୍କ ସହିତ ଖୁବ ମିଶନ୍ତୁ, କଥାବାର୍ତା ହୁଅନ୍ତୁ, ସେମାନଙ୍କୁ ବୁଝନ୍ତୁ, ସେମାନଙ୍କର ଭାଷାକୁ ବୁଝନ୍ତୁ, ସେମାନଙ୍କର ଖାଦ୍ୟପେୟକୁ ବୁଝନ୍ତୁ, ଚାଲି ଚଳଣି ବୁଝନ୍ତୁ ।

ମୋର ଅନୁଭବ କହୁଛି କି ଏହି ମହୋତ୍ସବରୁ ଆପଣ ଯାହା ଶିଖିବେ, ଆପଣଙ୍କର ଯେଉଁ ସମ୍ବନ୍ଧ ସ୍ଥାପନ ହେବ, ତାହା ସାରା ଜୀବନ ଆପଣଙ୍କ ସାଙ୍ଗରେ ରହିବ, ଆପଣଙ୍କ କାମରେ ଆସିବ । ସାଥୀଗଣ, ଏହା ମଧ୍ୟ ହେଉଛି ଏକ ସଂକଳ୍ପ ଯାହା ଏକ ଭାରତ-ଶ୍ରେଷ୍ଠ ଭାରତକୁ ସିଦ୍ଧି କରିଥାଏ ।

ସାଥୀଗଣ, ଆମର ଶ୍ରଦ୍ଧେୟ ଶ୍ରୀମାନ ଅଟଳ ବିହାରୀ ବାଜପେୟୀ ମହାଶୟ କହୁଥିଲେ-

“କାନ୍ଧକୁ କାନ୍ଧ ମିଳାଇ, ପାଦରେ ପାଦ ମିଶାଇ, ଆମକୁ ଆମର ଜନଯାତ୍ରାକୁ ଧେୟ-ସିଦ୍ଧିର ଶିଖର ପର୍ଯ୍ୟନ୍ତ ନେଇ ଯିବାକୁ ହେବ । ଭବିଷ୍ୟତ ଭାରତ ଆମର ପ୍ରଯତ୍ନ ଆଉ ପରିଶ୍ରମ ଉପରେ ନିର୍ଭର କରେ ।”

ଆସନ୍ତୁ, ଆମେ ସମସ୍ତେ ମିଳିମିଶି, ଦେଶର ଯୁବକ ମିଶି, ଦେଶର ଶହେ ପଚିଶ କୋଟି ଲୋକ ମିଶି ପରିଶ୍ରମର ପରାକାଷ୍ଠା କରିବା, ନିଜର ଉର୍ଜ୍ଜା ରାଷ୍ଟ୍ର ନିର୍ମାଣରେ ଲଗାଇବା, ନିଉ ଇଣ୍ଡିଆ ତିଆରି କରିବା ।

ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ଯୁବ ଦିବସ ଆଉ ଯୁବ ମହୋତ୍ସବ ପାଇଁ ଶୁଭ କାମନା ଜଣାଇ ସ୍ୱାମୀ ବିବେକାନନ୍ଦଙ୍କୁ ପୁନଃ ସ୍ମରଣ କରି, ସେ ଯେଉଁ ମାର୍ଗ ଦେଖାଇଛନ୍ତି, ସାମାଜିକ ସମାନତାର ଯେଉଁ ମାର୍ଗ ଦେଖାଇଛନ୍ତି, ଉଚ୍ଚ ନିଚ୍ଚର ଭେଦଭାବରୁ ମୁକ୍ତି ପାଇବାର ଯେଉଁ ମାର୍ଗ ଦେଖାଇଛନ୍ତି, ରାଷ୍ଟ୍ର ପାଇଁ ଜୀଇଁବା ମରିବାର ଯେଉଁ ମାର୍ଗ ଦେଖାଇଛନ୍ତି ଏଭଳି ମହାପୁରୁଷଙ୍କର ଜନ୍ମ ଦିବସରେ ଯୁବ ପ୍ରେରଣା, ଯୁବ ସାମର୍ଥ୍ୟ, ଯୁବ ସଂକଳ୍ପ ସହିତ ଆପଣ ଆଗକୁ ବଢ଼ନ୍ତୁ ଏହି ଶୁଭକାମନା ସହିତ , ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି ।

ବହୁତ-ବହୁତ ଧନ୍ୟବାଦ!!!

ଜୟ ହିନ୍ଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's GDP to grow 6.4% in FY27, fastest among G-20 nations: Moody's

Media Coverage

India's GDP to grow 6.4% in FY27, fastest among G-20 nations: Moody's
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Chhattisgarh for special celebration of ‘Bastar Pandum’ festival
February 10, 2026

The Prime Minister, Shri Narendra Modi has congratulated the people of Chhattisgarh for special celebration of ‘Bastar Pandum’ festival, between February 7 and 9 in Chhattisgarh. During the festival, the rich culture, traditions, and tribal heritage of Bastar were showcased in a magnificent way. Shri Modi stated that such events play a vital role in preserving our cultural heritage and empowering local communities.

"Earlier, whenever the name of Bastar was mentioned, images of Maoism, violence, and backwardness in development would come to mind. But now the situation has completely changed. Today, Bastar is known not only for its development but also for the growing self-confidence of its local people. My only wish is that the coming time for this region be filled with the spirit of peace, progress, and cultural pride", Shri Modi stated.

Responding to a post by Union Minister, Shri Amit Shah on X, Shri Modi said:

"7 से 9 फरवरी के बीच छत्तीसगढ़ में ‘बस्तर पंडुम’ का विशेष आयोजन किया गया। इस उत्सव के दौरान बस्तर की समृद्ध संस्कृति, परंपरा और जनजातीय विरासत का भव्य रूप दिखा। इस प्रयास से जुड़े अपने सभी परिवारजनों को मेरी हार्दिक बधाई। ऐसे आयोजन हमारी सांस्कृतिक विरासत को संरक्षित करने और स्थानीय समुदायों को सशक्त बनाने में अहम भूमिका निभाते हैं।

पहले जब बस्तर का नाम लिया जाता था तो माओवाद, हिंसा और विकास में पिछड़ेपन की छवि उभरती थी। लेकिन अब हालात बिल्कुल बदल चुके हैं। आज बस्तर विकास के साथ-साथ स्थानीय लोगों के बढ़ते आत्मविश्वास के लिए जाना जाता है। मेरी यही कामना है कि यहां का आने वाला समय शांति, प्रगति और सांस्कृतिक गौरव की भावना से परिपूर्ण हो।"